ଆସିକା,୧୦ା୧(ଡି.ଏନ୍.ଏ.): ଆସିକା ସମବାୟ ଚିନିଶିଳ୍ପରେ ଚଳିତବର୍ଷର ଆଖୁପେଡା ଲାଗି କାରଖାନା ପକ୍ଷରୁ ସମସ୍ତ ପ୍ରସ୍ତୁତି ସରିଛି। ଏପଟେ କାରଖାନା କର୍ତ୍ତୃପକ୍ଷ ଶ୍ରମିକମାନଙ୍କ ଦୀର୍ଘ ଦିନର ଦାବି ପ୍ରତି ଦୃଷ୍ଟି ଦେଉ ନ ଥିବା ଅଭିଯୋଗ କରି ଗୁରୁବାର ଶ୍ରମିକମାନେ କଳାବ୍ୟାଜ ପରିଧାନ କରିଛନ୍ତି। ଦାବି ପୂରଣ ଦିଗରେ ପଦକ୍ଷେପ ନିଆ ନ ଗଲେ ଆନ୍ଦୋଳନ କରାଯିବ ବୋଲି ମଙ୍ଗଳବାର ଚିନିଶିଳ୍ପ ଶ୍ରମିକ ସଂଘ ପକ୍ଷରୁ କାରଖାନା କର୍ତ୍ତୃପକ୍ଷଙ୍କୁ ମଙ୍ଗଳବାର ଏକ ଦାବିପତ୍ର ଦିଆଯାଇଥିଲା। ୧୬ ତାରିଖ ମଧ୍ୟରେ ସମସ୍ୟା ସମାଧାନ ନ ହେଲେ ୧୭ରୁ ଚିନିଶିଳ୍ପ ପରିଚାଳନା ନିର୍ଦ୍ଦେଶକଙ୍କ ଅଫିସ ସମ୍ମୁଖରେ ଶ୍ରମିକ ସଂଘ କର୍ମକର୍ତ୍ତାମାନେ ଧାରଣାରେ ବସିବେ ଏବଂ ଆବଶ୍ୟକ ପଡିଲେ ମୁଖ୍ୟ ଫାଟକ ସମ୍ମୁଖରେ ସମସ୍ତ କର୍ମଚାରୀ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବାକୁ ବାଧ୍ୟ ହେବେ ବୋଲି ଚେତାବନୀ ଦିଆଯାଇଛି। ଶ୍ରମିକମାନଙ୍କ ବିଭିନ୍ନ ସମସ୍ୟା ନେଇ ପୂର୍ବରୁ ବହୁବାର କାରଖାନା କର୍ତ୍ତୃପକ୍ଷଙ୍କୁ ଲିଖିତ ଭାବେ ଜଣାଯାଇଥିଲା। ଏପରିକି ପୂର୍ବରୁ ହୋଇଥିବା ତ୍ରିପାକ୍ଷିକ ଚୁକ୍ତିନାମା ମଧ୍ୟ କାରଖାନା କର୍ତ୍ତୃପକ୍ଷ କାର୍ଯ୍ୟକାରୀ କରିବାରେ ହେୟ ମନୋଭାବ ପୋଷଣ କରିଥିବା ଶ୍ରମିକ ସଂଘ ସମ୍ପାଦକ ପ୍ରଶାନ୍ତ କୁମାର କର କହିଛନ୍ତି। ଏ ସମ୍ପର୍କରେ ଚିନିଶିଳ୍ପ ପରିଚାଳନା ନିର୍ଦ୍ଦେଶକ ଲକ୍ଷ୍ମୀକାନ୍ତ ସେଠୀ କହିଛନ୍ତି, କାରଖାନା ପକ୍ଷରୁ ଶ୍ରମିକଙ୍କ ଦାବି ପ୍ରତି ଉପଯୁକ୍ତ ଧ୍ୟାନ ଦିଆଯାଉଛି। ସରକାରଙ୍କ ନିର୍ଦ୍ଦେଶ ମୁତାବକ କାଗଜ ପତ୍ର ପ୍ରସ୍ତୁତ କରି ପଠାଇବା ଲାଗି ପଦକ୍ଷେପ ନିଆଯାଇଛି। ନିର୍ଦ୍ଦେଶ ମୁତାବକ ସମସ୍ୟାର ସମାଧାନ ଦିଗରେ ପଦକ୍ଷେପ ନିଆଯିବ।
Posted inଆମ ଜିଲା ଖବର, ଗଞ୍ଜାମ View All
ନିର୍ମାଣ ଶ୍ରମିକ ସଂଘ ସମନ୍ବୟ କମିଟି ବୈଠକ
ଅନୁଗୋଳ ଅଫିସ, ୨୨।୯ – ଅନୁଗୋଳ ଜିଲା ନିର୍ମାଣ ଶ୍ରମିକ ସଂଘ ସମନ୍ବୟ କମିଟି ପକ୍ଷରୁ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ଶିଶୁ...

ଯାଜପୁର ଜିଲାରେ କେନ୍ଦ୍ରୀୟ ସ୍ବାସ୍ଥ୍ୟ ଟିମ୍
ଯାଜପୁର ଅଫିସ୍,୧୩।୫: କେନ୍ଦ୍ରୀୟ ସ୍ବାସ୍ଥ୍ୟ ଟିମ୍ ବୁଧବାର ଯାଜପୁର ଜିଲା ଗସ୍ତ କରି ଜିଲାରେ କରୋନା ପଜିଟିଭ୍ ସଂଖ୍ୟା ସ୍ଥିତି ଓ ଚିକିତ୍ସା ପ୍ରଣାଳୀ ସହ...

୧୧୪ ଅଙ୍ଗନଓ୍ବାଡି କେନ୍ଦ୍ରର ନାହିଁ ନିଜସ୍ବ କୋଠା
ଖୋର୍ଦ୍ଧା ଅଫିସ,୨୦।୪: ଗର୍ଭବତୀଙ୍କ ସ୍ବାସ୍ଥ୍ୟର ଯତ୍ନ ଏବଂ ପିଲାଙ୍କ ଶୈକ୍ଷିକ ବିକାଶ ନିମନ୍ତେ ରାଜ୍ୟରେ ସମନ୍ବିତ ଶିଶୁ ବିକାଶ ଯୋଜନା କାର୍ଯ୍ୟକାରୀ ହୋଇଛି। ଏହି ଯୋଜନାରେ...

ବଜ୍ରପାତରେ ଜଣେ ମୃତ
ତିର୍ତ୍ତୋଲ, ୧୭।୩ (ଡି.ଏନ୍.ଏ.):ତିର୍ତ୍ତୋଲ ବ୍ଲକ କନକପୁର ପଞ୍ଚାୟତ ବଡ଼ସରୋଳ ଗ୍ରାମରେ ସୋମବାର ବଜ୍ରପାତ ଘଟି ସେହି ଗ୍ରାମର ଦ୍ୱିଜବର ଭୋଇ(୬୨)ଙ୍କ ମୃତ୍ୟୁ ଘଟିଛି। ଅପରାହ୍ନରେ ପ୍ରବଳ...

ଅଭିଯୋଗ ନ ଶୁଣିବାରୁ ଥାନା ଆଗରେ ଆତ୍ମହତ୍ୟା ଉଦ୍ୟମ କଲେ ଯୁବକ
ଭଦ୍ରକ ଅଫିସ,୨୨।୮: ଭଦ୍ରକ ପୁରୁଣା ବଜାରରେ ଏକ ଅଭାବନୀୟ କାଣ୍ଡ ଘଟିଛି। ପୋଲିସ ଅଭିଯୋଗ ନ ଶୁଣିବାରୁ ଥାନା ସମ୍ମୁଖରେ ଆତ୍ମହତ୍ୟା ଉଦ୍ୟମ କଲେ ଯୁବକ।...

ବର୍ଷେ ପରେ ପ୍ରକାଶ ପାଇଲା ବିବିଏଲଏଲବି ପରୀକ୍ଷା ଫଳ
ବ୍ରହ୍ମପୁର ଅଫିସ,୨୭ା୬-ପ୍ରତିଶ୍ରୁତି ରଖିଲେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପରୀକ୍ଷା ନିୟନ୍ତ୍ରକ ା ଗତ ସୋମବାର ଗଞ୍ଜାମ ଆଇନ ମହାବିଦ୍ୟାଳୟର ବିବିଏଲଏଲବି ଛାତ୍ରୀଛାତ୍ର ବିଶ୍ୱବିଦ୍ୟାଳୟ ଘେରାଉ ବେଳେ ଦେଇଥିବା...

୨୦୦ ଲିଟର ଦେଶୀ ମଦ ସହ ଅଟୋ ଜବତ, ଜଣେ ଗିରଫ
ଭଦ୍ରକ ଅଫିସ,୧୦।୬: ଭଦ୍ରକ ଟାଉନ ଥାନା ଅନ୍ତର୍ଗତ ଡାହାଣୀଗଡ଼ିଆ ଛକ ଅଂଚଳରେ ପେଟ୍ରୋଲିଙ୍ଗ କରୁଥିବା ସମୟରେ ଚରମ୍ପା ଆଡୁ ବାଇପାସ ଆଡକୁ ଆସୁଥିବା ଏକ ଯାତ୍ରୀବାହୀ...

ନକଲି ସାର୍ଟିଫିକେଟ ମାମଲା: ୧୯ଙ୍କୁ ବାନ୍ଧିଲା ପୋଲିସ
ବଲାଙ୍ଗୀର ଅଫିସ, ୨୭।୩: ବଲାଙ୍ଗୀର ଡାକମଣ୍ଡଳର ବିଭିନ୍ନ ପଦବୀ ପାଇଁ ଆବେଦନ କରିଥିବା କିଛି ପ୍ରାର୍ଥୀଙ୍କ ଜାଲ ସାର୍ଟିଫିକେଟ ଧରାପଡିବା ପରେ ବଲାଙ୍ଗୀର ପୋଲିସ ସ୍ଥାନୀୟ...