ଛୁଞ୍ଚି ରହିଯିବା ଘଟଣା: ଥାନାରେ ଅଭିଯୋଗ

ବନ୍ତଳା, ୧୮ା୬(ଡି.ଏନ.ଏ.)ଅନୁଗୋଳ ଜିଲା ବନ୍ତଳା ଥାନା ଗଡ଼ତରାସ ଗ୍ରାମର ଶୁଭଙ୍କର ବେହେରା(୩)ଙ୍କୁ ଗତ ମାସ ୨୫ ତାରିଖରେ ବନ୍ତଳା ସ୍ବାସ୍ଥ୍ୟକେନ୍ଦ୍ରରେ ଇଞ୍ଜେକଶନ ଦେବାବେଳେ ଛୁଞ୍ଚି ଭାଙ୍ଗି ତାଙ୍କ ଅଣ୍ଟାରେ ରହିଯାଇଥିଲା। ନର୍ସଙ୍କ ଦାୟିତ୍ୱହୀନତା ଯୋଗୁ ଶିଶୁଟିର ଅବସ୍ଥା ଗୁରୁତର ହୋଇଥିବା ପରିବାର ପକ୍ଷରୁ ଅଭିଯୋଗ କରାଯାଇଥିଲା। ତେବେ ଦୀର୍ଘ ମାସେ ହେବ ସମ୍ପୃକ୍ତ ନର୍ସ କିମ୍ବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ତାଙ୍କ ପୁଅର ଆରୋଗ୍ୟ ପାଇଁ କୌଣସି ସହଯୋଗ କରା ନ ଯିବାରୁ ସୋମବାର ସକାଳେ ଶୁଭଙ୍କରଙ୍କ ବାପା ନିରାକାର ବେହେରା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।
ଅଭିଯୋଗରେ ଦର୍ଶାଯାଇଛି, ଶୁଭଙ୍କର ଖେଳୁଥିବା ସମୟରେ ପଡିଯିବାରୁ ଜିଭ ଖଣ୍ଡିଆ ହୋଇଯାଇଥିଲା। ତାଙ୍କୁ ବନ୍ତଳା ସ୍ବାସ୍ଥ୍ୟକେନ୍ଦ୍ର ଅଣାଯିବା ପରେ ଡାକ୍ତର ୨ଟି ଇଞ୍ଜେକଶନ ନେବାକୁ ଲେଖିବା ସହ ଷ୍ଟାଫ ନର୍ସଙ୍କୁ ଇଞ୍ଜେକଶନ ଦେବାକୁ ପରାମର୍ଶ ଦେଇଥିଲେ। ନର୍ସ ଚନ୍ଦ୍ରକାନ୍ତି ମେହେର ଇୟରଫୋନ ଦେଇ ମୋବାଇଲରେ କଥା ହେଉଥିବା ବେଳେ ଶୁଭଙ୍କରଙ୍କ ଅଣ୍ଟାରେ ଇଞ୍ଜେକଶନ ଦେଇଥିଲେ। ଏହି ସମୟରେ ଛୁଞ୍ଚିଟି ଭାଙ୍ଗି ଶୁଭକରଙ୍କ ଅଣ୍ଟାରେ ରହିଯାଇଥିଲା। ଡାକ୍ତର ଶୁଭଙ୍କରଙ୍କୁ ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ। ସେହିଦିନ ରାତିରେ ତାଙ୍କୁ କଟକ ଶିଶୁ ଭବନ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଗୋଟିଏ ଦିନ ରହିବା ପରେ ୨୭ ତାରିଖରେ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର ହୋଇଥିଲେ। ସେଠାରେ ଦୀର୍ଘ ୧୨ ଦିନ ରହିବା ପରେ ମେଶିନ ଖରାପ ଅଛି କହି ଡାକ୍ତର ଭୁବନେଶ୍ୱର ଏମ୍‌ସ ହସ୍ପିଟାଲକୁ ପଠାଇଥିଲେ। ୭ ଦିନ ପରେ ଆସିବାକୁ କହି ଏମ୍‌ସ ଡାକ୍ତର ତାଙ୍କୁ ଘରକୁ ଫେରାଇ ଦେଇଥିଲେ। ପୁନର୍ବାର ଏମ୍‌ସ ଯିବା ପରେ ଡାକ୍ତର ଏକ ମାସ ପରେ ଆସିବାକୁ କହିଥିବା ନିରାକାର ଅଭିଯୋଗରେ ଉଲ୍ଲେଖ କରିଛନ୍ତି। ଧାର ଉଧାର କରି ସେ ୨୦ ହଜାରରୁ ଊର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ କରିସାରିଥିଲେ ବି ପୁଅ ଅଣ୍ଟାରୁ ଛୁଞ୍ଚି ବାହାରିପାରି ନ ଥିବା ନିରାକାର ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ନର୍ସ ମେହେର କୁହନ୍ତି, ଏହା ଏକ ଦୁର୍ଘଟଣା। ଯେଉଁ ଭଳି ଅଭିଯୋଗ ଆସୁଛି ତାହା ମିଛ। ଉଦ୍ଦେଶ୍ୟମୂଳକ ଭାବରେ ଏଭଳି କରାଯାଉଛି। ୭ ବର୍ଷ ହେଲା ଚାକିରି କାଳରେ କେବେ ଏଭଳି ଘଟିନାହିଁ। ଏ ବିଷୟରେ ବନ୍ତଳା ସ୍ବାସ୍ଥ୍ୟକେନ୍ଦ୍ରର ଅଧିକାରୀ ଡା. ଘନଶ୍ୟାମ ବେହେରା କୁହନ୍ତି, ଯେଉଁ ଘଟଣା ଘଟିଛି ତାହା ଉଦ୍ଦେଶ୍ୟମୂଳକ ଭାବେ ହୋଇନାହିଁ। ଶିଶୁ ନିଜେ ଡରି ହାତରେ ଇଞ୍ଜେକଶନ ଟାଣି ଦେବାରୁ ଏଭଳି ହୋଇଛି। ବନ୍ତଳା ଥାନା ଆଇଆଇସି ପ୍ରଦୀପ କୁମାର ପ୍ରଧାନ କହିଛନ୍ତି, ଥାନାରେ ଅଭିଯୋଗ ହୋଇଛି। ଏ ନେଇ ଉଚ୍ଚ ପଦସ୍ଥ ଅଧିକାରୀଙ୍କ ସହ ଆଲୋଚନା କରିବା ପରେ ପଦକ୍ଷେପ ନିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଏସ୍‌ଆଇଆର୍‌ରେ ଆଠମଲ୍ଲିକ ରାଜ୍ୟରେ ପ୍ରଥମ

ଆଠମଲ୍ଲିକ,୨୧ା୬(ଉଦୀପ୍ତ ପୁରୋହିତ) ଅନୁଗୋଳ ଜିଲା ଆଠମଲ୍ଲିକ ଉପଜିଲାପାଳ ତଥା ନିର୍ବାଚନ ପଞ୍ଜୀକରଣ ଅଧିକାରୀ ଉପେନ୍ଦ୍ର ଲୁହାଙ୍କ ନେତୃତ୍ୱରେ ଚାଲିଥିବା ସ୍ବତନ୍ତ୍ର ସଂଘନ ସଂଶୋଧନ (ଏସ୍‌ଆଇଆର୍‌) ୨୦୨୬ କାର୍ଯ୍ୟକ୍ରମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri