କୃଷି ଭିତ୍ତିଭୂମି ନିର୍ମାଣ କର

ଖାଦ୍ୟସାମଗ୍ରୀର ଆକାଶଛୁଆଁ ଦର ସାଧାରଣଲୋକଙ୍କୁ ହତାଶ କରିଚାଲିଛି। ଅଧିକାଂଶ ପରିବା ଦର ଏମିତି ବୃଦ୍ଧି ପାଇଛି ଯେ ତାହାକୁ ଗରିବ ଲୋକେ କିଣିବା ଅସମ୍ଭବ ହୋଇଯାଇଛି। ପିଆଜ ଓ ଆଳୁ ରୋଷେଇ ଘରେ କମ୍‌ ଦେଖିବାକୁ ମିଳୁଛି। କେବଳ ଉଚ୍ଚ-ମଧ୍ୟବିତ୍ତ ଏବଂ ଅତି ଧନୀ ଲୋକମାନେ ଏସବୁକୁ କିଣିପାରୁଛନ୍ତି। ଆମ ଓଡିଆ ସଂସ୍କୃତିରେ ଆଉ କିଛିଦିନ ପରେ ପଡିବ ଧର୍ମମାସ କାର୍ତ୍ତିକ। ଏହି ମାସରେ ରାଜ୍ୟରେ ପରିବା ଚାହିଦା ବଢ଼ିବ ଓ ଏହି କାରଣରୁ ପୁଣି ଦର ବୃଦ୍ଧି ଆରମ୍ଭ ହୋଇଯିବ। ଆମ ରାଜ୍ୟରେ ପିଆଜ ଓ ଆଳୁ ଏଭଳି ପରିବା ଯାହାର ଦର ବୃଦ୍ଧି ଆରମ୍ଭ ହେବା ମାତ୍ରେ ତାହା କିଛିଦିନ ମଧ୍ୟରେ ଅଣାୟତ୍ତ ହୋଇଯାଏ। ଅନ୍ୟସବୁ ପରିବା ଯାହା ସ୍ଥାନୀୟ ଅଞ୍ଚଳରେ ଉପତ୍ାଦନ ହୋଇଥାଏ ତାହା ଅଧିକ କିମ୍ବା ଯାହାଥିଲା ସେୟା ରହେ। ତେବେ ଏସବୁ ପରିବାର ଦରବୃଦ୍ଧି ହେବା ଲାଗି ସମୟ ଲାଗେ। ପ୍ରାକୃତିକ ବିପର୍ଯ୍ୟୟ ଯେହେତୁ ଓଡ଼ିଶାର ସାଥୀ ସେଥିପାଇଁ ଉପତ୍ାଦନରେ ବାଧା ଆସେ। ଶୀଘ୍ର ନଷ୍ଟ ହୋଇଯାଉଥିବା ପରିବାର ଚାହିଦା ମେଣ୍ଟାଇବା ପାଇଁ ଅନ୍ୟ ରାଜ୍ୟରୁ ଆମଦାନୀ କରିବା ଦ୍ୱାରା ଏହାର ମୂଲ୍ୟବୃଦ୍ଧି ହୋଇଥାଏ। ବାତ୍ୟା ଓ ବନ୍ୟାଭଳି ପ୍ରାକୃତିକ ବିପର୍ଯ୍ୟୟରେ ସଡ଼କ ଯୋଗାଯୋଗ ବିଚ୍ଛିନ ହୋଇଯାଏ। ଜାତୀୟ ରାଜପଥର ଅନେକ ଅଂଶ ଧୋଇଯିବା ଦ୍ୱାରା ଅନ୍ୟ ରାଜ୍ୟ ସହ ଯୋଗାଯୋଗ ସମ୍ଭବ ହୋଇପାରେନାହିଁ। ପ୍ରାକୃତିକ ବିପର୍ଯ୍ୟୟର ସାମାନ୍ୟ ପ୍ରଭାବରେ ପରିବହନ ବ୍ୟବସ୍ଥା ବି ବିଗିଡ଼ିଯାଏ। ତଥାପି ଏହି ସମସ୍ୟାର ଦୀର୍ଘମିଆଦୀ ସମାଧାନ ଲାଗି ଏପର୍ଯ୍ୟନ୍ତ କିଛି କରାଯାଇନାହିଁ। ଏଥିପାଇଁ ସ୍ବଳ୍ପମିଆଦୀ ପଦକ୍ଷେପ ନିଆଯାଇଛି। ଦର କମ୍‌ କରିବା ଲାଗି ଗୁପ୍ତରେ ଠୁଳ କରିଥିବା ବ୍ୟକ୍ତି ଉପରେ ଚଢାଉ କରାଯାଇ ଗଚ୍ଛିତ ସାମଗ୍ରୀକୁ ଜବତ କରିବା, ସର୍ବଭାରତୀୟ ସ୍ତରରେ ରପ୍ତାନି ବନ୍ଦ କରିବା କିମ୍ବା ମୂଲ୍ୟ କମ୍‌ କରିବା ଲାଗି ଆମଦାନୀକୁ ପ୍ରୋତ୍ସାହିତ କରିବା ଭଳି ପଦକ୍ଷେପ ନିଆଯାଉଛି। ତେବେ ଏହି ସବୁ ପଦକ୍ଷେପ ସାମଗ୍ରୀ ଯୋଗାଇ ଦେବାରେ ସକ୍ଷମ ହେଉନାହିଁ। ସେମାନେ କେବଳ ଏକ ସାମୟିକ ସହାୟତା ପାଇଁ ଯୋଗାଇଦିଅନ୍ତି। ଆଉ ମଧ୍ୟ ଏହି ସବୁ ପଦକ୍ଷେପଗୁଡ଼ିକ ଗ୍ରାହକଙ୍କ ସପକ୍ଷରେ ଏବଂ ଉପତ୍ାଦକଙ୍କ ବିରୋଧରେ ରହିଆସିଛି। ଏହା କୃଷକଙ୍କୁ ସେମାନଙ୍କ କୃଷି ଉପତ୍ାଦନ ବୃଦ୍ଧିକରିବାକୁ ବାରଣ କରେ, ଯାହାଦ୍ୱାରା ମୂଲ୍ୟ ଅସ୍ଥିରତା କମ୍‌ କରିବା ବଦଳରେ ତାହାକୁ ଜାରି ରଖୁଛି। ଏଥର ଉଭୟେ କେନ୍ଦ୍ର ଓ ରାଜ୍ୟ ସରକାର ଏହି ସମସ୍ୟା ଉପରେ ସମାନ ପ୍ରକାରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଏହାର ଫଳାଫଳ ନିଶ୍ଚିତଭାବେ ସାମୟିକ ରହିବ। ସରକାର ଏହାକୁ କୌଣସି ପ୍ରକାରେ ଅଣଦେଖା ନ କରି ଏହି ପୀଡ଼ାଦାୟକ ସଙ୍କଟ ପାଇଁ ଏବ ଦୀର୍ଘମିଆଦୀ ସମାଧାନର ନୂଆ ବାଟ କରିବାକୁ କ’ଣ ଚିନ୍ତା କରପାରିବେନାହିଁ?
ସରକାର ରାଜ୍ୟ ସ୍ତରରେ ଏକ ପ୍ରଭାବୀ କୃଷି ଭିତ୍ତିଭୂମି ସୃଷ୍ଟି କରିବାରେ ବିଫଳ ହୋଇଛନ୍ତି। ଏହାଯୋଗୁ ମୂଲ୍ୟବୃଦ୍ଧି ସମସ୍ୟାର ସ୍ଥାୟୀ ସମାଧାନ ହୋଇପାରୁନାହିଁ। ତେବେ କୃଷି ଭିତ୍ତିଭୂମି ଗଠନ କରିବା ଲାଗି ବିକଳ୍ପ ଭାବେ ଘରୋଇ କ୍ଷେତ୍ରକୁ ପ୍ରୋତ୍ସାହିତ କରିବା ସରକାରଙ୍କର ଏକ ଉତ୍ତମ ନିର୍ଣ୍ଣୟ ହୋଇପାରେ। ବଳକା ଧାନର ରାଜ୍ୟ ଭାବେ ଓଡ଼ିଶା ଜଣାଶୁଣା। ତେବେ ଧାନ ଗଚ୍ଛିତ କରି ରଖିବା ପାଇଁ ଏହା ପାଖରେ ଅଧିକ ଭଣ୍ଡାରଘର ବା ପଣ୍ୟାଗାର ନାହିଁ। ଏଠାରେ କୃଷକମାନେ ସେମାନଙ୍କ ଇଚ୍ଛାରେ ଧାନ ଚାଷ କରନ୍ତି ନାହିଁ , ବରଂ ବାଧ୍ୟବାଧକତାରେ ହିଁ କରିଥାନ୍ତି। ଧାନ ବଦଳରେ ସେମାନଙ୍କୁ ସହଯୋଗ ଦେବାର ଅନ୍ୟ ବିକଳ୍ପ ଫସଲ ନ ଥିବା ଯୋଗୁ ସେମାନେ ଏହା କରନ୍ତି। ଓଡ଼ିଶାରେ ମୋଟ ବଳକା ଧାନର ପରିମାଣ ପାଖାପାଖି ୩୫ ଲକ୍ଷ ମେଟ୍ରିକ ଟନ୍‌। କିନ୍ତୁ ଏହାର ଭଣ୍ଡାରଘରଗୁଡ଼ିକରେ ୧୫ ଲକ୍ଷ ମେଟ୍ରିକଟନରୁ ଅଧିତ୍କ ରଖାଯିବାର ବ୍ୟବସ୍ଥା ନାହିଁ। ଏଥି ମଧ୍ୟରୁ ୧୩ ଲକ୍ଷ ମେଟ୍ରିକ ଟନ୍‌ ସରକାରୀ ଭଣ୍ଡାରଘରେ ରହୁଥିବାବେଳେ ୨ ଲକ୍ଷମେଟ୍ରିକ ଟନ୍‌ ଘରୋଇ ମାଲିକାନାରେ ରହିଥିବା ଭଣ୍ଡାର ଘରେ ରଖାଯାଉଛି। କହିବାକୁ ଗଲେ ଧାନକୁ ରାଜ୍ୟରେ ଏଣେତେଣେ ରଖାଯାଉଛି। ରାଜ୍ୟରେ ଭଣ୍ଡାର କ୍ଷମତା ଅଧିକ ବଢାଇବାର ଜରୁରୀ ଆବଶ୍ୟକତା ରହିଛି। ଏହାଦ୍ୱାରା କୃଷକମାନେ ଅଧିତ୍କ ଧାନ ଚାଷ କରିବା ପାଇଁ ଆଗ୍ରହୀ ହେବେ। କଳାହାଣ୍ଡି ଜିଲାରେ ଚାଷୀମାନେ ପିଆଜ ଉପତ୍ାଦ କରି ତାହାକୁ କେଜି ପିଛା ୫ ଟଙ୍କାରେ ବିକ୍ରି କାରିବାକୁ ବାଧ୍ୟ ହେଲେ,କିନ୍ତୁ ଏବେ ସେମାନେ ଏହାକୁ ୮୦ ଟଙ୍କାରେ କିଣୁଛନ୍ତି। ଜିଲାରେ କୌଣସି ଭଣ୍ଡାରଘର ନ ଥିତ୍ବାରୁ ସେମାନେ ଏଭଳି ଅଭାବୀ ବିକ୍ରିର ସମ୍ମୁଖୀନ ହେବାକୁ ବାଧ୍ୟ ହେଲେ। ଗତ ବର୍ଷ ଜିଲାରେ ପାଖାପାଖି ୨,୫୦୦ ହେକ୍ଟର ଜମିରେ ପିଆଜ ଚାଷ କରାଯାଇ ପ୍ରାୟ ୩୮,୦୦୦ ଟନ୍‌ ଅମଳ କରାଯାଇଥିତ୍ଲା। ଧର୍ମଗଡ଼,ଗୋଲମୁଣ୍ଡା, ଜୟପାଟଣା, କୋକସରା,ମାଦିଗୁଡ଼ା ଆଦି ପଞ୍ଚାୟତ ସମେତ କେସିଙ୍ଗା ଓ ମଦନପୁର ରାମପୁର ବ୍ଲକ୍‌ର ଅନେକ ପଞ୍ଚାୟତରେ ପିଆଜ ଅମଳ ହୋଇଥିଲା। ତେବେ ଜିଲାରେ ଭଣ୍ଡାରଘରର ସୁବିଧା ନ ଥିବାରୁ ପିଆଜ ଚାଷୀମାନେ ଅଭାବୀ ବିକ୍ରି କରିବାକୁ ବାଧ୍ୟ ହୋଇଥିଲେ। କ୍ଷତି ଭୟରେ ଏ ବର୍ଷ ବହୁ ପୁରୁଣା ପିଆଜ ଚାଷୀ ଏଥିରୁ ମୁହଁ ଫେରାଇ ନେଉଛନ୍ତି। କୃଷି ଉପତ୍ାଦିତ ସମାଗ୍ରୀର ସଂରକ୍ଷଣ ଦିଗରେ ଭଣ୍ଡାର ପ୍ରତିଷ୍ଠା ପାଇଁ ଘରୋଇ ନିବେଶକୁ ପ୍ରୋତ୍ସାହିତ କରିବା ପଦକ୍ଷେପ ନିଶ୍ଚିତ ଭାବେ ଏହି ଚାଷୀମାନଙ୍କୁ ଉତ୍ସାହିତ କରିବ। ଏପରିକି ବଲାଙ୍ଗୀର, ବୌଦ୍ଧ ଓ କନ୍ଧମାଳ ଜିଲାରେ ପିଆଜ ମଧ୍ୟ ଉପତ୍ାଦନ ହୁଏ ଓ ସେଠାରେ ଏହା ବହୁ ଚାଷୀଙ୍କୁ ଉତ୍ସାହିତ କରିବ। ସ୍ଥାନୀୟ ଅଞ୍ଚଳରେ ଭଣ୍ଡାର ସୁବିଧା ତଥା କୃଷକମାନଙ୍କ ଉପତ୍ାଦିତ ସାମଗ୍ରୀ ପାଇଁ ବଜାର ବ୍ୟବସ୍ଥା ସୃଷ୍ଟି କରାଗଲେ ସେମାନେ ଲମ୍ବା ସମୟ ଧରି ଏହି ଚାଷ କରିବା ପାଇଁ ଉତ୍ସାହିତ ହେବେ। ‘ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ’ରାଜ୍ୟରେ କୃଷି ଭିତ୍ତିଭୂମି ବଢ଼ାଇବା ଲାଗି କର୍ପୋରେଟ ହାଉସ୍‌ଗୁଡ଼ିକୁ ଆମନ୍ତ୍ରଣ କରିବା ଉଚିତ। ଏହା କୃଷିଜାତ ଉପତ୍ାଦର ମୂଲ୍ୟ ଅସ୍ଥିରତାକୁ ଶାନ୍ତ କରିବା ସହ ଅନ୍ୟ ରାଜ୍ୟ ଉପରେ ଆମର ନିର୍ଭରଶୀଳତାକୁ କମାଇପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଝାଡ଼ଖଣ୍ଡର ଚିତ୍ରଶିଳ୍ପୀ ପ୍ରକାଶ ଶାହ ମେଟାଲ, ପ୍ଲାଷ୍ଟିକ ଏବଂ ଶିଳ୍ପଜାତ ବର୍ଜ୍ୟକୁ ଆକର୍ଷଣୀୟ ପବ୍ଲିକ ଆର୍ଟରେ ପରିଣତ କରୁଛନ୍ତି। ସେ ସାହିବଗଞ୍ଜରେ ଓ୍ବେଷ୍ଟ ଟୁ ଓ୍ବଣ୍ଡର ପାର୍କ…

ରକ୍ତତୀର୍ଥ ଇରମ

ସାରା ଦେଶରେ ସ୍ବାଧୀନତା ପାଇଁ ଯେଉଁ ଆନ୍ଦୋଳନ ଆରମ୍ଭ ହେଲା ସେଥିରେ ଅନେକ ହଜାର କ୍ରାନ୍ତିକାରୀ ଯୋଗଦେଇ କାରାବରଣ କରିଥିଲେ। ଓଡ଼ିଶାରେ ଏହି ଆନ୍ଦୋଳନର ନେତୃତ୍ୱ ନେଇଥିଲେ…

ରାଷ୍ଟ୍ର ନିର୍ମାଣ ପ୍ରତି ସମର୍ପିତ ଜଣେ ମହାପୁରୁଷ

ଖୁବ୍‌ ସୁନ୍ଦର ଉକ୍ତିଟିଏ ଅଛି, ”ବୃକ୍ଷ କବହୁଁ ନହିଁ ଫଲ ଭଖୈ, ନଦୀ ନ ସଂଚୈ ନୀର୍‌। ପରମାରଥ କେ କାରନେ, ସାଧୁନ ଧରା ଶରୀର।“ ଏହାର…

ଘୃଣିତ ଜ୍ଞାନେଶ

ଦୁର୍ନୀତି କଥା ଉଠିଲେ ସାଧାରଣରେ ଆର୍ଥିକ ଦିଗକୁ ବୁଝାଯାଏ। କିନ୍ତୁ ତାହାର ପରିଭାଷା ଅତ୍ୟନ୍ତ ବ୍ୟାପକ। କ୍ଷମତା ବିସ୍ତାର ଲାଗି କିଛି ଲୋକଙ୍କୁ ଦବାଇ ଦେଇ ପ୍ରଭୁତ୍ୱ…

କ୍ଷମତାର ଦୁରୁପଯୋଗ

ଦୁର୍ନୀତି ଓ ଲାଞ୍ଚ, ଏହି ଦୁଇଟି ଶବ୍ଦକୁ ପରସ୍ପର ବଦଳରେ ବ୍ୟବହାର କରାଯାଇପାରେ। କିନ୍ତୁ ପ୍ରକୃତରେ ଲାଞ୍ଚ ଶବ୍ଦ ୧୬ଶ ଶତାବ୍ଦୀରେ ଉତ୍ପତ୍ତି ହୋଇଥିଲା। ଏହାର ଅର୍ଥ…

ମହଙ୍ଗା ମାଡ଼

ମହଙ୍ଗା ଭାର ନିମ୍ନ ଆୟକାରୀ ଓ ଗରିବ ପରିବାର ଅଧିକ ଅନୁଭବ କରନ୍ତି। ଦରଦାମର ସାମାନ୍ୟ ବୃଦ୍ଧି ସେମାନଙ୍କ ପାଇଁ ବଡ଼ ଆଘାତ ହୋଇଥାଏ। ଦିନ ମଜୁରିଆ…

କୁକି-ମେଇତି ହିଂସାର ଦିଗ

ଇମ୍ଫାଲ ଉପତ୍ୟକାରେ ଶାନ୍ତି ପାଇଁ ଉଦ୍ୟମ ସତ୍ତ୍ୱେ ଅଶାନ୍ତିର ନିଆଁ ଜଳିଉଠୁଛି ସମୟାନ୍ତରରେ। ବର୍ତ୍ତମାନର ଏନ୍‌ଡିଏ ସମର୍ଥିତ ଭାଜପା ସରକାର ପୂର୍ବ କଂଗ୍ରେସ ସରକାରଙ୍କ ସମୟର ନିଶା…

ଅଧିକାରୀଙ୍କ ପାଇଁ ଏଆଇ

ଭାରତର ପ୍ରଶାସନିକ ବ୍ୟବସ୍ଥାରେ ପରବର୍ତ୍ତୀ ବଡ଼ ପରିବର୍ତ୍ତନ ହୁଏତ ଅନ୍ୟ କୌଣସି କ୍ୟାଡର୍‌ ସଂସ୍କାର କିମ୍ବା ନୂଆ ନିୟମାବଳୀ ମାଧ୍ୟମରେ ଆସି ନ ପାରେ। ବରଂ ଏହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?