ବନ୍ତଳା, ୧୮ା୬(ଡି.ଏନ.ଏ.)ଅନୁଗୋଳ ଜିଲା ବନ୍ତଳା ଥାନା ଗଡ଼ତରାସ ଗ୍ରାମର ଶୁଭଙ୍କର ବେହେରା(୩)ଙ୍କୁ ଗତ ମାସ ୨୫ ତାରିଖରେ ବନ୍ତଳା ସ୍ବାସ୍ଥ୍ୟକେନ୍ଦ୍ରରେ ଇଞ୍ଜେକଶନ ଦେବାବେଳେ ଛୁଞ୍ଚି ଭାଙ୍ଗି ତାଙ୍କ ଅଣ୍ଟାରେ ରହିଯାଇଥିଲା। ନର୍ସଙ୍କ ଦାୟିତ୍ୱହୀନତା ଯୋଗୁ ଶିଶୁଟିର ଅବସ୍ଥା ଗୁରୁତର ହୋଇଥିବା ପରିବାର ପକ୍ଷରୁ ଅଭିଯୋଗ କରାଯାଇଥିଲା। ତେବେ ଦୀର୍ଘ ମାସେ ହେବ ସମ୍ପୃକ୍ତ ନର୍ସ କିମ୍ବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ତାଙ୍କ ପୁଅର ଆରୋଗ୍ୟ ପାଇଁ କୌଣସି ସହଯୋଗ କରା ନ ଯିବାରୁ ସୋମବାର ସକାଳେ ଶୁଭଙ୍କରଙ୍କ ବାପା ନିରାକାର ବେହେରା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।
ଅଭିଯୋଗରେ ଦର୍ଶାଯାଇଛି, ଶୁଭଙ୍କର ଖେଳୁଥିବା ସମୟରେ ପଡିଯିବାରୁ ଜିଭ ଖଣ୍ଡିଆ ହୋଇଯାଇଥିଲା। ତାଙ୍କୁ ବନ୍ତଳା ସ୍ବାସ୍ଥ୍ୟକେନ୍ଦ୍ର ଅଣାଯିବା ପରେ ଡାକ୍ତର ୨ଟି ଇଞ୍ଜେକଶନ ନେବାକୁ ଲେଖିବା ସହ ଷ୍ଟାଫ ନର୍ସଙ୍କୁ ଇଞ୍ଜେକଶନ ଦେବାକୁ ପରାମର୍ଶ ଦେଇଥିଲେ। ନର୍ସ ଚନ୍ଦ୍ରକାନ୍ତି ମେହେର ଇୟରଫୋନ ଦେଇ ମୋବାଇଲରେ କଥା ହେଉଥିବା ବେଳେ ଶୁଭଙ୍କରଙ୍କ ଅଣ୍ଟାରେ ଇଞ୍ଜେକଶନ ଦେଇଥିଲେ। ଏହି ସମୟରେ ଛୁଞ୍ଚିଟି ଭାଙ୍ଗି ଶୁଭକରଙ୍କ ଅଣ୍ଟାରେ ରହିଯାଇଥିଲା। ଡାକ୍ତର ଶୁଭଙ୍କରଙ୍କୁ ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ। ସେହିଦିନ ରାତିରେ ତାଙ୍କୁ କଟକ ଶିଶୁ ଭବନ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଗୋଟିଏ ଦିନ ରହିବା ପରେ ୨୭ ତାରିଖରେ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର ହୋଇଥିଲେ। ସେଠାରେ ଦୀର୍ଘ ୧୨ ଦିନ ରହିବା ପରେ ମେଶିନ ଖରାପ ଅଛି କହି ଡାକ୍ତର ଭୁବନେଶ୍ୱର ଏମ୍ସ ହସ୍ପିଟାଲକୁ ପଠାଇଥିଲେ। ୭ ଦିନ ପରେ ଆସିବାକୁ କହି ଏମ୍ସ ଡାକ୍ତର ତାଙ୍କୁ ଘରକୁ ଫେରାଇ ଦେଇଥିଲେ। ପୁନର୍ବାର ଏମ୍ସ ଯିବା ପରେ ଡାକ୍ତର ଏକ ମାସ ପରେ ଆସିବାକୁ କହିଥିବା ନିରାକାର ଅଭିଯୋଗରେ ଉଲ୍ଲେଖ କରିଛନ୍ତି। ଧାର ଉଧାର କରି ସେ ୨୦ ହଜାରରୁ ଊର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ କରିସାରିଥିଲେ ବି ପୁଅ ଅଣ୍ଟାରୁ ଛୁଞ୍ଚି ବାହାରିପାରି ନ ଥିବା ନିରାକାର ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ନର୍ସ ମେହେର କୁହନ୍ତି, ଏହା ଏକ ଦୁର୍ଘଟଣା। ଯେଉଁ ଭଳି ଅଭିଯୋଗ ଆସୁଛି ତାହା ମିଛ। ଉଦ୍ଦେଶ୍ୟମୂଳକ ଭାବରେ ଏଭଳି କରାଯାଉଛି। ୭ ବର୍ଷ ହେଲା ଚାକିରି କାଳରେ କେବେ ଏଭଳି ଘଟିନାହିଁ। ଏ ବିଷୟରେ ବନ୍ତଳା ସ୍ବାସ୍ଥ୍ୟକେନ୍ଦ୍ରର ଅଧିକାରୀ ଡା. ଘନଶ୍ୟାମ ବେହେରା କୁହନ୍ତି, ଯେଉଁ ଘଟଣା ଘଟିଛି ତାହା ଉଦ୍ଦେଶ୍ୟମୂଳକ ଭାବେ ହୋଇନାହିଁ। ଶିଶୁ ନିଜେ ଡରି ହାତରେ ଇଞ୍ଜେକଶନ ଟାଣି ଦେବାରୁ ଏଭଳି ହୋଇଛି। ବନ୍ତଳା ଥାନା ଆଇଆଇସି ପ୍ରଦୀପ କୁମାର ପ୍ରଧାନ କହିଛନ୍ତି, ଥାନାରେ ଅଭିଯୋଗ ହୋଇଛି। ଏ ନେଇ ଉଚ୍ଚ ପଦସ୍ଥ ଅଧିକାରୀଙ୍କ ସହ ଆଲୋଚନା କରିବା ପରେ ପଦକ୍ଷେପ ନିଆଯିବ।

ଏମ୍ସିସିକୁ ବିରୋଧ, ଫେରିଲା ପୌରପାଳିକା
ଅନୁଗୋଳ ଅଫିସ, ୧୧।୧୨-ଅନୁଗୋଳ ପୌରପାଳିକା ଅନ୍ତର୍ଗତ ମିଶ୍ରପଡ଼ା ହାଇଟେକ୍ ନର୍ସରୀ ନିକଟରେ ଏମ୍ସିସି ପ୍ରକଳ୍ପକୁ ମଙ୍ଗଳବାର ପୁଣି ସ୍ଥାନୀୟ ଲୋକମାନେ ବିରୋଧ କରିଛନ୍ତି। ଫଳରେ ଘଟଣାସ୍ଥଳକୁ...

ବିଷାକ୍ତ ହେଲାଣି ରେଙ୍ଗାଳି ଦକ୍ଷିଣ କେନାଲ ପାଣି
ତାଳଚେର,୧୮ା୩(ନି.ପ୍ର.) – ତାଳଚେର ସହର ଦେଇ ଯାଇଥିବା ରେଙ୍ଗାଳି ଦକ୍ଷିଣ ପାର୍ଶ୍ୱ କେନାଲ ଏବେ ଡ୍ରେନ୍ରେ ପରିଣତ ହୋଇଥିବା ପଞ୍ଚାୟତ ସମିତି ଅଧ୍ୟକ୍ଷ ବୃନ୍ଦାବନ ବେହେରା...

ବଅଁରପାଳ: ଦର ଆକାଶଛୁଅଁ।
ବଅଁରପାଳ, ୨ା୬(ଡି.ଏନ.ଏ.) ସୋମବାର ସାବିତ୍ରୀ ବ୍ରତ। ଏଥିପାଇଁ ଅନୁଗୋଳ ଜିଲାର ବିଭିନ୍ନ ମନ୍ଦିର, ଦୈବୀ ପୀଠରେ ପୂଜାର୍ଚ୍ଚନା ପାଇଁ ପ୍ରସ୍ତୁତି ଚାଲିଛି। ବିଭିନ୍ନ ପୂଜା କମିଟି...

ବାଲିସାହି-ସୁରାବ ରାସ୍ତା କଦର୍ଯ୍ୟ
ଅନୁଗୋଳ ଅଫିସ, ୨।୮-ଅନୁଗୋଳ ଜିଲା ବଲାସିଂହା ପଞ୍ଚାୟତ ବାଲିସାହିଠାରୁ ସୁରାବ ଯାଇଥିବା ୪ କିମି ରାସ୍ତା ଶୋଚନୀୟ ହୋଇପଡିଛି। ଅସରାଏ ବର୍ଷା ହେଲେ ସେଠାରେ ପାଣି...

ଟ୍ରକ୍ରୁ ହାତଗୋଡ଼ ବନ୍ଧା ଅବସ୍ଥାରେ ଚାଳକ ଉଦ୍ଧାର
ଛେଣ୍ଡିପଦା,୧୦ା୧୧(ସ୍ବ.ପ୍ର.): ଅନୁଗୋଳ-ଛେଣ୍ଡିପଦା ୬୩ନଂ ରାଜ୍ୟ ରାଜପଥର ଛେଣ୍ଡିପଦା ଥାନା କୋଶଳା ଗ୍ରାମ ଅରୁଣ ଶହୀଦ ସ୍ତମ୍ଭ ନକଟରେ ଥିବା ଏକ ଟ୍ରକ୍ ଭିତରୁ ହାତଗୋଡ଼ ବନ୍ଧା...

୫-ଟିରେ ଅନୁଗୋଳର ୫୦ ହାଇସ୍କୁଲ
ଅନୁଗୋଳ ଅଫିସ,୧୭ା୪ ଅନୁଗୋଳ ଜିଲାରେ ବଦଳିବ ହାଇସ୍କୁଲ ଶିକ୍ଷାର ଭିତ୍ତିଭୂମି। ଶୈକ୍ଷିକ ବ୍ୟବସ୍ଥାରେ କରାଯିବ ବଡ଼ ପରିବର୍ତ୍ତନ। ନୂଆ ରୂପରେଖ ସହ ଗୁଣାତ୍ମକ ଶିକ୍ଷା ପାଇଁ...

ଅବକାରୀ ଚଢାଉ, ୪ ଗିରଫ
ବଇଣ୍ଡା,୫।୧୦(ଡି.ଏନ.ଏ.): ଆଠମଲ୍ଲିକ ଅବକାରୀ ବିଭାଗ ପକ୍ଷରୁ ଶନିବାର ଠାକୁରଗଡ଼ ଥାନା ତଲେଇପଥର ଓ ଖମାର ଗ୍ରାମରେ ଚଢାଉ କରାଯାଇ ୭୮ ଲିଟର ଚୋରା ଦେଶୀ ମହୁଲି...

ଅନୁଗୋଳରେ ମାତିଛନ୍ତି ଲୁଟେରା: ସଫେଇ ଆଳରେ ଲୁଟୁଛନ୍ତି ସୁନା
ଅନୁଗୋଳ ଅଫିସ, ୨୧।୨ – ସୁନା ସଫା କରିଦେବା ଆଳରେ ଲୋକଙ୍କଠାରୁ ସୁନା ଲୁଟୁଥିବା ଏକ ଗ୍ୟାଙ୍ଗ ଅନୁଗୋଳ ସହରରେ ସେମାନଙ୍କ କାର୍ଯ୍ୟକଳାପ ଜାରି ରଖିଥିବା...