ଏଇ ଭାରତରେ

ବର୍ଜ୍ୟବସ୍ତୁର ପୁନଃବିନିଯୋଗ କରି ପରିବେଶ ପ୍ରଦୂଷଣ କମାଇବାରେ ଅଙ୍କିତ ରାୟଙ୍କ ଚିନ୍ତାଧାରା ଏକ ନୂଆ ଦିଗ ଦେଖାଇଛି। ରୋଷେଇଘରୁ ବାହାରୁଥିବା ବର୍ଜ୍ୟରୁ ବାୟୋଗ୍ୟାସ ପାଇବା ପାଇଁ ସେ ‘ଶକ୍ତିଷ୍ଟିଲର’ ଷ୍ଟାର୍ଟଅପ ମାଧ୍ୟମରେ ବାୟୋଗ୍ୟାସ ଡାଇଜେଷ୍ଟର ନିର୍ମାଣ କରୁଛନ୍ତି। ଏହାଦ୍ୱାରା ଏଲ୍‌ପିିଜି ଗ୍ୟାସ ଖର୍ଚ୍ଚ ୬୦ ପ୍ରତିଶତ ପର୍ଯ୍ୟନ୍ତ କମିଯାଉଛି। ଅଙ୍କିତ ନ୍ୟାଶ୍‌ନାଲ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ଟେକ୍‌ନୋଲୋଜି (ଏନ୍‌ଆଇଟି)ରୁ ୨୦୧୨ରେ ଶିକ୍ଷା ଶେଷ କରିବା ପରେ ମୁମ୍ବାଇର ଏକ ପାଓ୍ବାର ସେକ୍ଟରରେ କାମ କରିବାବେଳେ ତାଙ୍କ ମୁଣ୍ଡକୁ ଏଭଳି ଚିନ୍ତାଧାରା ଢୁକିଥିଲା। ପରେ ସେ ଚାକିରି ଛାଡି ଭୋପାଳ ଫେରିଆସି ପ୍ରଥମେ ତାଙ୍କ ଘରେ ସୋଲାର ପ୍ୟାନେଲ ବସାଇ ବିଦ୍ୟୁତ୍‌ ଉପତ୍ାଦନ କରିଥିଲେ। ଏହି ସିଷ୍ଟମ୍‌କୁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଲଗାଇବା ପାଇଁ ସେ ମଧ୍ୟପ୍ରଦେଶ ସରକାରଙ୍କୁ ପତ୍ର ଲେଖି ନୂଆ ନିୟମ ଆଣିବାରେ ସକ୍ଷମ ହୋଇପାରିଥିଲେ। ପରେ ୨୦୧୭ରେ ଶକ୍ତିଷ୍ଟିଲର ଷ୍ଟାର୍ଟଅପ୍‌ ଆରମ୍ଭ କରି ବାୟୋଗ୍ୟାସ ଡାଇଜେଷ୍ଟର ନିର୍ମାଣ ଉପରେ ଗୁରୁତ୍ୱ ଦେଉଛନ୍ତି। ଏହାସହ ସେ ସୋଲାର ଇନ୍‌ଷ୍ଟାଲେଶନ, ଇ-ଭେହିକିଲ କନଭର୍ସନ ଏବଂ ରେନ୍‌ଓ୍ବାଟର ହାର୍ଭେଷ୍ଟିଙ୍ଗ ସିଷ୍ଟମ୍‌ ବି ନିର୍ମାଣ କରୁଛନ୍ତି। ବାୟୋଗ୍ୟାସ୍‌ ଡାଇଜେଷ୍ଟର୍‌କୁ ୧.୨ ବର୍ଗମିଟର ଜାଗାରେ କରାଯାଇପାରୁଥିବାରୁ ଏହାକୁ ଯେକୌଣସି ଜାଗାରେ ବସାଯାଇପାରୁଛି। ୩ ଲିଟର ଓ ୫ ଲିଟର କ୍ଷମତା ବିଶିଷ୍ଟ ଟାଙ୍କି ନିର୍ମାଣ କରାଯାଉଛି ଓ ଏଥିପାଇଁ ବେଶି ଖର୍ଚ୍ଚ ପଡୁନିି। ବର୍ଜ୍ୟବସ୍ତୁ ୧୦ରୁ ୧୫ ଦିନ ମଧ୍ୟରେ ଶଢିଗଲେ ସେଥିରୁ ଜାଳେଣି ଗ୍ୟାସ ନିର୍ଗତ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରୀଅରବିନ୍ଦଙ୍କ ଦୃଷ୍ଟିରେ ପାରିବାରିକ ଜୀବନ

ଶ୍ରୀଅରବିନ୍ଦଙ୍କ ଅନୁସାରେ କଥିତ ପରିବାର ହେଉଛି ମଣିଷର ଜୀବନଗତ ପ୍ରକୃତିର ଏକ ଆବଶ୍ୟକ ସୃଷ୍ଟି ଯାହା ମୌଳିକ, ସାମାଜିକ ଏବଂ ଜୈବିକ ପ୍ରବୃତ୍ତିକୁ ପୂରଣ କରିବା ପାଇଁ…

ଗବେଷଣାରେ ମୌଳିକତାର ମୃତ୍ୟୁ

ଆଧୁନିକ ଭାରତରେ ବିଶ୍ୱବିଦ୍ୟାଳୟଗୁଡ଼ିକର ସଂଖ୍ୟା ଗତ କିଛି ଦଶନ୍ଧି ମଧ୍ୟରେ ବୃଦ୍ଧି ପାଇଛି ସତ, କିନ୍ତୁ ଶୈକ୍ଷିକ ମାନଦଣ୍ଡ ଏବଂ ଗବେଷଣାର ଗୁଣାତ୍ମକ ଦିଗଟି ଏବେ ଏକ…

Dillip Cherian

ତଳ ସ୍ତରରେ ଅନିଶ୍ଚିତତା

କେନ୍ଦ୍ର ସରକାର କ୍ୟାବିନେଟ୍‌ ସଚିବ ଟି.ଭି. ସୋମନାଥନ୍‌ ଏବଂ ସ୍ବରାଷ୍ଟ୍ର ସଚିବ ଗୋବିନ୍ଦ ମୋହନଙ୍କ କାର୍ଯ୍ୟକାଳ ଆଉ ୧ ବର୍ଷ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି। ପ୍ରଭାବୀ…

ରିଲ୍ସ ସାମ୍ରାଜ୍ୟ

ପୁଞ୍ଜିବାଦର ଅନ୍ତିମ ପର୍ଯ୍ୟାୟରେ ରାଷ୍ଟ୍ର ଆଉ ଶାସନ କରେନାହିଁ, ପର୍‌ଫର୍ମ (କାର୍ଯ୍ୟ) କରେ। ପ୍ରଧାନମନ୍ତ୍ରୀଙ୍କଠାରୁ ଗ୍ରାମପଞ୍ଚାୟତ ସଦସ୍ୟ- ସମସ୍ତେ ଯେପରି ଇତିହାସର ଚରିତ୍ର ନୁହନ୍ତିି, ଇନ୍‌ଷ୍ଟାଗ୍ରାମର କଣ୍ଟେଣ୍ଟ…

ଏଭଳି ଭକ୍ତିର କି ଲାଭ

ସୋସିଆଲ ମିଡିଆରେ ଗତ କିଛିଦିନ ତଳେ ଗୋଟେ ଭିଡିଓଟେ ଘୂରି ବୁଲୁଥିଲା। ଉକ୍ତ ଭିଡିଓରେ ଗେରୁଆ ବସ୍ତ୍ର ପରିଧାନ କରିଥିବା କିଛି ବୋଲବମ ଭକ୍ତ ମଦ ବୋତଲ…

ଲାଞ୍ଛନାର ମଞ୍ଚ

ଆନ୍ଥୋନୀ ଫାଉସି ଜଣେ ଇମ୍ୟୁନୋଲୋଜିଷ୍ଟ (ରୋଗପ୍ରତିରୋଧକ ବିଜ୍ଞାନୀ) ଭାବରେ ପ୍ରତିଷ୍ଠା ଲାଭ କରିଛନ୍ତି। କିନ୍ତୁ ଆମେରିକାର ସିନେଟ୍‌ କମିଟି ଅନ୍‌ ହୋମଲ୍ୟାଣ୍ଡ ସିକ୍ୟୁରିଟି ଆଣ୍ଡ୍‌ ଗଭର୍ନମେଣ୍ଟାଲ ଆଫେୟାର୍ସ…

ନୈତିକତାକୁ ନା

ପ୍ରତ୍ୟେକ ମା’ବାପା ନିଜ ପିଲାଙ୍କ ପାଇଁ ପ୍ରାର୍ଥନା ଈଶ୍ୱରଙ୍କୁ କରନ୍ତି । ସେମାନେ ସୁସ୍ଥ ସବଳ ହୁଅନ୍ତୁ। ବୁଦ୍ଧିମାନ୍‌ ହୁଅନ୍ତୁ। ଭଲ ପଢ଼ନ୍ତୁ। ଭଲ ଚାକିରି କରନ୍ତୁ।…

ଜନସଂଖ୍ୟା ଓ ବେକାରି ସମସ୍ୟା

ମାନବ ସମ୍ବଳ ହେଉଛି ପୃଥିବୀର ଏକ ଅନନ୍ୟ ବରଦାନ। ମଣିଷ ନିଜର ବୁଦ୍ଧି ବଳରେ ପୃଥିବୀରେ ଥିବା ସମସ୍ତ ପ୍ରାକୃତିକ ସମ୍ବଳର ବର୍ତ୍ତମାନ ଅଧିକାରୀ। କିନ୍ତୁ ପ୍ରାକୃତିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri