କିଏ ଶ୍ରୀରାଧା

ବିଭୂତି ପ୍ରସାଦ ବୋଷମଲ୍ଲିକ
ଶ୍ରୀରାଧା କିଏ? ପ୍ରାୟ ୯୯% ଲୋକ କହନ୍ତି ଯେ, ରାଧା ହେଉଛନ୍ତି ଶ୍ରୀକୃଷ୍ଣଙ୍କ ପ୍ରେମିକା। କିନ୍ତୁ ବାସ୍ତବରେ ଏମାନେ ରାଧାଙ୍କୁ ଜାଣନ୍ତି ନାହିଁ। ଭଗବାନ ଶ୍ରୀକୃଷ୍ଣଙ୍କ ତିନୋଟି ପ୍ରମୁଖ ଶକ୍ତି ଅଛି। ସ୍ବରୂପ ଶକ୍ତି, ଜୀବ ଶକ୍ତି ଏବଂ ମାୟା ଶକ୍ତି। ସ୍ବରୂପ ଶକ୍ତି ଭଗବାନଙ୍କ ନିଜସ୍ବ ବ୍ୟକ୍ତିଗତ ଶକ୍ତି। ଏହା ସେ କାହାକୁ ପ୍ରଦାନ କରନ୍ତି ନାହିଁ। ଏହି ସ୍ବରୂପ ଶକ୍ତିକୁ ପୁଣି ତିନି ଭାଗରେ ବିଭକ୍ତ କରାଯାଇଛି। ସତ୍‌ ସ୍ବରୂପ ଶକ୍ତି, ଚିତ୍‌ ସ୍ବରୂପ ଶକ୍ତି ଏବଂ ଆନନ୍ଦ ସ୍ବରୂପ ଶକ୍ତି। ଏହା ମଧ୍ୟରୁ ଆନନ୍ଦ ସ୍ବରୂପ ଶକ୍ତି ସର୍ବଶ୍ରେଷ୍ଠ । ଏହି ଆନନ୍ଦ ଶକ୍ତିର ସାରତତ୍ତ୍ୱ ହେଉଛି ହ୍ଲାଦିନୀ ଶକ୍ତି । ଏହି ହ୍ଲାଦିନୀ ଶକ୍ତିର ସାରଭୂତ ତତ୍ତ୍ୱ ହେଉଛି ପ୍ରେମ। ଏହି ପ୍ରେମର ସାର ତତ୍ତ୍ୱ ହେଉଛି ରାଧା ତତ୍ତ୍ୱ। ଗୌରାଙ୍ଗ ମହାପ୍ରଭୁ କହନ୍ତି, ଭଗବାନ ଶ୍ରୀକୃଷ୍ଣଙ୍କ ନିଜସ୍ବ ସବୁଠାରୁ ବ୍ୟକ୍ତିଗତ ଶକ୍ତି ହେଉଛି ରାଧାଶକ୍ତି। ରାଧାଙ୍କୁ ମହାଭାବରୂପା ମଧ୍ୟ କହନ୍ତି। ତେଣୁ ଶ୍ରୀକୃଷ୍ଣ ତାଙ୍କୁ ଉପାସନା କରନ୍ତି। ଯେପରି ଆତ୍ମାରାମ ନିଜ ଆତ୍ମାକୁ ଉପାସନା କରନ୍ତି। ଶ୍ରୀରାଧା ହେଉଛନ୍ତି ପରମାତ୍ମାଙ୍କ ଆତ୍ମା।
ରାଧା ତତ୍ତ୍ୱ ଉପରେ ଅଥର୍ବ ବେଦ, ଗୋପାଳ ତାପନୀୟ ଉପନିଷଦ, ରାଧିକା ତାପନୀୟ ଉପନିଷଦ, ନାରଦ ପାଞ୍ଚରାତ୍ର ନାରଦ ପୁରାଣ, ପଦ୍ମପୁରାଣ ଇତ୍ୟାଦି ବହୁ ଜାଗାରେ ବିଶଦ ଭାବରେ ବର୍ଣ୍ଣନା କରାଯାଇଛି। ସାଧାରଣ ଲୋକ ଏହିସବୁ ବେଦ, ଶାସ୍ତ୍ର ଏବଂ ପୁରାଣ ଇତ୍ୟାଦି ପଢି ବୁଝିପାରିବେ। ବହୁ ଆଚାର୍ଯ୍ୟ ଯେ କି ରାଧାକୃଷ୍ଣଙ୍କ ଭକ୍ତ ଥିଲେ ସମସ୍ତେ କୁହନ୍ତି, ଶ୍ରୀକୃଷ୍ଣ ଶକ୍ତିମାନ ଏବଂ ରାଧା ତାଙ୍କର ଶକ୍ତି। ଶକ୍ତିମାନ ଏବଂ ଶକ୍ତି ମଧ୍ୟରେ ଭେଦ ମଧ୍ୟ ଅଛି ଏବଂ ଅଭେଦତା ମଧ୍ୟ ଅଛି। କିନ୍ତୁ ଗୌରାଙ୍ଗ ମହାପ୍ରଭୁ କହନ୍ତି, ରାଧାକୃଷ୍ଣ ଦୁହେଁ ନିତ୍ୟ ଏବଂ ଅଭିନ୍ନ ଏକରୂପ ଅଟନ୍ତି। ଏଥିଯୋଗୁ ରାଧାକୃଷ୍ଣଙ୍କ ମଧ୍ୟରେ ଭେଦ ଥିବାର ବୁଦ୍ଧି ନ ଲଗାଇ ସେ ଦୁହେଁ ଏକ ବୋଲି ମାନିନେବା ଉଚିତ।
ଶ୍ରୀକୃଷ୍ଣଙ୍କ ପରି ରାଧାରାଣୀଙ୍କ ବହିରଙ୍ଗ, ଶାରୀରିକ, ଭୌତିକ ଏବଂ ସାଂସାରିକ ପରିଚୟ ବ୍ରହ୍ମାଣ୍ଡକ୍ଷ ପୁରାଣର ଷଷ୍ଠ ଏବଂ ସପ୍ତମ ଅଧ୍ୟାୟରେ ବିଶଦ ଭାବରେ ବର୍ଣ୍ଣିତ ଅଛି। କିନ୍ତୁ ଶ୍ରୀକୃଷ୍ଣ ଏବଂ ଶ୍ରୀରାଧା ହେଉଛନ୍ତି ଅଯୋନିଜନ୍ମା। ଉଭୟ ମାୟାଶକ୍ତି ଦ୍ୱାରା ସାଂସାରିକ ରୂପରେ ଆବିର୍ଭାବ କଥା ପୁରାଣମାନଙ୍କରେ ବର୍ଣ୍ଣିତ ହୋଇଛି। ଶ୍ରୀକୃଷ୍ଣଙ୍କର ଧରାପୃଷ୍ଠରେ ଆବିର୍ଭାବହେବା କଥା ଭାଗବତରୁ ସମସ୍ତେ ଜାଣନ୍ତି। ଏବେ ଆସନ୍ତୁ ଶ୍ରୀରାଧାଙ୍କର ଜନ୍ମ ବୃତ୍ତାନ୍ତ ବ୍ରହ୍ମାଣ୍ଡକ୍ଷ ପୁରାଣରେ କି ପ୍ରକାର ବର୍ଣ୍ଣିତ ଅଛି ଜାଣିବା।
ପୁରାତନ କାଳରେ ଜଣେ ରାଜା ଥିଲେ। ତାଙ୍କ ନାମ ଥିଲା ଇକ୍ଷାକୁ। ସେ ଜଣେ ସିଦ୍ଧ ମହାପୁରୁଷ ଥିଲେ। ତାଙ୍କ ପୁତ୍ରଙ୍କ ନାମ ଥିଲା ନୃଗ। ନୃଗଙ୍କ ପୁତ୍ରଙ୍କ ନାମ ଥିଲା ସୁଚନ୍ଦ୍ର।
ଅର୍ଜମାଳୀ ବୋଲି ଜଣେ ମୁନି ଥିଲେ। ତାଙ୍କର ତିନୋଟି ମାନସୀ କନ୍ୟା ଥିଲେ। ସେମାନଙ୍କ ନାମ ଯଥାକ୍ରମେ କଳାବତୀ, ମେନକା ଏବଂ ରତ୍ନମାଳା ଥିଲା। କଳାବତୀ ସୁଚନ୍ଦ୍ରଙ୍କୁ ଦିଆଯାଇଥିଲା। ମେନକା ହିମାଳୟଙ୍କୁ ବିବାହ କରିଥିଲେ ଏବଂ ରତ୍ନମାଳା ବିଦେହଙ୍କୁ ବିବାହ କରିଥିଲେ। ସୁଚନ୍ଦ୍ର ଏବଂ କଳାବତୀ ବ୍ରହ୍ମଚର୍ଯ୍ୟ ପାଳନ କରି ତପଶ୍ଚର୍ଯ୍ୟା କରିଥିଲେ ଦେବତାଙ୍କ ବାରବର୍ଷ। ଦେବତାଙ୍କ ଏକବର୍ଷ ଆମ୍ଭମାନଙ୍କ ତିନି ଲକ୍ଷ ଷାଠିଏ ହଜାର ବର୍ଷ। ସେହି ବାର ବର୍ଷ ଆମ୍ଭମାନଙ୍କ ତେୟାଳିଶ ଲକ୍ଷ କୋଡିଏ ହଜାର ବର୍ଷ। ଉଭୟଙ୍କ କଠୋର ତପସ୍ୟା ପରେ ବ୍ରହ୍ମା ପ୍ରକଟ ହୋଇଥିଲେ। ବ୍ରହ୍ମାଙ୍କ ଆଦେଶ ଅନୁସାରେ ଦୁହେଁ ଦିବ୍ୟଲୋକ ଗମନ କଲେ। ବ୍ରହ୍ମା ସେମାନଙ୍କୁ ବର ଦେଇଥିଲେ ଦ୍ୱାପର ଯୁଗରେ ଦୁହେଁ ବୃଷଭାନୁ ଓ କୀର୍ତ୍ତି ରୂପରେ ଜନ୍ମ ନେବେ ଏବଂ ତାଙ୍କ ଘରେ ରାଧା ଆବିର୍ଭାବ ହେବେ।
ଦ୍ୱାପର ଯୁଗରେ ସୁରଭାନୁ ବୋଲି ଜଣେ ରାଜା ଥିଲେ। ତାଙ୍କ ଘରେ ସୁଚନ୍ଦ୍ର ବୃଷଭାନୁ ରୂପରେ ଜନ୍ମ ନେଲେ। ଭଲନନ୍ଦ ବୋଲି ଜଣେ ମୁନି ଥିଲେ। ସେ ଏକ ବଡ ଯଜ୍ଞ କରିଥିଲେ। ଯଜ୍ଞ କୁଣ୍ଡରୁ କଳାବତୀ ଆବିର୍ଭାବ ହେଲେ ତାଙ୍କ ନାମ ହେଲା କୀର୍ତ୍ତି। ବୃଷଭାନୁ କୀର୍ତ୍ତିଙ୍କୁ ବିବାହ କରିଥିଲେ। ସେ ଦୁଇଜଣ ବହୁ ବର୍ଷ ଧରି ସାଂସାରିକ ଜୀବନ ସୁଖରେ କାଟିଥିଲେ ମଧ୍ୟ କୌଣସି ସନ୍ତାନ ସନ୍ତତି ନ ହେବା ଦ୍ୱାରା ଦୁହେଁ ଖୁବ୍‌ ବିମର୍ଷ ଥିଲେ। ପରେ ବହୁ ବର୍ଷ ତପସ୍ୟା କରିବା ଦ୍ୱାରା ରାଧାରାଣୀ କୀର୍ତ୍ତିମୟୀଙ୍କ କୋଳରେ କନ୍ୟାଶିଶୁ ରୂପେ ଆବିର୍ଭୂତା ହୋଇଥିଲେ। ଯୋଗମାୟା ଶକ୍ତି ବଳରେ କୀର୍ତ୍ତିମୟୀଙ୍କର ଦେବକୀଙ୍କ ପରି ଅନୁଭୂତି ହୋଇଥିଲା ସତ କିନ୍ତୁ ରାଧା ତାଙ୍କ କୋଳରେ ଆବିର୍ଭାବ ହୋଇଥିଲେ। ରାଧା ମଧ୍ୟ ଶ୍ରୀକୃଷ୍ଣଙ୍କ ପରି ଅଯୋନିଜନ୍ମା। ଦୁହେଁ ଦିବ୍ୟ ଚିନ୍ମୟ ଶକ୍ତିର ଆଧାର। ସେମାନଙ୍କର ସଂସାରରେ ଆବିର୍ଭାବ ହୋଇଥିଲା ସତ କିନ୍ତୁ ପୂର୍ଣ୍ଣବ୍ରହ୍ମ ମାତୃ ଗର୍ଭରେ ଆସିବା ସମ୍ଭବ ନୁହେଁ। କେବଳ ସାଂସାରିକ ଦୃଷ୍ଟିକୋଣରୁ ମାୟା ରଚନାକରି ମାତାମାନଙ୍କ ମାତୃତ୍ୱର ଅନୁଭୂତି ଲାଭ କରିବା। ଏସବୁ ହେଉଛି ଲୀଳା, ମାତ୍ର ମନୁଷ୍ୟର ବୁଦ୍ଧି ଏତେ ଗଭୀର ନୁହେଁ ଯେ, ସେ ସବୁ ଲୀଳାକୁ ବୁଝିପାରିବ। ଶ୍ରୀକୃଷ୍ଣଙ୍କ ଜନ୍ମସ୍ଥାନ ମଥୁରା କିନ୍ତୁ ସେ ନନ୍ଦ ଗ୍ରାମରେ ନନ୍ଦରାଜାଙ୍କ ଘରେ ଲାଳନପାଳନ ହୋଇଥିଲେ। ସେହି ନନ୍ଦ ଗ୍ରାମ ନିକଟରେ ବର୍ଷାନା ଗ୍ରାମରେ ବୃଷଭାନୁ ଓ କୀର୍ତ୍ତିମାତାଙ୍କ ଘରେ ରାଧାରାଣୀଙ୍କର ଆବିର୍ଭାବ ହୋଇଥିଲା।
ମୋ-୮୯୧୭୩୯୦୦୯୩


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରୀଅରବିନ୍ଦଙ୍କ ଦୃଷ୍ଟିରେ ପାରିବାରିକ ଜୀବନ

ଶ୍ରୀଅରବିନ୍ଦଙ୍କ ଅନୁସାରେ କଥିତ ପରିବାର ହେଉଛି ମଣିଷର ଜୀବନଗତ ପ୍ରକୃତିର ଏକ ଆବଶ୍ୟକ ସୃଷ୍ଟି ଯାହା ମୌଳିକ, ସାମାଜିକ ଏବଂ ଜୈବିକ ପ୍ରବୃତ୍ତିକୁ ପୂରଣ କରିବା ପାଇଁ…

ଗବେଷଣାରେ ମୌଳିକତାର ମୃତ୍ୟୁ

ଆଧୁନିକ ଭାରତରେ ବିଶ୍ୱବିଦ୍ୟାଳୟଗୁଡ଼ିକର ସଂଖ୍ୟା ଗତ କିଛି ଦଶନ୍ଧି ମଧ୍ୟରେ ବୃଦ୍ଧି ପାଇଛି ସତ, କିନ୍ତୁ ଶୈକ୍ଷିକ ମାନଦଣ୍ଡ ଏବଂ ଗବେଷଣାର ଗୁଣାତ୍ମକ ଦିଗଟି ଏବେ ଏକ…

Dillip Cherian

ତଳ ସ୍ତରରେ ଅନିଶ୍ଚିତତା

କେନ୍ଦ୍ର ସରକାର କ୍ୟାବିନେଟ୍‌ ସଚିବ ଟି.ଭି. ସୋମନାଥନ୍‌ ଏବଂ ସ୍ବରାଷ୍ଟ୍ର ସଚିବ ଗୋବିନ୍ଦ ମୋହନଙ୍କ କାର୍ଯ୍ୟକାଳ ଆଉ ୧ ବର୍ଷ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି। ପ୍ରଭାବୀ…

ରିଲ୍ସ ସାମ୍ରାଜ୍ୟ

ପୁଞ୍ଜିବାଦର ଅନ୍ତିମ ପର୍ଯ୍ୟାୟରେ ରାଷ୍ଟ୍ର ଆଉ ଶାସନ କରେନାହିଁ, ପର୍‌ଫର୍ମ (କାର୍ଯ୍ୟ) କରେ। ପ୍ରଧାନମନ୍ତ୍ରୀଙ୍କଠାରୁ ଗ୍ରାମପଞ୍ଚାୟତ ସଦସ୍ୟ- ସମସ୍ତେ ଯେପରି ଇତିହାସର ଚରିତ୍ର ନୁହନ୍ତିି, ଇନ୍‌ଷ୍ଟାଗ୍ରାମର କଣ୍ଟେଣ୍ଟ…

ଏଭଳି ଭକ୍ତିର କି ଲାଭ

ସୋସିଆଲ ମିଡିଆରେ ଗତ କିଛିଦିନ ତଳେ ଗୋଟେ ଭିଡିଓଟେ ଘୂରି ବୁଲୁଥିଲା। ଉକ୍ତ ଭିଡିଓରେ ଗେରୁଆ ବସ୍ତ୍ର ପରିଧାନ କରିଥିବା କିଛି ବୋଲବମ ଭକ୍ତ ମଦ ବୋତଲ…

ଲାଞ୍ଛନାର ମଞ୍ଚ

ଆନ୍ଥୋନୀ ଫାଉସି ଜଣେ ଇମ୍ୟୁନୋଲୋଜିଷ୍ଟ (ରୋଗପ୍ରତିରୋଧକ ବିଜ୍ଞାନୀ) ଭାବରେ ପ୍ରତିଷ୍ଠା ଲାଭ କରିଛନ୍ତି। କିନ୍ତୁ ଆମେରିକାର ସିନେଟ୍‌ କମିଟି ଅନ୍‌ ହୋମଲ୍ୟାଣ୍ଡ ସିକ୍ୟୁରିଟି ଆଣ୍ଡ୍‌ ଗଭର୍ନମେଣ୍ଟାଲ ଆଫେୟାର୍ସ…

ନୈତିକତାକୁ ନା

ପ୍ରତ୍ୟେକ ମା’ବାପା ନିଜ ପିଲାଙ୍କ ପାଇଁ ପ୍ରାର୍ଥନା ଈଶ୍ୱରଙ୍କୁ କରନ୍ତି । ସେମାନେ ସୁସ୍ଥ ସବଳ ହୁଅନ୍ତୁ। ବୁଦ୍ଧିମାନ୍‌ ହୁଅନ୍ତୁ। ଭଲ ପଢ଼ନ୍ତୁ। ଭଲ ଚାକିରି କରନ୍ତୁ।…

ଜନସଂଖ୍ୟା ଓ ବେକାରି ସମସ୍ୟା

ମାନବ ସମ୍ବଳ ହେଉଛି ପୃଥିବୀର ଏକ ଅନନ୍ୟ ବରଦାନ। ମଣିଷ ନିଜର ବୁଦ୍ଧି ବଳରେ ପୃଥିବୀରେ ଥିବା ସମସ୍ତ ପ୍ରାକୃତିକ ସମ୍ବଳର ବର୍ତ୍ତମାନ ଅଧିକାରୀ। କିନ୍ତୁ ପ୍ରାକୃତିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri