କଦଳୀମୁଣ୍ଡା ପ୍ରକଳ୍ପ ଉପ୍ରା ସ୍କୁଲ ଶ୍ରେଣୀଗୃହ ନିର୍ମାଣ ହେଉନି: ବାରଣ୍ଡାରେ ଚାଲିଛି ପାଠପଢ଼ା

ବଇଣ୍ଡା,୧୦।୭(ଡି.ଏନ.ଏ.)-କିଶୋରନଗର ବ୍ଲକ ନୁନୁକାପଶି ପଞ୍ଚାୟତ କଦଳୀମୁଣ୍ଡା ପ୍ରକଳ୍ପ ଉପ୍ରା ବିଦ୍ୟାଳୟରେ ଆବଶ୍ୟକ ଶ୍ରେଣୀଗୃହ ନିର୍ମାଣ ହେଉନାହିଁ। ଫଳରେ ଛାତ୍ରୀଛାତ୍ରମାନେ ବାରଣ୍ଡାରେ ବସି ପାଠ ପଢୁଛନ୍ତି। ଏ ନେଇ ବାରମ୍ବାର ଅଭିଯୋଗ କରାଗଲେ ବି କର୍ତ୍ତୃପକ୍ଷ ପଦକ୍ଷେପ ନେଉ ନ ଥିବାରୁ ଛାତ୍ରୀଛାତ୍ର ଓ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ତୁରନ୍ତ ଏହାର ସ୍ଥାୟୀ ସମାଧାନ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।
ଗ୍ରାମବାସୀଙ୍କ ଅଭିଯୋଗ ମୁତାବକ, ୧୯୬୬ରେ ଗ୍ରାମର ଲୋକଙ୍କ ସହଯୋଗରେ ଏହି ବିଦ୍ୟାଳୟ ସ୍ଥାପନ ହୋଇଥିଲା। ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଏଥିରେ ୬୪ ଛାତ୍ରୀଛାତ୍ର ଅଧ୍ୟୟନ କରୁଛନ୍ତି। ୮ଟି ଶ୍ରେଣୀ ପାଇଁ ମାତ୍ର ୩ଟି ଗୃହ ଥିବାବେଳେ ଗୋଟିଏରେ କାର୍ଯ୍ୟାଳୟ ରହିଛି। ଫଳରେ ଉକ୍ତ ୩ଟି ଗୃହରେ ୭ଟି ଶ୍ରେଣୀର ଛାତ୍ରୀଛାତ୍ର ପଢୁଥିବାବେଳେ ୪ର୍ଥ ଶ୍ରେଣୀର ଛାତ୍ରୀଛାତ୍ରମାନେ ବାରଣ୍ଡାରେ ବସି ପଢୁଛନ୍ତି। ୨୦୧୩ରୁ ଏପରି ସମସ୍ୟା ଲାଗି ରହିଥିଲେ ବି କୌଣସି ପଦକ୍ଷେପ ନିଆଯାଉ ନାହିଁ। ସେହିପରି ବିଦ୍ୟାଳୟ ଚତୁଃପାର୍ଶ୍ୱରେ ପାଚେରି ନିର୍ମାଣ ହୋଇ ନ ଥିବାରୁ ଗୋରୁଙ୍କ ଅବାଧ ପ୍ରବେଶ ଯୋଗୁ ପରିସର ମଧ୍ୟରେ କୌଣସି ବୃକ୍ଷରୋପଣ କରାଯାଇ ପାରୁନାହିଁ। ଶୌଚାଳୟକୁ ଜଳ ଯୋଗାଣ ବ୍ୟବସ୍ଥା ନ ଥିବାବେଳେ ପିଇବା ପାଣି ଟାଙ୍କି ନିର୍ମାଣ କରାଯାଇନାହିଁ। ଫଳରେ ଛାତ୍ରୀଛାତ୍ରମାନେ ନଳକୂପରୁ ବାହାରୁଥିବା ଲୌହଗୁଣ୍ଡ ମିଶା ପାଣିକୁ ବ୍ୟବହାର କରୁଛନ୍ତି। ଖେଳ ପଡ଼ିଆ ମଧ୍ୟ ନ ଥିବାବେଳେ ମଧ୍ୟାହ୍ନ ଭୋଜନ ଖାଇବା ପାଇଁ ଗୃହ ନିର୍ମାଣ ହେଉ ନ ଥିବା ଯୋଗୁ ଖୋଲା ଆକାଶ ତଳେ ବସି ଛାତ୍ରୀଛାତ୍ରମାନେ ଖାଉଛନ୍ତି। ତୁରନ୍ତ ଏଥିପ୍ରତି ପ୍ରଶାସନ ଦୃଷ୍ଟିଦେବାକୁ ଗ୍ରାମର ଲକ୍ଷ୍ମଣ ସାହୁ, ବାନା ବେହେରା, ପ୍ରେମାନନ୍ଦ ପ୍ରଧାନ, ପ୍ରଫୁଲ୍ଲ ସାହୁ, ପୁନିଆ ପ୍ରଧାନ, ଅଞ୍ଜଳି ବେହେରା, ଦମୟନ୍ତୀ ବେହେରା, ସରସ୍ବତୀ ପ୍ରଧାନ, କୁଶ ବେହେରା ପ୍ରମୁଖ ଦାବି କରିଛନ୍ତି।
ଏ ନେଇ ପ୍ରଧାନ ଶିକ୍ଷୟିତ୍ରୀ ସଞ୍ଜିତା ପ୍ରଧାନ କହିଛନ୍ତି, ବିଦ୍ୟାଳୟ ସମସ୍ୟା ସମ୍ପର୍କରେ ବହୁବାର ଡିପିସିଙ୍କୁ ଅଭିଯୋଗ କରିଛୁ। କୌଣସି ସୁଫଳ ମିଳୁନାହିଁ। ବିଦ୍ୟାଳୟ ପରିଚାଳନା କମିଟି ସଭାପତି ବୈଜୟନ୍ତ ପ୍ରଧାନ କହିଛନ୍ତି, ବିଦ୍ୟାଳୟ ଶ୍ରେଣୀଗୃହ ଓ ପାଚେରି ନିର୍ମାଣ ପାଇଁ ଶିକ୍ଷା କମିଟି ଓ ଗ୍ରାମବାସୀଙ୍କ ପକ୍ଷରୁ ସ୍ଥାନୀୟ ବ୍ଲକ ପ୍ରଶାସନଠାରୁ ଆରମ୍ଭ କରି ଜିଲା ପ୍ରଶାସନ, ବିଧାୟକଙ୍କୁ ଅଭିଯୋଗ କରିଛୁ। ହେଲେ କେହି କର୍ଣ୍ଣପାତ କରୁନାହାନ୍ତି। ଛାତ୍ର ଦେବ ପ୍ରସାଦ ପ୍ରଧାନ, ବିନାୟକ ପ୍ରଧାନ, ଇତିଶ୍ରୀ ବିଶ୍ୱାଳ, ପ୍ରୀତିମଞ୍ଜରୀ ସାହୁ କହିଛନ୍ତି, ବିଦ୍ୟାଳୟରେ ଅନେକ ସମସ୍ୟା ଲାଗି ରହିଛି। ହେଲେ ସମାଧାନ କରାଯାଉ ନାହିଁ। ବିଶେଷକରି ଶ୍ରେଣୀଗୃହ ନ ଥିବା ଯୋଗୁ ବାରଣ୍ଡାରେ ପାଠ ପଢାଯାଉଛି। ବର୍ଷା ହେଲେ ବହୁ ହଇରାଣ ହେବାକୁ ପଡ଼ୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଅନୁଗୋଳରେ ପୁଣି ୬ ପଜିଟିଭ୍‌ ଚିହ୍ନଟ: ଆକ୍ରାନ୍ତଙ୍କ ସଂଖ୍ୟା ୪୮ ଛୁଇଁଲା

ଅନୁଗୋଳ ଅଫିସ,୧୫ା୬: ଅନୁଗୋଳରେ ସୋମବାର ପୁଣି ୬ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୪୮ରେ ପହଞ୍ଚିଛି। ତେବେ ଏହି...

ଶିକ୍ଷା ବିଭାଗର ଅଜବ ନୀତି: ସୁରଭି ପରଦିନ ଷାଣ୍ମାସିକ ପରୀକ୍ଷା

(ଦିନେଶ ଦେହୁରୀ) ବନ୍ତଳା,୨୭।୧୦ – ଅନୁଗୋଳ ଶିକ୍ଷା ଜିଲାରେ ଶିକ୍ଷା ବିଭାଗର ଅଜବ ନୀତି ପ୍ରତିଭା ବିକାଶରେ ଅନ୍ତରାୟ ସୃଷ୍ଟି କରିଛି। ରାଜ୍ୟ ସରକାରଙ୍କ ଗଣ...

ଶାରୀରିକ ଅସୁସ୍ଥତା ସହି ନ ପାରି ବୃଦ୍ଧାଙ୍କ ଆତ୍ମହତ୍ୟା ଉଦ୍ୟମ

ଅନୁଗୋଳ ଅଫିସ,୪।୬: ଅନୁଗୋଳ ଜିଲା ହୁଲୁରସିଂହା ପୁରୁଣା ପୋଲ ଉପରୁ ଡେଇଁ ମଙ୍ଗଳବାର ଜଣେ ବୃଦ୍ଧା ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ସେ ହେଲେ ନୟନୀ ବେହେରା...

ଭିନ୍ନକ୍ଷମଙ୍କୁ ନେଇ ଅନୁଗୋଳରେ ଦଲାଲଙ୍କ ବେପାର: କାହାକୁ ମିଳୁଛି ମଜୁରି, କାହାକୁ ଦରମା

ଅନୁଗୋଳ ଅଫିସ, ୨୫।୧୦-ପାର୍ବଣ ବେଳେ ଭିଡ଼ରୁ ଭଲ ଆୟ କରିବା ଲକ୍ଷ୍ୟରେ କଲିକତାରୁ କିଛି ଦଲାଲ ଭିନ୍ନକ୍ଷମମାନଙ୍କୁ ଅନୁଗୋଳ ଆଣି ଭିକ୍ଷା ବେପାରରେ ଲଗାଇଛନ୍ତି। ଗତ...

ଶେଷ ହେଉ ନ ଥିବାରୁ ସମସ୍ୟା

ବଇଣ୍ଡା,୫।୭(ଡି.ଏନ.ଏ.) ରାଜପଥ ସମ୍ପ୍ରସାରଣ ହେବ ବୋଲି ତରବର ହେଲା ପ୍ରଶାସନ। କ୍ଷତିପୂରଣ ଓ ଥଇଥାନ ବ୍ୟବସ୍ଥା ହେବା ପୂର୍ବରୁ ଶତାଧିକ ବ୍ୟବସାୟୀଙ୍କୁ ଉଚ୍ଛେଦ କରିଦେଲା। ସ୍କୁଲ,...

ବିଦାୟ ନେଲେ ଜଗଜ୍ଜନନୀ

ଅନୁଗୋଳ ଅଫିସ/ ବଇଣ୍ଡା/ ବଅଁରପାଳ/ କଣିହାଁ / ଛେଣ୍ଡିପଦା, ୭।୧୦(ଡି.ଏନ.ଏ): ଅନୁଗୋଳ ସହରରେ ଧୁମ୍‌ଧାମରେ ପୂଜା ପାଳନ ପରେ ଗୁରୁବାର ମା’ ଦୁର୍ଗାଙ୍କୁ ବିଦାୟ ଦିଆଯାଇଛି।...

ମହାବୀର ମୃତ୍ୟୁ ଘଟଣାର ତଦନ୍ତ ଆରମ୍ଭ

ବନ୍ତଳା,୨୨।୬(ଡି.ଏନ.ଏ.) – ଅନୁଗୋଳ ଜିଲା ସାତକୋଶିଆ ଅଭୟାରଣ୍ୟରେ ବାଘ ବଂଶ ବୃଦ୍ଧି ନିମନ୍ତେ ମଧ୍ୟପ୍ରଦେଶର କାହ୍ନା ବ୍ୟାଘ୍ର ପ୍ରକଳ୍ପରୁ ଅଣାଯାଇଥିବା ମହାବଳ ମହାବୀରର ଗତ ନଭେମ୍ବର...

ସହରବାସୀଙ୍କ ଉତ୍ତମ ଚିକିତ୍ସା ସମ୍ପର୍କରେ ଆଲୋଚନା

ଅନୁଗୋଳ ଅଫିସ, ୨୫ା୩: ଅନୁଗୋଳ ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ନ୍ୟାଶନାଲ ଅର୍ବାନ ହେଲ୍‌ଥ ମିଶନ୍‌ ସମ୍ପର୍କରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ସହରୀ ଲୋକଙ୍କୁ କିଭଳି...

Advertisement
Archives

Model This Week