କିଏ ଶ୍ରୀରାଧା

ବିଭୂତି ପ୍ରସାଦ ବୋଷମଲ୍ଲିକ
ଶ୍ରୀରାଧା କିଏ? ପ୍ରାୟ ୯୯% ଲୋକ କହନ୍ତି ଯେ, ରାଧା ହେଉଛନ୍ତି ଶ୍ରୀକୃଷ୍ଣଙ୍କ ପ୍ରେମିକା। କିନ୍ତୁ ବାସ୍ତବରେ ଏମାନେ ରାଧାଙ୍କୁ ଜାଣନ୍ତି ନାହିଁ। ଭଗବାନ ଶ୍ରୀକୃଷ୍ଣଙ୍କ ତିନୋଟି ପ୍ରମୁଖ ଶକ୍ତି ଅଛି। ସ୍ବରୂପ ଶକ୍ତି, ଜୀବ ଶକ୍ତି ଏବଂ ମାୟା ଶକ୍ତି। ସ୍ବରୂପ ଶକ୍ତି ଭଗବାନଙ୍କ ନିଜସ୍ବ ବ୍ୟକ୍ତିଗତ ଶକ୍ତି। ଏହା ସେ କାହାକୁ ପ୍ରଦାନ କରନ୍ତି ନାହିଁ। ଏହି ସ୍ବରୂପ ଶକ୍ତିକୁ ପୁଣି ତିନି ଭାଗରେ ବିଭକ୍ତ କରାଯାଇଛି। ସତ୍‌ ସ୍ବରୂପ ଶକ୍ତି, ଚିତ୍‌ ସ୍ବରୂପ ଶକ୍ତି ଏବଂ ଆନନ୍ଦ ସ୍ବରୂପ ଶକ୍ତି। ଏହା ମଧ୍ୟରୁ ଆନନ୍ଦ ସ୍ବରୂପ ଶକ୍ତି ସର୍ବଶ୍ରେଷ୍ଠ । ଏହି ଆନନ୍ଦ ଶକ୍ତିର ସାରତତ୍ତ୍ୱ ହେଉଛି ହ୍ଲାଦିନୀ ଶକ୍ତି । ଏହି ହ୍ଲାଦିନୀ ଶକ୍ତିର ସାରଭୂତ ତତ୍ତ୍ୱ ହେଉଛି ପ୍ରେମ। ଏହି ପ୍ରେମର ସାର ତତ୍ତ୍ୱ ହେଉଛି ରାଧା ତତ୍ତ୍ୱ। ଗୌରାଙ୍ଗ ମହାପ୍ରଭୁ କହନ୍ତି, ଭଗବାନ ଶ୍ରୀକୃଷ୍ଣଙ୍କ ନିଜସ୍ବ ସବୁଠାରୁ ବ୍ୟକ୍ତିଗତ ଶକ୍ତି ହେଉଛି ରାଧାଶକ୍ତି। ରାଧାଙ୍କୁ ମହାଭାବରୂପା ମଧ୍ୟ କହନ୍ତି। ତେଣୁ ଶ୍ରୀକୃଷ୍ଣ ତାଙ୍କୁ ଉପାସନା କରନ୍ତି। ଯେପରି ଆତ୍ମାରାମ ନିଜ ଆତ୍ମାକୁ ଉପାସନା କରନ୍ତି। ଶ୍ରୀରାଧା ହେଉଛନ୍ତି ପରମାତ୍ମାଙ୍କ ଆତ୍ମା।
ରାଧା ତତ୍ତ୍ୱ ଉପରେ ଅଥର୍ବ ବେଦ, ଗୋପାଳ ତାପନୀୟ ଉପନିଷଦ, ରାଧିକା ତାପନୀୟ ଉପନିଷଦ, ନାରଦ ପାଞ୍ଚରାତ୍ର ନାରଦ ପୁରାଣ, ପଦ୍ମପୁରାଣ ଇତ୍ୟାଦି ବହୁ ଜାଗାରେ ବିଶଦ ଭାବରେ ବର୍ଣ୍ଣନା କରାଯାଇଛି। ସାଧାରଣ ଲୋକ ଏହିସବୁ ବେଦ, ଶାସ୍ତ୍ର ଏବଂ ପୁରାଣ ଇତ୍ୟାଦି ପଢି ବୁଝିପାରିବେ। ବହୁ ଆଚାର୍ଯ୍ୟ ଯେ କି ରାଧାକୃଷ୍ଣଙ୍କ ଭକ୍ତ ଥିଲେ ସମସ୍ତେ କୁହନ୍ତି, ଶ୍ରୀକୃଷ୍ଣ ଶକ୍ତିମାନ ଏବଂ ରାଧା ତାଙ୍କର ଶକ୍ତି। ଶକ୍ତିମାନ ଏବଂ ଶକ୍ତି ମଧ୍ୟରେ ଭେଦ ମଧ୍ୟ ଅଛି ଏବଂ ଅଭେଦତା ମଧ୍ୟ ଅଛି। କିନ୍ତୁ ଗୌରାଙ୍ଗ ମହାପ୍ରଭୁ କହନ୍ତି, ରାଧାକୃଷ୍ଣ ଦୁହେଁ ନିତ୍ୟ ଏବଂ ଅଭିନ୍ନ ଏକରୂପ ଅଟନ୍ତି। ଏଥିଯୋଗୁ ରାଧାକୃଷ୍ଣଙ୍କ ମଧ୍ୟରେ ଭେଦ ଥିବାର ବୁଦ୍ଧି ନ ଲଗାଇ ସେ ଦୁହେଁ ଏକ ବୋଲି ମାନିନେବା ଉଚିତ।
ଶ୍ରୀକୃଷ୍ଣଙ୍କ ପରି ରାଧାରାଣୀଙ୍କ ବହିରଙ୍ଗ, ଶାରୀରିକ, ଭୌତିକ ଏବଂ ସାଂସାରିକ ପରିଚୟ ବ୍ରହ୍ମାଣ୍ଡକ୍ଷ ପୁରାଣର ଷଷ୍ଠ ଏବଂ ସପ୍ତମ ଅଧ୍ୟାୟରେ ବିଶଦ ଭାବରେ ବର୍ଣ୍ଣିତ ଅଛି। କିନ୍ତୁ ଶ୍ରୀକୃଷ୍ଣ ଏବଂ ଶ୍ରୀରାଧା ହେଉଛନ୍ତି ଅଯୋନିଜନ୍ମା। ଉଭୟ ମାୟାଶକ୍ତି ଦ୍ୱାରା ସାଂସାରିକ ରୂପରେ ଆବିର୍ଭାବ କଥା ପୁରାଣମାନଙ୍କରେ ବର୍ଣ୍ଣିତ ହୋଇଛି। ଶ୍ରୀକୃଷ୍ଣଙ୍କର ଧରାପୃଷ୍ଠରେ ଆବିର୍ଭାବହେବା କଥା ଭାଗବତରୁ ସମସ୍ତେ ଜାଣନ୍ତି। ଏବେ ଆସନ୍ତୁ ଶ୍ରୀରାଧାଙ୍କର ଜନ୍ମ ବୃତ୍ତାନ୍ତ ବ୍ରହ୍ମାଣ୍ଡକ୍ଷ ପୁରାଣରେ କି ପ୍ରକାର ବର୍ଣ୍ଣିତ ଅଛି ଜାଣିବା।
ପୁରାତନ କାଳରେ ଜଣେ ରାଜା ଥିଲେ। ତାଙ୍କ ନାମ ଥିଲା ଇକ୍ଷାକୁ। ସେ ଜଣେ ସିଦ୍ଧ ମହାପୁରୁଷ ଥିଲେ। ତାଙ୍କ ପୁତ୍ରଙ୍କ ନାମ ଥିଲା ନୃଗ। ନୃଗଙ୍କ ପୁତ୍ରଙ୍କ ନାମ ଥିଲା ସୁଚନ୍ଦ୍ର।
ଅର୍ଜମାଳୀ ବୋଲି ଜଣେ ମୁନି ଥିଲେ। ତାଙ୍କର ତିନୋଟି ମାନସୀ କନ୍ୟା ଥିଲେ। ସେମାନଙ୍କ ନାମ ଯଥାକ୍ରମେ କଳାବତୀ, ମେନକା ଏବଂ ରତ୍ନମାଳା ଥିଲା। କଳାବତୀ ସୁଚନ୍ଦ୍ରଙ୍କୁ ଦିଆଯାଇଥିଲା। ମେନକା ହିମାଳୟଙ୍କୁ ବିବାହ କରିଥିଲେ ଏବଂ ରତ୍ନମାଳା ବିଦେହଙ୍କୁ ବିବାହ କରିଥିଲେ। ସୁଚନ୍ଦ୍ର ଏବଂ କଳାବତୀ ବ୍ରହ୍ମଚର୍ଯ୍ୟ ପାଳନ କରି ତପଶ୍ଚର୍ଯ୍ୟା କରିଥିଲେ ଦେବତାଙ୍କ ବାରବର୍ଷ। ଦେବତାଙ୍କ ଏକବର୍ଷ ଆମ୍ଭମାନଙ୍କ ତିନି ଲକ୍ଷ ଷାଠିଏ ହଜାର ବର୍ଷ। ସେହି ବାର ବର୍ଷ ଆମ୍ଭମାନଙ୍କ ତେୟାଳିଶ ଲକ୍ଷ କୋଡିଏ ହଜାର ବର୍ଷ। ଉଭୟଙ୍କ କଠୋର ତପସ୍ୟା ପରେ ବ୍ରହ୍ମା ପ୍ରକଟ ହୋଇଥିଲେ। ବ୍ରହ୍ମାଙ୍କ ଆଦେଶ ଅନୁସାରେ ଦୁହେଁ ଦିବ୍ୟଲୋକ ଗମନ କଲେ। ବ୍ରହ୍ମା ସେମାନଙ୍କୁ ବର ଦେଇଥିଲେ ଦ୍ୱାପର ଯୁଗରେ ଦୁହେଁ ବୃଷଭାନୁ ଓ କୀର୍ତ୍ତି ରୂପରେ ଜନ୍ମ ନେବେ ଏବଂ ତାଙ୍କ ଘରେ ରାଧା ଆବିର୍ଭାବ ହେବେ।
ଦ୍ୱାପର ଯୁଗରେ ସୁରଭାନୁ ବୋଲି ଜଣେ ରାଜା ଥିଲେ। ତାଙ୍କ ଘରେ ସୁଚନ୍ଦ୍ର ବୃଷଭାନୁ ରୂପରେ ଜନ୍ମ ନେଲେ। ଭଲନନ୍ଦ ବୋଲି ଜଣେ ମୁନି ଥିଲେ। ସେ ଏକ ବଡ ଯଜ୍ଞ କରିଥିଲେ। ଯଜ୍ଞ କୁଣ୍ଡରୁ କଳାବତୀ ଆବିର୍ଭାବ ହେଲେ ତାଙ୍କ ନାମ ହେଲା କୀର୍ତ୍ତି। ବୃଷଭାନୁ କୀର୍ତ୍ତିଙ୍କୁ ବିବାହ କରିଥିଲେ। ସେ ଦୁଇଜଣ ବହୁ ବର୍ଷ ଧରି ସାଂସାରିକ ଜୀବନ ସୁଖରେ କାଟିଥିଲେ ମଧ୍ୟ କୌଣସି ସନ୍ତାନ ସନ୍ତତି ନ ହେବା ଦ୍ୱାରା ଦୁହେଁ ଖୁବ୍‌ ବିମର୍ଷ ଥିଲେ। ପରେ ବହୁ ବର୍ଷ ତପସ୍ୟା କରିବା ଦ୍ୱାରା ରାଧାରାଣୀ କୀର୍ତ୍ତିମୟୀଙ୍କ କୋଳରେ କନ୍ୟାଶିଶୁ ରୂପେ ଆବିର୍ଭୂତା ହୋଇଥିଲେ। ଯୋଗମାୟା ଶକ୍ତି ବଳରେ କୀର୍ତ୍ତିମୟୀଙ୍କର ଦେବକୀଙ୍କ ପରି ଅନୁଭୂତି ହୋଇଥିଲା ସତ କିନ୍ତୁ ରାଧା ତାଙ୍କ କୋଳରେ ଆବିର୍ଭାବ ହୋଇଥିଲେ। ରାଧା ମଧ୍ୟ ଶ୍ରୀକୃଷ୍ଣଙ୍କ ପରି ଅଯୋନିଜନ୍ମା। ଦୁହେଁ ଦିବ୍ୟ ଚିନ୍ମୟ ଶକ୍ତିର ଆଧାର। ସେମାନଙ୍କର ସଂସାରରେ ଆବିର୍ଭାବ ହୋଇଥିଲା ସତ କିନ୍ତୁ ପୂର୍ଣ୍ଣବ୍ରହ୍ମ ମାତୃ ଗର୍ଭରେ ଆସିବା ସମ୍ଭବ ନୁହେଁ। କେବଳ ସାଂସାରିକ ଦୃଷ୍ଟିକୋଣରୁ ମାୟା ରଚନାକରି ମାତାମାନଙ୍କ ମାତୃତ୍ୱର ଅନୁଭୂତି ଲାଭ କରିବା। ଏସବୁ ହେଉଛି ଲୀଳା, ମାତ୍ର ମନୁଷ୍ୟର ବୁଦ୍ଧି ଏତେ ଗଭୀର ନୁହେଁ ଯେ, ସେ ସବୁ ଲୀଳାକୁ ବୁଝିପାରିବ। ଶ୍ରୀକୃଷ୍ଣଙ୍କ ଜନ୍ମସ୍ଥାନ ମଥୁରା କିନ୍ତୁ ସେ ନନ୍ଦ ଗ୍ରାମରେ ନନ୍ଦରାଜାଙ୍କ ଘରେ ଲାଳନପାଳନ ହୋଇଥିଲେ। ସେହି ନନ୍ଦ ଗ୍ରାମ ନିକଟରେ ବର୍ଷାନା ଗ୍ରାମରେ ବୃଷଭାନୁ ଓ କୀର୍ତ୍ତିମାତାଙ୍କ ଘରେ ରାଧାରାଣୀଙ୍କର ଆବିର୍ଭାବ ହୋଇଥିଲା।
ମୋ-୮୯୧୭୩୯୦୦୯୩


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମହାରାଷ୍ଟ୍ରର ହରିଶ୍ଚନ୍ଦ୍ର ସୁଦେ ଦିବ୍ୟାଙ୍ଗମାନଙ୍କୁ ଆତ୍ମନିର୍ଭରଶୀଳ କରାଇ ସେମାନଙ୍କ ପାଇଁ ଦେବଦୂତ ସାଜିଛନ୍ତି। ହରିଶ୍ଚନ୍ଦ୍ର ପିଲାଦିନେ ଗୋଟିଏ ଆଖି ହରାଇବା ପରେ ବହୁ ପ୍ରତିକୂଳ ପରିସ୍ଥିତିକୁ...

ସ୍ତମ୍ଭର ମହତ୍ତ୍ୱ

ଉପେନ୍ଦ୍ର ବିଶ୍ୱାଳ   ଶ୍ରୀଅରବିନ୍ଦଙ୍କ ଭାଷାରେ-‘ସାହିତ୍ୟ ହେଉଛି ଜୀବନ୍ତ ମନେହେଉଥିବା ଶବ୍ଦଚିତ୍ର।’ ପ୍ରଖ୍ୟାତ ବ୍ରିଟିଶ୍‌ ଲେଖିକା ଶେଲି କୁହନ୍ତି, ‘ସାହିତ୍ୟ ହେଉଛି ସତ୍ୟର ପ୍ରତିଫଳନ ।’...

ବୁଝ ନ ବୁଝ…

ରାକେଶ ପଣ୍ଡା   ସାଧାରଣତଃ ଯଦି ଜଣେ ବ୍ୟକ୍ତି ନୀତି ଓ ନିୟମ ବାହାରେ କାର୍ଯ୍ୟ କରନ୍ତି, ତେବେ ସମାଜରେ ବିଶୃଙ୍ଖଳା ଏବଂ ଅରାଜକତା ସୃଷ୍ଟି...

ଆଧୁନିକ ଯୁଗର ଧାର୍ମିକ ନେତା

ପାଶ୍ଚାତ୍ୟ ନେତୃତ୍ୱର ଢାଞ୍ଚାଗୁଡ଼ିକ ହେଉଛି ସାମରିକ ଶକ୍ତି କୈନ୍ଦ୍ରିକ। ଏଗୁଡ଼ିକ ମୁଖ୍ୟତଃ ନିର୍ଦ୍ଦେଶ ଏବଂ ନିୟନ୍ତ୍ରଣଭିତ୍ତିକ। ପାଶ୍ଚାତ୍ୟ ନେତୃତ୍ୱ କାର୍ଯ୍ୟ ଉପରେ ଗୁରୁତ୍ୱ ଦିଏ ଓ...

ଏଇ ଭାରତରେ

ସମୟ କ୍ରମେ ମଣିଷର ଖାଦ୍ୟ ରୁଚି ବଦଳୁଛି। ସେଫ୍‌ମାନେ ନୂଆ ପ୍ରକାରର ତଥା ସ୍ବାଦର ଖାଦ୍ୟ ସାମ୍ନାକୁ ଆଣୁଛନ୍ତି। ସେଥି ମଧ୍ୟରୁ ଏବେ ମୋମୋ ବେଶ୍‌...

ଦିବ୍ୟାଙ୍ଗ ଓ ନିଯୁକ୍ତି

ମିନତି ପ୍ରଧାନ ଗତ କେଇ ଦଶନ୍ଧି ତଳେ ଦିବ୍ୟାଙ୍ଗଙ୍କୁ କେବଳ ଛୋଟମୋଟ ବ୍ୟବସାୟ କରିବାକୁ ସୁଯୋଗ ମିଳୁଥିଲା। ମାତ୍ର ଅନ୍ତଃରାଷ୍ଟ୍ରୀୟ ଓ ରାଷ୍ଟ୍ରୀୟ ସଂସ୍ଥା, ଏନ୍‌ଜିଓ...

ଉତ୍ତର ପିଢ଼ିର ବ୍ୟାଘ୍ରାରୋହଣ

ଛାୟାକାନ୍ତ ଷଡ଼ଙ୍ଗୀ ଗୋଦାବରୀଶ ମହାପାତ୍ରଙ୍କ କ୍ଷୁଦ୍ରଗଳ୍ପ ‘ଏବେ ବି ବଞ୍ଚତ୍ଛି’ର ଦୁର୍ଭିକ୍ଷ ପ୍ରପୀଡ଼ିତ ନାୟକ ବେଣୁଧର ସରକାରୀ ସାହାଯ୍ୟ କେନ୍ଦ୍ରକୁ ଚାଉଳ ଆଣିବା ପାଇଁ ଯାଇଛି...

ସଙ୍କଟରେ ନ୍ୟାୟାଳୟ

ନ୍ୟାୟପାଳିକା ଗଣତାନ୍ତ୍ରିକ ବ୍ୟବସ୍ଥାର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ଏହା ନାଗରିକଙ୍କ ସ୍ବାର୍ଥରକ୍ଷା ନିଶ୍ଚିତ କରେ। ଭାରତର ନ୍ୟାୟିକ ବ୍ୟବସ୍ଥା ସୁବ୍ୟସ୍ଥିତ ଓ ଏହାର ଶୀର୍ଷରେ ରହିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri