ବଣଭୋଜି ସହ ଏଥର ଗ୍ଲାମ୍ପିଂର ମଜା

ଭୁବନେଶ୍ୱର,୩୦।୧୦(ବ୍ୟୁରୋ): ଶୀତ ଆଗମନ ସହ ଆରମ୍ଭ ହୋଇଛି ପର୍ଯ୍ୟଟନର ଋତୁ। ଏଭଳି ସମୟରେ କୋଭିଡ୍‌ କଟକଣା ମଧ୍ୟରେ ପର୍ଯ୍ୟଟନ ସ୍ଥଳୀଗୁଡିକରେ ପର୍ଯ୍ୟଟକଙ୍କ ଗହଳି ଚହଳି ମଧ୍ୟ ଦେଖିବାକୁ ମିଳୁଛି। ପୁରୀ, ଗୋପାଳପୁର, ଚାନ୍ଦବଲି, ଚନ୍ଦ୍ରଭାଗା ଆଦି ସମୁଦ୍ରକୂଳର ମଜାନେବା ସହ ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିର ପ୍ରାକୃତିକ ଶୋଭାକୁ ଉପଭୋଗ କରିବାକୁ ପର୍ଯ୍ୟଟକଙ୍କ ଆକର୍ଷଣ ବଢ଼ିଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଚଳିତବର୍ଷ କରୋନା ପାଇଁ ଲୋକେ ରାଜ୍ୟ ଓ ଦେଶ ବାହାରକୁ ଯିବାକୁ ଭୟ କରୁଥିବାରୁ ଓଡ଼ିଶାରେ ରହି କିଭଳି ଏଥର ଶୀତକୁ ଉପଭୋଗ କରିପାରିବେ ସେଥିପାଇଁ କେତେକ ପଦକ୍ଷେପ ହାତକୁ ନିଆଯାଇଛି। ପ୍ରାକୃତିକ ସୌନ୍ଦର୍ଯ୍ୟର ମଜାନେବା ଓ ସାଙ୍ଗସାଥୀଙ୍କ ମେଳରେ ମଉଜମସ୍ତି କରିବା ଲାଗି ଚଳିତବର୍ଷ ପ୍ରଥମଥର ପାଇଁ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ(ଓଟିଡିସି) ପକ୍ଷରୁ ବଣଭୋଜି ପ୍ୟାକେଜ୍‌ର ବ୍ୟବସ୍ଥା କରାଯାଇଛି। ଘରୋଇ ପର୍ଯ୍ୟଟକଙ୍କ ପାଇଁ ଏଭଳି ବ୍ୟବସ୍ଥା କରିଛି ଓଟିଡିସି। ପ୍ରାରମ୍ଭିକ ପର୍ଯ୍ୟାୟରେ ଭୁବନେଶ୍ୱର ଉପକଣ୍ଠ ଚନ୍ଦକା, ଡେରାସ, ଗୋଡ଼ିବାରି ଏବଂ ଭିତରକନିକା ଜାତୀୟ ଉଦ୍ୟାନର ଡାଙ୍ଗମାଳ ଓ ସାତକୋଶିଆର ବଡ଼ମୂଳ ପାଇଁ ବଣଭୋଜି ପ୍ୟାକେଜର ସୁବିଧା ଉପଲବ୍ଧ ହୋଇଛି।
ଚନ୍ଦକା, ଡେରାସ ଓ ଗୋଡ଼ିବାରି ପ୍ୟାକେଜ୍‌ରେ ପର୍ଯ୍ୟଟକମାନେ କୋଭିଡ୍‌ ଗାଇଡ୍‌ଲାଇନକୁ ପାଳନ କରି ଚନ୍ଦକା ଜଙ୍ଗଲରେ ଓପନ୍‌ ଜିପ୍‌ ସଫାରୀ, ସାଇକେଲିଂ ଓ ଟ୍ରେକିଂ ଆଦିର ଅନୁଭୂତି ନେଇପାରିବେ। ଏହି ପ୍ୟାକେଜ୍‌ରେ ପର୍ଯ୍ୟଟକଙ୍କୁ ସକାଳ ଜଳଖିଆଠାରୁ ଆରମ୍ଭ କରି ମଧ୍ୟାହ୍ନଭୋଜନ, ଚା’ କଫି ଆଦି ମିଳିବ। ଗୋଟିଏ ଥରରେ ଅତିବେଶିରେ ୬ଜଣ ଏଥିରେ ବୁକିଂ କରିପାରିବେ। ସେହିଭଳି ଡାଙ୍ଗମାଳ ବଣଭୋଜି ପ୍ୟାକେଜରେ ପର୍ଯ୍ୟଟକ ଓଟିଡିସି ପକ୍ଷରୁ କରାଯାଇଥିବା ଅତିଥିନିବାସରେ ଖାଇବା ସହ ଜଙ୍ଗଲ ଟ୍ରେକିଂ ଓ ବୋଟିଂର ମଜା ପାଇପାରିବେ। ସାତକୋଶିଆ ବଡ଼ମୂଳଠାରେ ଜଣେ ପର୍ଯ୍ୟଟକଙ୍କୁ ଖାଦ୍ୟପେୟ ସହ ଯାତାୟାତ ସୁବିଧା, ସାଇକେଲିଂ, ଟ୍ରେକିଂ, ବୋଟିଂ, କେନୋପି ୱାକ୍‌ ଆଦିର ଅନୁଭୂତି ମିଳିପାରିବ।
ଅନ୍ୟପକ୍ଷରେ କୋଣାର୍କ ପରେ ଏବେ ରାଜ୍ୟର ଆଉ ୫ ସ୍ଥାନରେ ଇକୋ ରିଟ୍ରିଟ୍‌ କରିବାକୁ ସ୍ଥିର ହୋଇଛି। ଭିତରକନିକା, ରାମଚଣ୍ଡୀ, ସାତକୋଶିଆ, ଦାରିଙ୍ଗବାଡ଼ି, ହୀରାକୁଦରେ ଇକୋ ରିଟ୍ରିଟ୍‌ କରାଯିବା ନେଇ ପର୍ଯ୍ୟଟନ ସଚିବ ବିଶାଲ୍‌ ଦେବ ସୂଚନା ଦେଇଛନ୍ତି। ସାତକୋଶିଆର ବଡ଼ମୂଳ ଏବଂ ଭିତରକନିକାର ନଳିତାପାଟିଆଠାରେ ଇକୋ ରିଟ୍ରିଟ୍‌ କରାଯିବ। ଡିସେମ୍ବର ୧ରୁ ୨୦୨୧ ଫେବୃୟାରୀ ୨୮ ମଧ୍ୟରେ ଏହିସବୁ ସ୍ଥାନରେ ମେଗା ଇଭେଣ୍ଟ ଆୟୋଜିତ ହେବ। ପର୍ଯ୍ୟଟକଙ୍କ ରହଣି ପାଇଁ ଗ୍ଲାମ୍ପିଂ (ଅତ୍ୟାଧୁନିକ ତଥା ଆମୋଦଦାୟକ ରହଣି) ସହ ବିଭିନ୍ନ ଆକ୍ଟିଭିଟିର ଆୟୋଜନ କରାଯିବ। ଏହାସାଙ୍ଗକୁ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ମ୍ୟୁଜିକାଲ୍‌ ନାଇଟ୍‌ ପ୍ରମୁଖ ଆକର୍ଷଣ ସାଜିବ। ଏହାଦ୍ୱାରା ଚଳିତ ପର୍ଯ୍ୟଟନ ଋତୁରେ ଅଧିକ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିହେବ ଏବଂ ନଇଁ ପଡ଼ିଥିବା ପର୍ଯ୍ୟଟନ ଶିଳ୍ପକୁ ଉପରକୁ ଉଠାଇ ହେବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି।
ଏହାବାଦ୍‌ ‘ଓଡ଼ିଶା ବାଇ ରୋଡ୍‌’ କ୍ୟାମ୍ପେନ୍‌ ଅଧୀନରେ ଓଡ଼ିଶାର ଗ୍ରାମାଞ୍ଚଳ ପର୍ଯ୍ୟଟନର ପ୍ରଚାର ପ୍ରସାରକୁ ଲକ୍ଷ୍ୟ ରହିଛି। ପର୍ଯ୍ୟଟକମାନେ ସମୁଦ୍ରରେ ସ୍ନାନ କରିବା ସମୟରେ ସେମାନଙ୍କ ସୁରକ୍ଷା ଉପରେ ଗୁରୁତ୍ବ ଦେବାକୁ କୁହାଯାଇଛି। ଏହାସହ ରାଜ୍ୟର ସମସ୍ତ ୩୫୦ ପର୍ଯ୍ୟଟନସ୍ଥଳୀରେ ପର୍ଯ୍ୟଟକଙ୍କୁ ଆନୁଷଙ୍ଗିକ ସୁବିଧା ସୁଯୋଗ ଯୋଗାଇ ଦେବା ସହ ପର୍ଯ୍ୟଟକମାନେ କୌଣସି ପ୍ରକାର ଅସୁବିଧାର ସମ୍ମୁଖୀନ ହେଲେ ସ୍ଥାନୀୟ ପୋଲିସ ତୁରନ୍ତ ସହାୟତା କରିବାକୁ ମଧ୍ୟ ନିର୍ଦ୍ଦେଶ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପାରେ ମିଶିବା ପରେ ଏମିତି କହିଲେ ପର୍ଶୁରାମ ଧଡ଼ା

