ଘରଡିହ ପଟ୍ଟା ମିଳିବାର ୧୨ବର୍ଷ ବିତିଲା: ଚିହ୍ନଟ ହେଉନି ଜମି, ମିଳୁନି ଦଖଲ

ଢେଙ୍କାନାଳ ଅଫିସ, ୨୪।୧୨ – ଦୀର୍ଘ ୧୨ ବର୍ଷ ହେଲା ମିଳିଛି ଘରଡିହ। ହେଲେ ଜମି ଚିହ୍ନଟ ହେଉଛି ନା ମିଳୁଛି ଦଖଲ। କେବଳ ପଟ୍ଟା କବଲା ଧରି ହିନସ୍ତା ହେଉଛନ୍ତି ଢେଙ୍କାନାଳ ସଦର ବ୍ଲକ ଢେଙ୍କାନାଳ ସଦର ବ୍ଲକ ନଡିଆଳି ଗ୍ରାମର ଭୂମିହୀନ ଜନସାଧାରଣ। ବାରମ୍ବାର ପ୍ରଶାସନର ଦୃଷ୍ଟି ଆକର୍ଷଣ କରିବା ସତ୍ତ୍ୱେ ସୁଫଳ ନ ମିଳିବାରୁ ସେମାନେ ସୋମବାର ଜିଲା ପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି। ଏଥିସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ କରି ମାଗିଛନ୍ତି ନ୍ୟାଯ୍ୟଦାବି।
ଅଭିଯୋଗରୁ ଜଣାପଡିଛି, ୨୦୦୬ରେ ନଡ଼ିଆଳି ଗ୍ରାମକୁ ଏକ ସରକାରୀ କାର୍ଯ୍ୟକ୍ରମରେ ଆସିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ଅବସରରେ ସେ ଅଞ୍ଚଳର ଭୂମିହୀନଙ୍କୁ ଘରଡ଼ିହ ପଟ୍ଟା ପ୍ରଦାନ କରିଥିଲେ। ହେଲେ ବିଭାଗୀୟ ଅଧିକାରୀଙ୍କ ଉଦାସୀନତାରୁ ସେମାନଙ୍କ ଜମି ଚିହ୍ନଟ ହୋଇପାରି ନ ଥିଲା। ଦଖଲ ନ ମିଳିବାରୁ ସମ୍ପୃକ୍ତ ହିତାଧିକାରୀମାନେ ବ୍ୟକ୍ତିଗତ ଏବଂ ସାମୂହିକ ଭାବେ ବହୁବାର ଜିଲା ପ୍ରଶାସନ ଏବଂ ସଦର ତହସିଲ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ହେଲେ ସେମାନଙ୍କ କଥା କେହି ଶୁଣୁନାହାନ୍ତି। ଅନ୍ୟପଟେ ସ୍ଥାନୀୟ ଅଞ୍ଚଳର କେତେଜଣ ପ୍ରଭାବଶାଳୀ ବ୍ୟକ୍ତି ଉକ୍ତ ଜମିକୁ ନିଜ ଅକ୍ତିଆରକୁ ନେଇ ସାରିଲେଣି। ବ୍ୟକ୍ତିଗତ କାର୍ଯ୍ୟରେ ବ୍ୟବହାର ମଧ୍ୟ କରୁଛନ୍ତି। ତେଣୁ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ଘରଡିହ ପଟ୍ଟାରେ ଆଉ ଜାଗା ମିଳିବ କି ନାହଁି ତାହା ସନ୍ଦେହ ସୃଷ୍ଟି କରିଛି। ୧୫ଦିନ ଭିତରେ ଜମି ଚିହ୍ନଟ, ଦଖଲ ପ୍ରଦାନ କରିବା ସହ ଜବରଦଖଲକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଲିଙ୍ଗରାଜ ଦେହୁରୀ, ହେମ ଦେହୁରୀ, ଲକ୍ଷ୍ମଣ ଦେହୁରୀ, ହୀରା ଦେହୁରୀ, ଶୁକ ଦେହୁରୀ ପ୍ରମୁଖ ଦାବି କରିଛନ୍ତି। ଏ ସଂକ୍ରାନ୍ତରେ ଅତିରିକ୍ତ ଜିଲାପାଳ ଭବେଶ ନାୟକ କୁହନ୍ତି, ଅଭିଯୋଗ ହସ୍ତଗତ ହୋଇଛି । ଅନୁଧ୍ୟାନ କରାଯାଇ ପଦକ୍ଷେପ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

‘ହାତୀ-ଗିରିଦା’କୁ ପର୍ଯ୍ୟଟନସ୍ଥଳୀ ମାନ୍ୟତା ଦାବି

ଢେଙ୍କାନାଳ ଅଫିସ, ୬ା୨ : ଢେଙ୍କାନାଳର ମହାରାଜା ଭଗୀରଥ ମହେନ୍ଦ୍ର ବାହାଦୁରଙ୍କ ରାଜତ୍ୱ ସମୟରେ ବଣୁଆ ହାତୀଙ୍କୁ ପୋଷା ମନାଇବା ଲାଗି ଅନନ୍ତପୁର ସଂରକ୍ଷିତ ଜଙ୍ଗଲରେ...

କିମିଆ କରୁଛି କଣ୍ଢେଇ

ଢେଙ୍କାନାଳ ଅଫିସ, ୨୦।୧୨: ରଙ୍ଗବେରଙ୍ଗ କନାରେ ଢାଙ୍କି ହୋଇ ଆକର୍ଷଣୀୟ ଦେଖାଯାଉଛି ପ୍ଲାଷ୍ଟିକ୍‌ କଣ୍ଢେଇ। ରାସ୍ତାରେ ଯାଉଥିବା ଯାତ୍ରୀମାନେ ଏଭଳି ଚମତ୍କାର କାରିଗରି ଦେଖି ଅଟକି ଯାଉଛନ୍ତି...

ହାତୀ ପାଇଁ ହାତ ଟେକିଦେଲେ

ଢେଙ୍କାନାଳ ଜିଲାରେ ହାତୀ-ମଣିଷ ସଂଘର୍ଷ ଚରମ ସୀମାରେ ପହଞ୍ଚତ୍ଛି। ସଂରକ୍ଷିତ ଜଙ୍ଗଲରେ ଖାଦ୍ୟାଭାବ, ଶିକାରୀ ଭୟ ଏବେ ହାତୀ ଭଳି ବିଶାଳକାୟ ଜନ୍ତୁକୁ ଜନବସତିମୁହଁା କରାଉଛି।...

୫୦ ଫୁଟ ଉପରୁ ଖସି ଶ୍ରମିକ ମୃତ

ପରଜଙ୍ଗ, ୧୪।୨(ଡି.ଏନ.ଏ.) – ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ଦଦରାଘାଟି ଫାଣ୍ଡି ଅଧୀନ କୁଲେଇସ୍ଥିତ ଜିଏମ୍‌ ଆଇରନ୍‌ ଆଣ୍ଡ ଷ୍ଟିଲ କମ୍ପାନୀରେ ଗୁରୁବାର ଦୁର୍ଘଟଣା ଘଟି...

ଆଜି ବିରାଜିବେ ମା’ ଲକ୍ଷ୍ମୀ

ଢେଙ୍କାନାଳ ଅଫିସ, ୧୩ା୧୦ – ଗଣପର୍ବ ଲକ୍ଷ୍ମୀପୂଜାକୁ ନେଇ ଉତ୍ସବମୁଖର ହୋଇଉଠିଛି ଢେଙ୍କାନାଳ। ରଙ୍ଗିନ ଆଲୋକମାଳାରେ ଝଲସୁଛି ସହର। ସବୁଠି ଉତ୍ସାହ ଉଦ୍ଦୀପନା। ମା’ଙ୍କ ଅପେକ୍ଷାରେ...

ବିଶ୍ୱ ହକିକପ୍‌ ଉପଲକ୍ଷେ ଢେଙ୍କାନାଳରେ ପଥ ଉତ୍ସବ

ଢେଙ୍କାନାଳ ଅଫିସ,୮ା୧: ହକି ବିଶ୍ୱକପ୍‌ ଉପଲକ୍ଷେ ରବିବାର ଢେଙ୍କାନାଳ ପୌରାଞ୍ଚଳ, କାମାକ୍ଷାନଗର, ଭୁବନ ଓ ହିନ୍ଦୋଳ ବିଜ୍ଞାପିତ ଅଞ୍ଚଳ ପରିଷଦରେ ପଥ ଉତ୍ସବ ଅନୁଷ୍ଠିତ ହୋଇଥିଲା।...

୩ ଗ୍ରାମକୁ ସୁକନ୍ୟା ସମୃଦ୍ଧି ଟ୍ୟାଗ୍‌

ଢେଙ୍କାନାଳ ଅଫିସ, ୮।୧ ଭାରତ ସରକାରଙ୍କ ଡାକ ବିଭାଗ ପକ୍ଷରୁ ଢେଙ୍କାନାଳ ଜିଲାର ୩ ଗ୍ରାମକୁ ସମ୍ପୂର୍ଣ୍ଣ ସୁକନ୍ୟା ସମୃଦ୍ଧି ଟ୍ୟାଗ୍‌ ମିଳିଛି। ଗଁଦିଆ ବ୍ଲକ...

ହିନ୍ଦୋଳ ଉପଖଣ୍ଡ ଚିକିତ୍ସାଳୟ: ଜଣେ ଡାକ୍ତରରେ ଚାଲିଛି ଚିକିତ୍ସା

ହିନ୍ଦୋଳ,୧୦।୧୦(ଡି.ଏନ.ଏ)-ହିନ୍ଦୋଳ ବ୍ଲକର ପ୍ରମୁଖ ସ୍ବାସ୍ଥ୍ୟକେନ୍ଦ୍ରର ପ୍ରାଣ କେନ୍ଦ୍ର କୁହାଯାଉଥିବା ହିନ୍ଦୋଳ ଉପଖଣ୍ଡ ଚିକିତ୍ସାଳୟରେ ସ୍ବାସ୍ଥ୍ୟସେବା ବିଗିଡ଼ି ଯାଇଛି। ଗତ କିଛି ବର୍ଷ ହେବ ଏଠାରେ ବହୁ...

Advertisement
Archives

Model This Week