ଚାଇନା ଫେରନ୍ତା ବ୍ୟକ୍ତି ଅସୁସ୍ଥ: ଖଇରାରେ କରୋନା ଆତଙ୍କ

ଖଇରା,୭।୩(ଡି.ଏନ୍‌.ଏ.): ବାଲେଶ୍ବର ଜିଲା ଖଇରା ଥାନା ସାରକୋଣା ପଞ୍ଚାୟତ ସୋଜାଗଡ଼ ଗ୍ରାମରେ କରୋନା ଆତଙ୍କ ଦେଖାଦେଇଛି। ଚାଇନା ଫେରନ୍ତା ଯୁବକ ଜଗନ୍ନାଥ ଜେନାଙ୍କୁ କରୋନା ସଂକ୍ରମିତ ଥିବା ସନ୍ଦେହ କରାଯାଉଛି। ଖଇରା ମେଡିକାଲର ଏକ ଟିମ୍‌ ଶୁକ୍ରବାର ଜଗନ୍ନାଥଙ୍କ ଘରକୁ ଯାଇ ତାଙ୍କୁ କଟକ ବଡ଼ ଡାକ୍ତରଖାନା ଯିବାକୁ ପରାମର୍ଶ ଦେଇଛନ୍ତି। ମାତ୍ର ଜଗନ୍ନାଥ କଟକ ଯିବାକୁ ରାଜି ହେଉ ନ ଥିବା ଖଇରା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଭାରପ୍ରାପ୍ତ ଚିକିତ୍ସାଧିକାରୀ ଡା. ପ୍ରଭାକର ମିଶ୍ର କହିଛନ୍ତି।
ପ୍ରକାଶ ଯେ, ଜଗନ୍ନାଥ ଗତ ୨୦ ତାରିଖରେ ଚାଇନାର ଜିଆନସିରୁ ମାଲେସିଆ, ଦିଲ୍ଲୀଦେଇ ଘରକୁ ଆସିଥିଲେ। ଉଭୟ ଏୟାରପୋର୍ଟରେ ତାଙ୍କର ସ୍କ୍ରିନିଂ ଟେଷ୍ଟରେ ନେଗେଟିଭ ବାହାରିଥିଲା। ହେଲେ ୩ ଦିନ ତଳେ ତାଙ୍କୁ ଥଣ୍ଡା ଜ୍ବର ହେବାରୁ ସେ ପ୍ରଥମେ ଖଇରା ପରେ ବାଲେଶ୍ବର ଯାଇ ସ୍ବାସ୍ଥ୍ୟ ପରୀକ୍ଷା କରାଇଥିଲେ। ସେଠାରେ ଡାକ୍ତର ତାଙ୍କୁ କଟକ ଯିବାକୁ ପରାମର୍ଶ ଦେଇଥିଲେ। ମାତ୍ର ଜଗନ୍ନାଥ କଟକ ନ ଯାଇ ଘରକୁ ଫେରି ଯାଇଥିଲେ। ଏବେ ସେ ଅସୁସ୍ଥ ଥିବାରୁ ଆଖପାଖ ଅଞ୍ଚଳରେ ଭୟ ସୃଷ୍ଟି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

‘ଅମ୍ଫନ’ ପ୍ରଭାବରେ ଗଛ ଉପୁଡି ରାସ୍ତା ଅବରୋଧ

ବନ୍ତ,୨୦।୫(ଡି.ଏନ୍‌.ଏ.)-ବୁଧବାର ବାତ୍ୟା ‘ଅମ୍ଫନ’ର ପ୍ରଭାବ ଭଦ୍ରକ ଜିଲା ବନ୍ତ ବ୍ଲକରେ ଦେଖିବାକୁ ମିଳିଛି। ମଙ୍ଗଳବାର ଦିନ ତମାମ କୋହଲା ପାଗ ରହିବା ପରେ ସନ୍ଧ୍ୟା ଠାରୁ...

ସୋନପୁରରୁ ନିରଞ୍ଜନ ପୂଜାରୀ ଆଗୁଆ

ସୋନପୁର,୨୩।୫: ସୋନପୁର ବିଧାନସଭା ଆସନରୁ ବିଜେଡି ପ୍ରାର୍ଥୀ ନିରଞ୍ଜନ ପୂଜାରୀ ଆଗୁଆ ରହିଛନ୍ତି। ୭ମ ରାଉଣ୍ଡ ଗଣତି ଶେଷ ସୁଦ୍ଧା ନିରଞ୍ଜନ ୪୭୧୮ ଖଣ୍ଡ ଭୋଟ...

ଖରସ୍ରୋତା ନଦୀରେ କୁମ୍ଭୀର ଆତଙ୍କ

ବିଞ୍ଝାରପୁର,୨୪ା୬(ଡି.ଏନ.ଏ): ବିଞ୍ଝାରପୁର ବ୍ଲକ ଅଧୀନ ସିଂହପୁର ଖରସ୍ରୋତା ନଦୀରେ କୁମ୍ଭୀର କିଛିଦିନ ତଳେ ଦେଖିବାକୁ ମଳିଥିଲ। ଏହି ଘଟଣାପରେ ନଦୀକୁ ଲୋକେ ଯିବାକୁ ଭୟ ମନେ...

ଖୋର୍ଦ୍ଧା, ସୁନ୍ଦରଗଡ଼ ସ୍ଥିତି ସଙ୍ଗିନ

ଭୁବନେଶ୍ୱର, ୬।୫(ବ୍ୟୁରୋ):ରାଜ୍ୟରେ କିଛିଦିନ ଧରି ସଂକ୍ରମଣ କମିବା ସହ ଗତ ୪ଦିନ ହେବ ପ୍ରାୟତଃ ସ୍ଥିର ଅବସ୍ଥାରେ ଥିଲା। ଗତ ୧୦ ତାରିଖରେ ୧୦,୪୧୩ ପଜିଟିଭ୍‌...

କର୍ମ ହିଁ ଭଗବାନ: ପରମାନକରି ଦେଖାଲେ ଡାକ୍‌ତର

ସମ୍ବଲପୁର,୧୯।୩ (ଡି.ଏନ୍‌.ଏ.)- କରୋନାର ମୁକାବିଲା, ସଚେତନତା ଆର ଚିକିଛା ଲାଗି ସୁଆସ୍‌ତିଅ ବିଭାଗର ମୁଖିଆ ଦାଇତିଅ ରହିଛେ। ଡାକ୍‌ତର, ନର୍ସ ଆର କରମ୍‌ଚାରୀମାନେ ନିଜର ଜୀବନ୍‌କେ...

କେନ୍ଦ୍ର ବିରୋଧରେ କଂଗ୍ରେସର ବିଶାଳ ସମାବେଶ

ଫୁଲବାଣୀ ଅଫିସ, ୨୧ା୧୧-କନ୍ଧମାଳ ଜିଲା କଂଗ୍ରେସ ପକ୍ଷରୁ ଗୁରୁବାର ଫୁଲବାଣୀରେ ବିଶାଳ ସମାବେଶ କରାଯାଇଛି । ବିଭିନ୍ନ କ୍ଷେତ୍ରରେ କେନ୍ଦ୍ର ସରକାରଙ୍କ ବିଫଳତା ଦର୍ଶାଇ ଦଳୀୟ...

ଅମ୍ଫନ ପ୍ରଭାବ: ଚାନ୍ଦବାଲି ଅଞ୍ଚଳରେ ବିଦ୍ୟୁତ ସରବରାହ ବନ୍ଦ

ଚାନ୍ଦବାଲି,୨୧ା୫(ଡି.ଏନ.ଏ.)-ବାତ୍ୟା ଅମ୍ଫନ ପ୍ରଭାବରେ ଚାନ୍ଦବାଲିର ସମସ୍ତ ଅଞ୍ଚଳରେ ମଙ୍ଗଳବାର ସାରୁ ବିଦ୍ୟୁତ୍‌ ସରବରାହ ବନ୍ଦ ରହିଛ। କେତେକ ସ୍ଥାନରେ ବିଦ୍ୟୁତ ଖୁଣ୍ଟ ଉପୁଡି ପଡ଼ିବା ସହ...

ବର୍ଷାରେ ଭୁସୁଡ଼ିଲା ଘର : ଅଳ୍ପକେ ବର୍ତ୍ତଲେ ପରିବାର ଲୋକେ

କାଳିଆପାଣି,୧୯ା୮(ଡି.ଏନ୍‌.ଏ.): ସୁକିନ୍ଦା ବ୍ଲକ ରାଁସୋଳ ପଞ୍ଚାୟତ ଅନ୍ତର୍ଗତ ରାଁସୋଳ ପାତ୍ରସାହିରେ ଶନିବାର ରାତ୍ରିରେ ପ୍ରବଳ ବର୍ଷା ଯୋଗୁ ରବିନାରାୟଣ ପାତ୍ରଙ୍କ ଗୃହ ଭୁସୁଡ଼ିପଡିଛି। ରବିବାର ସକାଳୁ...

Advertisement


Archives

Model This Week