କରୋନା ବଦଳାଇବ ଖାଦ୍ୟ ଅଭ୍ୟାସ

ନୂଆଦିଲ୍ଲୀ,୨୨ା୪: କରୋନା ଭାଇରସ୍‌ର ପ୍ରଭାବ ଆମ ଜୀବନଶୈଳୀକୁ ବହୁଳ ଭାବରେ ବଦଳାଇ ଦେଇଛି। ଘରେ ରହିବାଠାରୁ ଆରମ୍ଭ କରି ଲକ୍‌ଡାଉନ ସହିତ ମୁକାବିଲା କରିବା ପର୍ଯ୍ୟନ୍ତ, ଗତ ପ୍ରାୟ ୪ ସପ୍ତାହ ମଧ୍ୟରେ ଆମେ ସମସ୍ତେ ଜୀବନଶୈଳୀ ପରିବର୍ତ୍ତନର ନୂତନ ଧାରାରେ ଗତି କରୁଛୁ। ଏହି କ୍ରମରେ ବଦଳିବାରେ ଲାଗିଛି ଆମର ଖାଦ୍ୟ ଅଭ୍ୟାସ। ସାଧାରଣତଃ ନିଜସ୍ବ ରୁଚି ଅନୁଯାୟୀ ଖାଦ୍ୟାଭ୍ୟାସ ଦୀର୍ଘ ସମୟ ଧରି ପ୍ରତ୍ୟେକଙ୍କ ଜୀବନ ସହ ଯୋଡ଼ି ହୋଇରହିଥାଏ। ହେଲେ କରୋନା ମହାମାରୀର ଆତଙ୍କ ଯେଭଳି ବ୍ୟାପିଛି ସେଥିରୁ ବର୍ତ୍ତିବା ପାଇଁ ଲୋକେ ଅନେକ କ୍ଷେତ୍ରରେ ସଚେତନ ହୋଇ ଚଳିବାକୁ ବାଧ୍ୟ ହୋଇଛନ୍ତି, ଯାହାର ପ୍ରଭାବ ଆମ ଖାଦ୍ୟାଭ୍ୟାସରେ ପଡ଼ିଛି।

ବଢ଼ୁଛି ଘରେ ରାନ୍ଧି ଖାଇବା ଅଭ୍ୟାସ
ଏକ ଅନୁସନ୍ଧାନରୁ ମିଳିଥିବା ତଥ୍ୟ ଅନୁଯାୟୀ ୩୨% ବୟସ୍କ ବ୍ୟକ୍ତି ପ୍ରାୟତଃ ରେଷ୍ଟୁରାଣ୍ଟରେ ଖାଇବାକୁ ଯୋଜନା କରନ୍ତି। ରୋଷେଇର ଅନିଚ୍ଛା, ନିୟମିତ ଘରୋଇ ଖାଦ୍ୟ କିମ୍ବା ସ୍ବାଦର ପରିବର୍ତ୍ତନ ଖୋଜିବା ଏହାର କାରଣ ହୋଇପାରେ। କିନ୍ତୁ ଲକ୍‌ଡାଉନ ଯୋଗୁୁ ଲୋକମାନେ ଘରେ ରାନ୍ଧି ଖାଇବାକୁ ବାଧ୍ୟ ହେଉଛନ୍ତି, ଯାହା ଭବିଷ୍ୟତରେ ମଧ୍ୟ ନିୟମିତ ରାନ୍ଧି ଖାଇବା ଅଭ୍ୟାସକୁ ବଢ଼ାଇବ।