ଭୁବନେଶ୍ବର, ୨୬।୪: ଭାଜପାରେ ସାମିଲ ହେବା ପରେ ସୋର ବିଧାୟକ ପର୍ଶୁରାମ ଧଡ଼ା ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ମୋଦିଙ୍କ ନେତୃତ୍ୱରେ ଭାରତ ବିକଶିତ ରାଷ୍ଟ୍ର...

VIDEO: ଅଟୋ ଚଳାଇ, ଆଖୁ ପେଡ଼ି ପ୍ରଚାର କଲେ ବିଜେଡି ଏମ୍‌ପି ପ୍ରାର୍ଥୀ ମନ୍ମଥ

ଭୁବନେଶ୍ବର, ୨୬।୪: ବିଜେଡି ଟିକେଟ୍‌ରେ ଭୁବନେଶ୍ବର ଲୋକ ସଭା ଆସନରୁ ପ୍ରାର୍ଥୀ ହୋଇଥିବା ମନ୍ମଥ ରାଉତରାୟ ନିର୍ବାଚନ ପାଇଁ ଜେରଦାର ପ୍ରଚାର କରୁଛନ୍ତି। ଏହି ସମୟରେ...

ଜଙ୍ଗଲରେ ନିଆଁ ଲଗାଇ କରୁଥିଲେ ବନ୍ୟଜନ୍ତୁ ଶିକାର: ମାଡ଼ିବସିଲା ବନ ବିଭାଗ

ଦାରିଙ୍ଗବାଡି,୨୬।୪(ଅରୁଣ ସାହୁ): ଜଙ୍ଗଲରେ ନିଆଁ ଲଗାଇ ଧ୍ବଂସ କରିବା ଏବଂ ଗରମରେ ବନ୍ୟଜନ୍ତୁ ଆଉଟୁପାଉଟୁ ହୋଇ ପାଣି ପିଇବାକୁ ଆସିବା ବେଳେ ଶିକାର କରୁଥିବା ୩ଜଣ...

ସାନଖେମୁଣ୍ଡି ବିଧାନସଭା ପାଇଁ ନାମାଙ୍କନ ପତ୍ର ଦାଖଲ କଲେ ବିଜେଡି ପ୍ରାର୍ଥିନୀ ସୁଶ୍ରୀ

ଛତ୍ରପୁର ୨୬। ୪ (ଦିଲ୍ଲୀପ କୁମାର ସାମଲ) : ଗଞ୍ଜାମ ଜିଲାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ଆଜିଠାରୁ ନାମଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ...

ମୁଖ୍ୟମନ୍ତ୍ରୀ ୨ଟି ଆସନରୁ ଲଢ଼ିବା ପ୍ରସଙ୍ଗରେ ଭାଜପା ନେତାଙ୍କ ଟାର୍ଗେଟ୍‌, କହିଲେ ପାଣ୍ଡିଆନଙ୍କୁ ପଛଦ୍ବାର ବାଟେ…

ଭୁବନେଶ୍ବର, ୨୬।୪: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଇଟି ଆସନରୁ ଲଢ଼ିବା ପ୍ରସଙ୍ଗରେ ଭାଜପା ନେତା ସମୀର ମହାନ୍ତି ଟାର୍ଗେଟ୍‌ କରିଛନ୍ତି। ସେ କହିଛନ୍ତି, ଗୁମାସ୍ତା, ରିମୋଟ୍‌...

ଉମରକୋଟରେ ପାଣ୍ଡିଆନଙ୍କ ହେଲିକପ୍ଟର ଯାଞ୍ଚ କଲା ପୋଲିସ

ଭୁବନେଶ୍ବର, ୨୬।୪: ଉମରକୋଟରେ ୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ହେଲିକପ୍ଟର ଯାଞ୍ଚ କରିଛନ୍ତି ମାଜିଷ୍ଟ୍ରେଟ ଓ ପୋଲିସ। ପ୍ରଚାର ପାଇଁ ଯାଇଥିବା ବେଳେ ହେଲିକପ୍ଟର ହୋଇଛି।...

ଭାଜପାରେ ସାମିଲ ହେଲେ ସୋର ବିଧାୟକ ପର୍ଶୁରାମ ଧଡ଼ା

ଭୁବନେଶ୍ବର, ୨୬।୪: ଭାଜପାରେ ସାମିଲ ହେଲେ ସୋର ବିଧାୟକ ପର୍ଶୁରାମ ଧଡ଼ା। ଶୁକ୍ରବାର ଭୁବନେଶ୍ବର ରାଜ୍ୟ କାର୍ଯ୍ୟାଳୟରେ ପହଞ୍ଚି ବିଧିବଦ୍ଧ ଭାବେ ସେ ପଦ୍ମ ଧରିଛନ୍ତି।...

ନିର୍ବାଚନୀ ପ୍ରଚାର ପାଇଁ ଓଡ଼ିଶା ଆସିବେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ

ଭୁବନେଶ୍ୱର,୨୬।୪: ଓଡ଼ିଶା ଆସିବେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା। ଆସନ୍ତା ୨୮ ତାରିଖରେ ନଡ୍ଡା ଦିନିକିଆ ଓଡ଼ିଶା ଗସ୍ତରେ ଆସିବେ। ନଡ୍ଡାଙ୍କ ଗସ୍ତକୁ ନେଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri