ଏଇ ଭାରତରେ

ଶବଦାହ ନିମନ୍ତେ ସବୁ ଅଞ୍ଚଳରେ ଶ୍ମଶାନ ଥିବା କଥା ପ୍ରାୟ ସମସ୍ତେ ଜାଣିଥିବେ। କିନ୍ତୁ କୁକୁରଙ୍କ ପାଇଁ ବି ଶ୍ମଶାନ ଅଛି ଏକଥାକୁ ପ୍ରାୟତଃ କେହି ଜାଣି ନ ଥିବେ! କୁକୁରଙ୍କ ପାଇଁ ଏଭଳି ଏକ ସ୍ବତନ୍ତ୍ର ଶ୍ମଶାନ ଏବେ ତିଆରି ହୋଇଛି ଦକ୍ଷିଣ ଦିଲ୍ଲୀ ନଗର ନିଗମ (ଏସ୍‌ଡିଏମ୍‌ସି)ରେ। ଏହି ଅଞ୍ଚଳର ଦ୍ୱାରକାରେ ଏଭଳି ଏକ ଶ୍ମଶାନ ତିଆରି କରାଯିବ। ପ୍ରାୟ ୭୦୦ ବର୍ଗ ମିଟର କ୍ଷେତ୍ରରେ କୁକୁରଙ୍କ ପାଇଁ ଶ୍ମଶାନ ତିଆରି କରିବା ନିମନ୍ତେ ନଗର ନିଗମ ଯୋଜନା କରିଛି। ଶ୍ମଶାନରେ କୁକୁରମାନଙ୍କୁ ଦାହ କରିବା ପରେ ସେମାନଙ୍କର ଅସ୍ଥିକୁ ବି ୧୫ ଦିନ ପର୍ଯ୍ୟନ୍ତ ସାଇତି ରଖିବା ପାଇଁ ବ୍ୟବସ୍ଥା କରାଯାଇଛି। ତେବେ କୁକୁରଙ୍କ ପାଇଁ ଏଭଳି ସ୍ବତନ୍ତ୍ର ବ୍ୟବସ୍ଥା ଫଳରେ କୁକୁର ପାଳିଥିବା ବ୍ୟକ୍ତିମାନେ ବେଶ୍‌ ଖୁସି ହୋଇଛନ୍ତି। କାରଣ ଆଜିକାଲି ପୋଷା କୁକୁରଙ୍କୁ ମଧ୍ୟ ଲୋକେ ପରିବାରର ସଦସ୍ୟ ଭଳି ଭାବୁଛନ୍ତି। ତେଣୁ କୁକୁରର ମୃତ୍ୟୁ ପରେ ତାକୁ ପାରମ୍ପରିକ ଢଙ୍ଗରେ ସ୍ବତନ୍ତ୍ର ସମ୍ମାନ ଦେବା ପାଇଁ ଅନେକେ ପ୍ରୟାସ କରୁଛନ୍ତି। ପଶୁମାନଙ୍କ ସହ ମଣିଷର ସମ୍ପର୍କ ଏବେ ଧୀରେ ଧୀରେ ବୃଦ୍ଧି ପାଉଥିବାରୁ କୁକୁରଙ୍କ ପାଇଁ ଶ୍ମଶାନ ନିର୍ମାଣ କରିବା ଏକ ସୁନ୍ଦର ପ୍ରୟାସ ବୋଲି ମତ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରାସଙ୍ଗିକତା ହ୍ରାସ

ବିହାର ବିଧାନସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ ୩ ନଭେମ୍ବରରେ ଅନୁଷ୍ଠିତ ହୋଇଛି। ଏଥିସହିତ ମଧ୍ୟପ୍ରଦେଶର ୨୮, ଓଡ଼ିଶାର ୨ଟି ସହ ୧୦ ରାଜ୍ୟର...

ଏଇ ଭାରତରେ

ହିନ୍ଦୁଧର୍ମରେ ବୈଦିକ ରୀତିନୀତିରେ ଅଗ୍ନିକୁ ସାକ୍ଷୀ ରଖି ବାହାଘର କରାଯାଉଥିବାବେଳେ ରାଜସ୍ଥାନରେ ସମ୍ବିଧାନକୁ ସାକ୍ଷୀ ରଖି ବାହା ହୋଇଛନ୍ତି ବର-କନ୍ୟା। ଏମିତି ନିଆରା ବାହାଘର ଖର୍ଚ୍ଚ...

କର୍ମଯୋଗୀ କଲାମ

ଗିରିଜାଶଙ୍କର ତରାସିଆ ତାମିଲନାଡ଼ୁର କ୍ଷୁଦ୍ର ରାମେଶ୍ୱରମ୍‌ ଦ୍ୱୀପରୁ ରାଷ୍ଟ୍ରପତି ଭବନକୁ ଯାତ୍ରା। ୨୦୦୨ ଜୁଲାଇ ୨୫ରେ ରାଷ୍ଟ୍ରପତି ଭବନର କେନ୍ଦ୍ରୀୟ ହଲରେ ଅନୁଷ୍ଠିତ ଶପଥ ଗ୍ରହଣ...

ଏଇ ଭାରତରେ

ପୁନର୍ଜନ୍ମକୁ ନେଇ ବିଜ୍ଞାନ ଭିନ୍ନମତ ପୋଷଣ କରୁଥିବା ବେଳେ ଡେରାଡୁନର ଶୁକ୍ଳାପୁରର ଲୋକମାନେ ଏହା ଉପରେ ବିଶ୍ୱାସ ରଖିଛନ୍ତି। ପରିବେଶକୁ ଭାବନାତ୍ମକ ରୂପରେ ଜନମାନସରେ ଯୋଡି...

ପରିବେଶ ବନାମ ଆତ୍ମକୈନ୍ଦ୍ରିକତା

ଡ. ସୁବାସ ଚନ୍ଦ୍ର ପାତ୍ର ଆମେ ସମସ୍ତେ ପରିବେଶ ପ୍ରଦୂଷଣ ନେଇ ଚିନ୍ତିତ ବୋଲି ଦାବି କରୁ ବା ଛଳନା କରୁ। ଅଥଚ ଟିକେ ନିରେଖି...

ପୋଖରୀ ତୁଠ

ଡା. ବାସୁଦେବ ପ୍ରଧାନ ଆମ ପିଲାବେଳେ ଗାଁଲୋକେ ସମସ୍ତେ ପୋଖରୀରେ ଗାଧାନ୍ତି। କାଁ ଭାଁ କୂଅ ଥାଏ ଗାଁରେ। କୂଅପାଣି କେବଳ ରୋଷେଇବାସ ଓ ପିଇବା...

ମହିଳା ମୁକ୍ତି ସଂଗ୍ରାମର ଐତିହାସିକ ଦୃଶ୍ୟପଟ

ସନ୍ଦୀପ କୁମାର ପଟନାୟକ ଆଜି ହେଉଛି ଆନ୍ତର୍ଜାତିକ ମହିଳା ଦିବସ। ମହାତ୍ମା ଜୋତିବା ଫୁଲେ, ସାବିତ୍ରୀବାଈ ଫୁଲେ, ଫତିମା ଶେଖ୍‌, ଡ. ବାବାସାହେବ ଆମ୍ବେଦକରଙ୍କ ଯୋଗଦାନକୁ...

କେବେ ପାଇବୁ କରୋନା ଟିକା

ଲଳିତେନ୍ଦୁ ପଲାଉରୀ   କେବେ କରୋନା ମହାମାରୀ କବଳରୁ ବିଶ୍ବକୁ ମୁକ୍ତି ମିଳିବ? କେବେ ସାଧାରଣରେ ଉପଲବ୍ଧ ହେବ କରୋନା ଟିକା? ଏଭଳି ଅନେକ ପ୍ରଶ୍ନ...

Advertisement

BGU

Archives

Model This Week

Why Dharitri