Posted inଖେଳ

ଏଥର ବିଶ୍ୱକପ୍‌ରେ ଦେଖିବାକୁ ମିଳିବ ୩୫ ପାର୍‌ କ୍ରିକେଟରଙ୍କ ଜଲଓ୍ବା

ଇଂଲଣ୍ଡ, ୧୯।୫: ବିଶ୍ୱର ଶ୍ରେଷ୍ଠ ୧୦ଟି ଟିମ୍‌କୁ ନେଇ ଇଂଲଣ୍ଡରେ ଆରମ୍ଭ ହେବାକୁ ଯାଉଛି କ୍ରିକେଟ ବିଶ୍ୱକପ୍‌। ମେ ୩୦ରୁ ଆରମ୍ଭ ହେଉଥିବା ଏହି ମହାକୁମ୍ଭରେ ଯୁବ କ୍ରିକେଟରଙ୍କ ପ୍ରତିଭାର ପ୍ରଦର୍ଶନ ତ ଦେଖିବାକୁ ମିଳିବ, ଏହାସହ ସେହି ଖେଳାଳିଙ୍କ ଦମ ମଧ୍ୟ ଦେଖିବାକୁ ମିଳିବ ଯେଉଁମାନଙ୍କ ବୟସ ୩୫ ପାର୍‌ କରି ସାରିଛି। ସବୁ ଦଳରେ ରହିଛି ଯୁବ ଓ ବୟୋଜେଷ୍ଠ ଖେଳାଳିଙ୍କ ମିଶ୍ରଣ। ଯୁବ ଖେଳାଳି ନିଜ ଶ୍ରେଷ୍ଠ ପ୍ରଦର୍ଶନ ଦେବା ପାଇଁ ଉତ୍ସୁକ ଥିବାବେଳେ ସେହିପରି ପୁରୁଖା ଖେଳାଳିଙ୍କ ଜଲଓ୍ବା ବି କିଛି କମ୍‌ ହେବ ନାହିଁ। ବହୁ ହେଭିଓ୍ବେଟ୍‌ କ୍ରିକେଟର ୩୫ ପାର୍‌ କରି ସାରିଲେଣି। ବୋଧହୁଏ ଏଥର କ୍ରିକେଟ ମହାକୁମ୍ଭ ତାଙ୍କ ପାଇଁ ଶେଷ ହୋଇପାରେ। ଏହିସବୁ ବୟସ୍କଙ୍କ ଭିତରେ ପ୍ରଥମେ ଅଛନ୍ତି ଓ୍ବେଷ୍ଟଇଣ୍ଡିଜ୍‌ ବିସ୍ଫୋରକ ବ୍ୟାଟ୍ସମ୍ୟାନ କ୍ରିସ୍‌ ଗେଲ୍‌। ବୟସ ୩୯ ପାର୍‌ କରିଥିଲେ ସୁଦ୍ଧା ଗେଲ୍‌ଙ୍କ ପ୍ରହାରରେ ଆଜିବି ଧରାଶାୟୀ ହୋଇପଡନ୍ତି ବିପକ୍ଷ। ଲମ୍ବା ଲମ୍ବା ଛକା ମାରିବାରେ ମାହିର ଗେଲଙ୍କ ନାଁରେ ଅନ୍ତର୍ଜାତୀୟ କ୍ରିକେଟରେ ମୋଟ ୫୧୭ଟି ଛକା ରହିଛି। ଏଥିମଧ୍ୟରୁ ୩୧୪ଟି ଛକା ସେ ଏକଦିବସୀୟ କ୍ରିକେଟ ମାରିଛନ୍ତି। ସେହିପରି ଭାରତର ମିଷ୍ଟର କୁଲ୍‌ ମହେନ୍ଦ୍ର ସିଂ ଧୋନୀ ଚତୁର୍ଥ ତଥା ସମ୍ଭବତଃ ଶେଷଥର ପାଇଁ ବିଶ୍ୱକପରେ ଜଲଓ୍ବା ଦେଖାଇବେ। ବ୍ୟାଟିଂ ହେଉ ବା ଷ୍ଟମ୍ପିଂରେ ୩୭ ବର୍ଷୀୟ ମାହି ରଣନୀତି ପ୍ରସ୍ତୁତ କରିବାରେ ଏକଦମ ମାହିର। ଦକ୍ଷିଣ ଆଫ୍ରିକାର ଇମ୍ରାନ ତାହିର ତାଙ୍କ ଦେଶର ବିଶ୍ୱକପ୍‌ ଟିମର ସବୁଠୁ ବୟସ୍କ ଖେଳାଳି ତାଙ୍କ ବୟସ ଏବେ ୪୦। କିନ୍ତୁ ସେ ଦଳର ପ୍ରମୁଖ ସ୍ପିନର ଭାବେ ଗଣା ହେଉଛନ୍ତି। ଏ ବୟସରେ ବି ତାଙ୍କର ଲେଗ୍‌ ସ୍ପିନ୍‌ ପ୍ରତି ଉତ୍ସାହ କାଏମ ରହିଛି। ଇମ୍ରାନଙ୍କୁ କ୍ଲାସିକ୍‌ ସ୍ପିନର୍‌ ବୋଲି ମଧ୍ୟ କୁହାଯାଏ। ତାଙ୍କ ଯାଦୁ ଚାଲିରେ ଦକ୍ଷିଣ ଆଫ୍ରିକା ଇଂଲଣରେ ଇତିହାସ ରଚିପାରେ ବୋଲି କ୍ରିକେଟ ପଣ୍ଡିତମାନେ କହୁଛନ୍ତି। ପାକିସ୍ତାନର ଅଲରାଉଣ୍ଡର ସୋଏବ ମଲିକ ମଧ୍ୟ ଏଥର ଶେଷ ବିଶ୍ୱକପ୍‌ ଖେଳିବାକୁ ଯାଉଛନ୍ତି। ୩୭ବର୍ଷୀୟ ମଲିକ ଗତ କିଛି ମ୍ୟାଚରେ ପାକିସ୍ତାନ ପାଇଁ ଭଲ ଫିନିସର୍‌ ଭାବେ ପ୍ରମାଣିତ ହୋଇଆସିଛନ୍ତି। ମିଡିଲ ଅର୍ଡରକୁ ଦୃଢତା ଦେବା ସହ ଟିମରେ ସନ୍ତୁଳନ କାଏମ ରଖିବାର କାମ କରନ୍ତି। ଶ୍ରୀଲଙ୍କର ଦ୍ରୁତ ବୋଲର ଲାସିଥ୍‌ ମାଲିଙ୍ଗା ମଧ୍ୟ ଏଥର ଶେଷ ବିଶ୍ୱକପ୍‌ ଖେଳିବାକୁ ଯାଉଛନ୍ତି। ୩୭ ବର୍ଷୀୟ ମାଲିଙ୍ଗାଙ୍କ ପ୍ରଦର୍ଶନ ଆଇପିଏଲରେ ଭଲ ରହିଛି। ଏଥର ବିଶ୍ୱକପ୍‌ରେ ବି ସେ ଶ୍ରୀଲଙ୍କାର ଟ୍ରମ୍ପକାର୍ଡ ପ୍ରମାଣିତ ହୋଇପାରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ତୃତୀୟ ଥର ପାଇଁ ବାପା ହେଲେ ପାକିସ୍ତାନର ଏହି ପୂର୍ବତନ ଖେଳାଳି

ନୂଆଦିଲ୍ଲୀ,୨।୩: ପାକିସ୍ତାନର ପୂର୍ବତନ ଦ୍ରୁତ ବୋଲର ଶୋଏବ ଅଖତର ତୃତୀୟ ଥର ପାଇଁ ପିତା ହୋଇଛନ୍ତି। ଶୋଏବ ଅଖତରଙ୍କ ପତ୍ନୀ ରୁବାବ ଖାନ ଏକ କନ୍ୟା...

କ୍ରିକେଟ ପାଇଁ ରାଜନୀତିରୁ ଓହରିଗଲେ କି ଗମ୍ଭୀର

ନୂଆଦିଲ୍ଲୀ,୨।୩: ପୂର୍ବ ଦିଲ୍ଲୀରୁ ଭାଜପା ଏମ୍‌ପି ଗୌତମ ଗମ୍ଭୀର ଏଥର ଲୋକ ସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ ନାହିଁ। ଶନିବାର ତାଙ୍କର ଏକ ଟୁଇଟ୍‌ ଏଭି...

ଆଇପିଏଲ ପୂର୍ବରୁ ବଡ଼ ପରିବର୍ତ୍ତନ କଲା ଲକ୍ଷ୍ନୌ, ଏବେ ଏହି ଭେଟେରାନଙ୍କ ହେଲା ଦଳରେ ଏଣ୍ଟ୍ରି

ନୂଆଦିଲ୍ଲୀ,୨।୩: ଇଣ୍ଡିଆନ ପ୍ରିମିୟର ଲିଗ ଅର୍ଥାତ୍‌ ଆଇପିଏଲ ୨୦୨୪ ଆଉ କିଛି ଦିନ ବାକି ରହିଲା। ଆଇପିଏଲ୨୦୨୪ର ପ୍ରଥମ ମ୍ୟାଚ ୨୨ ମାର୍ଚ୍ଚରେ ଚେନ୍ନାଇ ସୁପର...

ଟାଇଟଲ ପୋଛିନେଲେ ଓଡ଼ିଶା ଖେଳାଳି

ଭୁବନେଶ୍ୱର, ୨।୩ (ତପନ ସ୍ବାଇଁ): ମିଶନ ଅଲିମ୍ପିକ୍ସ ସ୍ପୋଟର୍‌ସ ଫେଡେରେଶନ(ଏମ୍‌ଓଏସ୍‌ଏଫ୍‌) ଆନୁକୂଲ୍ୟରେ ଗୁରୁକୂଳ ଟେନିସ ରିସର୍ଟରେ ୧ ଲକ୍ଷ ଟଙ୍କା ପୁରସ୍କାର ରାଶି ବିଶିଷ୍ଟ ଏଆଇଟିଏ-ଓଟିଏ...

ଗାଇଡଲାଇନ୍‌ ବିରୋଧରେ ସ୍ବର ଉଠାଇଲେ ପ୍ରମୋଦ

ଭୁବନେଶ୍ୱର,୨।୩(ତପନ ସ୍ବାଇଁ): ଥାଇଲାଣ୍ଡର ପଟାୟାଠାରେ ଅନୁଷ୍ଠିତ ବିଶ୍ୱ ପାରା ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ୍‌ରେ ଗୋଟିଏ ସ୍ବର୍ଣ୍ଣ ଓ ୨ଟି ବ୍ରୋଞ୍ଜ ପଦକ ଜିତି ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ କରିଥିବା...

ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା କଫି ଟେବୁଲ ବୁକ୍‌ ଉନ୍ମୋଚିତ

ଭୁବନେଶ୍ୱର, ୨।୩ (ତପନ ସ୍ବାଇଁ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  ଏଫ୍‌ଆଇଏଚ୍‌ ପୁରୁଷ ହକି ବିଶ୍ୱକପ-୨୦୨୩ କଫି ଟେବୁଲ ବୁକ୍‌ ଉନ୍ମୋଚନ କରିଛନ୍ତି। ଅଗ୍ରଣୀ ସ୍ପୋଟର୍‌ସ ମାଗାଜିନ...

ଓମେନ୍ସ ନେଶନ୍ସ ଲିଗ୍‌: ସ୍ପେନ୍‌ ଚାମ୍ପିୟନ

ମାଡ୍ରିଡ୍‌,୨।୩: ପ୍ରଥମ ସଂସ୍କରଣର ଓମେନ୍ସ ନେଶନ୍ସ ଲିଗ୍‌ ଫୁଟବଲ୍‌ ଟୁର୍ନାମେଣ୍ଟରେ ସ୍ପେନ୍‌ ଦଳ ଚାମ୍ପିୟନ ଆଖ୍ୟା ଅର୍ଜନ କରିଛି। ଗୁରୁବାର ବିଳମ୍ବିତ ରାତିରେ ଅନୁଷ୍ଠିତ ମ୍ୟାଚ୍‌ରେ...

ଓ୍ବାରିଅର୍ଜର ଦ୍ୱିତୀୟ ବିଜୟ

ବେଙ୍ଗାଲୁରୁ,୨ା୩: ଓମେନ୍ସ ପ୍ରିମିୟର ଲିଗ୍‌ରେ  ଗୁଜରାଟ ଜାଏଣ୍ଟ୍ସକୁ ୬ ଉଇକେଟରେ ହରାଇ ଦ୍ୱିତୀୟ ବିଜୟ ହାସଲ କରିଛି ୟୁପି ଓ୍ବାରିଅର୍ଜ। ପ୍ରଥମେ ବ୍ୟାଟିଂ କରି ଗୁଜରାଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri