କରୋନା ବଦଳାଇବ ଖାଦ୍ୟ ଅଭ୍ୟାସ

ନୂଆଦିଲ୍ଲୀ,୨୨ା୪: କରୋନା ଭାଇରସ୍‌ର ପ୍ରଭାବ ଆମ ଜୀବନଶୈଳୀକୁ ବହୁଳ ଭାବରେ ବଦଳାଇ ଦେଇଛି। ଘରେ ରହିବାଠାରୁ ଆରମ୍ଭ କରି ଲକ୍‌ଡାଉନ ସହିତ ମୁକାବିଲା କରିବା ପର୍ଯ୍ୟନ୍ତ, ଗତ ପ୍ରାୟ ୪ ସପ୍ତାହ ମଧ୍ୟରେ ଆମେ ସମସ୍ତେ ଜୀବନଶୈଳୀ ପରିବର୍ତ୍ତନର ନୂତନ ଧାରାରେ ଗତି କରୁଛୁ। ଏହି କ୍ରମରେ ବଦଳିବାରେ ଲାଗିଛି ଆମର ଖାଦ୍ୟ ଅଭ୍ୟାସ। ସାଧାରଣତଃ ନିଜସ୍ବ ରୁଚି ଅନୁଯାୟୀ ଖାଦ୍ୟାଭ୍ୟାସ ଦୀର୍ଘ ସମୟ ଧରି ପ୍ରତ୍ୟେକଙ୍କ ଜୀବନ ସହ ଯୋଡ଼ି ହୋଇରହିଥାଏ। ହେଲେ କରୋନା ମହାମାରୀର ଆତଙ୍କ ଯେଭଳି ବ୍ୟାପିଛି ସେଥିରୁ ବର୍ତ୍ତିବା ପାଇଁ ଲୋକେ ଅନେକ କ୍ଷେତ୍ରରେ ସଚେତନ ହୋଇ ଚଳିବାକୁ ବାଧ୍ୟ ହୋଇଛନ୍ତି, ଯାହାର ପ୍ରଭାବ ଆମ ଖାଦ୍ୟାଭ୍ୟାସରେ ପଡ଼ିଛି।

ବଢ଼ୁଛି ଘରେ ରାନ୍ଧି ଖାଇବା ଅଭ୍ୟାସ
ଏକ ଅନୁସନ୍ଧାନରୁ ମିଳିଥିବା ତଥ୍ୟ ଅନୁଯାୟୀ ୩୨% ବୟସ୍କ ବ୍ୟକ୍ତି ପ୍ରାୟତଃ ରେଷ୍ଟୁରାଣ୍ଟରେ ଖାଇବାକୁ ଯୋଜନା କରନ୍ତି। ରୋଷେଇର ଅନିଚ୍ଛା, ନିୟମିତ ଘରୋଇ ଖାଦ୍ୟ କିମ୍ବା ସ୍ବାଦର ପରିବର୍ତ୍ତନ ଖୋଜିବା ଏହାର କାରଣ ହୋଇପାରେ। କିନ୍ତୁ ଲକ୍‌ଡାଉନ ଯୋଗୁୁ ଲୋକମାନେ ଘରେ ରାନ୍ଧି ଖାଇବାକୁ ବାଧ୍ୟ ହେଉଛନ୍ତି, ଯାହା ଭବିଷ୍ୟତରେ ମଧ୍ୟ ନିୟମିତ ରାନ୍ଧି ଖାଇବା ଅଭ୍ୟାସକୁ ବଢ଼ାଇବ।

ରୋଗ ପ୍ରତିରୋଧକ ଶକ୍ତି ବଢ଼ାଉଥିବା ଖାଦ୍ୟ ପ୍ରତି ଆଗ୍ରହ
କରୋନା ଭାଇରସ୍‌ ଯେଭଳି ବ୍ୟାପୁଛି ସେଥିରେ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି। ଏହି ମହାମାରୀର କୌଣସି ଔଷଧ କିମ୍ବା ଟିକା ଏଯାଏ ବାହାରିନାହିଁ। ତେଣୁ ଏହାକୁ ପ୍ରତିରୋଧ କରିବା ପାଇଁ ସାମାଜିକ ଦୂରତ୍ୱ, ବାରମ୍ବାର ହାତ ସଫା କରିବା ଭଳି କେତେକ ଉପାୟ ଅବଲମ୍ବନ କରିବା ନିହାତି ଜରୁରୀ। ଏହି କ୍ରମରେ ଲୋକଙ୍କ ମଧ୍ୟରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଉଥିବା ଖାଦ୍ୟ ଖାଇବାକୁ ଆଗ୍ରହ ବଢ଼ିଛି। ଭବିଷ୍ୟତରେ ଏହା ନିଶ୍ଚିତ ଭାବରେ ଏକ ଅଭ୍ୟାସରେ ପରିଣତ ହେବ ବୋଲି କୁହାଯାଉଛି।

ଖାଦ୍ୟ ନିରାପତ୍ତାକୁ ଗୁରୁତ୍ୱ
କୋଭିଡ୍‌-୧୯ ସଂକ୍ରମଣ ଯୋଗୁ ଖାଦ୍ୟର ସୁରକ୍ଷା ବିଷୟରେ ଲୋକେ ଅଧିକ ସଚେତନ ହୋଇଛନ୍ତି। ଅସୁରକ୍ଷିତ ଖାଦ୍ୟ କିଣିବାଠାରୁ ଲୋକେ ଦୂରେଇ ରହିବା ସହ ସିଲ୍‌ ହୋଇଥିବା କିମ୍ବା ଡବାରେ ମିଳୁଥିବା ଖାଦ୍ୟକୁ ଅଧିକ ପସନ୍ଦ କରୁଛନ୍ତି। ବାଛିଛନ୍ତି। ଏହା ଲୋକଙ୍କୁ ଫୁଡ୍‌ ପଇଜନିଂଠାରୁ ମୁକ୍ତି ପାଇଁ ସହାୟକ ହେବ।

ବିଦେଶୀ ଖାଦ୍ୟକୁ ଭୟ

ଅନେକ ଲୋକ ବିଦେଶୀ ଖାଦ୍ୟକୁ ଭଲ ପାଆନ୍ତି। ବିଶେଷକରି ବିଦେଶୀ ମାଂସ ପାଇଁ ଇଚ୍ଛା କରନ୍ତି। ଅନେକେ କହୁଛନ୍ତି ଯେ, ଚାଇନାର ଉହାନ ସହରରେ ଥିବା ମାଛମାଂସ ବଜାର ହେଉଛି କରୋନା ଭାଇରସ୍‌ର ଉତ୍ପତ୍ତିସ୍ଥଳ। ସେଠାରେ ବହୁଳ ଭାବେ ସାମୁଦ୍ରିକ ଖାଦ୍ୟ ଓ ବିଦେଶୀ ମାଂସ ଉପଲବ୍ଧ ହୋଇଥାଏ। ତାହାକୁ ବିଭିନ୍ନ ସ୍ଥାନକୁ ରପ୍ତାନି ବି ହୋଇଥାଏ। ସେଥିପାଇଁ ବିଦେଶୀ ମାଂସ ଏବଂ ଅନ୍ୟ ଖାଦ୍ୟ ପ୍ରତି ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି ହୋଇଛି। ସେସବୁ ଖାଦ୍ୟଠାରୁ ଦୂରେଇ ରଖିବାକୁ ଲୋକେ ଉଚିତ ମଣୁଛନ୍ତି।

ସ୍ଥାନୀୟ ଖାଦ୍ୟର ଚାହିଦା
ଖାଦ୍ୟ ଅଭ୍ୟାସ ପରିବର୍ତ୍ତନ ହେବାର ସର୍ବାଧିକ କାରଣ ହେଉଛି ସ୍ଥାନୀୟ ଖାଦ୍ୟର ପ୍ରତ୍ୟାବର୍ତ୍ତନ। ଲୋକେ ଏବେ ଖାଇବା ପୂର୍ବରୁ ଖାଦ୍ୟର ଉତ୍ସ, ଗୁଣବତ୍ତା ସାଙ୍ଗକୁ କେତେ ପୁଷ୍ଟିକର ଓ ସୁରକ୍ଷିତ ତାହା ଜାଣିବାକୁ ଚାହୁଁଛନ୍ତି। କରୋନାର ଭୟ ଯୋଗୁ ଲୋକେ ଅଧିକ ବାଛବିଚାର କରୁଛନ୍ତି। ବିଶେଷକରି ଚାଷଜମିରୁ ସିଧା ଖାଦ୍ୟ ସାମଗ୍ରୀ ପାଇବାକୁ ଇଚ୍ଛା କରୁଛନ୍ତି। ଏହାସାଙ୍ଗକୁ ଲକ୍‌ଡାଉନ ଯୋଗୁ ସୀମା ବନ୍ଦ ରହିଥିବାରୁ ଯୋଗାଣ ଶୃଙ୍ଖଳ ବାଧାପ୍ରାପ୍ତ ହୋଇଛନ୍ତି। ଅନ୍ୟ ଅଞ୍ଚଳର ଖାଦ୍ୟ ସାମଗ୍ରୀ ଆମଦାନୀରେ ହ୍ରାସ ଘଟିଛି। ବିଦେଶରୁ ଖାଦ୍ୟ ସାମଗ୍ରୀ ଆମଦାନୀ ପ୍ରାୟତଃ ବନ୍ଦ ହୋଇଯାଇଛି। ଏସବୁର ପ୍ରଭାବରେ ସ୍ଥାନୀୟ ଖାଦ୍ୟ ଚାହିଦା ଓ ଉତ୍ପାଦନ ବୃଦ୍ଧିପାଇବାରେ ଲାଗିଛି। ଅନ୍ୟପକ୍ଷରେ ଖାଇବା ଅଭ୍ୟାସ ଉପରେ ଏଭଳି ହଠାତ୍‌ ପ୍ରଭାବ ଆମର ସାମଗ୍ରିକ ଜୀବନଶୈଳୀରେ ଏକ ସକାରାତ୍ମକ ପରିବର୍ତ୍ତନ ଆଣିପାରେ।


Enter your email to get our daily news in your inbox.

All Right Reserved By Dharitri.Com

ଚାଣକ୍ୟ କୁହନ୍ତି ଏସବୁ ଖାଦ୍ୟ ଖାଇଲେ ମିଳିବ ୧୦ଗୁଣା ଅଧିକ ଶକ୍ତି, ବୃଦ୍ଧାବସ୍ଥାରେ ରୋଗ ପାଖ ମାଡ଼ିବନି…

ହିନ୍ଦୁ ଧର୍ମରେ ଅନେକ ଜିନିଷ ଅଛି ଯାହାକୁ ଖାଇବା ସମ୍ପୂର୍ଣ୍ଣ ନିଷେଧ ଏବଂ କିଛି ଜିନିଷ ଅଛି ଯାହାକୁ ଖାଇଲେ ୧୦ ଗୁଣ ଅଧିକ ଶକ୍ତି...

ଅଂଶୁଘାତ ସମୟରେ କେମିତି ନେବେ ପ୍ରାଣୀଙ୍କ ଯତ୍ନ

ଅଂଶୁଘାତ ପାଇଁ  ସତର୍କ ଓ ସାବଧାନ ରୁହନ୍ତୁ । ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ। ଗୁହାଳକୁ ଥଣ୍ଡା ରଖିବା ସହ ସଙ୍କର ଜାତୀୟ ଗାଈ...

ଖରାଦିନେ ଗର୍ଭବତୀ ମହିଳା ଏମିତି ନିଅନ୍ତୁ ଯତ୍ନ

ଖରାଦିନେ ଗର୍ଭବତୀ ମହିଳାଙ୍କୁ ଅଧିକ ସତର୍କ ରହିବାକୁ ହେବ। ଏହି ଦିନେ ଗ୍ରୀଷ୍ମତାପରୁ ରକ୍ଷାପାଇବା ପାଇଁ ଜାଣିରଖନ୍ତୁ କିଛି ଉପାୟ। ଖରାଦିନେ ପ୍ରଚୁର ପାଣି ତ...

ସିଙ୍ଗଲ୍‌ ଚାଇଲ୍ଡ ଥିଲେ.. ଏମିତି ନିଅନ୍ତୁ ଯତ୍ନ

ଆଜିକାଲି ଅନେକଙ୍କର ପସନ୍ଦ ସିଙ୍ଗଲ ଚାଇଲ୍ଡ। କ୍ୟାରିୟର ପାଇଁ ହେଉ ବା ଆର୍ଥିକ ଚାପ ଅବା ଲାଳନପାଳନର ଅସୁବିଧା ଯୋଗୁ ସେମାନେ ଏମିତି ପସନ୍ଦ ବାଛି...

ଅବସାଦ ଦୂର ପାଇଁ ଆପଣାନ୍ତୁ ଏହି ଟିପ୍ସ

ଶରୀରକୁ ସୁସ୍ଥ ଓ ମଜଭୁତ ରଖିବାରେ ଉତ୍ତମ ଖାଦ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆମେ କେତେ ରୋଗମୁକ୍ତ ଓ ସୁସ୍ଥ ଜୀବନ ବିତାଉଛେ, ତାହା ଅନେକାଂଶରେ ନିର୍ଭର...

ପାଣି ପିଅନ୍ତୁ କି ନ ପିଅନ୍ତୁ ଘରେ ରଖନ୍ତୁ ସୁରେଇ, ଆଣିବ ସୌଭାଗ୍ୟ…

ଖରାଦିନେ ମାଠିଆ ହେଉ ଅଥବା ସୁରେଇର ପାଣି ପିଇବାକୁ ଯେମିତି ଥଣ୍ଡା ଲାଗେ ସେମିତି ସ୍ବାସ୍ଥ୍ୟପ୍ରଦ ବି ହୋଇଥାଏ। ସେଥିପାଇଁ ପୂର୍ବେ ଘରେ ଘରେ ମାଠିଆ,...

ବାସ୍ତୁ ଅନୁଯାୟୀ ଘରର ମୁଖ୍ୟ ପ୍ରବେଶ ଦ୍ୱାର କିପରି ହେବା ଦରକାର…ଜାଣନ୍ତୁ

ଘରର ଭିତର ପାର୍ଶ୍ୱ କେତେ ସୁନ୍ଦର ଓ ସୁବ୍ୟବସ୍ଥିତ; ତାହାର ଅନୁମାନ ଘରର ମୁଖ୍ୟ ପ୍ରବେଶ ଦ୍ୱାରକୁ ଦେଖିଲେ ହିଁ ଜଣାପଡିଯାଏ। ତେଣୁ ଘରର ମୁଖ୍ୟ...

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri