ବଇଣ୍ଡା,୫।୬(ଡି.ଏନ.ଏ.)- ଅନୁଗୋଳ ଜିଲା କିଶୋରନଗର ଥାନା ଇଲାକାରେ କିଛିଦିନ ହେବ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡ଼ିଛି। ପୋଲିସ ରାତି ପାଟ୍ରୋଲିଂ ବ୍ୟବସ୍ଥା କଡ଼ାକଡ଼ି କରୁ ନ ଥିବାରୁ ଅପରାଧ ବୃଦ୍ଧି ପାଉଥିବା ଅଭିଯୋଗ ହୋଇଛି। ଏ ନେଇ ଏସ୍ୟୁସିଆଇ (କମ୍ୟୁନିଷ୍ଟ) କିଶୋରନଗର ଶାଖା ପକ୍ଷରୁ ମଙ୍ଗଳବାର ଅନୁଗୋଳ ଏସ୍ପିଙ୍କୁ ଅଭିଯୋଗ କରାଯାଇଛି।
ଏସୟୁସିଆଇ ପକ୍ଷରୁ କୁହାଯାଇଛି, କିଶୋରନଗର ଥାନା ଅଞ୍ଚଳରେ କିଛି ମାସ ହେବ ଅପରାଧ ବୃଦ୍ଧି ପାଉଛି। କିଛିମାସ ତଳେ ଘୋଷର ଗ୍ରାମର ଜଣେ ଅବସରପ୍ରାପ୍ତ ଶିକ୍ଷକଙ୍କୁ କଟୁରିରେ ଦୁର୍ବୃତ୍ତମାନେ ଆକ୍ରମଣ କରି ଟଙ୍କା ଲୁଟି ନେଇଥିଲେ। ସେହିପରି ଜାନୁୟାରୀରେ ହିମିତିରା-ଅଙ୍ଗପଡ଼ା ରାସ୍ତାର ହିମିତିରା ନିକଟରେ କେନ୍ଦୁନାଳୀର ଜଣେ ବ୍ୟବସାୟୀଙ୍କୁ ଅଟକାଇ ୬୦ ହଜାର ଟଙ୍କା ଲୁଟ୍ କରାଯାଇଥିଲା। ଶନିବାର ବାମୁରରୁ ଧଉରାପାଲି ଅଭିମୁଖେ ଘରକୁ ଯାଉଥିବାବେଳେ ଖବରଦାତା ଗୌରଚନ୍ଦ୍ର ସାହୁଙ୍କୁ ଆକ୍ରମଣ ସହ ଲୁଟ୍ ଉଦ୍ୟମ ହୋଇଥିଲା। ବାରମ୍ବାର ଲୁଟ୍ ହେଉଥିଲେ ମଧ୍ୟ ପୋଲିସ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉ ନାହିଁ। ସେହିପରି ମଦ ସହ ଡିଜେଲ, ପେଟ୍ରୋଲ ଆଦିର ଚୋରା କାରବାର ବୃଦ୍ଧି ପାଉଛି। ଥାନାରେ ଫୋନ ଅଚଳ ଥିବାବେଳେ ଏହାକୁ ମରାମତି କରାଯାଉ ନାହିଁ। ମାସକୁ ଅଧାଦିନ ଫୋନ ଅଚଳ ରହୁଥିବା ଯୋଗୁ ଚୋରା ବ୍ୟବସାୟୀମାନେ ଖୁଲମ୍ଖୁଲା କୋଇଲା, କାଠ, କେନ୍ଦୁପତ୍ର ଚାଲାଣ କରୁଛନ୍ତି। ତୁରନ୍ତ ଏଥିପ୍ରତି ଅନୁଗୋଳ ଏସ୍ପି ଦୃଷ୍ଟି ଦେଇ ପଦକ୍ଷେପ ନ ନେଲେ ଆଗାମୀ ଦିନରେ ଆନ୍ଦୋଳନ କରାଯିବ ବୋଲି ତୀର୍ଥବାସୀ ଭୋଇ, ରମଣିରଞ୍ଜନ ପ୍ରଧାନ, ଆଲୋକ ପ୍ରଧାନ, ରଣଜିତ ଲାଲ ପ୍ରଧାନ ପ୍ରମୁଖ ଚେତାବନୀ ଦେଇଛନ୍ତି। ଏ ନେଇ କିଶୋରନଗର ଆଇଆଇସି ପ୍ରତିମା ମାଝିଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ କୌଣସି ଉତ୍ତର ନ ଦେଇ ପ୍ରସଙ୍ଗକୁ ଏଡ଼ାଇ ଯାଇଥିଲେ।

ବାଟ ଦେଖାଇଛି ତରଭୁଜ ଚାଷ
ପାଲଲହଡ଼ା, ୧୯ା୩ (ଦିବ୍ୟଜ୍ୟୋତି ଦାସ ): ପାଠପଢ଼ା ସରିବା ପରେ ନ ଥିଲା ଚାକିରି ଆଶା। ଚାକିରି ଦୌଡ଼ରୁ ବାହାରି ଚାଷ ମୁହାଁ ହୋଇଥିଲେ। ଏଥିପାଇଁ ସାହାରା...

ହିନ୍ଦ ମଜଦୁର ଶାଖା ପକ୍ଷରୁ ୫୦ ହଜାର ପ୍ରଦାନ
ତାଳଚେର, ୧୪ା୪(ଡି.ଏନ.ଏ.)- ହିନ୍ଦ ମଜଦୁର ତାଳଚେର ଶାଖା ପକ୍ଷରୁ ମଙ୍ଗଳବାର ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ୫୦ ହଜାର ଟଙ୍କା ପ୍ରଦାନ କରାଯାଇଛି। ଶାଖା ସଦସ୍ୟମାନେ ଉପଜିଲାପାଳ...

ଶିଳ୍ପ ଥାଇ ନିଯୁକ୍ତି ଆଶାୟୀ ନିରାଶ
ଯାଜପୁର ଅଫିସ/ଅନୁଗୋଳ ଅଫିସ୍/ରାୟଗଡ଼ା ଅଫିସ୍,୧୩ା୧୦: ଖଣିଜ ସମ୍ପଦରେ ଭରପୂର ଜିଲାରେ ଶିଳ୍ପ ପ୍ରତିଷ୍ଠା ପାଇଁ ଶିଳ୍ପପତିମାନେ ଆଗ୍ରହ ଦେଖାଇ ଆସୁଛନ୍ତି। ସରକାର ସେମାନଙ୍କୁ ଜମି, ପାଣି,...

ସମସ୍ୟା ସମାଧାନ ନ ହେଲେ ଆନ୍ଦୋଳନ
ଅନୁଗୋଳ ଅଫିସ,୧୦।୫ ଅନୁଗୋଳ ଜିଲାରେ ବିଦ୍ୟୁତ୍ କାଟ ଓ ପାନୀୟ ଜଳ ସମସ୍ୟା ସହ ଡିଏମ୍ଏଫ୍ରେ ହୋଇଥିବା ବ୍ୟାପକ ଦୁର୍ନୀତି ବିରୋଧରେ ଭାଜପା ଆନ୍ଦୋଳନକୁ ଓହ୍ଲାଇବ।...

ଫି ବୃଦ୍ଧିକୁ ଜୋରଦାର ବିରୋଧ: କଲେଜ ଗେଟ୍ରେ ତାଲା
ତାଳଚେର,୨୧ା୯(ନି.ପ୍ର.) – ରି ଆଡମିଶନ ଫି ବୃଦ୍ଧି ପ୍ରତିବାଦରେ ଶୁକ୍ରବାର ତାଳଚେର ସ୍ବୟଂଶାସିତ ମହାବିଦ୍ୟାଳୟ ଯୁକ୍ତ ୨ ଛାତ୍ରୀଛାତ୍ରମାନେ ଆନ୍ଦୋଳନକୁ ଓହ୍ଲାଇଥିଲେ। ଫଳରେ ଦୀର୍ଘ ସମୟ...

ସ୍ତ୍ରୀଙ୍କୁ ମାରି କୂଅରେ ପକାଇବା ଘଟଣା: ଅଭିଯୁକ୍ତ ସ୍ବାମୀଙ୍କୁ ୫ ବର୍ଷ ଜେଲ ଦଣ୍ଡାଦେଶ
ଅନୁଗୋଳ ଅଫିସ, ୩୦।୭:୨୦୧୬ ମସିହା ନଳଚନ୍ଦ୍ରପୁର ଗାଁରେ ଘଟିଥିବା ନବବଧୂ ହତ୍ୟା ଘଟଣାରେ ମଙ୍ଗଳବାର ରାୟ ପ୍ରକାଶ ପାଇଛି। ହତ୍ୟାକାରୀ ସ୍ବାମୀକୁ ୫ ବର୍ଷ କାରାଦଣ୍ଡ...

୨ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା, ଜଣଙ୍କ ଜୀବନଗଲା
ବଅଁରପାଳ, ୧୦।୧୨(ଡି.ଏନ.ଏ): ଅନୁଗୋଳ ଜିଲା ୧୪୯ ନଂ ଜାତୀୟ ରାଜପଥର ବଅଁରପାଳ ହସ୍ପିଟାଲ ଛକ ନିକଟରେ ବିଳମ୍ବିତ ରାତ୍ରିରେ ୨ଟି ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା...

ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ସହାୟତା
ବଇଣ୍ଡା,୬ା୫(ଡି.ଏନ୍.ଏ)-କରୋନା ମୁକାବିଲା ପାଇଁ ବୁଧବାର କିଶୋରନଗର ବ୍ଲକ ୫ ଟି ପଞ୍ଚାୟତର ଏମବିକେ ମହିଳା ସଙ୍ଗଠନ ପକ୍ଷରୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ୬୩୦୦ ଟଙ୍କା ସହାୟତା...