‘ଓଡ଼ିଆଙ୍କ ବୌଦ୍ଧିକ କ୍ଷମତାକୁ ହେୟଜ୍ଞାନ କରୁଛନ୍ତି ମୁଖ୍ୟମନ୍ତ୍ରୀ’

ଭୁବନେଶ୍ୱର, ୨୭।୪(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରାୟ ୩୦ରୁ ଅଧିକ ଦିନ ହେଲା ନିର୍ବାଚନ ପ୍ରଚାର ଆରମ୍ଭ କରିଥିବା ବେଳେ ପ୍ରଚାର ଶେଷ ହେବାକୁ ବସିଲାଣି। ମାତ୍ର ଏ ପର୍ଯ୍ୟନ୍ତ କେଉଁ ପ୍ରସଙ୍ଗ ଉପରେ ବିଜେଡି ନିର୍ବାଚନ ଲଢୁଛି ସେନେଇ ମୁଖ୍ୟମନ୍ତ୍ରୀ ମୁହଁ ଖୋଲୁନାହାନ୍ତି। କେବଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଗାଳି ଦେବା ଏବଂ ତାଙ୍କ ପ୍ରତି ଅସୂୟାଭାବ ପ୍ରକାଶ କରିବା ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ପ୍ରଚାରର ପ୍ରସଙ୍ଗ ହୋଇଛି। ଚାରିଥର ମୁଖ୍ୟମନ୍ତ୍ରୀ ରହିବା ପରେ ନବୀନ ବାବୁ କ’ଣ କରିଛନ୍ତି ତାହାକୁ ରାଜ୍ୟବାସୀଙ୍କ ଆଗରେ ଉପସ୍ଥାପିତ କରନ୍ତୁ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଶ୍ନ କରିଛନ୍ତି। ସାମାଜିକ ଗଣମାଧ୍ୟମ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ସମାଲୋଚନା କରି ଧର୍ମେନ୍ଦ୍ର କହିଛନ୍ତି, ବାସ୍ତବ କଥା ହେଉଛି ୧୯ବର୍ଷରେ ବିଜେଡି ସରକାର କ’ଣ କରିଛି ଏକଥା କହିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ସତସାହସ ଓ ନୈତିକତା ନାହିଁ। କେବଳ ମନଗଢ଼ା କଥା କହି ସେ ଓଡିଆ ଲୋକଙ୍କ ବୌଦ୍ଧିକ କ୍ଷମତାକୁ ହେୟଜ୍ଞାନ କରୁଛନ୍ତି। ଦଳେ ନକଲି ଓଡ଼ିଆଙ୍କ ପରାମର୍ଶରେ ରାଜ୍ୟବାସୀଙ୍କୁ କିଛି ବି କହି ପାର୍‌ ହୋଇଯିବା କଥା ମୁଖ୍ୟମନ୍ତ୍ରୀ ଭାବୁଛନ୍ତି ବୋଲି ଧର୍ମେନ୍ଦ୍ର କହିଛନ୍ତି। ସେ ଆହୁରି କହିଛନ୍ତି, ଦେଶରେ ଅସ୍ଥିର ସରକାର ହେବ ବୋଲି ମୁଖ୍ୟମନ୍ତ୍ରୀ ଭବିଷ୍ୟବାଣୀ କରିଛନ୍ତି। ଏ ପ୍ରକାର ଭବିଷ୍ୟତବାଣୀ ୨୦୧୪ରେ କରିଥିଲେ ମଧ୍ୟ ଭାରତର ପରିପକ୍ୱ ଗଣତନ୍ତ୍ର ନରେନ୍ଦ୍ର ମୋଦିଙ୍କୁ ବଡ଼ ଦାୟିତ୍ୱ ଓ ଅଧିକାର ଦେଲା। ଚଳିତ ଥର ମୋଦିଙ୍କୁ ପୂର୍ବପେକ୍ଷା ଆହୁରି ଅଧିକ ବଡ଼ ଦାୟିତ୍ୱ ମିଳିବ। ବିଶେଷକରି ମୋଦିଙ୍କ ଉପରେ ଜନ ଆଶୀର୍ବାଦରେ ଓଡ଼ିଶାର ଭୂମିକା ରହିବ। ୩ ପର୍ଯ୍ୟାୟ ନିର୍ବାଚନରେ ଓଡ଼ିଶାର ୩କୋଟି ୨୪ଲକ୍ଷ ଲୋକ ମୋଦିଙ୍କୁ ଆଶୀର୍ବାଦ କରିଥିବା ବେଳେ ଶେଷ ବା ଚତୁର୍ଥ ପର୍ଯ୍ୟାୟ ନିର୍ବାଚନରେ ମଧ୍ୟ ଓଡିଆ ଲୋକମାନେ ନରେନ୍ଦ୍ର ମୋଦିଙ୍କ ସହ ଯିବେ। କେନ୍ଦ୍ରାପଡ଼ା ଓ ବାଲେଶ୍ୱରରେ ପ୍ରଧାନମନ୍ତ୍ରୀଙ୍କ ପ୍ରତି ଅଭୂତପୂର୍ବ ଜନସମର୍ଥନ ଦେଖାଯାଇଛି। ଓଡ଼ିଆ ଲୋକମାନେ ଏଥର ମୋଦିଙ୍କୁ ଆଶୀର୍ବାଦ କରି ଓଡ଼ିଶାରେ ଭାଜପାର ଡବଲ ଇଞ୍ଜିନର ସରକାର କରିବେ ବୋଲି ଧର୍ମେନ୍ଦ୍ର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବୈଜୟନ୍ତଙ୍କଠାରୁ ୪୮,୧୩୮ ଭୋଟ ଆଗରେ ଅନୁଭବ

କେନ୍ଦ୍ରାପଡ଼ା ଅଫିସ୍‌, ୨୩।୫- କେନ୍ଦ୍ରାପଡ଼ା ଲୋକ ସଭା ଆସନରେ କ୍ରମାଗତ ଭାବେ ବିଜେଡି ପ୍ରାର୍ଥୀ ଅନୁଭବ ମହାନ୍ତି ଆଗରେ ରହିଛନ୍ତି। ଏବେ ସୁଦ୍ଧା ଅନୁଭବ ଭାଜପ...

ମହାରାଷ୍ଟ୍ରରେ ଗର୍ଜିଲେ ମୋଦି

ମୁମ୍ବାଇ,୧୩।୧୦: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଜଲଗାଓଁରେ ଏକ ରାଲିରେ ଯୋଗ ଦେଇଛନ୍ତି। ସେଠାରେ ସେ ଉଦ୍‌ବୋଧନ ଦେବା ଅବସରରେ...

ବିଭିନ୍ନ ଦାବି ନେଇ ବଡ଼ଶାଳ ଗ୍ରାମବାସୀଙ୍କ ଭୋଟ ବର୍ଜନ ଚେତାବନୀ

କପ୍ତିପଦା,୧୮।୪(ଡି.ଏନ.ଏ): କପ୍ତିପଦା ବ୍ଲକ ଅଧିନ ଲାବଣ୍ୟଦେଇପୁର ପଞ୍ଚାୟତର ବଡ଼ଶାଳ ଗଁ।ର ଆଗାମୀ ନିର୍ବାଚନ ଅର୍ଥାତ୍‌ ଏପ୍ରିଲ ୨୯ରେ ହେବାକୁ ଥିବା ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ଗଁ।ଲୋକେ...

ଦେଶ ଚାଲିବ‘ଜନ୍‌ କି ବାତ୍‌’ରେ ନୁହେଁ ‘ମନ୍‌ କି ବାତ୍‌’ରେ : ଉଦ୍ଧବ

ମୁମ୍ବାଇ,୧୧।୨: ଦିଲ୍ଲୀ ବିଧାନସଭା ନିର୍ବାଚନ ଫଳାଫଳ ଉପରେ ସାରା ଦେଶର ନଜର ଥିବା ବେଳେ ପୁଣିଥରେ ବିଜୟ ଦ୍ୱାରରେ ଠିଆ ହୋଇଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା...

ପଞ୍ଜାବବାସୀଙ୍କ ନିଷ୍ପତ୍ତିକୁ ବିନମ୍ରତାର ସହ ସ୍ୱୀକାର କରୁଛି, ଏଏପିକୁ ଶୁଭେଚ୍ଛା: ଚନ୍ନି

ଚଣ୍ଡିଗଡ଼,୧୦ ।୩: ପଞ୍ଜାବ ବିଧାନସଭା ନିର୍ବାଚନରେ ପରାଜୟକୁ ସ୍ୱିକାର କରି ନେଇଛି କଂଗ୍ରେସ । ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନି ହାରିବା ପରେ ଦଳିୟକର୍ମୀଙ୍କୁ ଧନ୍ୟବାଦ...

ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ ଆରମ୍ଭ

ନୂଆଦିଲ୍ଲୀ,୨୩।୪: ତୃତୀୟ ପର୍ଯ୍ୟାୟ ଲୋକ ସଭା ନିର୍ବାଚନ ପାଇଁ ମଙ୍ଗଳବାର ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଛି। ୧୫ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର...

ଲମ୍ବା ଲାଇନ୍‌ରେ ଠିଆ ହୋଇ ପ୍ରାୟ ଦେଢ଼ ଘଣ୍ଟା ପରେ ଭୋଟ ଦେଲେ ଭାଜପା ପ୍ରାର୍ଥୀ ପଙ୍କଜ ଗୁପ୍ତା

ଉନ୍ନାଓ,୨୩।୨: ଉତ୍ତରପ୍ରଦେଶରେ ଚତୁର୍ଥ ପର୍ଯ୍ୟାୟରେ ବୁଧବାର ମତଦାନ ଜାରି ରହିଥିବା ବେଳେ ଅନେକ ସ୍ଥାନରେ ଭୋଟ ପ୍ରଭାବିତ ହୋଇଥିବା ସୂଚନା ରହିଛି। ଅନେକ ସ୍ଥାନରେ ଇଭିଏମ୍‌...

ଅନ୍ତିମ ପର୍ଯ୍ୟାୟ ୯ ଲୋକ ସଭା ଆସନ ପାଇଁ ମୋଦି-ଶାହ-ମମତା ମୁହାଁମୁହିଁ

କୋଲକାତା,୧୫।୫: ଲୋକ ସଭା ନିର୍ବାଚନର ଅନ୍ତିମ ପର୍ଯ୍ୟାୟରେ ମେ ୧୯ରେ ମତଦାନ କରାଯିବ। ଏହି ପର୍ଯ୍ୟାୟରେ ପଶ୍ଚିମବଙ୍ଗର ୯ ଆସନ ପାଇଁ ମତଦାନ ହେବ। ଆସନ...

Advertisement
Archives

Model This Week