ରୋଗ ପ୍ରତିରୋଧକ ଶକ୍ତି ବଢ଼ାଉଥିବା ଖାଦ୍ୟ ପ୍ରତି ଆଗ୍ରହ
କରୋନା ଭାଇରସ୍‌ ଯେଭଳି ବ୍ୟାପୁଛି ସେଥିରେ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି। ଏହି ମହାମାରୀର କୌଣସି ଔଷଧ କିମ୍ବା ଟିକା ଏଯାଏ ବାହାରିନାହିଁ। ତେଣୁ ଏହାକୁ ପ୍ରତିରୋଧ କରିବା ପାଇଁ ସାମାଜିକ ଦୂରତ୍ୱ, ବାରମ୍ବାର ହାତ ସଫା କରିବା ଭଳି କେତେକ ଉପାୟ ଅବଲମ୍ବନ କରିବା ନିହାତି ଜରୁରୀ। ଏହି କ୍ରମରେ ଲୋକଙ୍କ ମଧ୍ୟରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଉଥିବା ଖାଦ୍ୟ ଖାଇବାକୁ ଆଗ୍ରହ ବଢ଼ିଛି। ଭବିଷ୍ୟତରେ ଏହା ନିଶ୍ଚିତ ଭାବରେ ଏକ ଅଭ୍ୟାସରେ ପରିଣତ ହେବ ବୋଲି କୁହାଯାଉଛି।

ଖାଦ୍ୟ ନିରାପତ୍ତାକୁ ଗୁରୁତ୍ୱ
କୋଭିଡ୍‌-୧୯ ସଂକ୍ରମଣ ଯୋଗୁ ଖାଦ୍ୟର ସୁରକ୍ଷା ବିଷୟରେ ଲୋକେ ଅଧିକ ସଚେତନ ହୋଇଛନ୍ତି। ଅସୁରକ୍ଷିତ ଖାଦ୍ୟ କିଣିବାଠାରୁ ଲୋକେ ଦୂରେଇ ରହିବା ସହ ସିଲ୍‌ ହୋଇଥିବା କିମ୍ବା ଡବାରେ ମିଳୁଥିବା ଖାଦ୍ୟକୁ ଅଧିକ ପସନ୍ଦ କରୁଛନ୍ତି। ବାଛିଛନ୍ତି। ଏହା ଲୋକଙ୍କୁ ଫୁଡ୍‌ ପଇଜନିଂଠାରୁ ମୁକ୍ତି ପାଇଁ ସହାୟକ ହେବ।

ବିଦେଶୀ ଖାଦ୍ୟକୁ ଭୟ

ଅନେକ ଲୋକ ବିଦେଶୀ ଖାଦ୍ୟକୁ ଭଲ ପାଆନ୍ତି। ବିଶେଷକରି ବିଦେଶୀ ମାଂସ ପାଇଁ ଇଚ୍ଛା କରନ୍ତି। ଅନେକେ କହୁଛନ୍ତି ଯେ, ଚାଇନାର ଉହାନ ସହରରେ ଥିବା ମାଛମାଂସ ବଜାର ହେଉଛି କରୋନା ଭାଇରସ୍‌ର ଉତ୍ପତ୍ତିସ୍ଥଳ। ସେଠାରେ ବହୁଳ ଭାବେ ସାମୁଦ୍ରିକ ଖାଦ୍ୟ ଓ ବିଦେଶୀ ମାଂସ ଉପଲବ୍ଧ ହୋଇଥାଏ। ତାହାକୁ ବିଭିନ୍ନ ସ୍ଥାନକୁ ରପ୍ତାନି ବି ହୋଇଥାଏ। ସେଥିପାଇଁ ବିଦେଶୀ ମାଂସ ଏବଂ ଅନ୍ୟ ଖାଦ୍ୟ ପ୍ରତି ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି ହୋଇଛି। ସେସବୁ ଖାଦ୍ୟଠାରୁ ଦୂରେଇ ରଖିବାକୁ ଲୋକେ ଉଚିତ ମଣୁଛନ୍ତି।

ସ୍ଥାନୀୟ ଖାଦ୍ୟର ଚାହିଦା
ଖାଦ୍ୟ ଅଭ୍ୟାସ ପରିବର୍ତ୍ତନ ହେବାର ସର୍ବାଧିକ କାରଣ ହେଉଛି ସ୍ଥାନୀୟ ଖାଦ୍ୟର ପ୍ରତ୍ୟାବର୍ତ୍ତନ। ଲୋକେ ଏବେ ଖାଇବା ପୂର୍ବରୁ ଖାଦ୍ୟର ଉତ୍ସ, ଗୁଣବତ୍ତା ସାଙ୍ଗକୁ କେତେ ପୁଷ୍ଟିକର ଓ ସୁରକ୍ଷିତ ତାହା ଜାଣିବାକୁ ଚାହୁଁଛନ୍ତି। କରୋନାର ଭୟ ଯୋଗୁ ଲୋକେ ଅଧିକ ବାଛବିଚାର କରୁଛନ୍ତି। ବିଶେଷକରି ଚାଷଜମିରୁ ସିଧା ଖାଦ୍ୟ ସାମଗ୍ରୀ ପାଇବାକୁ ଇଚ୍ଛା କରୁଛନ୍ତି। ଏହାସାଙ୍ଗକୁ ଲକ୍‌ଡାଉନ ଯୋଗୁ ସୀମା ବନ୍ଦ ରହିଥିବାରୁ ଯୋଗାଣ ଶୃଙ୍ଖଳ ବାଧାପ୍ରାପ୍ତ ହୋଇଛନ୍ତି। ଅନ୍ୟ ଅଞ୍ଚଳର ଖାଦ୍ୟ ସାମଗ୍ରୀ ଆମଦାନୀରେ ହ୍ରାସ ଘଟିଛି। ବିଦେଶରୁ ଖାଦ୍ୟ ସାମଗ୍ରୀ ଆମଦାନୀ ପ୍ରାୟତଃ ବନ୍ଦ ହୋଇଯାଇଛି। ଏସବୁର ପ୍ରଭାବରେ ସ୍ଥାନୀୟ ଖାଦ୍ୟ ଚାହିଦା ଓ ଉତ୍ପାଦନ ବୃଦ୍ଧିପାଇବାରେ ଲାଗିଛି। ଅନ୍ୟପକ୍ଷରେ ଖାଇବା ଅଭ୍ୟାସ ଉପରେ ଏଭଳି ହଠାତ୍‌ ପ୍ରଭାବ ଆମର ସାମଗ୍ରିକ ଜୀବନଶୈଳୀରେ ଏକ ସକାରାତ୍ମକ ପରିବର୍ତ୍ତନ ଆଣିପାରେ।


Enter your email to get our daily news in your inbox.

All Right Reserved By Dharitri.Com

କୋକସରାରେ ବର୍ଷା ବିତ୍ପାତ, ଘରେ ପଶିଲା ପାଣି

କୋକସରା,୨୩।୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଶନିବାରଠାରୁ ଲାଗି ରହିଥିବା ଲଗାଣ ବର୍ଷା ଯୋଗୁ କଳାହାଣ୍ଡି ଜିଲା କୋକସରା ଅଞ୍ଚଳରେ ବେହାଳ ପରିସ୍ଥିତି ସୃଷ୍ଟି ହୋଇଛି। ପ୍ରାୟ ୩୦ ଘଣ୍ଟାରୁ…

ଇମ୍ରାନ୍ ଖାନଙ୍କ ପାଇଁ ଆଗକୁ ଆସିଲେ ଗାଭାସ୍କର-କପିଲ ଦେବ, ପ୍ରଧାନମନ୍ତ୍ରୀଙ୍କୁ ଲେଖିଲେ ଚିଠି

ଇସଲାମବାଦ,୨୩।୮: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି ଆନ୍ତର୍ଜାତୀୟ କ୍ରିକେଟର ୨୨ ଜଣ ପୂର୍ବତନ ଅଧିନାୟକ। ଇମ୍ରାନ ଖାନଙ୍କୁ ଉନ୍ନତ ଚିକିତ୍ସା ସୁବିଧା…

ଲୋକଙ୍କୁ ବିକୁଥିଲେ ନକଲି ବ୍ରାଣ୍ଡ୍‌ ଘଣ୍ଟା, ୪ଜଣଙ୍କୁ ବାନ୍ଧିଲା ପୋଲିସ

ରାଉରକେଲା,୨୩।୮(ସଙ୍ଗୀତା ଜେନା): ନକଲି ବ୍ରାଣ୍ଡ୍‌ ଘଣ୍ଟା ବିକ୍ରି ଅଭିଯୋଗରେ ପ୍ଲାଣ୍ଟସାଇଟ୍‌ ଥାନା ପୋଲିସ ୪ ଜଣଙ୍କୁ ରବିବାର ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ବିଶ୍ରା ଜିନତ…

ବସ୍‌ଷ୍ଟାଣ୍ଡରେ ବିକୁଥିଲେ କଫ୍‌ସିରପ୍‌, ମାଡ଼ି ବସିଲା ପୋଲିସ

ବରଗଡ଼,୨୩।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଥାନା ପୋଲିସ ଶନିବାର ରାତିରେ ବେଆଇନ ଭାବେ ଚାଲିଥିବା କଫସିରପ୍‌ କାରବାରକୁ ଠାବ କରିଛି। ପୋଲିସ ଏହି କାରବାରରେ ୨ଜଣ…

ଅନଲାଇନ ପେମେଣ୍ଟ କଲେ ଦିଗପହଣ୍ଡି ଚାଷୀଙ୍କୁ ମିଳୁଛି ସାର, ହନ୍ତସନ୍ତ ହେଉଛନ୍ତି….

ଦିଗପହଣ୍ଡି,୨୩।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ଥିବା ପ୍ରାଥମିକ ସେବା ସମବାୟ ସମିତିରେ ଚଳିତବର୍ଷ ଅନଲାଇନ୍ ଜରିଆରେ ଚାଷୀଙ୍କୁ ସାର ବିକ୍ରୀ ବ୍ୟବସ୍ଥାକୁ ନେଇ…

ଅବ୍ୟବସ୍ଥାରେ ବଡ଼ଛତ୍ରଙ୍ଗ ହାଇସ୍କୁଲ, ଛାତରୁ ଝରୁଛି ପାଣି, ନାହାନ୍ତି ଶିକ୍ଷକ

ଥୁଆମୂଳ ରାମପୁର,୨୩।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଐତିହାସିକ ସରକାରୀ ଉଚ୍ଚ ବିଦ୍ୟାଳୟ ବଡ଼ଛତ୍ରଙ୍ଗରେ ଶିକ୍ଷାବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି। ୧୯୬୬ରୁ ସ୍ଥାପିତ ଏହି…

କଲମ୍ବୋ ଟେଷ୍ଟରେ ଗିଲଙ୍କ ରେକର୍ଡ: ଭାଙ୍ଗିଲେ କୋହଲି-ଧୋନିଙ୍କ ରେକର୍ଡ

ନୂଆଦିଲ୍ଲୀ,୨୩।୮: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜର ଦ୍ୱିତୀୟ ମୁକାବିଲା କଲମ୍ବୋର SSC ଗ୍ରାଉଣ୍ଡରେ ଖେଳାଯାଉଛି । ଟସ୍ ଜିତି ଭାରତୀୟ ଅଧିନାୟକ ଶୁଭମନ…

ଲଗାଣ ବର୍ଷାରେ ପାପଡ଼ାହାଣ୍ଡିରେ ବନ୍ୟା, ଭାଙ୍ଗିଲା ୩୮ ଘର, ୧୦୦ଜଣଙ୍କୁ ସ୍ଥାନାନ୍ତର

ପାପଡ଼ାହାଣ୍ଡି, ୨୩।୮(ସ୍ବପ୍ନଜିତ ପଟ୍ଟନାୟକ): ଗତ ୨ ଦିନ ଧରି ଲାଗି ରହିଥିବା ଲଗାଣ ବର୍ଷାରେ ରବିବାର ପାପଡ଼ାହାଣ୍ଡି ବ୍ଲକରେ ବନ୍ୟା ପରିସ୍ଥିତି ଉପୁଜିଛି। ପାପଡ଼ାହାଣ୍ଡି ସଦର ସମେତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri