କହିଲେ କହିବ କହିଲା

ଦେବେନ୍ଦ୍ର କର

କରୋନା ଲାଗି ଚାରିଆଡେ ଲକ୍‌ଡାଉନ । ଗଁ। ସହର ସବୁଆଡ ଗୋଟିଏ ଚିତ୍ର। ଅମାନିଆଙ୍କୁ ସାବାଡ କରିବାକୁ ପୋଲିସ୍‌ ଭାଇମାନେ ଏଠିସେଠି ପଇଁତରା ମାରୁଛନ୍ତି। କାମଧନ୍ଦା ବନ୍ଦ ଘରେ ବସି ବସି ମତେ ଖୁବ୍‌ ବୋର ଲାଗୁଥାଏ। ସକାଳୁ ଉଠିବା ପୁରୁଣା ଅଭ୍ୟାସ ତାକୁ ବଦଳାଇ ପାରୁନି। ସବୁଦିନ ପରି ଆଜି ବି ବଡିଭୋରୁ ଉଠି ପଡି ନିତ୍ୟକର୍ମ ସାରି ଦେଇଥାଏ। କ’ଣ କରିବି ମୋବାଇଲରେ ଖବରକାଗଜ ପଢିବାକୁ ଭାବିଲି ପୁଣି କାହିଁ ମନହେଲା ଟିକେ ଫେସ୍‌ବୁକ ଦେଖିନେବା। ଫେସ୍‌ବୁକ୍‌ ଖୋଲୁ ଖୋଲୁ ଆଖି ପଡିଲା କରୋନାକୁ ନେଇ ଏକ ଲେଖା ଉପରେ। ‘ଜୀବନ ସାରା ରୋଜଗାର କରି ମାସ ଗୋଟାକ ନିଅଣ୍ଟିଆ ବଜେଟ, ତା’ହେଲେ ମାସ ଗୋଟାଏ ରୋଜଗାର କରି କ’ଣ କୋଠା ତୋଳିବ। ସରକାରଙ୍କୁ ସହଯୋଗ କରନ୍ତୁ ଏବଂ ନିଜ ଘରେ ସୁରକ୍ଷିତ ରୁହନ୍ତୁ।’ ଏହି ବାର୍ତ୍ତାର ସତ୍ୟତା ତ ଥିଲା, ପୁଣି ଭାବିଲି ଲେଖିବା ଲୋକ ତ ଲେଖିଦେଲା ହେଲେ ମୂଳ କଥାଟା ହେଲା ଆମେ ମଧ୍ୟବିତ୍ତ କାମଦାମ ନ କଲେ ଘର ଚଳିବ କେମିତି। ଏହି ଲେଖାରେ କିଛି ପ୍ରତିକ୍ରିୟା ଦେବି। ଏଇ ସମୟରେ ବୋଉ ଘର ଭିତରୁ ଡାକ ଦେଲା ବଜାର ଯାଇ ଦି’ ପକେଟ କ୍ଷୀର ନେଇ ଆସ ଚା’ କରିବା। ବୋଉ କଥା ନ ସରଣୁ ଚଟାପଟ ଶାର୍ଟଟେ ଗଳେଇ ବାହାରି ପଡିଲି ବଜାର। କଲୋନି ରାସ୍ତାଟା ପୂରାପୂରି ଶୂନଶାନ୍‌ ପଡିଥାଏ। ଜଣେ କେହି ବି ନଜର ପଡୁ ନ ଥାନ୍ତିି। କିଛି ବାଟ ଆସିଛି ମତେ କେହି ଜଣେ ଡାକିଲେ ଦେବୁ କିରେ ଏ ଦେବୁ କୁଆଡେ ଯାଉଛୁ? ବୁଲିପଡି ଦେଖିଲି ଆମ କଲୋନିର ବିପିନବାବୁ ତାଙ୍କ ଗ୍ରୀଲ ପାଖରେ ଡାକୁଛନ୍ତି। ପାଖକୁ ଯାଇଁ ପଚାରିଲି କ’ଣ କହୁଛନ୍ତି?। ହଁ କ’ଣ କହୁଥିଲି କି ବଜାର ଆଡେ ଯାଉଛୁ ଯଦି ଆମର ଦି’ଟା ଜିନିଷ ଆଣି ଦିଅନ୍ତୁନି। ହଁ କହୁନାହାନ୍ତି, କ’ଣ ଆସିବ ମୁଁ କହିଲି। ବ୍ୟାଗ ଆଉ ପଇସାଟା ଦେଇ କହିଲେ, ଅଧ କଡାଏ ପାନ ଆଉ ଦି ପ୍ୟାକେଟ କ୍ଷୀର ଆସିବ। ବିପନବାବୁ କେବେ ତ କିଛି ବରାଦ କରନ୍ତିନି, ଆଜି ପ୍ରଥମ। ବର୍ତ୍ତମାନ ସମୟ ପରିସ୍ଥିତି ବି ସମ୍ପୂର୍ଣ୍ଣ ଭିନ୍ନ। ମନା କରିବା ଉଚିତ ମନେକଲିନି, ମୁଁ ଆସୁଛି। ଏଥର ଚୁପଚାପ୍‌ ନିଜ ରାସ୍ତାରେ ଆଗକୁ ବଢ଼ିଲି।
ବିପିନବାବୁଙ୍କ ଗୋଟିଏ ବୋଲି ପୁଅ ମଧ୍ୟପ୍ରଦେଶ ଭୋପାଳରେ ଏକ କମ୍ପାନୀରେ ଚାକିରି କରେ। ଘରେ କେବଳ ବିପିନବାବୁ ଓ ତାଙ୍କ ସ୍ତ୍ରୀ। ତରବରିଆ ଲକ୍‌ଡାଉନ ଘୋଷଣା ପରେ ପୁଅ ଆଉ ଫେରିପାରିଲା ନାହିଁ। ଏମିତିରେ ସାହି ପଡ଼ିଶାରେ କିଏ କେତେବେଳେ ଛୋଟ ମୋଟ ବୋଲ କହିଲେ ମୁଁ ଆଦୌ ମନାକରେନି। ପ୍ରଥମେ କ୍ଷୀର ପକେଟ କିଣିଦେଲି, ଏବେ ପାନଟା କିଣିବାକୁ ହେବ। ଆଖ ପାଖରେ ପାନ ଦୋକାନ କାହିଁ ନଜର ପଡୁ ନ ଥାଏ। ସବୁ ବନ୍ଦ, ଟିକେ ଅଧିକ ବାଟ ଚାଲିବାକୁ ପଡିବ। ଏପଟେ ଖରା ବି କାଟିଲାଣି। ମନେପଡିଗଲା ଆନିକଟ ପାଖରେ ସକାଳ ଓଳି ଜଣେ ପାନ ବେପାରୀ ଛିଡା ହୁଏ। ମନ ଊଣା ନ କରି ଚାଲିଲି ଆନିକଟ ପାଖକୁ। ଆଜି ଆଇଁଷ ବାର, ଦୋକାନରେ ବି ଖୁବ୍‌ ଗହଳି ଲାଗିଥାଏ। ସତରେ ଏ ଲକ୍‌ଡାଉନରେ ବି ଆଇଁଷ ଚାହିଦା କମିନି। ଦୋକାନ ସାମ୍ନାରେ ଗୋଲ ଗୋଲ ବୃତ୍ତ ଚିତ୍ର ହୋଇଥାଏ। ଗ୍ରାହକମାନେ ନିୟମ ମାନି ଗୋଲରେ ଛିଡା ହୋଇଥାନ୍ତି। ଯାହା ହଉ ପାନ ବାଲାଟା ଆଜି ବି ଛିଡା ହୋଇଛି। ଚଟାପଟ ଧାଇଁ ଯାଇ ପାନ ଅଧ କଡାଏ କିଣିଲି। ବିପିନବାବୁ ଦାଣ୍ଡ ରାସ୍ତାରେ ଛିଡା ହୋଇଥିଲେ। ହସହସ ମୁହଁରେ ତାଙ୍କ ବ୍ୟାଗଟି ଗ୍ରହଣ କଲେ ଆଉ ବଜାର ହାଲ୍‌ଚାଲ ପଚାରି ବୁଝିଲେ। ଘରେ ଚା’ କରିବ ବୋଲି ଅପେକ୍ଷା କରିଥିବ ଅଳ୍ପରେ ଉତ୍ତର ଦେଇ ଘର ଆଡକୁ ମୁହଁାଇଲି। ଘରର ଛୋଟମୋଟ କାମରେ ଦୁଇଦିନ କୁଆଡେ କଟିଗଲା ଆଦୌ ଖେୟାଲ ରହିଲା ନାହିଁ। ସେଦିନ ସକାଳୁ ସକାଳୁ କଲୋନି ରାସ୍ତାରେ ବିପିନବାବୁଙ୍କ ସହିତ ଭେଟ ହୋଇଗଲା। ଭଲମନ୍ଦ ପଚାରୁ ପଚାରୁ କହିଲେ, ଆରେ ଦେବୁ ସେଦିନ ପାନ କୋଉଠୁ ଆଣିଲୁ ଜମାରୁ ଭଲ ପଡିଲା ନାହିଁ। ମେଞ୍ଚାଏ ଛୋଟ ପତ୍ର ଥିଲା ଆଉ କେଇଟା ପାଚିଲା ପତ୍ର। ମୁଁ କହିଲି ଆନିକଟ ପାଖରୁ, ଆମ ବଜାର ଉପର ସବୁ ଦୋକାନ ବନ୍ଦ ଥିଲା। ଏଣୁ ସେଆଡେ ଯିବାକୁ ପଡିଲା। ବିପିନବାବୁ କହିଲେ, ନ ଆଣି ବରଂ ଫେରି ଆସିଥିଲେ ଭଲ ହୋଇଥାନ୍ତା। ମୋର ତ ପାନ କିଣାରେ ଆଦୌ ଅଭିଜ୍ଞତା ନାହିଁ ଏଣୁ କିଛି ନ କହି ଚୁପ୍‌ ରହିଲି। ବିପିନବାବୁ ପୁଣି କହିଲେ, ତୁ ୨୩ଟଙ୍କା କ୍ଷୀର ପ୍ୟାକେଟ କାହିଁକି ଆଣିଲୁ ୨୫ଟଙ୍କା ପ୍ୟାକେଟ ଆଣିଲୁନି। ୨୩ଟଙ୍କା କ୍ଷୀର ପ୍ୟାକେଟ ଢଙ୍କସର ପାଣି। ମୁଁ କହିଲି, ଆମର ତ ବରାବର ୨୩ଟଙ୍କା ପ୍ୟାକେଟ ଆଣୁ, ଭଲ ବି ପଡ଼େ। ନା ନା ଜମା ନୁହେଁ, ୨୫ଟଙ୍କା ପ୍ୟାକେଟ ଆଣ, ୨୩କୁ ଭୁଲିଯିବୁ। ହକ୍‌ ପଇସା ଦବ ଭଲ ଜିନିଷ କାହିଁକି ନ ଆଣିବ। ବିପିନବାବୁଙ୍କ କଣ୍ଠସ୍ବର ଟିକେ କାହିଁ ଅଡୁଆ ଅଡୁଆ ଲାଗିଲା। ମୁଁ ଆଉ କିଛି ଶୁଣିବା କହିବା ମୁଡ୍‌ରେ ନ ଥିଲି। ଗୁରୁଜନ ଲୋକ କ’ଣ ଆଉ ଯୁକ୍ତି କରିବି, ହଉ ମୁଁ ଆସୁଛି କହି ଆଗକୁ ବଢିଲି। ବାଟ ଯାକ ମୁଣ୍ଡରେ ଏଇ କିଛି କ୍ଷଣର କଥା ଗୋଳେଇ ଘାଣ୍ଟି ହେଉଥାଏ। ମନେ ମନେ ଭାବୁଥାଏ ବୋଲ ଶୁଣ ତା’ ସହିତ ଟିପ୍ପଣୀ ବି ଶୁଣ। ଆଉ ଯଦି ମୁହଁ ଖୋଲି କହିବେ କ’ଣ ନା କହିଲା। ଦେଖୁଚ ତ ବଜାର ବନ୍ଦ ସେଥିରେ ପୁଣି ଏତେ ବାଛବିଚାର। ସବୁ କଥାକୁ ମୁଣ୍ଡରୁ କାଢିବାକୁ ଚେଷ୍ଟା କଲି। ଏଥର ଚୁପଚାପ ନିଜ କାମକୁ ଧ୍ୟାନ ଦେଇ ବଜାର ରାସ୍ତା ଧରିଲି।
ମଙ୍ଗଳାବାଗ, ନିୟୋଗି କଲୋନି, କଟକ, ମୋ-୯୯୩୭୯୬୩୯୧୦


Enter your email to get our daily news in your inbox.

All Right Reserved By Dharitri.Com

ଦୁଇ ସମ୍ପ୍ରଦାୟର ସ୍ଥିତି

ଭାରତରେ ଜୈନ ଏବଂ ୟୁରୋପର ଇହୁଦୀ ସମ୍ପ୍ରଦାୟ ମଧ୍ୟରେ ତୁଳନା କଲେ ଜଣାଯାଏ ଯେ ଏହି ଦୁଇ ସଂଖ୍ୟାଲଘୁ ସମ୍ପ୍ରଦାୟ ନିଜ ଜନସଂଖ୍ୟା ତୁଳନାରେ ଅର୍ଥନୈତିକ କ୍ଷେତ୍ରରେ…

ଜନସଂଖ୍ୟା ଓ ଜଳବାୟୁ

ପୃଥିବୀରେ ମଣିଷ ବଞ୍ଚିବା ନିମନ୍ତେ ସୁସ୍ଥ ଜଳବାୟୁର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ପ୍ରକୃତି ରାଣୀର ବରଦାନ ଅନୁସାରେ ମଣିଷ ଏହି ପୃଥିବୀରେ ନିଜର ଜୀବନ ଅତିବାହିତ କରିପାରୁଛି।…

ଏଇ ଭାରତରେ

ଭାରତର ବିଭିନ୍ନ ସହର ଅଧୀନ ବସ୍ତିରେ ରହୁଥିବା ପିଲାମାନେ ଶିକ୍ଷାରୁ ବଞ୍ଚତ୍ତ ହେଉଛନ୍ତି। ସେମାନେ ପ୍ରାୟତଃ ଶ୍ରମିକ ଶ୍ରେଣୀ ପରିବାରର ହୋଇଥିବାରୁ ସେମାନଙ୍କ ଶିକ୍ଷା ଉପରେ ମାତାପିତା…

ରାଜନୈତିକ ପ୍ରତାରଣା

ବିଭିନ୍ନ ସମୟରେ ରାଜନୈତିକ ଦଳ ଜନତାଙ୍କୁ ଅନେକ ପ୍ରତିଶ୍ରୁତି ଦେଇଥାନ୍ତି। ନିର୍ବାଚନୀ ଇସ୍ତାହାର ଜରିଆରେ ଓ ପରବର୍ତ୍ତୀ ସମୟରେ କ୍ଷମତାସୀନ ଦଳ ଭାବେ ପ୍ରତିଶ୍ରୁତି ଦିଅନ୍ତି। କିନ୍ତୁ…

ଲୋଭ ଘାରୁଛି

କ୍ଷମତା ଓ ସମ୍ପତ୍ତି ଲୋଭ ମଣିଷ ଜାତିକୁ ଆଦିମ ଯୁଗରୁ ହନ୍ତସନ୍ତ କରିଆସିଛି। ଅଧିକ ଜମି ପାଇବା ପାଇଁ ବିଶ୍ୱବ୍ୟାପୀ ରାଜା ମହାରାଜାମାନେ ଯୁଗଯୁଗରୁ ଯୁଦ୍ଧ କରିଆସୁଥିଲେ।…

ଏଇ ଭାରତରେ

କେରଳର ଗିରିଜା କୁମାରୀ ମଧୁ ସ୍ନାୟବିକ ସମସ୍ୟା ଓ ମାନସିକ ଅନଗ୍ରସର ପିଲାଙ୍କ ଉନ୍ନତି ପାଇଁ କାର୍ଯ୍ୟ କରୁଛନ୍ତି। ସେ ରହୁଛନ୍ତି ଆଲପୁଝା ଜିଲା ଥାମାରାକୁଲାମ୍‌ରେ। ଗିରିଜା…

ରଜପର୍ବ

ରଜପର୍ବ ପ୍ରତି ବର୍ଷ ଜ୍ୟେଷ୍ଠ ମାସରେ ପଡ଼ିଥାଏ। ସୃତି ଅଛି ବସୁଧା ମା’ ବର୍ଷକରେ ଥରେ ରଜସ୍ବଳା ହୁଏ। ଆମ ପରମ୍ପରା ସଂସ୍କୃତିର ଏହା ଏକ ଅଙ୍ଗ,…

ଆସନ୍ତାକାଲି କିଏ ଦେଖିଛି

ଗତ କିଛିବର୍ଷ ହେବ ଶାସକଶ୍ରେଣୀ ତରଫରରୁ ପ୍ରତି ମୁହୂର୍ତ୍ତରେ ପ୍ରଚାର କରାଯାଉଛି ଯେ ୨୦୪୭ରେ ଭାରତ ବିକଶିତ ରାଷ୍ଟ୍ର ଏବଂ ୨୦୩୬ରେ ଓଡ଼ିଶା ବିକଶିତ ରାଜ୍ୟ ହେବ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri