କାମ ସାରିବାକୁ ୫୨ଦିନ

ରାସୋଳ, ୯।୨(ଡି.ଏନ.ଏ.) – ଢେଙ୍କାନାଳ ଜିଲା ହିନ୍ଦୋଳ ବ୍ଲକ ଗଣ୍ଡାନାଳୀ ପଞ୍ଚାୟତ ଅନ୍ତର୍ଗତ କଦଳୀପାଳ ଗ୍ରାମର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କାର୍ଯ୍ୟାଦେଶ ପାଉଥିବା ହିତାଧିକାରୀ ଅନୁଦାନ ଟଙ୍କା ପାଇଥିଲେ ସୁଦ୍ଧା ଘର କାମ ସାରୁନାହାନ୍ତି। ପ୍ରଶାସନର ବାରମ୍ବାର ତାଗିଦ୍‌ ସତ୍ତ୍ୱେ ସେମାନଙ୍କ ଉପରେ କୌଣସି ପ୍ରଭାବ ପଡୁନାହଁି। ଶୁକ୍ରବାର ବିଡିଓ ଦେବଦତ୍ତ ମାହନ୍ତ ଗ୍ରାମର ଅନେକ ହିତାଧିକାରୀଙ୍କ ଘରକୁ ଯାଇ ବୁଝାଇଛନ୍ତି। ଏଥିସହ ୫୨ଦିନ ମଧ୍ୟରେ ଗୃହ ନିର୍ମାଣ କାର୍ଯ୍ୟ ନ ସାରିଲେ ପଇସା ଫେରାଇ ନିଆଯିବ ବୋଲି ତାଗିଦ୍‌ କରିଛନ୍ତି।
ହିତାଧିକାରୀମାନେ ଧାର୍ଯ୍ୟ ସମୟ ମଧ୍ୟରେ ଘର ନିର୍ମାଣ କାର୍ଯ୍ୟ ସାରୁ ନ ଥିବାରୁ ପ୍ରଶାସନ ଉପରେ ଚାପ ପଡୁଛି। ଏଣୁ ଝିପିଝିପି ବର୍ଷା ସତ୍ତ୍ୱେ ପିଇଓ ଦୀନେଶ ସାମଲ, ଜିଆର୍‌ଏସ୍‌ ଦେବାଶିଷ ପୃଷ୍ଟିଙ୍କୁ ସାଙ୍ଗରେ ଧରି ବିଡିଓ ହିତାଧିକାରୀଙ୍କୁ ଘରକୁ ଯାଇ ସଚେତନ କରାଇଥିଲେ। ଏ ନେଇ ବିଡିଓ କୁହନ୍ତି, ଗ୍ରାମର ୨୯ ହିତାଧିକାରୀ ଆବାସ ଯୋଜନାରେ କାର୍ଯ୍ୟାଦେଶ ପାଇଛନ୍ତି। ସେମାନଙ୍କ ମଧ୍ୟରୁ ମାତ୍ର ୩ଜଣ କାମ ସାରିଛନ୍ତି। ମାମି ସାହୁ, ସବିତା ସାହୁ, ମାନସ ସାହୁ, ପ୍ରହଲ୍ଲାଦ ସାହୁ, ଦୂତୀ ବେହେରା, ନମିତା ବେହେରା, କବିତା ନାଏକ ଘର କାମ ଆରମ୍ଭ କରିନାହାନ୍ତି। ୫୨ଦିନ ଭିତରେ କାମ ନ ସାରିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଡିଓ ସୂଚନା ଦେଇଛନ୍ତି। ଏହି ଅବସରରେ ପ୍ରହଲ୍ଲାଦ କହିଥିଲେ, ତାଙ୍କ ନାମରେ ବ୍ୟାଙ୍କରେ ଲୋନ୍‌ ରହିଛି। ସରକାରୀ ଅନୁଦାନ ଆସିବା ପରେ ସେଥିରୁ ଋଣ ବାବଦ ଟଙ୍କା କଟିଯାଇଛି। ତେଣୁ ସେ ଘର କାମ ଆରମ୍ଭ କରି ପାରୁନାହାନ୍ତି। ଏହାର ସମାଧାନ କରିବାକୁ ବିଡିଓ ପ୍ରତିଶ୍ରୁତି ଦେଇଥିଲେ। ଅନ୍ୟ ହିତାଧିକାରୀମାନେ ବର୍ଷାପାଗ ଛାଡ଼ିବା ପରେ ଘର କାମ ଆରମ୍ଭ କରିବେ ପ୍ରତିଶ୍ରୁତି ଦେଇଛନ୍ତି। ବ୍ଲକର ସବୁ ଗ୍ରାମରେ ଅନେକ ହିତାଧିକାରୀ ଘର କାମ ସମ୍ପୂର୍ଣ୍ଣ କରିନାହାନ୍ତି। ଆଗାମୀ ଦିନରେ ସମସ୍ତଙ୍କୁ ଏପରି ସଚେତନ କରାଯିବ। ସେମାନେ ନ ଶୁଣିଲେ ପ୍ରଶାସନ ପକ୍ଷରୁ ସେମାନଙ୍କ ଘର ଆଗରେ ପ୍ରତୀକ ଧାରଣା ଦିଆଯିବ ବୋଲି ବିଡିଓ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri