ଏଇ ଭାରତରେ

ଶିକ୍ଷାର କୌଣସି ଧର୍ମ ନାହିଁ। ଏହା ଅଜ୍ଞାନ ରୂପକ ଅନ୍ଧକାର ଦୂରକରି ଜ୍ଞାନର ଜ୍ୟୋତି ଜଳାଇଥାଏ। ସଂସ୍କୃତ ସ୍କୁଲରେ ଗାୟତ୍ରୀ ମନ୍ତ୍ରୋଚ୍ଚାରଣ ଶିଖୁଛନ୍ତି ମୁସଲମାନ ଛାତ୍ରୀଛାତ୍ର। ଏମିତି ଉଦାହରଣ ପାଲଟିଛି ରାଜସ୍ଥାନ ଜୟପୁରରେ ଥିବା ୬ଟି ସଂସ୍କୃତ ସ୍କୁଲ। ଏଠାରେ ମୁସଲମାନ ଛାତ୍ରୀଛାତ୍ର ପାଠ ପଢୁଛନ୍ତି। ସେମାନେ ସଂସ୍କୃତର ବିଭିନ୍ନ ଶ୍ଲୋକ ଶିକ୍ଷା କରିବା ସହିତ ଗାୟତ୍ରୀ ମନ୍ତ୍ରୋଚ୍ଚାରଣ କରୁଛନ୍ତି। ସକାଳେ ମଦ୍ରାସାରେ ଉର୍ଦ୍ଦୁ ଭାଷା ଶିକ୍ଷା କରିବା ସହିତ କୋରାନ୍‌ ପାଠ କରୁଛନ୍ତି। ଏହାପରେ ସଂସ୍କୃତ ସ୍କୁଲକୁ ପଢ଼ିବାକୁ ଆସୁଛନ୍ତି। ଏକ ନିଆରା ଉଦାହରଣ ସୃଷ୍ଟି କରିଥିବା ଏହି ସ୍କୁଲଗୁଡ଼ିକ ଏବେ ଚର୍ଚ୍ଚାରେ। ଛାତ୍ରୀଛାତ୍ର ଦ୍ୱାଦଶ ପର୍ଯ୍ୟନ୍ତ ସଂସ୍କୃତରେ ପାଠପଢ଼ିବା ପରେ ମହାରାଜା ସଂସ୍କୃତ କଲେଜରେ ଜ୍ୟୋତିଷ, ଧର୍ମଶାସ୍ତ୍ର, ବେଦ, ଯଜ୍ଞ ସମ୍ପର୍କିତ ଜ୍ଞାନ, କର୍ମକାଣ୍ଡ ଆଦି ବିଷୟରେ ଅଧ୍ୟୟନ କରୁଛନ୍ତି। ଏଠାକାର ରୟାଲ ଏଣ୍ଟ୍ରାନ୍ସ ସଂସ୍କୃତ ସ୍କୁଲରେ ପାଠ ପଢୁଥିବା ୨୭୪ ଛାତ୍ରୀଛାତ୍ରଙ୍କ ମଧ୍ୟରୁ ୨୫୦ ଜଣ ମୁସଲମାନ। ସେହିପରି ରୟାଲ ଅପର ପ୍ରାଇମେରୀ ସଂସ୍କୃତ ସ୍କୁଲର ସମସ୍ତ ୪୪୭ ଛାତ୍ରୀଛାତ୍ର ମୁସଲମାନ। ମହାରାଜ ବରିଷ୍ଠ ସଂସ୍କୃତ ସ୍କୁଲର ୧୩୪ ଛାତ୍ରୀଛାତ୍ରଙ୍କ ମଧ୍ୟରୁ ୫୩ ଜଣ ମୁସଲମାନ। ସେହିପରି ଖାଣ୍ଡଳ ବିପ୍ର ବରିଷ୍ଠତା ଉପାଧ୍ୟାୟ ସଂସ୍କୃତ ସ୍କୁଲର ୯୦ ଛାତ୍ରୀଛାତ୍ରଙ୍କ ମଧ୍ୟରୁ ୩୦ ଜଣ ମୁସଲମାନ ଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ମିଲିଟାରୀ ହାତରେ ସୁଦାନ

ଉତ୍ତରପୂର୍ବ ଆଫ୍ରିକାରେ ସୁଦାନ ଅବସ୍ଥିତ। ବିଶ୍ୱର ଅନ୍ୟତମ ଅତ୍ୟନ୍ତ ଦରିଦ୍ର ଦେଶ ଭାବେ ସର୍ବଦା କୁଖ୍ୟାତି ଅର୍ଜନ କରିଆସିଛି। ଅନେକ ହଜାର ଶିଶୁ ଅପପୁଷ୍ଟି ଯୋଗୁ...

ଏଇ ଭାରତରେ

ଶକ୍ତି ଅପଚୟ ରୋକିବା ଲାଗି ବହୁ ସମୟରେ ଅନେକ ଅଭିନବ ଉପାୟ ସାମ୍ନାକୁ ଆସୁଛି। ଏହି ରେସ୍‌ରେ ସାମିଲ ବ୍ୟକ୍ତିମାନଙ୍କ ମଧ୍ୟରୁ ଚେନାବ୍‌ ଭ୍ୟାଲିର ମହମ୍ମଦ...

୧୦୮ର ମାହାତ୍ମ୍ୟ

ସୁମନ୍ତ କୁମାର ଭୂୟାଁ ଗୌଡ଼ୀୟ ବୈଷ୍ଣବ ମତରେ ବୃନ୍ଦାବନରେ ୧୦୮ଜଣ ଗୋପୀ ଥିଲେ। ତେଣୁ ଜପମାଳାର ମାଳି ସଂଖ୍ୟା ୧୦୮ ହେବା ଉଚିତ। ବୈଷ୍ଣବ ପରମ୍ପରା...

ପୁଲିଜର ବିଜୟିନୀ

ନିକୋଲ୍‌ ହନ୍ନା-ଜୋନ୍ସ ଖବରକାଗଜ, ପତ୍ରିକା ଓ ଅନ୍‌ଲାଇନ୍‌ ସାମ୍ବାଦିକତା, ସାହିତ୍ୟ ଏବଂ ସଙ୍ଗୀତ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ପ୍ରତିଭାଧରଙ୍କୁ ଆମେରିକା ପକ୍ଷରୁ ପ୍ରତିବର୍ଷ ପୁଲିଜର...

ସମ୍ପାଦକୀୟ/ କାହା ପାଇଁ ସଂଯୋଗ

ସୋସିଆଲ ମିଡିଆରେ ବ୍ୟବହୃତ ପ୍ରୋଫାଇଲ ସହ ଆଧାର କାର୍ଡ ସଂଯୋଗ କରିବା ନେଇ ମାଡ୍ରାସ୍‌, ବମ୍ବେ ଓ ମଧ୍ୟପ୍ରଦେଶ ହାଇକୋର୍ଟରେ ବିଚାରାଧୀନ ରହିଥିବା ମାମଲା ଉପରେ...

ନିର୍ବାଚନ ନିୟନ୍ତ୍ରକ

ରାଜ୍ୟ ବିଧାନସଭା, ପାର୍ଲାମେଣ୍ଟ ଏବଂ ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି ନିର୍ବାଚନ ପରିଚାଳନା କରିବା ସକାଶେ ସମ୍ବିଧାନର ୩୨୪ ଧାରାରେ ମୁଖ୍ୟ ନିର୍ବାଚନ କମିଶନରଙ୍କୁ କ୍ଷମତା ଦିଆଯାଇଛି।...

ଏଇ ଭାରତରେ

ପଶ୍ଚିମବଙ୍ଗର ପଶ୍ଚିମ ବର୍ଦ୍ଧମାନ ଜିଲାର ଦୁର୍ଗମ ଗାଁଗୁଡ଼ିକରେ ବୁଲୁଛି ଭ୍ୟାକ୍ସିନ ରଥ। ଏହି ରଥ ବୁଲାଉଛନ୍ତି ପ୍ରାଥମିକ ସ୍କୁଲ ଶିକ୍ଷକ ଦୀପ ନାରାୟଣ ନାୟକ। ଦୀପଙ୍କ...

ଏଇ ଭାରତରେ

ସରକାରୀ ଯୋଜନାର ଉପଯୁକ୍ତ ଉପଯୋଗ କରି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ଉତ୍ତରାଖଣ୍ଡ କ୍ୟାଡରର ଆଇଏଏସ୍‌ ଅଧିକାରୀ ଆର୍‌. ମୀନାକ୍ଷୀ ସୁନ୍ଦରମ୍‌। ସେ ବହୁ ବିଭାଗର ଦାୟିତ୍ୱରେ...

Advertisement
Archives

Model This Week