Posted inଜାତୀୟ

ଜାପାନୀ ଜ୍ୱର ନେଲାଣି ୫୪ ଶିଶୁଙ୍କ ଜୀବନ: ଲିଚି ପିଇବାକୁ ନେଇ ସନ୍ଦେହ

ମୁଜାଫରପୁର, ୧୪।୬: ବିହାରର ମୁଜାଫରପୁର ଜିଲା ଓ ଆଖପାଖରେ ଗତ ୧୫ ଦିନ ମଧ୍ୟରେ ଏନ୍‌ସେଫାଲାଇଟ୍ସ ବା ଜାପାନୀ ଜ୍ୱରରେ ୪୭ ଶିଶୁଙ୍କ ଜୀବନ ଗଲାଣି। ତେବେ ବିହାର ସରକାର ଏହାକୁ ମାନିବାକୁ ନାରାଜ। ଏନ୍‌ସେଫାଲାଇଟ୍ସ ନୁହେଁ ହାଇପୋଗ୍ଲିସେମିଆ ବା ରକ୍ତଶର୍କରା ସ୍ତରରେ ଅସ୍ବାଭାବିକତା କିମ୍ବା ଶରୀରରେ ସୋଡିୟମ ଓ ପଟାସିୟମର ଅଭାବ ଯୋଗୁ ଶିଶୁଙ୍କ ମୃତ୍ୟୁ ହେଉଥିବା ରାଜ୍ୟ ସରକାର କହିଛନ୍ତି। ମୁଜାଫରପୁରର ଶ୍ରୀକ୍ରିଷ୍ଣ ମେଡିକାଲ କଲେଜ ଓ ହସ୍ପିଟାଲରେ ରେ କେବଳ ୪୭ଜଣଙ୍କ ମୃତ୍ୟୁ ହେଲାଣି। କେନ୍ଦ୍ରରୁ ୭ ଜଣିଆ ବିଶେଷଜ୍ଞ ଟିମ୍‌ ପରିସ୍ଥିତି ଅନୁଧ୍ୟାନ ଲାଗି ମୁଜାଫରପୁରରେ ଆସି ପହଞ୍ଚତ୍ ତଦନ୍ତ କରିଛନ୍ତି। ଶିଶୁଙ୍କ ମୃତ୍ୟୁ ପଛରେ ସ୍ଥାନୀୟ ଅଞ୍ଚଳରେ ପ୍ରସ୍ତୁତ ହେଉଥିବା ଲିଚିରେ ମିଶୁଥିବା ବିଷ ପଦାର୍ଥ ଯୋଗୁ ହେଉଛି ବୋଲି ଅନୁମାନ କରାଯାଉଛି। ଆକ୍ୟୁଟ୍‌ ଏନ୍‌ସେଫାଲାଇଟ୍ସ ସିଡ୍ରୋମ୍‌ (ଏଇଏସ୍‌) ଅନୁରୂପ ଲକ୍ଷଣ ଯୋଗୁ ୫୪ ଶିଶୁଙ୍କ ମୃତ୍ୟୁ ଘଟିଥିବା ମୁଜାଫରପୁର ଜିଲାପାଳ ଆଲୋକ ରଞ୍ଜନ ଘୋଷ ସ୍ପଷ୍ଟ କରିଛନ୍ତି। ଶ୍ରୀକୃଷ୍ଣ ମେଡିକାଲ କଲେଜ ହସ୍ପିଟାଲରେ ୧୪ ଏବଂ କେଜ୍‌ରିଓ୍ବାଲ ମୈତ୍ରୀ ସଦନରେ ୫ ନୂଆ ରୋଗୀ ପହଞ୍ଚତ୍ଛନ୍ତି, ଯେଉଁମାନେ ଏନ୍‌ସେଫାଲାଇଟ୍ସରେ ପୀଡିତ ବୋଲି ଆଶଙ୍କା କରାଯାଉଛି। ଏପର୍ଯ୍ୟ ମୋଟ ୧୭୯ଜଣ ଏହି ରୋଗରେ ପୀଡିତ ହୋଇଛନ୍ତି ବୋଲି ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଧନୁଯାତ୍ରା ତୋରଣ ଭାଙ୍ଗିବା ଘଟଣାରେ ବରଗଡ଼ ଏମ୍‌ପିଙ୍କ ବଡ଼ ବୟାନ, କହିଲେ…

ବରଗଡ଼,୨୮।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଧନୁଯାତ୍ରାର ସ୍ଥାୟୀ ସ୍ବାଗତ ତୋରଣ ଭାଙ୍ଗିବା ଘଟଣାକୁ ନେଇ ଚର୍ଚ୍ଚା ଥମିବାର ନାଁ ନେଉ ନାହିଁ । ବିଜେଡିରୁ ବରଗଡ଼ ପୌରାଧ୍ୟକ୍ଷା କଳ୍ପନା…

ଟପ୍ପର ହୋଇ ଗୌରବ ଆଣିଲେ ଚନ୍ଦନ

ଥୁଆମୂଳ ରାମପୁର, ୨୮ା୫ (ଦୁର୍ଗା କୀର୍ତ୍ତି): ଭବାନୀପାଟଣାଠାରେ ପ୍ରତିଷ୍ଠିତ ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟ ପକ୍ଷରୁ ସ୍ନାତକୋତ୍ତର ପରୀକ୍ଷା ଫଳର ମେଧା ତାଲିକା ଗୁରୁବାର ପରୀକ୍ଷା ନିୟନ୍ତ୍ରକଙ୍କ ସ୍ବାକ୍ଷରରେ…

ଓସିଏସ୍‌ ପରୀକ୍ଷାରେ ଭବେଶଙ୍କୁ ୯୩ ର଼୍ୟାଙ୍କ

କର୍ଲାମୁଣ୍ଡା,୨୮ା୫(ପ୍ରଦୀପ କୁମାର ସାହୁ): ଓଡ଼ିଶା ଲୋକସେବା ଆୟୋଗ ଦ୍ବାରା ପରିଚାଳିତ ଓଡ଼ିଶା ସିଭିଲ ସର୍ଭିସ (ଓସିଏସ୍‌) ପରୀକ୍ଷା ଫଳ ପ୍ରକାଶ ପାଇଛି। ଏଥିରେ କର୍ଲାମୁଣ୍ଡା ବ୍ଲକ ଗଜବାହାଲ…

ହଷ୍ଟେଲରେ ନ ଥିଲା ଲାଇନ୍‌: ନାଳକୁ ଗାଧୋଇବାକୁ ଯାଇ ବୁଡ଼ିଗଲେ ଛାତ୍ର

ଦେବଗଡ଼,୨୮ା୫(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ବାରକୋଟ ଥାନା ଅଧୀନ ଗୋପପୁର ଗ୍ରାମର ଏକ ନାଳରେ ବୁଡି ଗୁରୁବାର ଜଣେ ନବମ ଶ୍ରେଣୀ ଛାତ୍ରଙ୍କର ମୃତ୍ୟୁ ଘଟିଛି।…

ଝଡବତାସରେ ଭାଙ୍ଗିଲା ଗଛ, ବିଦ୍ୟୁତ୍‌ ସେବା ବନ୍ଦ

ବରଗଡ଼,୨୮।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାର ବିଭିନ୍ନ ଅଞ୍ଚଳରେ ଗୁରୁବାର କାଳବୈଶାଖୀ ପ୍ରଭାବରେ ଝଡ଼ବତାସ ଓ ବର୍ଷା ହୋଇଛି। ବର୍ଷା ଯୋଗୁ କ୍ଷେତ, ଖଳାରେ ରହିଥିବା ଅମଳ ଧାନ…

ଶାନ୍ତି ଚୁକ୍ତିର ଦ୍ୱାର ଦେଶରେ ଇରାନ-ଆମେରିକା, ଖୋଲିବ କି ହର୍ମୁଜ? ଜାଣନ୍ତୁ ଅପଡେଟ ଖବର

ତେହରାନ,୨୮।୫: ଆମେରିକା ଏବଂ ଇରାନ ଉଭୟ ଏକ ଶାନ୍ତି ଚୁକ୍ତିନାମାରେ ପହଞ୍ଚିବା ନିକଟରେ ପହଞ୍ଚିଛନ୍ତି। ଆକ୍ସିଓସର ଏକ ରିପୋର୍ଟରେ ଦାବି କରାଯାଇଛି ଯେ ଆମେରିକା ଏବଂ ଇରାନ…

ଗାଁରେ ପଶି ଲୋକଙ୍କୁ କାମୁଡ଼ିଲା ପାଗଳା କୁକୁର

ଗୁଡ଼ାରି,୨୮।୫(ପ୍ରମୋଦ କୁମାର ପତି ): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକ୍‌ର ଅସଡା ଗ୍ରାମପଞ୍ଚାୟତ ଅନ୍ତର୍ଗତ ସିଲିମି ଗ୍ରାମରେ ଗୁରୁବାର ପାଗଳା କୁକୁର ଆତଙ୍କ ଦେଖିବାକୁ ମିଳିଥିଲା। କୁକୁର…

ମୁଖ୍ୟମନ୍ତ୍ରୀଙ୍କ ବଡ଼ ସୂଚନା, ଓଡ଼ିଶା ଆସୁଛନ୍ତି ମୋଦି

ଭୁବନେଶ୍ୱର,୨୮।୫: ଓଡ଼ିଶାରେ ଭାଜପା ସରକାରକୁ ପୂରଣ ହୋଇଛି ୨ ବର୍ଷ। ଏହି ଅବସରରେ ଏକ ବଡ଼ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ABVP ଜାତୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri