କେରଳ ରୋଲ ମଡେଲ

ଆକାର ପଟେଲ

ଦେଶରେ ଲକ୍‌ଡାଉନ୍‌ ଲାଗୁକରି ୩୭,୦୦୦ ରୁ ୭୧,୦୦୦ କୋଭିଡଜନିତ ମୃତ୍ୟୁ ଟାଳି ଦେଇଛୁ ବୋଲି ସରକାର କହିଛନ୍ତି। ଯଦି ଦୁଇଟି ଲକ୍‌ଡାଉନ ଲାଗୁ କରାଯାଇ ନ ଥାଆନ୍ତା ତେବେ ଏବେ ସୁଦ୍ଧା ୧୪ ଲକ୍ଷରୁ ୨୯ ଲକ୍ଷ କୋଭିଡ୍‌-୧୯ କେସ୍‌ ସାମ୍‌ନାକୁ ଆସିବାର ସମ୍ଭାବନା ଥିଲା ବୋଲି ଏକ ଅନୁଧ୍ୟାନକୁ ଭିତ୍ତିକରି ପ୍ରକାଶ କରିଛନ୍ତି। ନୀତି ଆୟୋଗର ଜଣେ ସଦସ୍ୟ ଏପ୍ରିଲ ୨୪ରେ କହିଥିଲେ ଯେ,ମେ ଶେଷ ସୁଦ୍ଧା କୌଣସିି ନୂଆ କେସ୍‌ ରହିବନି ଓ ଏଥିପାଇଁ ସେ କ୍ଷମା ମାଗିିଛନ୍ତି। ଏହାର ସ୍ପଷ୍ଟୀକରଣ ଦେବାକୁ ଯାଇ ନୀତି ଆୟୋଗ ସଦସ୍ୟ ଶୁକ୍ରବାର(୨୨-୫-୨୦) କହିଥିଲେ ଯେ,ଗୋଟିଏ ନିର୍ଦ୍ଦିଷ୍ଟ ତାରିଖ ସୁଦ୍ଧା ନୂଆ କୋଭିଡ୍‌ କେସ୍‌ କିଛି ରହିବନି ବୋଲି କେହି କହିନାହାନ୍ତି। ଏଥିରେ ଭୁଲ ବୁଝାମଣା ହୋଇଛି, ଯାହାକୁ ସୁଧାରି ନେବା ଦରକାର। ଏହି ଭୁଲ୍‌ ବୁଝାମଣା ଲାଗି ମୁଁ ଦୁଃଖିତ ଓ ଏବଂ କ୍ଷମା ମାଗୁଛି। ଏକ ପ୍ରଶ୍ନର ଉତ୍ତରରେ ସେ ଏହା ସ୍ପଷ୍ଟ କରିଛନ୍ତି।
ନୀତି ଆୟୋଗ କୋଭିଡ୍‌ ପ୍ରେସ୍‌ କନ୍‌ଫରେନ୍ସରେ ତଥ୍ୟ ଆଧାରରେ ପ୍ରକାଶ କରିଛି ଯେ, ସରକାର ଏହି ସମୟରେ ଦୁଇଟି ଜିନିଷ ଉପରେ ଗୁରୁତ୍ୱ ଦେଇଛନ୍ତି। ଗୋଟିଏ ହେଉଛି ବୃଦ୍ଧି ପାଉଥିବା କୋଭିଡ୍‌ ସୁସ୍ଥ ହାର ଏବଂ ଦ୍ୱିତୀୟଟି ଭାରତର ପ୍ରଧାନମନ୍ତ୍ରୀଙ୍କ ଲକ୍‌ଡାଉନ୍‌ ରଣନୀତି । ଅନ୍ୟପକ୍ଷରେ ନୂଆ କେସ୍‌ ଉପରେ ଏହା ଧ୍ୟାନ ଦେଉ ନ ଥିତ୍ବା ମନେହେଉଛି। ସୁସ୍ଥତା ହାର ସୂଚାଉଛି ଯେ, ଯେଉଁମାନଙ୍କ ଠାରେ ସଂକ୍ରମଣ ଚିହ୍ନଟ କରାଯାଇଥିଲା, ଯେଉଁମାନଙ୍କୁ ପରୀକ୍ଷା କରାଯାଇ ପିଜିଟିଭ ମିଳିଥିଲା ସେମାନଙ୍କଠାରେ ପୁଣି ନେଗେଟିଭ ମିଳିଥିଲା। ଶନିବାର ସକାଳ ସୁଦ୍ଧା ପ୍ରାୟ ୧,୨୫ ଲକ୍ଷ ପଜିଟିଭ୍‌ କେସ୍‌ ମିଳିଥିଲା ଓ ଏହାର ଅଧାରୁ କିଛି କମ୍‌ ଅର୍ଥାତ ୫୨,୦୦୦ ସୁସ୍ଥ ହୋଇଥିଲେ। ବିଶ୍ୱରେ ୫୩ ଲକ୍ଷ ଲୋକ ସଂକ୍ରମିତ ହୋଇଥିବାବେଳେ ୨୩ ଲକ୍ଷ ଲୋକ ସୁସ୍ଥ ହୋଇଥିଲେ। ଚିରାଚରିତ ଧାରାରେ ସୁସ୍ଥତା ହାର ବଢି ବଢି ପାଖାପାଖି ୯୫ ପ୍ରତିଶତ ଯାଏ ପହଞ୍ଚିଯିବ । ସମ୍ଭବତଃ ଏହାଠାରୁ ଅଧିକ ରହିପାରେ। ଏପରି ହେବାର କାରଣ ହେଉଛି ଏବେ କୋଭିଡ୍‌ ଜନିତ ମୃତ୍ୟୁ ହାର ୬ ପ୍ରତିଶତ ରହିଛି। କୋଭିଡ୍‌ ମୃତ୍ୟୁହାର ଭାରତରେ ପାଖାପାଖି ୩ ପ୍ରତିଶତ । ଏଣୁ କୌଣସି ଏକ ସମୟରେ ଏଠାରେ ସୁସ୍ଥତା ହାର ୯୭ ପ୍ରତିଶତରେ ପହଞ୍ଚିଯିବ। ଏପରି କି ସରକାର ଯଦି କିଛି ନ କରନ୍ତି ଏହା ଘଟିବ। ତୁମେ ଥରେ ଯଦି ସଂକ୍ରମିତ ହୁଅ, ତେବେ ସେଥିରୁ କେମିତି ରକ୍ଷା ପାଇବ ସେ ଯାଏ ତୁମକୁ ଅପେକ୍ଷା କରିବାକୁ ହେବ। ଏହାର ମାନେ ନୁହେଁ ଯେ, ତୁମେ ଏବେ କୋଭିଡ୍‌ ମୁକ୍ତ, କାରଣ ସବୁଆଡେ ଅଧିକ ସଂକ୍ରମଣ ବ୍ୟାପିବାରେ ଲାଗିଛିି। ତେବେ କାହିଁକି ଆଉ କିଛି ନ କହି ସୁସ୍ଥତା ହାର କଥା କୁହାଯାଉଛି ତାହା ସ୍ପଷ୍ଟ ହେଉନି। ଲୋକମାନଙ୍କୁ ଆଶ୍ୱସ୍ତ କରିବା ଲାଗି ସମ୍ଭବତଃ ଏହା କରାଯାଉଛି।
ସମସ୍ୟା ହେଉଛି, ଏବେଠାରୁ ଆଗକୁ କିଛିଦିନ ଲାଗି ନୂଆ କେସ୍‌ ସଂଖ୍ୟା ନ୍ୟୁଜ୍‌ରେ ଆସିବାର ସମ୍ଭାବନା ରହିଛି। ମେ’ ଆରମ୍ଭରୁ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ପାଖାପାଖି ୨,୦୦୦ ଥିଲା। ଗତ ସପ୍ତାହରେ ଏହା ଥିଲା ୪,୦୦୦ ପାଖାପାଖି ଓ ଏବେ ଏହା ୬,୦୦୦ରୁ ଅଧିକ ରହିଛି। କେରଳ ବିନା ଅନ୍ୟ କେଉଁଠି ଏହା କମିବାର ସଂଙ୍କେତ ମିଳୁନାହିଁ। ଲକ୍‌ଡାଉନ୍‌ ଉଠିଗଲେ ଆଗକୁ କିଛି ସପ୍ତାହରେ ଅଧିକ ଲୋକଙ୍କ ପରୀକ୍ଷା କରାଯିବ ଓ ଏହି ସଂଖ୍ୟା ମଧ୍ୟ ବଢିିବ। ଯେଉଁ ଦେଶରେ ସ୍ବଚ୍ଛାକୃତ ଭାବେ ଲୋକମାେନେ ସାମାଜିକ ଦୂରତ୍ୱ ରକ୍ଷାକରୁଛନ୍ତି, ମାସ୍କ ଲଗାଉଛନ୍ତି ଓ ହାତ ସଫା କରୁଛନ୍ତି ସେଠାରେ ସଂକ୍ରମଣ ବୃଦ୍ଧି ସ୍ଥିର ରହିଛି କିମ୍ବା ନୂଆ କେସ୍‌ କମିଛି। ସେହି ସବୁ ଦେଶଗୁଡିକୁ ବାଦ ଦେଲେ ଅନ୍ୟ ଦେଶଗୁଡିକରେ ସଂକ୍ରମଣ ବୃଦ୍ଧିପାଇବାରେ ଲାଗିଛି। ୧୧ଟି ଦେଶରେ ୧ ଲକ୍ଷରୁ ଊର୍ଦ୍ଧ୍ୱ ସଂକ୍ରମିତ ରହିଛନ୍ତି। ଏମାନଙ୍କ ମଧ୍ୟରେ ବ୍ରାଜିଲ, ଭାରତ ଏବଂ ପେରୁରେ ସଂକ୍ରମଣ ଲଗାତର ବୃଦ୍ଧି ପାଉଛି। ଏଣୁ ସ୍ଥିତି କେତେ ଗମ୍ଭୀର ହୋଇପାରେ ତାହା ଜଣାପଡୁଛି। ଗତ ୫୦ଦିନ ଧରି ଆମେରିକାରେ ଦୈନିକ ୨୦,୦୦୦ରୁ ୩୫,୦୦୦ ନୂଆ କେସ୍‌ ସାମ୍‌ନାକୁ ଆସୁଛି। ଆମେରିକାରେ ୧.୪ କୋଟି ଲୋକଙ୍କର ପରୀକ୍ଷା କରାଯାଇଛିି। ୧୦ ଲକ୍ଷ ଲୋକରେ ଏହା ୪୨,୦୦୦ଙ୍କର ପରୀକ୍ଷା କରିଛି। ଅନ୍ୟପକ୍ଷରେ ଭାରତ ୧୦ ଲକ୍ଷରେ ମାତ୍ର ୨,୦୦୦ ଲୋକଙ୍କ ପରୀକ୍ଷା କରିଛି।
କମ୍‌ ପରୀକ୍ଷା କରାଯିବା ମାନେ ଅନେକ ସଂକ୍ରମିତ ସେମାନଙ୍କଠାରେ ସଂକ୍ରମଣ ରହିଥିବା ଜାଣିନାହାନ୍ତି ବୋଲି ଆମେ କହିପାରବା କି? ହଁ। ଏବକାର ମୃତ୍ୟୁ ହାରକୁ ଲକ୍ଷ୍ୟ କଲେ ଏହା ସପକ୍ଷରେ ଯଥେଷ୍ଠ ତଥ୍ୟ ରହିଛି କହିପାରିବା। ଗୁଜରାଟରେ ୧୩,୦୦୦ ଜଣ ସଂକ୍ରମିତ ହୋଇଛନ୍ତି ଓ ୮୦୦ ଜଣଙ୍କ ମୃତ୍ୟୁ ହୋଇଛି। ଏହି ରାଜ୍ୟର ମୃତ୍ୟୁ ହାର ଜାତୀୟ ମୃତ୍ୟୁ ହାରର ଦୁଇଗୁଣ। ପ୍ରାୟ ନିଶ୍ଚିତ ଯେ, ଅତିକମ୍‌ରେ ଗୁଜରାଟରେ ପରୀକ୍ଷା କରାଯାଇ ନ ଥିବା ଆଉ ୧୩,୦୦୦ ସଂକ୍ରମିତ ରହିଛନ୍ତି ଏବଂ ସେମାନେ ସଂକ୍ରମିତ ବୋଲି ଜାଣିନାହାନ୍ତି। ଅନ୍ୟମାନଙ୍କ ସହ ସେମାନେ ଏବେ କାମକୁ ଫେରୁଛନ୍ତି। ଅନ୍ୟପକ୍ଷରେ ସବୁ ପ୍ରବାସୀ ଶ୍ରମିକ ଘରକୁ ଯାଉଛନ୍ତି। ଏମାନେ ସମସ୍ତେ ପ୍ରତିଦିନ ନୂଆ କେସ ହାର ବୃଦ୍ଧି କରିବେ। ଗୋଟିଏ ସମୟରେ ଏହା ପୂରା ବଢିଯିବ ଓ ତା’ ପରେ କମିବାରେ ଲାଗିବ ଯାହା କୋଭିଡ୍‌-୧୯ରେ ଅଧିକ କ୍ଷତିଗ୍ରସ୍ତ ହୋଇଥିବା ଆମେରିକା, ଇଟାଲୀ ଓ ଇଂଲଣ୍ଡ ସମେତ ଅନ୍ୟ ଦେଶଗୁଡିକରେ ଦେଖିତ୍ବାକୁ ମିଳିିଛି। ଦୈନିକ ସାମ୍‌ନାକୁ ଆସୁଥିବା ନୂଆ କେସ୍‌ କେବଳ ଏକ ସାଂଖିକ ମାପ। ଅତୀତରେ ଲୋକମାନେ ନୂଆ କେସ୍‌ ଓ ସୁସ୍ଥତା ହାର ବିଷୟରେ ଯାହା କଳନା କରିଥିଲେ ତାହା ରହିବନି ,ଏହି ହାର ଆପଣାଛାଏ ବୃଦ୍ଧିପାଇବ।
ଆମେ କେତେ ଶୀଘ୍ର ଦୈନିକ ସଂକ୍ରମଣ କମାଇ ପାରିବା ତାହା କେବଳ କେରଳକୁ ହିଁ ଜଣା। ଦେଶରେ ଏହା ଗୋଟିଏ ରାଜ୍ୟ ଯେଉଁଠି ମାର୍ଚ୍ଚ ଆରମ୍ଭରେ ସବୁଠୁ ବେଶି କେସ୍‌ ସମ୍‌ନାକୁ ଆସିଥିଲା, କିନ୍ତୁ ଆଜି ଏହା ୧୭କୁ ଖସିଆସିଛି। ଏହାର ସଫଳତାକୁ ଗ୍ରହଣ କରାଯାଇଛି ଓ ସାରା ବିଶ୍ୱସ୍ତରରେ ଏହା ପ୍ରକାଶ କରାଯାଇଛି। କିନ୍ତୁ ଥରେ ହେଲେ ବି ପ୍ରଧାନମନ୍ତ୍ରୀ ଏହା ସମ୍ପର୍କରେ କିଛି କହିନାହାନ୍ତି। କେରଳ ଯାହା କରୁଛି ତାହା ଆମ ସମସ୍ତଙ୍କ ପାଇଁ ରୋଲ ମଡେଲ ବା ଅନୁକରଣୀୟ। ଏହା ଏକମାତ୍ର ରାଜ୍ୟ ଯେଉଁଠି ନୂଆ କେସ୍‌ ବଢୁନାହିଁ ଏବଂ କିଛି ଦିନ ହେବ ସମୁଦାୟ ସଂକ୍ରମିତଙ୍କ ମଧ୍ୟରୁ ସୁସ୍ଥତା ଲାଭ କରୁଥିବାରୁ ତାହା କମିବାରେ ଲାଗିଛି। କେରଳ ଯାହା କରୁଛି ତାହା ମହାରାଷ୍ଟ୍ର, ଗୁଜରାଟ ଓ ଦିଲ୍ଲୀ କରୁନାହାନ୍ତି ବୋଲି ଆମମାନଙ୍କ ମଧ୍ୟରୁ କେତେଜଣ ଜାଣିଛନ୍ତି? ଅନେକେ ହୁଏତ ଏହା ଜାଣିନାହାନ୍ତି। ଏହାର କାରଣ ହେଉଛି,କେନ୍ଦ୍ର ସରକାର ଦୈନିକ ନୂଆ କେସ ରୋକିବାରେ କୌଣସି ରୋଲ୍‌ ମଡେଲ ଅଛନ୍ତି ବୋଲି ସ୍ବୀକାର କରିବାକୁ ମନାକରି ଦେଇଛନ୍ତି।

Email:aakar.patel@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଜଣଙ୍କୁ ଦେଖି ଆଉ ଜଣେ

ପ୍ରକାଶ ତ୍ରିପାଠୀ ପ୍ରାୟତଃ ଦେଖାଯାଇଥାଏ ଯେ, ଜଣଙ୍କର ସଫଳତା ଅପେକ୍ଷା ବିଫଳତା ଅନେକଙ୍କୁ ଅଧିକ ପ୍ରଭାବିତ କରିଥାଏ। ଅମୁକ ଲୋକ ଦ୍ୱାରା ସେ କାମ ଯଦି...

ଦଳୀୟ ଚିହ୍ନରେ ପ୍ରାଣୀ

ପରିବେଶ ପରିଚିନ୍ତା ମାନେକା ଗାନ୍ଧୀ ବହୁ ବର୍ଷତଳେ ଯେତେବେଳେ ଟି.ଏନ୍‌. ଶେଷାନ୍‌ ନିର୍ବାଚନ କମିଶନର ଥିଲେ ସେତେବେଳେ ଡ. ଜୟଲଳିତାଙ୍କ ପାର୍ଟିର ନିର୍ବାଚନ ସଙ୍କେତ ଥିଲା...

ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଭାରତର ସ୍ଥିତି

ଡ. ଚିତ୍ତରଂଜନ ମିଶ୍ର ଯେତେବେଳେ ବିଶ୍ୱର ଏକ ବିଶାଳକାୟ ଔଦ୍ୟୋଗିକ କମ୍ପାନୀ ଜଣେ ଭାରତୀୟ ବଂଶୋଦ୍ଭବ ପ୍ରଯୁକ୍ତିବିଦ୍ୟା ବିଶାରଦଙ୍କୁ ନେତୃତ୍ୱ ଭାର ଅର୍ପଣ କରିଥାଆନ୍ତି, ସେତେବେଳେ...

ଏଇ ଭାରତରେ

ପିଲାଦିନେ ଦୁଃଖ କଷ୍ଟ ସହିଥିବା ବ୍ୟକ୍ତି ହିଁ ଦୁଖୀ ଓ ଅସହାୟଙ୍କ ପେଟ କଥା ଚିନ୍ତା କରିପାରନ୍ତି, ଯାହା କରୁଛନ୍ତି ଦିଲ୍ଲୀର ସରିତା କଶ୍ୟପ। ନିଜ...

ଗୁଜରାଟୀ ଷ୍ଟାଇଲ୍‌

ପ୍ରତିରକ୍ଷା ଉତ୍ପାଦନ ସଚିବ ରାଜ କୁମାର ସମୟ ପୂର୍ବରୁ ତାଙ୍କ ମୂଳ ଗୁଜରାଟ କ୍ୟାଡର୍‌କୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ରାଜ୍ୟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ରଭାଇ ପଟେଲଙ୍କ ଅନୁରୋଧ କ୍ରମେ...

ଏଇ ଭାରତରେ

ଚାଷ କରି ଅଧିକ ଆୟ କରିବାଠାରୁ ପ୍ରାଣୀଙ୍କ ଜୀବନ ଅଧିକ ମୂଲ୍ୟବାନ୍‌ ସାବ୍ୟସ୍ତ ହୋଇଛି ଜଣେ କୃଷକଙ୍କ ପାଇଁ। ଏହି କୃଷକ ଜଣକ ହେଉଛନ୍ତି ତାମିଲନାଡୁର...

ଦର୍ଶକ କମୁଛନ୍ତି

ଆକାର ପଟେଲ ତିନି ଦଶନ୍ଧି ମଧ୍ୟରେ ଏବେ ଟୋକିଓରେ ଅନୁଷ୍ଠିତ ଅଲିମ୍ପିକ୍ସର ଦର୍ଶକଙ୍କ ସଂଖ୍ୟା ସବୁଠୁ କମ୍‌ ରହିଛି ବୋଲି ନିିକଟରେ ଏକ ରିପୋର୍ଟରେ ପ୍ରକାଶ...

ଭକ୍ତବିହୀନ ରଥଯାତ୍ରା କାହା ପାଇଁ

ହରିଶଙ୍କର ମିଶ୍ର ଜଗତର ନାଥ ଜଗନ୍ନାଥଙ୍କର ବାରମାସରେ ତେରପର୍ବ ହେଲେ ବି ଶାସ୍ତ୍ରୀୟ ମତରେ ”ଦୋଳେ ଚ ଦୋଳଗୋବିନ୍ଦଂ ଚାପେ ଚ ମଧୁସୂଦନମ୍‌। ରଥେତୁ ବାମନଂ...

Advertisement
Archives

Model This Week