ଏଇ ଭାରତରେ

ଜଣେ ଚିତ୍ରକର ନିଜକୁ ମହାକାଶଚାରୀ ବେଶରେ ସଜେଇ ପଥୁରିଆ ସ୍ଥାନରେ ଚାଲି ଚନ୍ଦ୍ରପୃଷ୍ଠରେ ଚାଲିବାର ଭ୍ରମ ସୃଷ୍ଟି କରିଛନ୍ତି ଅନ୍ୟମାନଙ୍କ ମନରେ। ଏପରି ଏକ ଘଟଣା ଘଟିଛି ବେଙ୍ଗାଲୁରୁଠାରେ। ବେଙ୍ଗାଲୁରୁର ଟୁଙ୍ଗାନଗର ମୁଖ୍ୟରାସ୍ତା ପାର୍ଶ୍ୱରେ ପଡେ ଏଭଳି ଅନେକ ପୋଥୋଲ୍ସ (ପଥରରେ ବଡ଼ ବଡ଼ ଗର୍ତ୍ତ)। ତେଣୁ ଏହି ଅଞ୍ଚଳ ସହିତ ସଂଯୋଗକାରୀ ସଡ଼କ ନିର୍ମାଣ କରାଯିବା ଅସମ୍ଭବ। ତେବେ ମହାକାଶଚାରୀ ବେଶରେ ଏହି ବ୍ୟକ୍ତି ମହାଶୂନ୍ୟରେ ଚାଲିବା ସ୍ଥାନୀୟ ଲୋକଙ୍କୁ ସ୍ତବ୍ଧ କରିଛି। ବାଦଲ ନଞ୍ଜୁଦସ୍ବାମୀ ନାମକ ଏହି ଚିତ୍ରକର ଅନେକ ସମୟରେ ନିଜ ଚିତ୍ରକଳା ମାଧ୍ୟମରେ ବିଭିନ୍ନ କ୍ଷେତ୍ରରେ ଦୋଷତ୍ରୁଟି ଦର୍ଶାଇ ସ୍ବର ଉତ୍ତୋଳନ କରିବା ସହିତ ଗଣମାଧ୍ୟମରେ ଚର୍ଚ୍ଚିତ ହୁଅନ୍ତି। ସେ ମହାକାଶଚାରୀ ବେଶରେ ବେଙ୍ଗାଲୁରୁର ଉପରୋକ୍ତ ଅଞ୍ଚଳରେ ଚାଲିବାର ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହି ଅଞ୍ଚଳର ପଥର ଓ ବାଲୁକାମୟ ଅଞ୍ଚଳ ଚନ୍ଦ୍ରପୃଷ୍ଠର ଭ୍ରମ ସୃଷ୍ଟି କରିଥିଲା। ଉକ୍ତ ବ୍ୟକ୍ତିଙ୍କର ଭିଡିଓକୁ ପାଖାପାଖି ୨୦୦୦ ବ୍ୟକ୍ତି ଲାଇକ୍‌ କରିବା ସହିତ ଅନେକ ମତାମତ ଦେଇଛନ୍ତି। ଜଣେ ଟୁଇଟର୍‌ରେ ଏହା ଉପରେ ମତ ଦେଇ ଲେଖିଛନ୍ତି, ଆଗ୍ନେୟଗିରିଗୁଡିକ ଏତେ ବଡ଼ ଯେ, ଏଗୁଡିକ ଉପରେ ମହାକାଶଚାରୀମାନଙ୍କୁ ସହଜରେ ତାଲିମ ଦିଆଯାଇ ମୁନ୍‌ ମିଶନ୍‌ ସଫଳତା ପାଇଁ ଯୋଜନା ପ୍ରସ୍ତୁତ କରାଯାଇପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ଆଜିର ଅର୍ଥନୀତି/ ଭୁଲ୍‌ ନିଷ୍ପତ୍ତି

ଜୁଲାଇ ୫ ତାରିଖର କେନ୍ଦ୍ର ବଜେଟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ସୁନା ଉପରେ ଆମଦାନୀ ଶୁଳ୍କ ୨.୫ ପ୍ରତିଶତ ବୃଦ୍ଧି କରିଛନ୍ତି। ଏହାର ଉଦ୍ଦେଶ୍ୟ ହେଉଛି...

ନ୍ୟାୟ ମିଳୁଛି କି

ଆକାର ପଟେଲ ଶାହିନବାଗ ପ୍ରତିବାଦସ୍ଥଳକୁ ଅଣାଯିବା ପରେ ଜଣେ ଶିଶୁର ମୃତ୍ୟୁ ହେବା ଘଟଣାର ଶୁଣାଣି କରିବାକୁ ସୁପ୍ରିମ୍‌କୋର୍ଟ ନିଜ ତରଫରୁ ଇଚ୍ଛା ପ୍ରକାଶ କରିଛନ୍ତି।...

ଇଚ୍ଛା ଥିଲେ ଏଡ଼ାଇ ହେବ

ଓଡ଼ିଶାର ବିଭିନ୍ନ ସ୍ଥାନରେ ବିଦ୍ୟୁତ୍‌ ତା’ର ନିର୍ଦ୍ଦିଷ୍ଟ ଉଚ୍ଚତାଠାରୁ କମ୍‌ରେ ଓହଳି ରହିବା ଏକ ଚିରାଚରିତ ଘଟଣା। ୨୦୧୮ ଅକ୍ଟୋବର ୨୭ରେ ଢେଙ୍କାନାଳ ଜିଲା ଓଡ଼ାପଡ଼ା...

ପ୍ରଥମେ ସୁରକ୍ଷା

କୋଭିଡ୍‌-୧୯ ମହାମାରୀ ସଂକ୍ରମଣ ବ୍ୟାପିବା ପରେ ଅନ୍ୟ ରାଜ୍ୟ ଭଳି ଆମ ରାଜ୍ୟ ସରକାର ଦେଶର ସବୁଅଞ୍ଚଳରୁ ପ୍ରବାସୀ ଶ୍ରମିକମାନଙ୍କୁ ଫେରାଇ ଆଣିବାର ବ୍ୟବସ୍ଥା କରିଥିଲେ।...

ସାନବାବୁଙ୍କ ସଂରକ୍ଷଣ ନିୟମ

କମଳାକାନ୍ତ ଜେନା ସୁନ୍ଦରଗଡ଼ କଲେଜରେ ଅଧ୍ୟାପନା କରିବା ସମୟରେ ସାନବାବୁ ମତେ ପଚାରିଲେ, ”ଆପଣ ଶକ୍ତି ସଂରକ୍ଷଣ ନିୟମ ପଢ଼ାନ୍ତି ପରା?“ ମୁଁ କହିଲି, ”ହଁ,...

ସମ୍ପାଦକୀୟ/ ଅରୁଚିକର

ଭାରତୀୟ ସମ୍ବିଧାନର ଅନୁଚ୍ଛେଦ ୧୯ରେ ବାକ୍‌ ସ୍ବାଧୀନତା ବିଷୟରେ ଉଲ୍ଲେଖ କରାଯାଇଛି। ଜଣେ ବ୍ୟକ୍ତି ବିନା ଭୟରେ ନିଜର ଅଭିବ୍ୟକ୍ତି ପ୍ରକାଶ କରିପାରିବେ। କିନ୍ତୁ ନିର୍ଦ୍ଦିଷ୍ଟ...

ଭାରତୀୟ ସଂସ୍କୃତି ଓ ମହାମାରୀ

ଡା. ଗୋପାଳ ଚନ୍ଦ୍ର ଦାଶ ବିଗତ କିଛି ମାସ ଧରି ସମଗ୍ର ବିଶ୍ୱରେ କରୋନା ଭୂତାଣୁ ସଂକ୍ରମଣ ହେବାରେ ଲାଗିଛି। ପ୍ରଭାବଶାଳୀ ଚାଇନା, ସ୍ପେନ୍‌, ଫ୍ରାନ୍ସ,...

ଭାଜପାର ଉତ୍ଥାନ

ଆକାର ପଟେଲ ଶୁକ୍ରବାର ଏନ୍‌ଡିଏ ୧୦୦ଟି ରାଜ୍ୟସଭା ଆସନ ଅତିକ୍ରମ କରି ଭାଜପାକୁ ଏହାର ୪୦ତମ ବର୍ଷରେ ଭାରତର ପ୍ରମୁଖ ରାଜନୈତିକ ଶକ୍ତି ଭାବରେ ଆହୁରି...

Coronavirus Update


Archives

Model This Week

Why Dharitri