ବଣଭୋଜି ସହ ଏଥର ଗ୍ଲାମ୍ପିଂର ମଜା

ଭୁବନେଶ୍ୱର,୩୦।୧୦(ବ୍ୟୁରୋ): ଶୀତ ଆଗମନ ସହ ଆରମ୍ଭ ହୋଇଛି ପର୍ଯ୍ୟଟନର ଋତୁ। ଏଭଳି ସମୟରେ କୋଭିଡ୍‌ କଟକଣା ମଧ୍ୟରେ ପର୍ଯ୍ୟଟନ ସ୍ଥଳୀଗୁଡିକରେ ପର୍ଯ୍ୟଟକଙ୍କ ଗହଳି ଚହଳି ମଧ୍ୟ ଦେଖିବାକୁ ମିଳୁଛି। ପୁରୀ, ଗୋପାଳପୁର, ଚାନ୍ଦବଲି, ଚନ୍ଦ୍ରଭାଗା ଆଦି ସମୁଦ୍ରକୂଳର ମଜାନେବା ସହ ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିର ପ୍ରାକୃତିକ ଶୋଭାକୁ ଉପଭୋଗ କରିବାକୁ ପର୍ଯ୍ୟଟକଙ୍କ ଆକର୍ଷଣ ବଢ଼ିଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଚଳିତବର୍ଷ କରୋନା ପାଇଁ ଲୋକେ ରାଜ୍ୟ ଓ ଦେଶ ବାହାରକୁ ଯିବାକୁ ଭୟ କରୁଥିବାରୁ ଓଡ଼ିଶାରେ ରହି କିଭଳି ଏଥର ଶୀତକୁ ଉପଭୋଗ କରିପାରିବେ ସେଥିପାଇଁ କେତେକ ପଦକ୍ଷେପ ହାତକୁ ନିଆଯାଇଛି। ପ୍ରାକୃତିକ ସୌନ୍ଦର୍ଯ୍ୟର ମଜାନେବା ଓ ସାଙ୍ଗସାଥୀଙ୍କ ମେଳରେ ମଉଜମସ୍ତି କରିବା ଲାଗି ଚଳିତବର୍ଷ ପ୍ରଥମଥର ପାଇଁ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ(ଓଟିଡିସି) ପକ୍ଷରୁ ବଣଭୋଜି ପ୍ୟାକେଜ୍‌ର ବ୍ୟବସ୍ଥା କରାଯାଇଛି। ଘରୋଇ ପର୍ଯ୍ୟଟକଙ୍କ ପାଇଁ ଏଭଳି ବ୍ୟବସ୍ଥା କରିଛି ଓଟିଡିସି। ପ୍ରାରମ୍ଭିକ ପର୍ଯ୍ୟାୟରେ ଭୁବନେଶ୍ୱର ଉପକଣ୍ଠ ଚନ୍ଦକା, ଡେରାସ, ଗୋଡ଼ିବାରି ଏବଂ ଭିତରକନିକା ଜାତୀୟ ଉଦ୍ୟାନର ଡାଙ୍ଗମାଳ ଓ ସାତକୋଶିଆର ବଡ଼ମୂଳ ପାଇଁ ବଣଭୋଜି ପ୍ୟାକେଜର ସୁବିଧା ଉପଲବ୍ଧ ହୋଇଛି।
ଚନ୍ଦକା, ଡେରାସ ଓ ଗୋଡ଼ିବାରି ପ୍ୟାକେଜ୍‌ରେ ପର୍ଯ୍ୟଟକମାନେ କୋଭିଡ୍‌ ଗାଇଡ୍‌ଲାଇନକୁ ପାଳନ କରି ଚନ୍ଦକା ଜଙ୍ଗଲରେ ଓପନ୍‌ ଜିପ୍‌ ସଫାରୀ, ସାଇକେଲିଂ ଓ ଟ୍ରେକିଂ ଆଦିର ଅନୁଭୂତି ନେଇପାରିବେ। ଏହି ପ୍ୟାକେଜ୍‌ରେ ପର୍ଯ୍ୟଟକଙ୍କୁ ସକାଳ ଜଳଖିଆଠାରୁ ଆରମ୍ଭ କରି ମଧ୍ୟାହ୍ନଭୋଜନ, ଚା’ କଫି ଆଦି ମିଳିବ। ଗୋଟିଏ ଥରରେ ଅତିବେଶିରେ ୬ଜଣ ଏଥିରେ ବୁକିଂ କରିପାରିବେ। ସେହିଭଳି ଡାଙ୍ଗମାଳ ବଣଭୋଜି ପ୍ୟାକେଜରେ ପର୍ଯ୍ୟଟକ ଓଟିଡିସି ପକ୍ଷରୁ କରାଯାଇଥିବା ଅତିଥିନିବାସରେ ଖାଇବା ସହ ଜଙ୍ଗଲ ଟ୍ରେକିଂ ଓ ବୋଟିଂର ମଜା ପାଇପାରିବେ। ସାତକୋଶିଆ ବଡ଼ମୂଳଠାରେ ଜଣେ ପର୍ଯ୍ୟଟକଙ୍କୁ ଖାଦ୍ୟପେୟ ସହ ଯାତାୟାତ ସୁବିଧା, ସାଇକେଲିଂ, ଟ୍ରେକିଂ, ବୋଟିଂ, କେନୋପି ୱାକ୍‌ ଆଦିର ଅନୁଭୂତି ମିଳିପାରିବ।
ଅନ୍ୟପକ୍ଷରେ କୋଣାର୍କ ପରେ ଏବେ ରାଜ୍ୟର ଆଉ ୫ ସ୍ଥାନରେ ଇକୋ ରିଟ୍ରିଟ୍‌ କରିବାକୁ ସ୍ଥିର ହୋଇଛି। ଭିତରକନିକା, ରାମଚଣ୍ଡୀ, ସାତକୋଶିଆ, ଦାରିଙ୍ଗବାଡ଼ି, ହୀରାକୁଦରେ ଇକୋ ରିଟ୍ରିଟ୍‌ କରାଯିବା ନେଇ ପର୍ଯ୍ୟଟନ ସଚିବ ବିଶାଲ୍‌ ଦେବ ସୂଚନା ଦେଇଛନ୍ତି। ସାତକୋଶିଆର ବଡ଼ମୂଳ ଏବଂ ଭିତରକନିକାର ନଳିତାପାଟିଆଠାରେ ଇକୋ ରିଟ୍ରିଟ୍‌ କରାଯିବ। ଡିସେମ୍ବର ୧ରୁ ୨୦୨୧ ଫେବୃୟାରୀ ୨୮ ମଧ୍ୟରେ ଏହିସବୁ ସ୍ଥାନରେ ମେଗା ଇଭେଣ୍ଟ ଆୟୋଜିତ ହେବ। ପର୍ଯ୍ୟଟକଙ୍କ ରହଣି ପାଇଁ ଗ୍ଲାମ୍ପିଂ (ଅତ୍ୟାଧୁନିକ ତଥା ଆମୋଦଦାୟକ ରହଣି) ସହ ବିଭିନ୍ନ ଆକ୍ଟିଭିଟିର ଆୟୋଜନ କରାଯିବ। ଏହାସାଙ୍ଗକୁ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ମ୍ୟୁଜିକାଲ୍‌ ନାଇଟ୍‌ ପ୍ରମୁଖ ଆକର୍ଷଣ ସାଜିବ। ଏହାଦ୍ୱାରା ଚଳିତ ପର୍ଯ୍ୟଟନ ଋତୁରେ ଅଧିକ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିହେବ ଏବଂ ନଇଁ ପଡ଼ିଥିବା ପର୍ଯ୍ୟଟନ ଶିଳ୍ପକୁ ଉପରକୁ ଉଠାଇ ହେବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି।
ଏହାବାଦ୍‌ ‘ଓଡ଼ିଶା ବାଇ ରୋଡ୍‌’ କ୍ୟାମ୍ପେନ୍‌ ଅଧୀନରେ ଓଡ଼ିଶାର ଗ୍ରାମାଞ୍ଚଳ ପର୍ଯ୍ୟଟନର ପ୍ରଚାର ପ୍ରସାରକୁ ଲକ୍ଷ୍ୟ ରହିଛି। ପର୍ଯ୍ୟଟକମାନେ ସମୁଦ୍ରରେ ସ୍ନାନ କରିବା ସମୟରେ ସେମାନଙ୍କ ସୁରକ୍ଷା ଉପରେ ଗୁରୁତ୍ବ ଦେବାକୁ କୁହାଯାଇଛି। ଏହାସହ ରାଜ୍ୟର ସମସ୍ତ ୩୫୦ ପର୍ଯ୍ୟଟନସ୍ଥଳୀରେ ପର୍ଯ୍ୟଟକଙ୍କୁ ଆନୁଷଙ୍ଗିକ ସୁବିଧା ସୁଯୋଗ ଯୋଗାଇ ଦେବା ସହ ପର୍ଯ୍ୟଟକମାନେ କୌଣସି ପ୍ରକାର ଅସୁବିଧାର ସମ୍ମୁଖୀନ ହେଲେ ସ୍ଥାନୀୟ ପୋଲିସ ତୁରନ୍ତ ସହାୟତା କରିବାକୁ ମଧ୍ୟ ନିର୍ଦ୍ଦେଶ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ହୋମ୍‌ଷ୍ଟେରୁ ମିଳିଲା ପ୍ରେମିକାଙ୍କ ମୃତଦେହ, ପ୍ରେମିକଙ୍କୁ ଅଟକ ରଖି…

ଗୁଆହାଟି,୨୮।୯: ଗୌହାଟୀ ବିଶ୍ୱବିଦ୍ୟାଳୟର ସମାଜଶାସ୍ତ୍ର ବିଭାଗର ଜଣେ ୨୧ ବର୍ଷୀୟା ଛାତ୍ରୀ ନିମିଷା ଠାକୁରିଆଙ୍କୁ ଗାରାଲ-ଧାରାପୁର ଅଞ୍ଚଳର ଏକ ହୋମ୍‌ଷ୍ଟେରୁ ମୃତ ଅବସ୍ଥାରେ ଉଦ୍ଧାର କରାଯାଇଛି। ଏହି…

ଦକ୍ଷିଣ ଆଫ୍ରିକାରେ ଗୁଳିକାଣ୍ଡ: ୨୭ ମୃତ

କେପ୍‌ ଟାଉନ୍‌,୨୮ା୯: ଦକ୍ଷିଣ ଆଫ୍ରିକୀୟ ସହରରେ ୨ଟି ଗୁଳିକାଣ୍ଡ ଘଟଣାରେ ଅନୂ୍ୟନ ୨୭ ଜଣଙ୍କ ମୃତ୍ୟୁ ହୋଇଛି। ପ୍ରଥମ ଘଟଣା ଶନିବାର ରାତିରେ ଜୋହାନ୍ସବର୍ଗ ନିକଟରେ ଥିବା…

ୟୁଏନ୍‌ଜିଏରେ ପାକିସ୍ତାନକୁ ନିନ୍ଦାକଲେ ଜୟଶଙ୍କର, କହିଲେ କ୍ରମାଗତ ଆତଙ୍କବାଦ ଚଳାଉଥିବା ଦେଶର…

ଜାତିସଂଘ,୨୮ା୯(ପି.ଟି.): ଜାତିସଂଘ ସାଧାରଣ ସଭା (ୟୁଏନ୍‌ଜିଏ)ରେ ଶନିବାର ଭାରତ ପାକିସ୍ତାନକୁ କଡ଼ା ସମାଲୋଚନା କରିଛି। ଆତଙ୍କବାଦକୁ ସ୍ବାଭାବିକ ରୂପ ଦେବା ଏବଂ ଏହାର ପ୍ରଭାବରୁ ରକ୍ଷା ପାଇବା…

ବାରଣ୍ଡାରେ ଚାଲିଛି ରୋଷେଇ, ମଧ୍ୟାହ୍ନଭୋଜନ ପାଇଁ ରାସ୍ତା ପାର ହେଉଛନ୍ତି ପିଲା

ନୟାଗଡ଼,୨୮ା୯(ଲୋକନାଥ ମିଶ୍ର): ଗୁଣାତ୍ମକ ଶିକ୍ଷାଦାନ ପାଇଁ ସରକାର ବିପୁଳ ଅର୍ଥ ଖର୍ଚ୍ଚ କରୁଥିଲେ ମଧ୍ୟ ଅନେକ ସ୍ଥାନରେ ଅସଜଡା ଭିତ୍ତିଭୂମିରେ ପରିବର୍ତ୍ତନ ଆସୁନାହିଁ। ଏପରି କି ଶୈକ୍ଷିକ…

କିଡ୍‌ନୀ ଖରାପ ହେଲେ ଆରମ୍ଭରୁ ଦେଖାଦିଏ ଏସବୁ ଲକ୍ଷଣ…

ଆମ ଶରୀରର ଏକ ମୁଖ୍ୟ ଓ ଦରକାରୀ ଅଙ୍ଗ ହେଉଛି କିଡ୍‌ନୀ। ଶରୀରରେ ପ୍ରଭାବିତ ହେଉଥିବା ରକ୍ତକୁ ଏହା ବିଶୋଧନ କରି, ଅଦରକାରୀ ତତ୍ତ୍ୱକୁ ନିଷ୍କାସନ କରିଥାଏ।…

ସାବାଡ଼ ହେବେ ଅମାନିଆ: ଗାଜଲବାଡ଼ି ଘାଟିରେ ଲାଗିବ ଓଭରହେଡ୍‌ ବ୍ୟାରିଅର, ଭାରୀଯାନ ଚଳାଚଳ କଲେ…

ଦାରିଙ୍ଗବାଡ଼ି,୨୮ା୯(ଅରୁଣ ସାହୁ): କନ୍ଧମାଳ ଓ ଗଞ୍ଜାମ ଜିଲାକୁ ସଂଯୋଗ କରୁଥିବା ଗାଜଲବାଡ଼ି ଘାଟି ରାସ୍ତାର କନ୍ଧମାଳ ଜିଲା ସୀମାନ୍ତ ବାଇମାଲା ଏବଂ ଗଞ୍ଜାମ ଜିଲା ସୋରଡ଼ା ବ୍ଲକ…

ଏଇ ଭାରତରେ

ଝାଡ଼ଖଣ୍ଡର ଚିତ୍ରଶିଳ୍ପୀ ପ୍ରକାଶ ଶାହ ମେଟାଲ, ପ୍ଲାଷ୍ଟିକ ଏବଂ ଶିଳ୍ପଜାତ ବର୍ଜ୍ୟକୁ ଆକର୍ଷଣୀୟ ପବ୍ଲିକ ଆର୍ଟରେ ପରିଣତ କରୁଛନ୍ତି। ସେ ସାହିବଗଞ୍ଜରେ ଓ୍ବେଷ୍ଟ ଟୁ ଓ୍ବଣ୍ଡର ପାର୍କ…

ରକ୍ତତୀର୍ଥ ଇରମ

ସାରା ଦେଶରେ ସ୍ବାଧୀନତା ପାଇଁ ଯେଉଁ ଆନ୍ଦୋଳନ ଆରମ୍ଭ ହେଲା ସେଥିରେ ଅନେକ ହଜାର କ୍ରାନ୍ତିକାରୀ ଯୋଗଦେଇ କାରାବରଣ କରିଥିଲେ। ଓଡ଼ିଶାରେ ଏହି ଆନ୍ଦୋଳନର ନେତୃତ୍ୱ ନେଇଥିଲେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?