ଏସ୍‌ସିବିରେ ଶଢୁଛି ମୃତଦେହ

କଟକ ଅଫିସ, ୧୫ା୬: ୬ ମାସ ହେବ ଏସ୍‌ସିବି ଶବଗୃହରେ ମୃତଦେହ ଶଢୁଛି। ଶବଗୃହରେ ଥିବା ୬ଟିଯାକ ଫ୍ରିଜର ଏକସଙ୍ଗେ ଅଚଳ ହୋଇପଡ଼ିବାରୁ ଏଭଳି ପରିସ୍ଥିତି ଉପୁଜିଛି। ତେବେ ଏହି ଫ୍ରିଜର ଅଚଳ ହେବା ପଛରେ ଯେଉଁ ସବୁ କାରଣ ରହିଛି, ତାହାକୁ ଦେଖିଲେ ମେଡିକାଲର ଏକ ବଡ଼ ଦୁର୍ବଳତା ସାମ୍ନାକୁ ଆସୁଛି। ପୂର୍ବରୁ ମେଡିକାଲର ଶବଗୃହ ବ୍ଲଡ୍‌ ବ୍ୟାଙ୍କ ପରିସରରେ କାର୍ଯ୍ୟ କରୁଥିଲା। ଗୋଟିଏ ପୁରୁଣା କାଳିଆ ଫ୍ରିଜର ଭିତରେ ମୃତଦେହଗୁଡ଼ିକୁ ରଖାଯାଉଥିଲା। ସନ୍ଧ୍ୟା ସମୟରେ ଯଦି କୌଣସି ବ୍ୟକ୍ତିଙ୍କର ମେଡିକାଲରେ ଅପମୃତ୍ୟୁ ଘଟୁଥିଲା ସେ ସମୟରେ ମୃତଦେହ ବ୍ୟବଚ୍ଛେଦ କରାଯାଇ ନ ଥାଏ। ତେଣୁ ଏହାକୁ ସକାଳ ପର୍ଯ୍ୟନ୍ତ ରଖିବାକୁ ପଡ଼ିଥାଏ। ମୃତଦେହକୁ ସକାଳ ପର୍ଯ୍ୟନ୍ତ ଶବଗୃହରେ ସଂରକ୍ଷିତ କରି ରଖିବା ନିମନ୍ତେ ସେଠାରେ ବେପାର ଆରମ୍ଭ ହୋଇଥାଏ। ଗୋଟିଏ ରାତି ପାଇଁ ମୃତଦେହକୁ ଫ୍ରିଜରରେ ରଖିବା ଲାଗି ୫୦୦ରୁ ୧୦୦୦ ଏବଂ ଆବଶ୍ୟକ ସ୍ଥଳେ ୨୦୦୦ ଟଙ୍କା ଶବଗୃହରେ କାରବାର ହୋଇଥାଏ। ଯେଉଁ ଲୋକ ଟଙ୍କା ଦେବାରେ ଅସମର୍ଥ ହୁଏ ତାଙ୍କ ପରିବାର କିମ୍ବା ସମ୍ପର୍କୀୟଙ୍କ ମୃତଦେହକୁ ଫ୍ରିଜରରେ ନ ରଖି ଖୋଲାରେ ରଖାଯାଇଥାଏ। ଫଳରେ ମୃତଦେହ ଶଢିବା ସହିତ ସେଠାରେ ଦୁର୍ଗନ୍ଧମୟ ପରିବେଶ ସୃଷ୍ଟି ହୋଇଥାଏ। ବ୍ଲଡ୍‌ ବ୍ୟାଙ୍କକୁ ଲାଗିକରି ଏହି ଶବଗୃହ ରହିଥିବାରୁ ଏହାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା। ଏପରି କି ବ୍ଲଡ୍‌ ବ୍ୟାଙ୍କ କର୍ତ୍ତୃପକ୍ଷ ଏହାର ପ୍ରତିବାଦ କରିବାରୁ ଶବଗୃହକୁ ମେଡିକାଲର ଆନାଟୋମି ବିଭାଗ ସାମ୍ନାକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ୨୦୧୬ରେ ଏକ ନୂତନ ଶବଗୃହ ନିର୍ମାଣ କରାଯାଇଥିଲା। ମେଡିକାଲରେ କାର୍ଯ୍ୟରତ ଏକ ଘରୋଇ ସଂସ୍ଥା ନୂତନ ଶବଗୃହକୁ ୬ଟି ଫ୍ରିଜର ଦାନ କରିଥିଲା। ୬ଟି ଫ୍ରିଜରରେ ଏକକାଳୀନ ୬ଟି ଶବ ସଂରକ୍ଷଣ କରି ରଖାଯିବାର ବ୍ୟବସ୍ଥା ହୋଇଥିଲା। ଫ୍ରିଜରର ରକ୍ଷଣାବେକ୍ଷଣ ମେଡିକାଲ ପକ୍ଷରୁ କରାଯିବା ପାଇଁ ସେ ସମୟରେ ବ୍ୟବସ୍ଥା ହୋଇଥିଲା। ମାତ୍ର ଏହି ଫ୍ରିଜର ଶବଗୃହକୁ ଆସିବା ପରେ ଶବକୁ ନେଇ ହେଉଥିବା ବେପାର ବନ୍ଦ ହୋଇଯାଇଥିଲା। ଫଳରେ ଫ୍ରିଜର କିଭଳି ଖରାପ ହେବ ସେ ନେଇ ଆରମ୍ଭ ହୋଇଥିଲା ଷଡ଼ଯନ୍ତ୍ର। ଏପରି କି ଫ୍ରିଜରକୁ ଗୋଇଠା ମାରି ଭାଙ୍ଗିଦେବାକୁ ମଧ୍ୟ ଚେଷ୍ଟା କରାଯାଇଥିବା ମେଡିକାଲର ଜଣେ ବରିଷ୍ଠ ଡାକ୍ତର ନିଜର ପରିଚୟ ଗୋପନ ରଖି କହିଛନ୍ତି। ଶେଷରେ ୬ଟିଯାକ ଫ୍ରିଜର ଏବେ ଅଚଳ ହୋଇପଡ଼ିଛି। ୬ ମାସ ହେବ ୬ଟି ଯାକ ଫ୍ରିଜର ଅଚଳ ହୋଇ ପଡ଼ିଥିଲେ ମଧ୍ୟ ଏଥିପ୍ରତି କାହାରି ନିଘା ନାହିଁ। ଶବଗୃହକୁ ଲାଗିକରି ମେଡିକାଲର ଚର୍ମରୋଗ ବିଭାଗ ସହିତ ଡାଇରିଆ ୱାର୍ଡ ରହିଛି। ଶବଗୃହର ସାମ୍ନାରେ ଆନାଟୋମି ବିଭାଗ ଓ ତତ୍‌ସଂଲଗ୍ନ ଅଞ୍ଚଳରେ ପୋଷ୍ଟମର୍ଟମ ରୁମ୍‌ ଓ ମେଡିକାଲର ଜୈବିକ ବର୍ଜ୍ୟବସ୍ତୁ ଟ୍ରିଟମେଣ୍ଟ ପ୍ଲାଣ୍ଟ ରହିଛି। ଫ୍ରିଜର ଅଚଳ ଯୋଗୁ ସେଠାରେ ଭୟଙ୍କର ଦୁର୍ଗନ୍ଧ ସୃଷ୍ଟି ହୋଇଛି। ଶବଗୃହ ବାଟଦେଇ ଯିବା ଆସିବା କରିବା କଷ୍ଟକର ହୋଇପଡ଼ିଛି। ଶୁକ୍ରବାର ଖବର ନେବାରୁ ଶବଗୃହରେ ୩ଟି ଶବ ଅସଂରକ୍ଷିତ ଅବସ୍ଥାରେ ଥିବାରୁ ଉକ୍ତ ଅଞ୍ଚଳ ଦୁର୍ଗନ୍ଧରେ ଫାଟି ପଡୁଥିଲା। ଘଟଣା ସମ୍ପର୍କରେ ଏସ୍‌ସିବି ମେଡିକାଲ ଅଧୀକ୍ଷକ ପ୍ରଫେସର ଡା. ସିବିକେ ମହାନ୍ତି କୁହନ୍ତି, ଫ୍ରିଜର ମରାମତି କାର୍ଯ୍ୟ ଆରମ୍ଭ ହୋଇଛି। ସୋମବାର ସୁଦ୍ଧା ଏହା ଶେଷ ହୋଇଯିବ। ତେବେ ଶବଗୃହ ଓ ଫ୍ରିଜରର ରକ୍ଷଣାବେକ୍ଷଣ ପୂର୍ତ୍ତ ବିଭାଗକୁ ହସ୍ତାନ୍ତର କରାଯାଇଛି। ଏଣିକି ପୂର୍ତ୍ତ ବିଭାଗ ଏହି ଦାୟିତ୍ୱ ବହନ କରିବ। ସୂଚନାଥାଉ କି, ଏସ୍‌ସିବିରେ ମୃତଦେହକୁ ନେଇ ଅତୀତରେ ଅନେକ ଅଘଟଣ ଘଟିଛି। ଶବଗୃହରୁ ମୃତଦେହର ଆଖି ତାଡ଼ିନେବା ଭଳି ଘଟଣା ଘଟିଥିବାବେଳେ ପୋଷ୍ଟମର୍ଟମ ରୁମ୍‌ରୁ ଘରୋଇ ମେଡିକାଲ କଲେଜକୁ କଙ୍କାଳ ଚାଲାଣ କରାଯାଉଥିବା ଭଳି ଅଭିଯୋଗ ରହିଛି। ଏବେ ଜାଣିଶୁଣି ଫ୍ରିଜରକୁ ଅଚଳ କରାଯାଇ ମୃତଦେହ ଷଢାଯିବା ଘଟଣା ବିରୋଧରେ ସାମାଜିକ ସଂଗଠକମାନେ ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ, ସ୍ବାସ୍ଥ୍ୟ ସଚିବ ଓ ଜିଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନନ୍ଦନକାନନର ଧଳା ବାଘୁଣୀ ବିଜୟାର ଛୁଆ ରକି ଅସୁସ୍ଥ

ବାରଙ୍ଗ,୧୦।୨(ଡି.ଏନ୍‌.ଏ.): ନନ୍ଦନକାନନରେ ଧଳା ବାଘୁଣୀ ବିଜୟାର ୧୦ ମାସର ଛୁଆ ରକି ଅସୁସ୍ଥ ହୋଇପଡିଛି। ୪ ଦିନ ହେଲା ରକିର ତରଳ ଝାଡା ହେବା ସହ...

ରାଜ୍ୟରେ ସୁସ୍ଥ ହେଲେ ଆଉ ୧୬୮୩ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୭।୧୧(ବ୍ୟୁରୋ)-ରାଜ୍ୟରେ ଆଜି ମୋଟ ୧୬୮୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଖୋର୍ଦ୍ଧାରୁ ସର୍ବାଧିକ ୨୧୭ ଜଣ ସୁସ୍ଥ ହୋଇଥିବା ବେଳେ ସୁନ୍ଦରଗଡରୁ ୧୧୩, କଟକରୁ...

ତୃତୀୟ ପର୍ଯ୍ୟାୟ ରଥକାଠ ପହଞ୍ଚିଲା : ୨ରେ ରଥକାଠ ଚିରଟ ଅନୁକୂଳ

ପୁରୀ ଅଫିସ,୩୧ା୩: ଚଳିତବର୍ଷ ରଥଯାତ୍ରା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି। ତିନି ରଥ ନିର୍ମାଣ ଲାଗି ସୋମବାର ପୁରୀରେ ତୃତୀୟ ପର୍ଯ୍ୟାୟ...

ଧର୍ମେନ୍ଦ୍ର, ଜୟନାରାୟଣଙ୍କ ଆଡ଼କୁ ତଦନ୍ତ ଯାଉଛି: ପ୍ରମିଳା

ଭୁବନେଶ୍ବର, ୨୨।୨(ବ୍ୟୁରୋ): ନବ ଦାସ ହତ୍ୟା ଘଟଣାକୁ ନେଇ ବିଜେଡି ଏବଂ ଭାଜପା ମଧ୍ୟରେ ଆରୋପ ପ୍ରତ୍ୟାରୋପ ଜାରି ରହିଛି। ବିଧାନସଭାର ବଜେଟ ଅଧିବେଶନ ମଙ୍ଗଳବାରଠାରୁ...

ଭୁବନେଶ୍ୱରରୁ ଆଜି ୬୯ କରୋନା ପଜିଟିଭ ଚିହ୍ନଟ: ସୁସ୍ଥ ହେଲେ ୧୮୦

ଭୁବନେଶ୍ୱର,୩।୧୧(ବ୍ୟୁରୋ)-ରାଜଧାନୀ ଭୁବନେଶ୍ୱରରୁ ଆଜି ଆଉ ୬୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରାଣ୍ଟାଇନରୁ ୧୪ ଜଣ ଚିହ୍ନଟ ହୋଇଥିବାବେଳେ ଲୋକାଲ କଣ୍ଟାକ୍ଟ କେସ ୫୫...

ମାସକରେ ୫.୬୬ କୋଟି ଗଣିଲେ ଅମାନିଆ

ଭୁବନେଶ୍ୱର,୩୦।୪(ବ୍ୟୁରୋ): ଅମାନିଆଙ୍କ ପାଇଁ ଓଡ଼ିଶାରେ ହୁହୁ ହୋଇ ସଂକ୍ରମଣ ବଢ଼ୁଛି। ଜରିମାନା ଓ ଗିରଫ ସତ୍ତ୍ୱେ କୋଭିଡ୍‌ ନିୟମ ଉଲ୍ଲଂଘନ ହେଉଥିବାରୁ ସ୍ଥିତି ବିଗିଡିବାରେ ଲାଗିଛି।...

ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ: ସରିଛି ୯୨ କି.ମି. ବାକି ରହିଛି ୧୯୭

ଭୁବନେଶ୍ୱର,୯ା୧୨:(ବ୍ୟୁରୋ): ପ୍ରସ୍ତାବିତ ଖୋର୍ଦ୍ଧା-ବଲାଙ୍ଗୀର ରେଳପଥର ମୋଟ ଦୈର୍ଘ୍ୟ-୨୮୯ କିଲୋମିଟର। ତନ୍ମଧ୍ୟରୁ ଏଯାବତ୍‌ ୯୨ କି.ମି କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇ କାର୍ଯ୍ୟକ୍ଷମ ହୋଇପାରିଛି। ଆହୁରି ୧୯୭ କି.ମି...

ମଧ୍ୟାହ୍ନଭୋଜନ ଖାଇ ୨୫ ଛାତ୍ରୀଛାତ୍ର ଅସୁସ୍ଥ, କଟକ ବଡ଼ ମେଡିକାଲରେ ଭର୍ତ୍ତି

ନରାଜ,୯।୧(ଡି.ଏନ୍‌.ଏ.): ବାରଙ୍ଗ ବ୍ଲକ ଅନ୍ତର୍ଗତ ଷଣ୍ଢପୁର ଉପ୍ରା ବିଦ୍ୟାଳୟର ଛାତ୍ରୀଛାତ୍ରମାନେ ଗୁରୁବାର ମଧ୍ୟାହ୍ନଭୋଜନ ଖାଇ ଅସୁସ୍ଥ ହୋଇପଡ଼ିଛନ୍ତି। ଅସୁସ୍ଥ ଅନୁଭବ କରୁଥିବା ୨୫ଜଣ ପିଲାଙ୍କୁ କଟକ...

Advertisement
Archives

Model This Week