କାଳର କଡ଼ ଲେଉଟାଣି

ଉପେନ୍ଦ୍ର ବିଶ୍ୱାଳ
ପ୍ରତ୍ୟହ ପ୍ରଭାତରେ ପକ୍ଷୀଟିଏ ପହଞ୍ଚତ୍ଥାଏ ଦାଣ୍ଡ ଦୁଆରେ। ପୋକ, ପତଙ୍ଗାଦିକୁ ଖୁଣ୍ଟି ଖାଏ। ତା’ର କୁନି କୁନି ପାଦର ଟିକି ଟିକି ଚାଲି, ଏଠି ସେଠି ଖଣ୍ଡି ଉଡ଼ା, ମୋତେ କାହିଁକି କେଜାଣି ଆକୃଷ୍ଟ କରିବସେ। ତା’ର ନାଲି ଥଣ୍ଟରୁ କିଚିରି ମିଚିରି ଶବ୍ଦ ଲାଗେ ସତେ ଯେମିତି ‘ପ୍ରଭାତ ବନ୍ଦନା’ ବା କେଉଁ ପୁରୋହିତର ପବିତ୍ର ମନ୍ତ୍ର ଉଚ୍ଚାରଣ। ଚାଉଳ ମୁଠେ ପକାଇଦେଲେ ଖୁସି ମନରେ ଦୌଡ଼ି ଆସେ ଆହୁରି ପାଖକୁ। ଅଲକ୍ଷ୍ୟରେ ପ୍ରୀତି ଜାଗି ଉଠେ ପକ୍ଷୀଟି ପ୍ରତି। ପ୍ରତିଦାନରେ ପକ୍ଷୀଟି ସମୟାନୁବର୍ତ୍ତିତା ଶିଖାଏ। ସକାଳେ ସକାଳେ ତା’ ଦେଖା ନ ମିଳିଲେ ମନଟା ଟିକେ ଫିକା ପଡ଼ିଯାଏ। ଏଣୁ ସୂର୍ଯ୍ୟୋଦୟ ପୂର୍ବରୁ ଶଯ୍ୟାତ୍ୟାଗ କରିବାର ସୁଅଭ୍ୟାସଟି ଶିଖି ହେଇଯାଏ ତା’ଠୁ।
ଦୈବାତ୍‌ ଦିନେ ବ୍ୟତିକ୍ରମ ଦେଖାଗଲା। ଖରା ଉଇଁ ଦିନ ଘଡ଼ିଏ ହେଲାଣି, ତା’ର କିନ୍ତୁ ଦେଖା ନାହିଁ। ଏତେବେଳକୁ ଫୁର୍‌କିନା ଉଡ଼ି ପଳେଇଯାଇଥାଏ। ଭାବିଲି, କେଉଁଠି କିଛି ଟିକେ ଅସୁବିଧା ହୋଇଥିବ। ଆସିବ ସୁନିଶ୍ଚିତ। ମୋ ପରି ସୂର୍ଯ୍ୟ ତ ତାକୁ ଅପେକ୍ଷା କରିବେନି। ତା’ ବିଷୟରେ ଭାବି ଭାବି ଧୀର ପଦପାତରେ ଚାଲୁଥାଏ ବଗିଚାରେ। ହଠାତ୍‌ ଅଟକିଗଲା ପାଦ। ଏ କ’ଣ? ପକ୍ଷୀଟି ଯେ ଏଇଠି ମରି ପଡ଼ିଛି। କାଳର କ’ଣ ଏହା କଡ଼ ଲେଉଟାଣି? କାଲି ସେ ଯେଉଁ ପୋକ, କୀଟ, ପତଙ୍ଗମାନଙ୍କୁ ଖୁଣ୍ଟି ଖୁଣ୍ଟି ଖାଉଥିଲା, ଆଜି ସେମାନେ ପକ୍ଷୀଟିକୁ ଖିନ୍‌ଭିନ୍‌ କରି ଖାଇ ଚାଲିଛନ୍ତି। ପକ୍ଷୀଟି ପାଇଁ ମନଟା ଅବଶ୍ୟ ଦୁଃଖରେ ଭରିଗଲା। ଏହି ସମୟରେ ଖବରକାଗଜ ଧରି ଆସି ପହଞ୍ଚତ୍ଲା କାଗଜବାଲା। କାଗଜଟି ଦେଖୁ ଦେଖୁ ଆଖିରେ ଆଗ ପଡ଼ିଲା- ‘କାଳର କଡ଼ ଲେଉଟାଣି’ ଶୀର୍ଷକରେ ଚିଦାମ୍ବରମ୍‌ଙ୍କ ଗିରଫ ହେବାର ଘଟଣା। ଦେଶର ପୂର୍ବତନ ଗୃହମନ୍ତ୍ରୀ, ଅର୍ଥମନ୍ତ୍ରୀ, ବରିଷ୍ଠ କଂଗ୍ରେସ ନେତା, ସୁପ୍ରିମ୍‌କୋର୍ଟର ବରିଷ୍ଠ ଓକିଲ ହେଉଛନ୍ତି ପି. ଚିଦାମ୍ବରମ୍‌। ଉପା ସରକାର ସମୟରେ ଅମିତ ଶାହଙ୍କ ଗିରଫର ନିମିତ୍ତ ଥିଲେ ଚିଦାମ୍ବରମ୍‌। ଏବେ ଅମିତ୍‌ ଶାହଙ୍କ ପାଳିରେ ସେ ଜେଲରେ।
ବାଜପେୟୀଙ୍କ ପରି ଅତ୍ୟନ୍ତ ଲୋକପ୍ରିୟ ପ୍ରଧାନମନ୍ତ୍ରୀଙ୍କୁ ଦେଶର ଜନତା ଆଡ଼େଇ ଦେଇ ୨୦୦୪ରେ ଉପାକୁ ଯେବେ ଶାସନ ଡୋରି ଧରାଇଦେଲେ, ସେତେବେଳେ କଂଗ୍ରେସ ସମେତ ଅନ୍ୟମାନେ ହୁଏତ ଭାବିନେଲେ ଯେ, ନିକଟ ଭବିଷ୍ୟତରେ ଭାଜପା ନେତୃତ୍ୱରେ କେନ୍ଦ୍ରରେ ସରକାର ଆଉ ଆସିବ ନାହିଁ। ନାନାଦି ଦୁର୍ନୀତିର ଅପଖ୍ୟାତି ସତ୍ତ୍ୱେ ପୁଣି ୨୦୦୯ରେ ଦ୍ୱିତୀୟଥର ପାଇଁ ଲଗାତର କ୍ଷମତାକୁ ଆସିବାଟା ଏମାନଙ୍କୁ ଏକପ୍ରକାର ଅନ୍ଧ କରିପକାଇଲା। ଫଳତଃ ଏହି ଅବଧି କାଳରେ ଭ୍ରଷ୍ଟାଚାରର ବାଡ଼ବତା ରହିଲା ନାହିଁ ଓ ଦେଶର ଅପର୍ଯ୍ୟାପ୍ତ ଅର୍ଥ ଲୁଟ୍‌ପାଟ୍‌ ହୋଇଚାଲିଲା। ଗଣମାଧ୍ୟମ ସମେତ ବିଭିନ୍ନ ଉତ୍ସରୁ ଆସୁଥିବା ତଥ୍ୟରୁ ଜଣାଯାଏ, ଚିଦାମ୍ବରମ୍‌ଙ୍କ ପରିବାର ଗୋଟାଇଥିବା ସମ୍ପତ୍ତି ଅକଳନ୍ତି। ଚେନ୍ନାଇରେ ଅଛି ୧୨ଟି ଅଟ୍ଟାଳିକା ସମେତ ୪୦ଟି ମଲ୍‌ ଓ ୧୬ଟି ସିନେମା ହଲ୍‌, ତାମିଲନାଡ଼ୁରେ ୩ଶହ ଏକର ଜମି, ଦେଶର ବିଭିନ୍ନ ସ୍ଥାନରେ ୫ଶହଟି ଚକ୍ଷୁ ଚିକିତ୍ସାଳୟ, ରାଜସ୍ଥାନରେ ୨ହଜାର ଆମ୍ବୁଲାନ୍ସ, ଇଂଲଣ୍ଡରେ ୮୦ଏକର ଜାଗା, ଥାଇଲାଣ୍ଡର ୧୬ଟି ସ୍ଥାନରେ ଜମି, ଶ୍ରୀଲଙ୍କାର ପ୍ରମୁଖ ପର୍ଯ୍ୟଟନ ସ୍ଥଳୀମାନଙ୍କରେ ୩ଟି ଦାମିକା ରିସୋର୍ଟ, ସିଙ୍ଗାପୁର, ମାଲେସିୟା, ଥାଇଲାଣ୍ଡରେ ଅଜସ୍ର ସମ୍ପତ୍ତି, ଫ୍ରାନ୍‌ସ ଓ ଦୁବାଇର ବିଭିନ୍ନ ସଂସ୍ଥାରେ କୋଟି କୋଟି ଟଙ୍କାର ଅର୍ଥ ବିନିଯୋଗ। ସିଙ୍ଗାପୁରରେ ଥିବା ନିଜସ୍ବ କମ୍ପାନୀ ଦ୍ୱାରା ବ୍ରିଟେନ୍‌ ଓ ମାଲେସିଆରେ ଚାଲୁଥିବା ବ୍ୟବସାୟ ସାମ୍ରାଜ୍ୟ, ସ୍ପେନ୍‌ର ବାର୍ସିଲୋନାରେ ୧୧ଟି ଟେନିସ୍‌ କୋର୍ଟ, ଏତଦ୍‌ବ୍ୟତୀତ ଗ୍ରୀସ୍‌, ଫିଲିପାଇନ୍ସ, ଆମେରିକା ସମେତ ଅନେକ ଦେଶରେ ପୁଞ୍ଜି ବିନିଯୋଗ ଇତ୍ୟାଦି। ଏସବୁକୁ ପରିଚାଳନା କରିବା ପାଇଁ ସେସବୁ ଦେଶ ବ୍ୟତୀତ କେବଳ ଚେନ୍ନାଇରେ କାର୍ଯ୍ୟରତ ତିନୋଟି କାର୍ଯ୍ୟାଳୟ। ସୁନିଶ୍ଚିତ ଗିରଫଦାରିକୁ ଏଡ଼ାଇବାକୁ ଯାଇ ଗତ ୧୮ମାସ ମଧ୍ୟରେ ୨୪ଥର ଆଗୁଆ ଜାମିନ ଆବେଦନ କରି ଚାଲିଥିଲେ ସେ।
କେବଳ ଉପା ସରକାରରେ ଯେ ଚିଦାମ୍ବରମ୍‌ଙ୍କ ପରି ଦୁର୍ନୀତିଗ୍ରସ୍ତ ରାଜନେତା ଥିଲେ ତାହା ନୁହେଁ, ଅନ୍ୟ ଦଳରେ ବି ଅନୁରୂପ ଅନେକ ନେତା ଅଛନ୍ତି, ଯେଉଁମାନେ ଦୁର୍ନୀତିର ପାହାଡ଼ ଉପରେ ଆସୀନ। ଭିନ୍ନ ଭିନ୍ନ ସମୟରେ ଝାଡ଼ଖଣ୍ଡର ୩ଥର ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରରେ ମନ୍ତ୍ରୀ ଥିବା ‘ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚା’ର ପ୍ରତିଷ୍ଠାତା ଶିବୁ ସୋରେନ୍‌, ଯିଏ କି ଦିନେ ଭାଜପାର ସହଯୋଗୀ ମଧ୍ୟ ଥିଲେ, ଏକ ଅପହରଣ ଓ ହତ୍ୟା ଘଟଣାର ୨୦ବର୍ଷ ପରେ ତାଙ୍କୁ ଆଜୀବନ ଜେଲଦଣ୍ଡ ଭୋଗିବାକୁ ପଡ଼ିଥିଲା। କେନ୍ଦ୍ରରେ ସଂଖ୍ୟାଲଘୁ ନରସିଂହ ରାଓ ସରକାରଙ୍କୁ ବଞ୍ଚାଇବାକୁ ଯାଇ କୋଟି କୋଟି ଟଙ୍କାର ଉତ୍କୋଚ ଗ୍ରହଣ ଅଭିଯୋଗର ଏକମାତ୍ର ସାକ୍ଷୀ ଥିଲେ ତାଙ୍କର ବ୍ୟକ୍ତିଗତ ସଚିବ ଶଶିନାଥ ଝା। କ୍ଷମତାନ୍ଧ ଶିବୁ ସୋରେନ୍‌ ସୁଚିନ୍ତିତ ଉପାୟରେ ‘ମୂଳୁ ମାଇଲେ ଯିବ ସରି’ ନ୍ୟାୟରେ ଷଡ଼ଯନ୍ତ୍ର ରଚନା କରି ତାଙ୍କୁ ବାଟରୁ ହଟାଇ ଦେଇଥିଲେ। ନିଜର ଘନିଷ୍ଠ ବାନ୍ଧବୀ ଜୟଲଳିଥାଙ୍କ ଅନ୍ତେ ମୁଖ୍ୟମନ୍ତ୍ରୀ ହେବାର ସ୍ବପ୍ନରେ ଦିନ ଗଣୁଥିବା ଶଶିକଳା କେବେ କ’ଣ ଭାବିଥିଲେ ଯେ, ତାଙ୍କୁ ବି ଜେଲଯାତନା ଭୋଗିବାକୁ ପଡ଼ିବ? ‘ସବ୍‌ଜି ମେ ଆଲୁ, ଜଙ୍ଗଲ ମେ ଭାଲୁ, ବିହାର ମେ ଲାଲୁ’ ବୋଲି ଆସ୍ଫାଳନ କରୁଥିବା ଲାଲୁ ପ୍ରସାଦ ଯାଦବ ବି ସେଦିନ ହୁଏତ ଭାବି ନ ଥିବେ ନିଜେ ଉଦ୍‌ଘାଟନ କରୁଥିବା ଜେଲର କାଳ କୋଠରିରେ ତାଙ୍କୁ ହିଁ ଦିନେ ରହିବାକୁ ପଡ଼ିବ ବୋଲି। ଦେଶ ପରେ ଦେଶ ଜୟଲାଭ କରିଥିବା ବିଶ୍ୱବିଜୟୀ ନେପୋଲିୟନ ଶେଷରେ ଆଟଲାଣ୍ଟିକ୍‌ ସାଗରସ୍ଥ ସେଣ୍ଟହେଲେନା ଦ୍ୱୀପର ନିର୍ଜନ କାଳକୋଠରି ମଧ୍ୟରେ ଭୋକଶୋଷରେ ଆଉଟୁ ପାଉଟୁ ହୋଇ ମାସାଧିକ କାଳ ରୋଗଶଯ୍ୟାରେ ଶୋଇ ଶୋଇ ଅତି ଦୟନୀୟ ଭାବେ ମୃତ୍ୟୁବରଣ କରିଥିଲେ। ଏ ସବୁ କାଳର କଡ଼ ଲେଉଟାଣି।
ଯାହା ବି ହେଉ, ଯିଏ ଯେତେ ଶକ୍ତିଶାଳୀ ହେଲେ ବି କାଳ କବଳରୁ କେହି ବର୍ତ୍ତିପାରି ନାହାନ୍ତି। ଦାମ୍ଭିକ ଦୁର୍ଯ୍ୟୋଧନଙ୍କଠାରୁ ଦୁଷ୍ଟାମତ୍ା, ଦୁରାଚାରୀ ଔରଙ୍ଗଜେବଙ୍କ ପର୍ଯ୍ୟନ୍ତ। ଏପରି କି ନ୍ୟାୟବନ୍ତ ଓ ସତ୍ୟବ୍ରତ ଭୀଷ୍ମ, ନ୍ୟାୟର ଜୟ ହେଉ ବୋଲି କହି ଚାଲିଥିବା ମାତା ଗାନ୍ଧାରୀ ବି। ଶରଶଯ୍ୟା ପରି ଯମ ଯନ୍ତ୍ରଣାର କାରଣ କ’ଣ ବୋଲି ଯେବେ ଜାଣିବାକୁ ଇଚ୍ଛା କରିଛନ୍ତି ଭଗବାନ ଶ୍ରୀକୃଷ୍ଣ ତାଙ୍କୁ ଦେଖାଇଛନ୍ତି, କେବେ କେଉଁ ଅତୀତ ଜନ୍ମରେ କରିଥିବା ଅପରାଧକୁ। ଏଗାର ବର୍ଷ ବୟସର ରାଜକୁମାର ଥିଲାବେଳେ କୌତୂହଳବଶତଃ ସାପଟିକୁ ଏକ ତୀରରେ ଧରି ରଖିବାକୁ ଚେଷ୍ଟା କରୁ କରୁ ସାପଟି ଖସି ପଳଉଥାଏ। ବାରମ୍ବାର ବିଫଳ ହେବାରୁ ଉତ୍‌କ୍ଷିପ୍ତ ହୋଇ ସାପଟିକୁ ତୀରରେ ଦୂରକୁ ଫିଙ୍ଗି ଦିଅନ୍ତି। ଦୁର୍ଭାଗ୍ୟବଶତଃ ସିଜୁ କଣ୍ଟାବୁଦା ଉପରେ ପଡ଼େ ଯାଇ ସାପଟି। କଣ୍ଟାବୁଦାର ତୀକ୍ଷ୍ଣ କଣ୍ଟାଗୁଡ଼ିକ ସାପର କୋମଳ ଅଙ୍ଗକୁ ବିଦ୍ଧକରି ରକ୍ତାକ୍ତ ଓ କ୍ଷତାକ୍ତ କରିପକାଇଲା। ଆଉ ଦାରୁଣ ଯନ୍ତ୍ରଣାରେ ଛଟପଟ ହୋଇ ସାପଟି ସେଇଠି ମରିଗଲା। ପୁଣି ନିଜ ଜୀବଦ୍ଦଶାରେ ହରାଇଥିବା ଶତପୁତ୍ରର ଯନ୍ତ୍ରଣାର କାରଣ ମଧ୍ୟ ସେ ଦେଖାଇ ଦେଇଛନ୍ତି ଗାନ୍ଧାରୀଙ୍କୁ। ସମୁଦ୍ର କୂଳର ସୈକତ ଶଯ୍ୟାରେ ସଖୀମାନଙ୍କ ଗହଣରେ ଖେଳୁ ଖେଳୁ ବାଲ୍ୟ ଚପଳାମିରେ ରାଜକୁମାରୀ ଗୋଟିଏ ପରେ ଗୋଟିଏ କଇଁଛ ଅଣ୍ଡାଗୁଡ଼ିକୁ ନଷ୍ଟ କରି ଚାଲିଥିଲେ। ଏହିପରି ଅଲକ୍ଷ୍ୟରେ ୧୦୦ଟି ଅଣ୍ଡାକୁ ସେ ନଷ୍ଟକରି ମା’ କଇଁଛଟିକୁ ଅତ୍ୟନ୍ତ ଦୁଃଖ ଦେଇଥିଲେ। ଅତଏବ ନିୟତିର ନିଷ୍ଠୁର ନିର୍ଯାସ ହେଲା, ଯେବେ ବି ହେଉ ଦିନେ ନା ଦିନେ କାଳର କଡ଼ ଲେଉଟାଣି ହେବ। ଆଜିର ଘଟଣା ମଧ୍ୟ ଶାସନରେ ଥିବା ଭାଜପା ଦଳକୁ କାଳର ଏକପ୍ରକାର କଠୋର ଚେତାବନୀ। ସେହି ଚେତାବନୀ ହେଲା କ୍ଷମତାରେ ଅନ୍ଧ ନ ହୋଇ ଦେଶର କଲ୍ୟାଣପୂର୍ବକ ସଦାଚାରୀ, ସତ୍ୟଦର୍ଶୀ ହୋଇ ହାତେ ମାପି ଚାଖଣ୍ଡେ ଚାଲିବାକୁ ହେବ। ଅନ୍ୟଥା ତୁମକୁ ବି ଦିନେ ଭୋଗିବାକୁ ପଡ଼ିବ ସମଦଶା ।
ଗୋଡ଼ିଶୁଳ, ସଜନାଗଡ଼, ବାଲେଶ୍ୱର, ମୋ- ୯୪୩୭୪୩୬୦୭୩


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମାନଗଙ୍ଗା ନଦୀକୁ ପୁନରୁଦ୍ଧାର କରି ନୂଆ ଜୀବନ ଦେଇଛନ୍ତି ମହାରାଷ୍ଟ୍ର ସୋଲାପୁର ଜିଲାର ଭଜିନାଥ ଘୋଙ୍ଗାଡେ । ଏକ ଦଶନ୍ଧି ମଧ୍ୟରେ ଲୋକମାନଙ୍କୁ ଏକାଠି କରି...

ନିର୍ବାଚନ, ନେତା ଓ ଭୋଟର

ବିଚିତ୍ର ବିଶ୍ୱାଳ     ନିର୍ବାଚନର ଉଷ୍ମତା ସମଗ୍ର ଦେଶ ସମେତ ଆମ ରାଜ୍ୟ ରାଜନୀତିରେ ଅନୁଭବ ହେଉଛି। ସାରା ଦେଶ ଗଣତନ୍ତ୍ରର ମହାପର୍ବ ପାଇଁ...

ଫ୍ୟାଟ୍‌ରୁ ଫିଟ୍‌

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ   ପିଲାଙ୍କର ମେଦବହୁଳତା ସାଧାରଣତଃ ଦୁଇ ପ୍ରକାରର। ପ୍ରଥମତଃ ଜନ୍ମଜାତ ବା ଆନୁବଂଶିକ, ଦ୍ୱିତୀୟତଃ ଜୀବନଶୈଳୀ ଆଧାରିତ। ଜନ୍ମଜାତ ମେଦବହୁଳତାର କାରଣ...

ଏଆଇର ଭବିଷ୍ୟତ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଭଲ ଚାକିରି ପ୍ରତି ବିପଦ ସୃଷ୍ଟି କରିଛି, ଯାହା ଏକ ନୂଆ ସମସ୍ୟା ପରି ମନେହୁଏ। ବ୍ରିଟିଶ...

ଦୁବାଇ ବନ୍ୟା ଓ ଜଳବାୟୁ

ଭୟଙ୍କର ମରୁଝଡ଼ ଓ ବନ୍ୟାର ପ୍ଲାବନରେ ସୌନ୍ଦର୍ଯ୍ୟମୟୀ ଦୁବାଇ ସହର ଏପ୍ରିଲ୧୬ରେ ନିମିଷକ ମଧ୍ୟରେ ଅନୁଭବ କଲା ଧ୍ବଂସର ତାଣ୍ଡବ। ନଭଶ୍ଚୁମ୍ବୀ ଅଟ୍ଟାଳିକା ଏବଂ ବିଳାସପୂର୍ଣ୍ଣ...

ଏକ ଦିବ୍ୟ ପ୍ରତିଶ୍ରୁତିର ସ୍ମାରକୀ

ଦିବ୍ୟଜନନୀ ଶ୍ରୀମା ୨୯ ମାର୍ଚ୍ଚ, ୧୯୧୪ରେ ତପୋଭୂମି ପଣ୍ଡିଚେରୀରେ ପ୍ରଥମେ ପଦାର୍ପଣ କରି ସେହିଦିନ ଅପରାହ୍ନ ପ୍ରାୟ ୩.୩୦ ମିନିଟ୍‌ ସମୟରେ ତାଙ୍କର ଆରାଧ୍ୟ ତଥା...

ଖୋଜିଲେ ଖୋଜିବେ

ଭାରତରେ ମାନବ ଅଧିକାର ଓ ନାଗରିକ ସ୍ବାଧୀନତା ଉପରେ ୟୁରୋପୀୟ ଦେଶ, କେତେକ ଅନ୍ତଃରାଷ୍ଟ୍ରୀୟ ସୂଚକାଙ୍କ ତଥା ଆମେରିକା ତୀକ୍ଷ୍‌ଣ ନଜର ରଖିଛନ୍ତି। ନିକଟରେ ୟୁନାଇଟେଡ୍‌...

ଏଇ ଭାରତରେ

ପୋଲିସ ଚାକିରିର ବ୍ୟବସ୍ଥା ଭିତରୁ ସମୟ ବାହାର କରି ଦିଲ୍ଲୀର କନ୍‌ଷ୍ଟେବଲ ଥାନ୍‌ ସିଂ ଗରିବ ପିଲାମାନଙ୍କୁ ମାଗଣାରେ ପଢାଉଛନ୍ତି। ପ୍ରଥମେ ସେ ଏଭଳି ୫...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri