ଏଇ ଭାରତରେ

ସୃଜନଶୀଳତା ସ୍ରଷ୍ଟାଙ୍କ ଦାନ। ଏହା ହୋଇ ନ ଥିଲେ ଜଣେ ଚା’ ବିକାଳି କେମିତି ବହି ପରେ ବହି ଲେଖିଚାଲନ୍ତା! ଏଭଳି ଦିବ୍ୟକୃପା ଲାଭ କରିଥିବା ଚା’ ବିକାଳି ଜଣକ ହେଉଛନ୍ତି ଦିଲ୍ଲୀର ଲକ୍ଷ୍ମଣ ରାୟ। ତାଙ୍କୁ ଏବେ ବୟସ ୬୭। ସେ ଜଣେ ଚା’ ଦୋକାନୀ, ଜଣେ ଲେଖକ ଓ ପ୍ରକାଶକ। ତାଙ୍କ ଲିଖିତ ବହିଗୁଡ଼ିକୁ ଚା’ ଦୋକାନରେ ବିକ୍ରି କରୁଛନ୍ତି। କେବଳ ବହି ବିକ୍ରିକରି ସେ ମାସକୁ ୮,୦୦୦ ଟଙ୍କା ପାଉଛନ୍ତି। ତାଙ୍କ ଜୀବନର ଅନୁଭୂତିକୁ ସାଉଁଟି ଏବେ ସୁଦ୍ଧା ସେ ୨୫ଖଣ୍ଡ ବହି ଲେଖି ସାରିଲେଣି ଓ ସେଥିରୁ ୩୦,୦୦୦ କପି ବିକ୍ରି କରିଛନ୍ତି। ଲକ୍ଷ୍ମଣଙ୍କ ଜନ୍ମ ମହାରାଷ୍ଟ୍ରର ଅମରାବତୀ ସହରରେ । ୮ ବର୍ଷ ବୟସବେଳୁ ସେ ବହି ପଢିବା ଆରମ୍ଭ କରିଥିଲେ। ପରେ ଦିଲ୍ଲୀ ଆସି କିଛିଦିନ ଶ୍ରମିକ ଭାବେ କାମ କରି ରୋଜଗାର କଲେ। ୧୯୭୭ରେ ଚା’ଦୋକାନ କରିବା ପରେ ୧୯୭୯ରେ ସାହିତ୍ୟକଳା ପ୍ରକାଶନ ଖୋଲି ତାଙ୍କ ପ୍ରଥମ ବହି ପ୍ରକାଶ କରିଥିଲେ। ୫୦ ବର୍ଷ ବୟସରେ ସ୍ନାତକ ଡିଗ୍ରୀ ଓ ୬୩ ବର୍ଷ ବୟସରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଛନ୍ତି ଲକ୍ଷ୍ମଣ। ସେ ମଧ୍ୟ ସାଇକେଲରେ ଦିଲ୍ଲୀର ବିଭିନ୍ନ ସ୍ଥାନକୁ ଯାଇ ବହି ବିକ୍ରି କରୁଛନ୍ତି। ଲକ୍ଷ୍ମଣ ତାଙ୍କ ଲେଖା ପାଇଁ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଓ ପୂର୍ବତନ ରାଷ୍ଟ୍ରପତି ପ୍ରତିଭା ପାଟିଲଙ୍କଠାରୁ ପୁରସ୍କାର ଗ୍ରହଣ କରିିଛନ୍ତି। ସେ ଏବେ ପିଏଚ୍‌ଡି କରିବା ଲାଗି ଯୋଜନା କରିଛନ୍ତି। ଚା’ଦୋକନ ତାଙ୍କୁ ଜୀବନରେ ସବୁ ଦେଇଛି ଓ ସେ ଜୀବନସାରା ତାହାକୁ ଚଳାଇବେ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ପିଲାବେଳେ ରାସ୍ତା ଦୁର୍ଘଟଣାର ଶିକାର ହୋଇ ସୂର୍ଯ୍ୟ ଉତ୍କର୍ଷ ଅନେକ ଦିନର ଚିକିତ୍ସା ପରେ ଏକ ନୂଆ ଜୀବନ ପାଇଥିଲେ। ପରେ ସେ ତାଙ୍କ ଜୀବନକୁ ସାମାଜିକ…

କ୍ୟୁବା ଉପରେ ନଜର

ଜର୍ମାନୀର ନାଜି ଶାସକ ଆଡ୍‌ଲଫ୍‌ ହିଟ୍‌ଲର। ଦ୍ବିତୀୟ ବିଶ୍ବଯୁଦ୍ଧ ସମୟରେ ବିଶ୍ବ ଦେଖିଥିଲା ଏହି ନାଜି ଏକଚ୍ଛତ୍ରବାଦୀଙ୍କ ଶାସନର କ୍ରୂରତା। ହିଟ୍‌ଲରଙ୍କ କୁଖ୍ୟାତି ଇତିହାସରେ ଲିପିବଦ୍ଧ ହୋଇ…

ପେସା ଆଇନକୁ ପେଷି ଦିଆଯାଉଛି

ଭାରତବର୍ଷର ଯେଉଁ କେତୋଟି ଆଇନ ଆଦିବାସୀମାନଙ୍କୁ ପ୍ରକୃତ ସଶକ୍ତୀକରଣ କରିବାରେ ସାହାଯ୍ୟ କରେ, ସେଥିମଧ୍ୟରୁ ପଞ୍ଚାୟତ(ଏକ୍ସଟେନସନ ଟୁ ଦି ସିଡ୍ୟୁଲଡ ଏରିୟାଜ) ଆକ୍ଟ ବା ପେସା ଆଇନ…

ବନ୍ଧୁ ନୁହେଁ

ଇରାନ୍‌ର ହର୍ମୁଜ ଜଳପଥ ଖୋଲାଯିବାର ଦିନକ ପରେ ପୁଣି ଏହାକୁ ବନ୍ଦ କରିଦିଆଗଲା। ଏପରିକି ଭାରତର ଦୁଇଟି ଜାହାଜ ଉପରେ ଇରାନ୍‌ ନୌସେନାର ଗୁଳିବର୍ଷଣ ଭାରତ ସରକାରଙ୍କୁ…

ଆମେ ନୀରବ

ଇରାନ ଉପରେ ଆମେରିକା-ଇସ୍ରାଏଲ ଆକ୍ରମଣ କରିଛନ୍ତି। ଏହି ଯୁଦ୍ଧରେ ବିଶ୍ୱର ଅନ୍ୟ ଦେଶ ପରି ଭାରତ ମଧ୍ୟ ନକାରାତ୍ମକ ଭାବରେ ପ୍ରଭାବିତ ହୋଇଛି। ପ୍ରକୃତରେ ଇରାନୀୟଙ୍କୁ ଛାଡ଼ି…

ଭୋଗୁଥିବା ସ୍ବପ୍ନ

ମଣିଷ ସ୍ବପ୍ନ ତ ଦେଖେ କିନ୍ତୁ ସବୁ ସ୍ବପ୍ନ ସତ ହୁଏନା। ଅନେକ ସ୍ବପ୍ନ ଅଧୁରା ରହେ। ଆଉ କିଛି ସ୍ବପ୍ନ ପୂରଣ ହୁଏ ସତ। ସ୍ବପ୍ନ…

ମନମୁଖି ଛଟେଇ

କିଛିଦିନ ତଳେ ସକାଳେ ଓରାକଲ କମ୍ପାନୀ କୌଣସି ପୂର୍ବ ଆଲୋଚନା ନ କରି ବା ସୂଚନା ବା ଚେତାବନୀ ନ ଦେଇ ସ୍ବୟଂଚାଳିତ ଇ-ମେଲ୍‌ରେ ଏକା ଥରକେ…

ନିର୍ଦ୍ଦେଶରେ ଦ୍ୱନ୍ଦ୍ୱ

ଯଦି ଆପଣ ଭାବୁଛନ୍ତି ଯେ ଦିଲ୍ଲୀରେ ଦୁଇ ପକ୍ଷଙ୍କ ମଧ୍ୟରେ ବିବାଦ ଦ୍ୱନ୍ଦ୍ୱାତ୍ମକ ଥିଲା ତାହା ନୁହେଁ, ଏବେ ତାମିଲନାଡୁରେ ସମାନ ପ୍ରକାର କାହାଣୀ ଦେଖିବାକୁ ମିଳିିଛି;…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri