ଏମିତି କରୁଛି ପୋଲିସ କାର୍ଯ୍ୟ: ଅଟୋରେ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ

ଅନୁଗୋଳ ଅଫିସ, ୨୯।୫- ଅନୁଗୋଳ ଜିଲା ଜରପଡ଼ା ପୋଲିସ ସୋମବାର ୨ ଅଭିଯୁକ୍ତଙ୍କୁ ଅଟୋରେ କୋର୍ଟଚାଲାଣ କରିଛି। ଜରପଡ଼ାରୁ ଅନୁଗୋଳ କୋର୍ଟର ଦୂରତା ୨୭ କିମି ହୋଇଥିଲେ ବି ମାତ୍ର ୩ କର୍ମଚାରୀ ୨ ଅଭିଯୁକ୍ତଙ୍କୁ ଅଟୋରେ ମେଡିକାଲ ଆଣିବା ଓ କୋର୍ଟରେ ହାଜର କରାଇବା ସୁରକ୍ଷା ଦୃଷ୍ଟିରୁ କେତେଦୂର ଯୁକ୍ତିଯୁକ୍ତ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ମିଳିଥିବା ସୂଚନା ଅନୁଯାୟୀ, ସୋମବାର ପାଟ୍ରୋଲିଂ ବେଳେ ଦୁଇ ସନ୍ଧିଗ୍ଧ ବନ୍ତଳା ଥାନା ଶଙ୍ଖପୁରର ଲିପୁ ଓରଫ ବିଶ୍ୱଜିତ ସାହୁ(୧୯) ଓ ସାନହିସଂରର ବୀରେନ୍‌ ଦେହୁରୀ(୨୦)ଙ୍କୁ ପୋଲିସ ଅଟକାଇଥିଲା। ସେମାନଙ୍କ ନିକଟରେ ଦୁଇଟି ଟ୍ରକ୍‌ ବ୍ୟାଟେରି ଥିବାରୁ ପୋଲିସର ସନ୍ଦେହ ବଢ଼ିଯାଇଥିଲା। ଥାନାକୁ ନେଇ ପଚାର ଉଚରା ପରେ ଦୁହେଁ ବ୍ୟାଟେରି ଚୋରିରେ ସମ୍ପୃକ୍ତ ଥିବା ଜଣାପଡ଼ିଥିଲା। ଏଥିସହ ୬ଟି ଟ୍ରକ୍‌ ବ୍ୟାଟେରି ଜବତ କରାଯାଇଥିଲା। ବିଶ୍ୱଜିତ ଅନୁଗୋଳ ଉପକଣ୍ଠରେ ଥିବା ଏକ ଗ୍ୟାରେଜରେ ମିସ୍ତ୍ରି ଭାବେ କାର୍ଯ୍ୟ କରୁଥିବା ବେଳେ ସେ ବୀରେନ ସହ ମିଶି ବ୍ୟାଟେରି ଚୋରି କରୁଥିବା ପୋଲିସକୁ କହିଥିଲେ। ପୋଲିସ ନଂ. ୧୨୭/୧୯ରେ ଏକ ମାମଲା ରୁଜୁ କରି ମଙ୍ଗଳବାର ଦୁହିଁଙ୍କୁ କୋର୍ଟଚାଲାଣ କରିଥିଲା। କିନ୍ତୁ ଥାନା ଗାଡ଼ି ବଦଳରେ ଏକ ଅଟୋରେ ୩ଜଣ କର୍ମଚାରୀ ୨ ଅଭିଯୁକ୍ତଙ୍କୁ ୨୭ କିମି ଦୂର ଆଣି ପ୍ରଥମେ ଜିଲା ମୁଖ୍ୟ ଚିକିତ୍ସାଳୟରେ ସ୍ବାସ୍ଥ୍ୟପରୀକ୍ଷା କରିଥିଲେ। ସେଠାରୁ ଅନୁଗୋଳ କୋର୍ଟକୁ ନେଇଥିଲେ। ଏ ନେଇ ଜରପଡ଼ା ଥାନା ଅଧିକାରୀ ବିନ୍ଦୁ ବାସିନୀ ବିଶ୍ୱାଳ କହିଛନ୍ତି, ଥାନାରେ ଗୋଟିଏ ଗାଡ଼ି ରହିଛି। ଏକ ଗୁରୁତ୍ୱପୂର୍ଣ୍ଣ ମାମଲାରେ ପୂର୍ବରୁ ଜଣେ ଅଭିଯୁକ୍ତଙ୍କୁ ସେଥିରେ ମେଡିକାଲକୁ ନିଆଯାଇଥିଲା। ପିସିଆର ଭ୍ୟାନ ପାଟ୍ରୋଲିଂ କରୁଥିବାରୁ ବାଧ୍ୟ ହୋଇ ଅଟୋରେ ଦୁଇ ଅଭିଯୁକ୍ତଙ୍କୁ ଡାକ୍ତରୀ ପରୀକ୍ଷା ପରେ କୋର୍ଟରେ ହାଜର ପାଇଁ ନିଆଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଅଣ୍ଡାରୁ ବାହାରିଲେ ୫ ଶହରୁ ଊର୍ଦ୍ଧ୍ୱ କୁମ୍ଭୀର

ବନ୍ତଳା, ୨।୮(ଡି.ଏନ୍‌.ଏ.) ଅନୁଗୋଳ ଜିଲା ସାତକୋଶିଆ ଅଭୟାରଣ୍ୟ ମହାନଦୀ ଗଣ୍ଡରେ ମଗର କୁମ୍ଭୀର ଦେଇଥିବା ଅଣ୍ଡାରୁ ଜନ୍ମ ନେଇଛନ୍ତି ୫ ଶହରୁ ଊର୍ଦ୍ଧ୍ୱ ଛୁଆ। ଗତ...

ପ୍ଲାଜ୍‌ମା ଦାନ ପାଇଁ ଉତ୍ସାହିତ କର

ଅନୁଗୋଳ ଅଫିସ୍‌, ୨୯।୭ କରୋନାରୁ ସୁସ୍ଥ ହୋଇଥିବା ଅନୁଗୋଳ ଜିଲାର ଲୋକମାନେ କିପରି ପ୍ଲାଜମା ଦାନ ପାଇଁ ଆଗେଇ ଆସିବେ ସେ ସମ୍ପର୍କରେ ସଚେତନତା ସୃଷ୍ଟି...

ଡିଜେଲ ଚୋରି ରାକେଟ ଉପରେ ଚଢ଼ାଉ: ଦୁଇ ବୋଲେରୋ ଜବତ, ୫ ଗିରଫ

କଣିହାଁ,୫।୨(ଡି.ଏନ୍‌.ଏ.): ଅନୁଗୋଳ ଜିଲା କଣିହାଁ ଥାନା କୁମୁଣ୍ଡା ଗ୍ରାମରେ ଏକ ପଡିଆ ନିକଟରୁ ଶୁକ୍ରବାର ଭୋର୍‌ରୁ ଏକ ଡିଜେଲ ଚୋରି ରାକେଟ ଉପରେ ଜିଲା ପୋଲିସର...

ସଶକ୍ତ ହେଉନି ସଡ଼କ

ବଇଣ୍ଡା,୩୧ା୭ ଗାଁ ରେ ମିଳୁନି ମୌଳିକ ସୁବିଧା। ବିଶେଷକରି ରାସ୍ତାକୁ ନେଇ ଦୂର ହେଉନି ଅସୁବିଧା। ବର୍ଷା ହେଲେ କାଦୁଅ ପଚ ପଚ ପଥ ଦେଇ...

ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଚଢାଉ: ବାସିଖାଦ୍ୟ ଜବତ

ଅନୁଗୋଳ ଅଫିସ୍‌,୮।୧୦: ପାର୍ବଣ ସମୟରେ ଅନୁଗୋଳ ସହରର ବିଭିନ୍ନ ସ୍ଥାନରେ ଥିବା ଜଳଖିଆ ଦୋକାନ ଏବଂ ହୋଟେଲ ଉପରେ ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଚଢାଉ କରାଯାଇଛି।...

ଜାତୀୟ ରାଜପଥ ଉନ୍ନତିକରଣରେ ବିଳମ୍ବ ପ୍ରତିବାଦ: ବିଜେଡି ପକ୍ଷରୁ ଗଣଧାରଣା

ତାଳଚେର,୧୯ା୧୦(ନି.ପ୍ର.): ଅନୁଗୋଳ ଜିଲା ତାଳଚେର ବାଇପାସ୍‌ ଏବଂ ଗୋଡିବନ୍ଧ ଛକ ନିକଟରେ ଶନିବାର ବିଜେଡି ପକ୍ଷରୁ ଗଣଧାରଣା ଦିଆଯାଇଛି। ଜାତୀୟ ରାଜପଥ ଉନ୍ନତିକରଣରେ ବିଳମ୍ବ ଏବଂ...

ବିପଦ ବଢ଼ାଉଛି ଚୋରା କାରବାର

ବଇଣ୍ଡା, ୧୯ା୭(ଡି.ଏନ.ଏ.):  ପେଟ୍ରୋଲ, ଡିଜେଲ ଭଳି ଦହନଶୀଳ ସାମଗ୍ରୀ ବହୁଳ ପରିମାଣରେ ଗଚ୍ଛିତ ବିପଦପୂର୍ଣ୍ଣ ହୋଇଥିଲେ ହେଁ ଏହାକୁ ଖାତିର କରୁନାହାନ୍ତି ଚୋରା ବ୍ୟବସାୟୀ। ବ୍ୟାରେଲ ବ୍ୟାରେଲ...

ବାରଣ୍ଡାରେ ପଢୁଛନ୍ତି ଛାତ୍ରୀଛାତ୍ର

ବଇଣ୍ଡା,୨।୩(ଡି.ଏନ.ଏ.) ଅନୁଗୋଳ ଜିଲା କିଶୋରନଗର ବ୍ଲକ ଧଉରପାଳ ପଞ୍ଚାୟତ କେନ୍ଦୁନାଳୀ ଗ୍ରାମରେ ଅଙ୍ଗନଓ୍ବାଡ଼ି ଗୃହ ନିର୍ମାଣ ହୋଇପାରୁ ନାହିଁ। ଅର୍ଥ ମଞ୍ଜୁର ହୋଇ ପଡ଼ି ରହିଥିଲେ ବି...

Advertisement


Archives

Model This Week