ଗୁଗଲ, ଆପଲ ଆପ୍‌ ଷ୍ଟୋରରୁ ହଟିଲା ଟିକ୍‌ଟକ୍‌

ନୂଆଦିଲ୍ଲୀ,୧୮-୪: ଗୁଗଲ ଏବଂ ଆପଲ ନିଜର ଆପ୍‌ ଷ୍ଟୋରରୁ ଟିକଟକ ଆପ୍‌କୁ ହଟାଇ ଦେଇଛି। ମାଡ୍ରାସ ହାଇକୋଟର୍ର୍ ଭାରତରେ ଏହି ଆପ୍‌କୁ ବ୍ୟାନ କରିବା ପରେ ଏଥିରେ ସୁପ୍ରିମକୋର୍ଟ ହସ୍ତକ୍ଷେପ କରି ନ ଥିଲେ। ଫଳରେ ଏବେ ଏହି ଆପ୍‌କୁ ହଟାଇ ଦେବା ଲାଗି ଗୁଗଲ ଓ ଆପଲ ବାଧ୍ୟ ହୋଇଛି। ଗୁଗଲ ପ୍ଲେ ଷ୍ଟୋର ଓ ଆପଲ୍‌ର ଆପ୍‌ ଷ୍ଟୋରରେ ଏବେ ଟିକଟକକୁ ଖୋଜିଲେ ମିଳୁ ନାହିଁ। ସୂଚନାଥାଉ କି, ମାଡ୍ରାସ ହାଇକୋର୍ଟ ଏପ୍ରିଲ ୩ରେ ଏହି ଆପ୍‌କୁ ବ୍ୟାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ ଏବଂ କେନ୍ଦ୍ର ସରକାର ଏ ଦିଗରେ ପଦକ୍ଷେପ ନେବାକୁ କହିଥିଲେ। ଏହି ମୋବାଇଲ ଆପ୍‌ ଜରିଆରେ ପର୍ନୋଗ୍ରାଫି ଏବଂ ଆପତ୍ତିଜନକ ସାମଗ୍ରୀ ଉପଲବ୍ଧ କରାଯାଉଛି ବୋଲି ମିଡିଆ ରିପୋର୍ଟକୁ ଆଧାର କରି ହାଇକୋର୍ଟ ରାୟ ଦେଇଥିଲେ। ମିଡିଆ ମଧ୍ୟ ଟିକଟକ ଆପ୍‌ ନ ଚଳାଇବାକୁ ଅଦାଲତ ନିର୍ଦ୍ଦେଶ ଦେଇଥିଲେ। ମାଡ୍ରାସ ହାଇକୋର୍ଟ ରାୟ ଓ ସୁପ୍ରିମକୋର୍ଟ ରହିତାଦେଶ ଦେବାକୁ ମନା କରିଦେବା ପରେ ମଧ୍ୟ ଟିକଟକ ପ୍ରସାରଣ ଜାରି ରହିଥିଲା। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଗୁଗଲ ଓ ଆପଲକୁ ହାଇକୋର୍ଟ ରାୟ ପାଳନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ତେବେ ଏଠାରେ ଉଲ୍ଲେଖ କରାଯାଇପାରେ ଯେ, ପୂର୍ବରୁ ଡାଉନଲୋଡ ହୋଇଥିବା ଏହି ଆପ୍‌ ପ୍ରସାରଣ ସମ୍ଭବ ହେଉଥିବାରୁ ହାଇକୋର୍ଟ ରାୟ ସମ୍ପୂର୍ଣ୍ଣ କାର୍ଯ୍ୟକାରୀ କରିବା ସମ୍ଭବ ହେବ ନାହିଁ ବୋଲି କୁହାଯାଉଛି। ବର୍ତ୍ତମାନର ବ୍ୟବହାରକାରୀ ଏହାକୁ ଶେୟାରଇଟ୍‌ ଭଳି ଆପ୍‌ ଜରିଆରେ ଶେୟାର କରିପାରିବେ। ଶେୟାର ହେବା ପରେ ଜଣେ ନୂଆ ବ୍ୟବହାରକାରୀ ଏହାକୁ ଇନ୍‌ଷ୍ଟଲ କରି ବ୍ୟବହାର କରିପାରିବେ। ଏହାକୁ ରୋକାଯିବା ଆବଶ୍ୟକ। ସୂଚନାଥାଉ କି, ଚାଇନାର ଏହି ଆପ୍‌ ଭାରତରେ ଯୁବବର୍ଗଙ୍କ ଭିତରେ ବେଶ ଲୋକପ୍ରିୟ ହୋଇପାରିଛି।


Enter your email to get our daily news in your inbox.

All Right Reserved By Dharitri.Com

‘ବିବିଧ ସେ ବିଶ୍ୱାସ ସ୍କିମ୍‌’ ପେମେଣ୍ଟ

ନୂଆଦିଲ୍ଲୀ,୩୦।୮: ପ୍ରତ୍ୟକ୍ଷ ଟିକସ କ୍ଷେତ୍ରରେ ବିଭିନ୍ନ ଅନୁପାଳନ ସୀମାକୁ ସରକାର ବଢାଇଛନ୍ତି। କରୋନା ମହାମାରୀକୁ ଧ୍ୟାନରେ ରଖି ସରକାର ଟିକସଦାତାଙ୍କ ସୁବିଧା ଲାଗି ଏଭଳି କରିଥିବା...

ପିଏନ୍‌ବି ଭୁବନେଶ୍ୱର ମଣ୍ଡଳର ନୂତନ ମଣ୍ଡଳ ମୁଖ୍ୟ

ଭୁବନେଶ୍ୱର,୧୮।୪: ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ (ପିଏନ୍‌ବି) ଭୁବନେଶ୍ୱର ମଣ୍ଡଳର ନୂତନ ମଣ୍ଡଳ ମୁଖ୍ୟ ଭାବେ ଲକ୍ଷ୍ମୀକାନ୍ତ ମିଶ୍ର ନିକଟରେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ଏପରିକି ସେ...

ୱିମେନ୍‌ ଇଞ୍ଜିନିୟର୍ସ ପ୍ରୋଗ୍ରାମର ୫ମ ସଂସ୍କରଣ

ନୂଆଦିଲ୍ଲୀ,୧।୩: ଗ୍ଲୋବାଲ ଏଡ୍‌ଟେକ୍‌ କମ୍ପାନୀ ଟାଲେଣ୍ଟ ସ୍ପ୍ରିଣ୍ଟ ପକ୍ଷରୁ ଏକ ଅଭିନବ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି। ଏପରିକି କମ୍ପାନୀର ୱିମେନ୍‌ସ ଇଞ୍ଜିନିୟର୍ସ (ଡବ୍ଲ୍ୟୁଇ) ପ୍ରୋଗ୍ରାମର ୫ମ...

‘ସ୍ବତନ୍ତ୍ର ୫ଜି ୟୁଜର୍ସ ୧୦ ନିୟୁତରୁ ଅଧିକ’

ନୂଆଦିଲ୍ଲୀ,୨୮।୨: ଦେଶର ପ୍ରମୁଖ ଟେଲିକମ କମ୍ପାନୀ ଭାରତୀ ଏୟାରଟେଲ୍‌ ନିକଟରେ ଆଉ ଏକ ବିଶେଷ ସଫଳତା ହାସଲ କରିଥିବା ଜଣାପଡିଛି। ଏପରିକି ଏୟାରଟେଲ ନେଟ୍‌ୱର୍କରେ ସ୍ବତନ୍ତ୍ର...

୧୫୦ ଘରୋଇ ଟ୍ରେନ ଚଳାଇବାକୁ ଯୋଜନା

ନୂଆଦିଲ୍ଲୀ,୨୩-୯: ଆଗାମୀ ଦିନରେ ରେଳଯାତ୍ରୀମାନେ ଘରୋଇ ଟ୍ରେନରେ ଆରାମଦାୟକ ଯାତ୍ରାର ମଜା ଉଠାଇପାରିବେ। ଏହି ଟ୍ରେନଗୁଡ଼ିକ ଅତ୍ୟାଧୁନିକ ହେବା ସହ ଆରାମ୍‌ ଦୃଷ୍ଟିରୁ ବିଶ୍ୱସ୍ତରୀୟ ହେବ।...

୨୦୧୯-୨୦ରେ ଓଡ଼ିଶାକୁ ୫୧୨୨ କୋଟି ଟଙ୍କାର ଜିଏସ୍‌ଟି କ୍ଷତିପୂରଣ

ନୂଆଦିଲ୍ଲୀ,୨୭।୭: ଆର୍ଥତ୍କ ବର୍ଷ ୨୦୧୯-୨୦ରେ କେନ୍ଦ୍ର ସରକାର ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି) କ୍ଷତିପୂରଣ ବାବଦ ଓଡ଼ିଶାକୁ ମୋଟ ୫,୧୨୨ କୋଟି ଟଙ୍କା ପ୍ରଦାନ...

ଶିକ୍ଷା ବଜେଟ: ଖୋଲିବ ୧୦୦ ନୂଆ ସୈନିକ ସ୍କୁଲ

ନୂଆଦିଲ୍ଲୀ,୧ ।୨: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ ୨୦୨୧-୨୨ରେ ଶିକ୍ଷାକୁ ନେଇ ମହତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି । ସେ କହିଛନ୍ତି ନ୍ୟାଶନାଲ ଏଜୁକେଶନ ପଲିସକୁ ସ୍ୱାଗତ...

ଆଜିଠାରୁ ଓର୍‌ମାସ ଶିଶିର ସରସ ମେଳା

ଭୁବନେଶ୍ୱର,୧୩।୧:ପ୍ରତିବର୍ଷ ପରି ଚଳିତବର୍ଷ ମଧ୍ୟ ଓଡ଼ିଶା ସରକାରଙ୍କ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଅଧୀନ ଓର୍‌ମାସ ଦ୍ୱାରା ଜାତୀୟସ୍ତରୀୟ ହସ୍ତଶିଳ୍ପ ମେଳା ଶିଶିର ସରସ-୨୦୨୩...

Advertisement
Archives

Model This Week