ଏସ୍‌ସିବିରେ ଶଢୁଛି ମୃତଦେହ

କଟକ ଅଫିସ, ୧୫ା୬: ୬ ମାସ ହେବ ଏସ୍‌ସିବି ଶବଗୃହରେ ମୃତଦେହ ଶଢୁଛି। ଶବଗୃହରେ ଥିବା ୬ଟିଯାକ ଫ୍ରିଜର ଏକସଙ୍ଗେ ଅଚଳ ହୋଇପଡ଼ିବାରୁ ଏଭଳି ପରିସ୍ଥିତି ଉପୁଜିଛି। ତେବେ ଏହି ଫ୍ରିଜର ଅଚଳ ହେବା ପଛରେ ଯେଉଁ ସବୁ କାରଣ ରହିଛି, ତାହାକୁ ଦେଖିଲେ ମେଡିକାଲର ଏକ ବଡ଼ ଦୁର୍ବଳତା ସାମ୍ନାକୁ ଆସୁଛି। ପୂର୍ବରୁ ମେଡିକାଲର ଶବଗୃହ ବ୍ଲଡ୍‌ ବ୍ୟାଙ୍କ ପରିସରରେ କାର୍ଯ୍ୟ କରୁଥିଲା। ଗୋଟିଏ ପୁରୁଣା କାଳିଆ ଫ୍ରିଜର ଭିତରେ ମୃତଦେହଗୁଡ଼ିକୁ ରଖାଯାଉଥିଲା। ସନ୍ଧ୍ୟା ସମୟରେ ଯଦି କୌଣସି ବ୍ୟକ୍ତିଙ୍କର ମେଡିକାଲରେ ଅପମୃତ୍ୟୁ ଘଟୁଥିଲା ସେ ସମୟରେ ମୃତଦେହ ବ୍ୟବଚ୍ଛେଦ କରାଯାଇ ନ ଥାଏ। ତେଣୁ ଏହାକୁ ସକାଳ ପର୍ଯ୍ୟନ୍ତ ରଖିବାକୁ ପଡ଼ିଥାଏ। ମୃତଦେହକୁ ସକାଳ ପର୍ଯ୍ୟନ୍ତ ଶବଗୃହରେ ସଂରକ୍ଷିତ କରି ରଖିବା ନିମନ୍ତେ ସେଠାରେ ବେପାର ଆରମ୍ଭ ହୋଇଥାଏ। ଗୋଟିଏ ରାତି ପାଇଁ ମୃତଦେହକୁ ଫ୍ରିଜରରେ ରଖିବା ଲାଗି ୫୦୦ରୁ ୧୦୦୦ ଏବଂ ଆବଶ୍ୟକ ସ୍ଥଳେ ୨୦୦୦ ଟଙ୍କା ଶବଗୃହରେ କାରବାର ହୋଇଥାଏ। ଯେଉଁ ଲୋକ ଟଙ୍କା ଦେବାରେ ଅସମର୍ଥ ହୁଏ ତାଙ୍କ ପରିବାର କିମ୍ବା ସମ୍ପର୍କୀୟଙ୍କ ମୃତଦେହକୁ ଫ୍ରିଜରରେ ନ ରଖି ଖୋଲାରେ ରଖାଯାଇଥାଏ। ଫଳରେ ମୃତଦେହ ଶଢିବା ସହିତ ସେଠାରେ ଦୁର୍ଗନ୍ଧମୟ ପରିବେଶ ସୃଷ୍ଟି ହୋଇଥାଏ। ବ୍ଲଡ୍‌ ବ୍ୟାଙ୍କକୁ ଲାଗିକରି ଏହି ଶବଗୃହ ରହିଥିବାରୁ ଏହାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା। ଏପରି କି ବ୍ଲଡ୍‌ ବ୍ୟାଙ୍କ କର୍ତ୍ତୃପକ୍ଷ ଏହାର ପ୍ରତିବାଦ କରିବାରୁ ଶବଗୃହକୁ ମେଡିକାଲର ଆନାଟୋମି ବିଭାଗ ସାମ୍ନାକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ୨୦୧୬ରେ ଏକ ନୂତନ ଶବଗୃହ ନିର୍ମାଣ କରାଯାଇଥିଲା। ମେଡିକାଲରେ କାର୍ଯ୍ୟରତ ଏକ ଘରୋଇ ସଂସ୍ଥା ନୂତନ ଶବଗୃହକୁ ୬ଟି ଫ୍ରିଜର ଦାନ କରିଥିଲା। ୬ଟି ଫ୍ରିଜରରେ ଏକକାଳୀନ ୬ଟି ଶବ ସଂରକ୍ଷଣ କରି ରଖାଯିବାର ବ୍ୟବସ୍ଥା ହୋଇଥିଲା। ଫ୍ରିଜରର ରକ୍ଷଣାବେକ୍ଷଣ ମେଡିକାଲ ପକ୍ଷରୁ କରାଯିବା ପାଇଁ ସେ ସମୟରେ ବ୍ୟବସ୍ଥା ହୋଇଥିଲା। ମାତ୍ର ଏହି ଫ୍ରିଜର ଶବଗୃହକୁ ଆସିବା ପରେ ଶବକୁ ନେଇ ହେଉଥିବା ବେପାର ବନ୍ଦ ହୋଇଯାଇଥିଲା। ଫଳରେ ଫ୍ରିଜର କିଭଳି ଖରାପ ହେବ ସେ ନେଇ ଆରମ୍ଭ ହୋଇଥିଲା ଷଡ଼ଯନ୍ତ୍ର। ଏପରି କି ଫ୍ରିଜରକୁ ଗୋଇଠା ମାରି ଭାଙ୍ଗିଦେବାକୁ ମଧ୍ୟ ଚେଷ୍ଟା କରାଯାଇଥିବା ମେଡିକାଲର ଜଣେ ବରିଷ୍ଠ ଡାକ୍ତର ନିଜର ପରିଚୟ ଗୋପନ ରଖି କହିଛନ୍ତି। ଶେଷରେ ୬ଟିଯାକ ଫ୍ରିଜର ଏବେ ଅଚଳ ହୋଇପଡ଼ିଛି। ୬ ମାସ ହେବ ୬ଟି ଯାକ ଫ୍ରିଜର ଅଚଳ ହୋଇ ପଡ଼ିଥିଲେ ମଧ୍ୟ ଏଥିପ୍ରତି କାହାରି ନିଘା ନାହିଁ। ଶବଗୃହକୁ ଲାଗିକରି ମେଡିକାଲର ଚର୍ମରୋଗ ବିଭାଗ ସହିତ ଡାଇରିଆ ୱାର୍ଡ ରହିଛି। ଶବଗୃହର ସାମ୍ନାରେ ଆନାଟୋମି ବିଭାଗ ଓ ତତ୍‌ସଂଲଗ୍ନ ଅଞ୍ଚଳରେ ପୋଷ୍ଟମର୍ଟମ ରୁମ୍‌ ଓ ମେଡିକାଲର ଜୈବିକ ବର୍ଜ୍ୟବସ୍ତୁ ଟ୍ରିଟମେଣ୍ଟ ପ୍ଲାଣ୍ଟ ରହିଛି। ଫ୍ରିଜର ଅଚଳ ଯୋଗୁ ସେଠାରେ ଭୟଙ୍କର ଦୁର୍ଗନ୍ଧ ସୃଷ୍ଟି ହୋଇଛି। ଶବଗୃହ ବାଟଦେଇ ଯିବା ଆସିବା କରିବା କଷ୍ଟକର ହୋଇପଡ଼ିଛି। ଶୁକ୍ରବାର ଖବର ନେବାରୁ ଶବଗୃହରେ ୩ଟି ଶବ ଅସଂରକ୍ଷିତ ଅବସ୍ଥାରେ ଥିବାରୁ ଉକ୍ତ ଅଞ୍ଚଳ ଦୁର୍ଗନ୍ଧରେ ଫାଟି ପଡୁଥିଲା। ଘଟଣା ସମ୍ପର୍କରେ ଏସ୍‌ସିବି ମେଡିକାଲ ଅଧୀକ୍ଷକ ପ୍ରଫେସର ଡା. ସିବିକେ ମହାନ୍ତି କୁହନ୍ତି, ଫ୍ରିଜର ମରାମତି କାର୍ଯ୍ୟ ଆରମ୍ଭ ହୋଇଛି। ସୋମବାର ସୁଦ୍ଧା ଏହା ଶେଷ ହୋଇଯିବ। ତେବେ ଶବଗୃହ ଓ ଫ୍ରିଜରର ରକ୍ଷଣାବେକ୍ଷଣ ପୂର୍ତ୍ତ ବିଭାଗକୁ ହସ୍ତାନ୍ତର କରାଯାଇଛି। ଏଣିକି ପୂର୍ତ୍ତ ବିଭାଗ ଏହି ଦାୟିତ୍ୱ ବହନ କରିବ। ସୂଚନାଥାଉ କି, ଏସ୍‌ସିବିରେ ମୃତଦେହକୁ ନେଇ ଅତୀତରେ ଅନେକ ଅଘଟଣ ଘଟିଛି। ଶବଗୃହରୁ ମୃତଦେହର ଆଖି ତାଡ଼ିନେବା ଭଳି ଘଟଣା ଘଟିଥିବାବେଳେ ପୋଷ୍ଟମର୍ଟମ ରୁମ୍‌ରୁ ଘରୋଇ ମେଡିକାଲ କଲେଜକୁ କଙ୍କାଳ ଚାଲାଣ କରାଯାଉଥିବା ଭଳି ଅଭିଯୋଗ ରହିଛି। ଏବେ ଜାଣିଶୁଣି ଫ୍ରିଜରକୁ ଅଚଳ କରାଯାଇ ମୃତଦେହ ଷଢାଯିବା ଘଟଣା ବିରୋଧରେ ସାମାଜିକ ସଂଗଠକମାନେ ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ, ସ୍ବାସ୍ଥ୍ୟ ସଚିବ ଓ ଜିଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନୁଆମାହରା ଘାଇ ପୁଣି ଭାଙ୍ଗିଲା, ୧୦ ଗ୍ରାମବାସୀ ଜଳବନ୍ଦୀ

ସିଂହପୁର,୨୬।୯: ଅନଙ୍ଗ ଉଦୟ ବେଉରିଆ ଖରସ୍ରୋତା ନଦୀରେ ପୁଣି ବନ୍ୟା ଆସିବାରୁ ବିଂଝାରପୁର ବ୍ଲକ ଅନ୍ତର୍ଗତ ଜରି ପଞ୍ଚାୟତ ନାଉବାଙ୍କ ଗ୍ରାମ ନିକଟ ନୁଆମାହାରଠାରେ ପୁଣି ଘାଇ…

ବନ୍ୟାଜଳରେ ବୁଡ଼ିଲା କୁକୁଡ଼ା ଫାର୍ମ, ୩ ହଜାରରୁ ଅଧିକ କୁକୁଡ଼ା ମୃତ

ଗଞ୍ଜାମ, ୨୬/୯ (ଅନାଥ ତରାଇ/ଦିଲୀପ ସାମଲ): ଗଭୀର ଅବପାତ ପ୍ରଭାବରେ ଲଗାଣ ବର୍ଷା ଯୋଗୁଁ ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ଦାମୋଦରପୁର ଅଞ୍ଚଳରେ ଏକ କୁକୁଡ଼ା ଫାର୍ମରେ ପାଣି…

ବାଇକ୍‌-ବୋଲେରୋ ମୁହାଁମୁହିଁ ଧକ୍କା: ଯୁବକ ମୃତ

ବଲାଙ୍ଗିର, ୨୬।୯(ସୁନିଲ ମହାନ୍ତି ): ବଲାଙ୍ଗୀର-ସୋନପୁର ରାସ୍ତାର ମଳମୁଣ୍ଡା ନିକଟରେ ଶୁକ୍ରବାର ଏକ ବାଇକ୍‌ ଓ ବୋଲେରୋ ମଧ୍ୟରେ ଦୁର୍ଘଟଣା ଘଟି ଜଣେ ଯୁବ ବାଇକ୍‌ ଚାଳକଙ୍କ…

ପୂର୍ବାଞ୍ଚଳ ଜୁନିଅର ଆଥଲେଟିକ୍ସ ଚାମ୍ପିୟନଶିପ୍‌ : କଳାହାଣ୍ଡି ଝିଅ ରେଶମା ବେହେରା ଜିତିଲେ ସ୍ୱର୍ଣ୍ଣ ପଦକ

ଭବାନୀପାଟଣା, ୨୬।୯ (ଉତ୍ତମ କୁମାର ଦାଶ): ବିହାରର ପାଟନାଠାରେ ଗତ ୩ ଦିନ ଧରି ପୂର୍ବାଞ୍ଚଳ ଜୁନିଅର ଆଥଲେଟିକ୍ସ ଚାମ୍ପିୟନଶିପ୍‌ ଆୟୋଜିତ ହୋଇଥିଲା। ଏଥିରେ କଳାହାଣ୍ଡିର ଝିଅ…

ତାମ୍ପରା ହ୍ରଦର ଜଳସ୍ତର : ଆଉ ୪ ଫୁଟ ପାଣି ବଢ଼ିଲା, ଜଳନିଷ୍କାସନ ନ ହେଲେ ବଢ଼ିବ ସମସ୍ୟା

ଛତ୍ରପୁର, ୨୬।୯ (ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଛତ୍ରପୁର ପୌରପରିଷଦ ଉପକଣ୍ଠ ତାମ୍ପରା ହ୍ରଦ କୂଳରେ ଅବସ୍ଥିତ ବ୍ୟାଙ୍କ କଲୋନୀ ଅଞ୍ଚଳରେ ଜମି ରହିଥିବା ଜଳସ୍ତର ଶନିବାର ସକାଳୁ…

ମାଡ଼ି ଆସୁଛି ସମୁଦ୍ର: ଗର୍ଭରେ ଲୀନ ହେବାକୁ ବସିଲାଣି ଆଉ ଦୁଇ ମନ୍ଦିର

ଛତ୍ରପୁର, ୨୬।୯ (ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲ୍ଲା ଛତ୍ରପୁର ଉପକଣ୍ଠ ଆର୍ଯ୍ୟପଲ୍ଲୀ ସମୁଦ୍ରକୂଳରେ ଦିନକୁ ଦିନ ସମୁଦ୍ର ଅତିକ୍ରମଣ କରିବା ସହ ଉଚ୍ଚ ଜୁଆର ଢେଉ…

ଘରେ ତାଲା ଭାଙ୍ଗି ଗହଣା ଲୁଟ୍‌

ଡେରାବିଶ, ୨୬।୯ (ବାର୍ତ୍ତାଦାତା ଅଜୟ ଦାସ): ନିକିରେଇ ଥାନା ଅନ୍ତର୍ଗତ ଡେରାବିଶ ବ୍ଲକ ଛୋଟୀ ପଞ୍ଚାୟତର ଛୋଟୀ ଗ୍ରାମରେ ଗୃହକର୍ତ୍ତାଙ୍କ ଅନୁପସ୍ଥିତିର ସୁଯୋଗ ନେଇ ଶୁକ୍ରବାର ବିଳମ୍ବିତ…

ଆସନ୍ତା ଦୁର୍ଗା ପୂଜା ପାଇଁ ପ୍ରସ୍ତୁତି ଜୋର୍‌ଦାର: ମୂର୍ତ୍ତି ନିର୍ମାଣରେ ନିମଗ୍ନ କାରିଗର

ଦାରିଙ୍ଗବାଡ଼ି,୨୬ା୯(ଅରୁଣ ସାହୁ): ଆଗକୁ ପାର୍ବଣ ଋତୁ। ଏଥିପାଇଁ ଚାରିଆଡ଼େ ଚଳଚଞ୍ଚଳ। ଏହି ପ୍ରରିପ୍ରେକ୍ଷୀରେ କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ିଠାରେ ଏହି ପର୍ବ ପାଳନ ପାଇଁ ମା’…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?