ଗୋଟିଏ ଘରେ ରହୁଛନ୍ତି ୧୪ ଜଣ, ରାଶନକାର୍ଡ ପାଇଁ ବିଡିଓଙ୍କୁ ଗୁହାରି

ଗଞ୍ଜାମ,୨୫ା୪(ଡି.ଏନ୍‌.ଏ.)- ଗଞ୍ଜାମ ଏନ୍‌ଏସି ୱାର୍ଡ ନଂ.୭ରେ ରୁହନ୍ତି ଶିବରାମ ମହାରଣାଙ୍କ ପରିବାର। ଗୋଟିଏ ଘରେ ଶିବରାମଙ୍କ ଦୁଇ ପୁଅ ଓ ୨ ବୋହୁ ଓ ଅବିବାହିତ ସାନ ପୁଅଙ୍କୁ ମିଶାଇ ମୋଟ ୧୪ ଜଣ ସଦସ୍ୟ ରହୁଛନ୍ତି। ଶିବରାମଙ୍କ ପରିବାର ନିତ୍ୟାନ୍ତ ଗରିବ ଶ୍ରେଣୀର ହୋଇଥିବାବେଳେ ଛୋଟମୋଟ କାଠ କାମ କରି ସେ ପରିବାର ଚଳାଇଥାନ୍ତି। କିନ୍ତୁ କରୋନା ଲକ୍‌ଡାଉନ ଯୋଗୁ ତାହା ଏବେ ବନ୍ଦ ରହିଛି। ଏଭଳି ପରିସ୍ଥିତିରେ ପରିବାର ଲୋକେ ବହୁ କଷ୍ଟରେ ଦିନ କାଟୁଛନ୍ତି। ନଁା ତାଙ୍କର ରାଶନ କାର୍ଡ ଅଛି, ନା ଆବାସ ଯୋଜନାରେ ଘର ଖଣ୍ଡେ ମିଳିଛି। ଏ ନେଇ ପୂର୍ବତନ ଏମ୍‌ପି ପ୍ରତିନିଧି ତଥା ଯୁବନେତା ସୁଧୀର କୁମାର ପାଢ଼ୀ ଓ ବିଜେଡି ଯୁବନେତା ରାକେଶ ରଞ୍ଜନ ଦାସ (ଶିଲୁ)ଉକ୍ତ ପରିବାରକୁ ସହାୟତାର ହାତ ବଢାଇଛନ୍ତି। କିଛି ଶୁଖିଲା ଖାଦ୍ୟ ପ୍ରଦାନ ସହ ଉକ୍ତ ପରିବାରକୁ ନେଇ ବିଡ଼ିଓ ଜ୍ୟୋତି ଶଙ୍କର ରାୟଙ୍କୁ ଭେଟି ସମସ୍ୟା ସମ୍ପର୍କରେ ଦୃଷ୍ଟି ଆକର୍ଷଣ କରିଛନ୍ତି। କଣ ପାଇଁ ସେ ରାଶନକାର୍ଡ ଓ ଆବାସ ଯୋଜନାରୁ ବଞ୍ଚତ୍ତ ରହିଛନ୍ତି ତଦନ୍ତ କଲା ପରେ ପଦକ୍ଷେପ ନିଆଯିବ ବୋଲି ବିଡିଓ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାଶନ ଦୋକାନ ସିଲ୍‌ କଲା ପୋଲିସ: ୨ କୋର୍ଟ ଚାଲାଣ

ଦିଗପହଣ୍ଡି,୧୦ା୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ନିକଟ ମୌଳାଭଣଞ୍ଜା ରାଧାନଗର ଗ୍ରାମର ରାଶନ ଦୋକାନୀ କବିରାଜ ବିଷୋୟୀଙ୍କୁ ଦିଗପହଣ୍ଡି ପୋଲିସ ଶୁକ୍ରବାର କେସ୍‌ ନଂ. ୭୫/୨୦ ଅନୁଯାୟୀ...

ବାଲିଆପାଳ ବିଡିଓଙ୍କ ପରେ ପ୍ରବାସୀ ଶ୍ରମିକଙ୍କୁ ଛେଣ୍ଡିପଦା ବିଡିଓଙ୍କ ଅଶାଳୀନ ବ୍ୟବହାର: ଅଡିଓ ଭାଇରାଲ

ଛେଣ୍ଡିପଦା,୧୪ା୫(ସ୍ବ.ପ୍ର.): ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ ବିଡିଓଙ୍କ ମହିଳା ଶ୍ରମିକମାନଙ୍କୁ ଅଶାଳୀନ ବ୍ୟବହାର ନେଇ ଗୁରୁବାର ଅଡିଓ ଭାଇରାଲ ହୋଇଛି। ଘଟଣାରୁ ପ୍ରକାଶ, ବୁଧବାର ଭୁବେନେଶ୍ବରରୁ...

ଅନୁଗୋଳ ଏନ୍‌କ୍ଲେଭର ଶିଳାନ୍ୟାସ: ୨ ପର୍ଯ୍ୟାୟରେ ନିର୍ମାଣ ହେବ ୬୧୩ ଘର

ଅନୁଗୋଳ ଅଫିସ, ୩୧ା୧୦ – ଦୀର୍ଘ ୧୫ ବର୍ଷର ପ୍ରତୀକ୍ଷା ପରେ ଓଡ଼ିଶା ଷ୍ଟେଟ ହାଉସିଂ ବୋର୍ଡ ପକ୍ଷରୁ ଅନୁଗୋଳ ଏନ୍‌କ୍ଲେଭର ଶିଳାନ୍ୟାସ କରାଯାଇଛି। ବୁଧବାର...

ଜାତୀୟ ରାଜପଥ ପାଇଁ ଅର୍ଥନୈତିକ ଅବରୋଧ: ଚେତାବନୀମରଣଯନ୍ତା ପାଲଟିଛି ଜାତୀୟ ରାଜପଥ ୩୫୩

ନୂଆପଡା ଅଫିସ,୨୦ା୫: ନୂଆପଡା ଜିଲାର ଲାଇଫ ଲାଇନ କୁହାଯାଉଥିବା ନୂଆପଡା-ଖଡିଆଳ ୩୫୩ ନମ୍ବର ଜାତୀୟ ରାଜପଥ ନିର୍ମାଣ କାମ ଆଜକୁ ୫/୬ବର୍ଷ ଆରମ୍ଭ ହୋଇଥିଲେ ହେଁ...

ମିଳିନି କ୍ଷତିପୂରଣ, ଉପଜିଲାପାଳ ଅଫିସ ଘେରିଲେ ଚାଷୀ

ବରଗଡ ଅଫିସ,୨୩।୯- ଚଳିତ ଖରିଫ ଚାଷ ପ୍ରାୟ ଅଧେ ସରିଯାଇଛି। ମାତ୍ର ଏ ପର୍ଯ୍ୟନ୍ତ ବରଗଡ ଜିଲା ପଦ୍ମପୁର ଉପଖଣ୍ଡ ପାଇକମାଳ ବ୍ଲକର ଲଖମରା, ଭେଙ୍ଗରାଜପୁର,...

ଛୁଟି ମଞ୍ଜୁର ପାଇଁ ମହିଳା ସ୍ବାସ୍ଥ୍ୟକର୍ମୀଙ୍କଠାରୁ ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଲେ ଡାକ୍ତର

ସୁନ୍ଦରଗଡ଼,୨୯।୧(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା ହେମଗିର ସ୍ବସ୍ଥ୍ୟକେନ୍ଦ୍ର ଅଧିକାରୀ ଡା. ଶ୍ରଦ୍ଧାକର ଗଡତିଆ ଶୁକ୍ରବାର ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଜଣେ ମହିଳା ସ୍ବାସ୍ଥ୍ୟକର୍ମୀଙ୍କଠାରୁ ଲାଞ୍ଚନେଇ ସେ ଧରାପଡ଼ିଥିବା...

ଦଶାଶ୍ୱମେଧ ଘାଟ ନିକଟରୁ ପ୍ରାଚୀନ ମୂର୍ତ୍ତି ଉଦ୍ଧାର

ଯାଜପୁର ଟାଉନ,୪ା୪(ଡି.ଏନ୍‌.ଏ.): ଯାଜପୁର ସହରସ୍ଥିତ ଦଶାଶ୍ୱମେଧ ଘାଟ ନିକଟ ବୈତରଣୀ ନଦୀରୁ ରବିବାର ସ୍ଥାନୀୟ ଲୋକଙ୍କ ଦ୍ୱାରା ବହୁ ପ୍ରାଚୀନ ମୂର୍ତ୍ତି ଉଦ୍ଧାର କରାଯାଇଛି। ଯାଜପୁର...

ସାଧାରଣତନ୍ତ୍ର ଦିବସରେ ପତାକାକୁ ଅସମ୍ମାନ, ଓଲଟା ଉଡ଼ିଲା ତ୍ରିରଙ୍ଗା

ଦିଗପହଣ୍ଡି,୨୬।୧: ଦିଗପହଣ୍ଡି ଏନ୍‌ଏସି ପକ୍ଷରୁ ସ୍ଥାନୀୟ ଗାନ୍ଧୀ ଛକଠାରେ ସାଧାରଣତନ୍ତ୍ର ଦିବସ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଏନ୍‌ଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରଫୁଲ୍ଲ ଚନ୍ଦ୍ର ଡାକୁଆ...

Advertisement
Archives

Model This Week