ସମୟ ଚକ୍ର ବୁଲୁଛି

ଡ. ସିଦ୍ଧାର୍ଥ କାନୁନ୍‌ଗୋ
ଏପରି କିଛି କଥା ଅଛି, ଯାହା ଆମଭଳି ବହୁ ଲୋକଙ୍କ ମନକୁ ଆନ୍ଦୋଳିତ କରୁଛି। କାହାକୁ ସମାଲୋଚନା କରିବା ଆମ ଉଦ୍ଦେଶ୍ୟ ନୁହେଁ। ସକାରାତ୍ମକ ଦୃଷ୍ଟିଭଙ୍ଗୀ ରଖି ଆମ ଚାରିଆଡ଼େ ଘଟି ଯାଉଥିବା କିଛି ଘଟଣା ବିଷୟରେ ଏଠାରେ ଉଲ୍ଲେଖ କରୁଛି।
କିଛି ଦିନ ତଳର ଘଟଣା। ମା’ର ମୃତ୍ୟୁ ହେଲା, ଅଥଚ ପୁଅର ଦେଖା ନାହିଁ। ଗଁା ଲୋକେ ମା’ଙ୍କ ମୃତଦେହକୁ କୋକେଇରେ ନେଇ ଶ୍ମଶାନରେ ଉପସ୍ଥିତ ହେଲେ। ମୁଖାଗ୍ନି ଦେବା ପାଇଁ ପୁଅକୁ ଖୋଜା ପଡ଼ିଲା। ପୁଅ ମଦନିଶାରେ ଟଳି ଟଳି ମା’ର ମୃତଦେହ ନିକଟକୁ ଆସିଲା। ଠିକ୍‌ଭାବେ ଠିଆ ମଧ୍ୟ ହୋଇପାରୁ ନ ଥାଏ। ଉପସ୍ଥିତ ଲୋକେ ପଚାରିଲେ, କୁଆଡ଼େ ଥିଲ? ପୁଅର ଉତ୍ତର ମଧ୍ୟ ସିଧା ଥିଲା-ମଦ ଦୋକାନକୁ ଯାଇଥିଲି, ଟିକେ ବିଅର ପିଇଦେଇଛି। ମନରେ ଟିକେ ବି ଅନୁଶୋଚନା ନାହିଁ।
ଆଉ ଏକ ଘଟଣା। ସାରଥି ଦତ୍ତା, ବୟସ ୬୫ ବର୍ଷ। ପିତୃ ଦିବସରେ ତାଙ୍କୁ ଭେଟିଥିବା କିିଛି ସ୍ବେଚ୍ଛାସେବୀଙ୍କୁ ସେ ତାଙ୍କ ମନର ବ୍ୟଥା ବ୍ୟକ୍ତକରି କହନ୍ତି, ମୁଁ ପିଲାମାନଙ୍କୁ ବହୁ କଷ୍ଟରେ ଲାଳନପାଳନ କରିଥିଲି। ଆଜି ସେମାନେ ସମସ୍ତେ ସମାଜରେ ପ୍ରତିଷ୍ଠିତ। ଆଜକୁ ତିନି ବର୍ଷ ତଳେ ମୋ ପିଲାମାନେ ମୋତେ ଘରୁ ତଡ଼ିଦେଲେ। ମୁଁ କିପରି ଅଛି, ସେ ବିଷୟରେ ସେମାନଙ୍କର ଖୋଜ ଖବର ନାହିଁ। ମୋ ଝିଅଜ୍ୱାଇଁ ବାଙ୍ଗାଲୋରରେ ଭଲ ଚାକିରି କରି ରହୁଛନ୍ତି। ସେମାନେ ମଧ୍ୟ ମୋତେ ନେବାକୁ ଚାହିଁଲେ ନାହିଁ। କାରଣ ଏହାଦ୍ୱାରା ସେମାନଙ୍କର ସମ୍ମାନରେ ଆଞ୍ଚ ଆସିବ। ତେଣୁ କ୍ୟାପିଟାଲ ହସ୍ପିଟାଲ ପଛପଟେ ଥିବା ରାତ୍ରି ଆଶ୍ରୟସ୍ଥଳୀରେ ଆଶ୍ରିତ।
ଆଉ ଜଣେ ଭଦ୍ରବ୍ୟକ୍ତି। ନାମ ଉଗ୍ରସେନ ସାହୁ। ପୁରୀରେ ଘର ଖଣ୍ଡେ କରିଥିଲେ। ଝିଅ ବିବାହ ବେଳକୁ ପୁଅମାନେ ଟଙ୍କା ନ ଦେବାରୁ ସେ ବାଧ୍ୟହୋଇ ଘରଟିକୁ ବିକିଦେଲେ। ପରବର୍ତ୍ତୀ ସମୟରେ ପୁଅମାନେ ତାଙ୍କୁ ଘରୁ ବାହାର କରିଦେବା ସହ ସ୍ତ୍ରୀଙ୍କୁ ତାଙ୍କ ବାପଘରେ ଛାଡ଼ିଦେଲେ। ଅନ୍ୟ ଉପାୟ ନ ପାଇ ଉଗ୍ରସେନ ପୁରୀ ବଡ଼ଦାଣ୍ଡରେ ଆସି କିଛିଦିନ ଭିକ ମାଗିଲେ। କିନ୍ତୁ ପରେ ଭାବିଲେ ପୁରୀରେ ବହୁ ଚିହ୍ନାଲୋକ ଅଛନ୍ତି, ସେ ଭିକ ମାଗୁଥିବା କଥା ଲୋକମାନେ ଜାଣିଲେ ପୁଅମାନଙ୍କର ସାମାଜିକ ପ୍ରତିଷ୍ଠାରେ ଆଞ୍ଚ ଆସିବ। ତେଣୁ ସେ ପୁରୀ ଛାଡ଼ି ଉପରିଲିଖିତ ରାତ୍ରି ଆଶ୍ରୟସ୍ଥଳୀରେ ବାସ କରୁଛନ୍ତି।
ଆମେ ରହୁଥିବା ଅଞ୍ଚଳର ଗୋଟିଏ ଘଟଣା। ପାଞ୍ଚ ପୁଅ ଓ ତିନି ଝିଅ ଥାଇ ବୃଦ୍ଧା ମା’ ଅଲୋଡ଼ା। ତାଙ୍କର ଯତ୍ନ ନେବାକୁ କାହାର ଆଗ୍ରହ ନାହିଁ। ପ୍ରଥମେ ବୁଢ଼ୀ ବଳବୟସ ଥିବାବେଳେ ଏକୁଟିଆ ଘରଭଡ଼ା ନେଇ ଗୋଟିଏ ପୁଅ ରହୁଥିବା ଘର ପାଖରେ ଥିଲେ। ବର୍ତ୍ତମାନ ବଳବୟସ ଗଲାଣି, ସେ ଯାହା ଘୁଷୁରୁଛନ୍ତି। ତେଣୁ ସେ ଅନ୍ୟ ଉପାୟ ନ ପାଇ ଜରାଶ୍ରମରେ ରହୁଛନ୍ତି।
ପୁଅଟି ଅତିରିକ୍ତ ଶାସନ ସଚିବ ପାହ୍ୟାର ଜଣେ ଅଫିସର। ବାପାମା’ ବଞ୍ଚତ୍ଛନ୍ତି। ବାପା ସରକାରୀ ଚାକିରି କରୁଥିଲେ। ତେଣୁ ପେନସନ ମଧ୍ୟ ପାଉଛନ୍ତି। ପୁଅବୋହୂ ଓ ବାପାମା’ ଗୋଟିଏ ଆପାର୍ଟମେଣ୍ଟରେ ଭଡ଼ାରେ ରହୁଥିଲେ ମଧ୍ୟ ଭିନ୍ନ ଭିନ୍ନ ବ୍ଲକ୍‌ରେ ରହୁଛନ୍ତି। ସେମାନଙ୍କ ହାଣ୍ଡି ଅଲଗା, ବୁଢ଼ୀଙ୍କର ବଳବୟସ ବି କମିଗଲାଣି। ଘୁଷୁରି ଘୁଷୁରି ଯାହା ରୋଷେଇବାସ କରି ସ୍ବାମୀଙ୍କୁ ଗଣ୍ଡେ ଖାଇବାକୁ ଦେଉଛନ୍ତି ଏବଂ ନିଜେ ଖାଉଛନ୍ତି। ବିଚରା ପୁଅଟି ସବୁ ଜାଣୁଥିଲେ ମଧ୍ୟ ସ୍ତ୍ରୀ କଥାରେ ଉଠ୍‌ବସ୍‌ ହେଉଛି।
୯୦ ମସିହା କଥା। ମୁଁ ଆଡିଶନାଲ ଟ୍ରେଜେରି ଅଫିସର ଭାବେ କାର୍ଯ୍ୟରତ ଥିଲି। ସେତେବେଳେ ମନ୍ତ୍ରୀମାନେ ନିଜେ ତାଙ୍କ ଦରମା ଓ ଟି.ଏ. ବିଲ୍‌ ଇତ୍ୟାଦି ଟ୍ରେଜେରିରେ ଦାଖଲ କରି ବ୍ୟାଙ୍କରୁ ଟଙ୍କା ନେଉଥିଲେ। ଜଣେ ମନ୍ତ୍ରୀଙ୍କ ପାଖରେ ଥିବା ଜମାଦାର ଉକ୍ତ ବିଲ୍‌ ସବୁକୁ ନେଇ ଆସୁଥିଲେ। ତେଣୁ ତାଙ୍କ ସହିତ ଚିହ୍ନାପରିଚୟ ଥିଲା। ମୁଁ ସେହି ଟ୍ରେଜେରିରେ କାମ କରୁଥିବା ବେଳେ ସେ ସରକାରୀ ଚାକିରିରୁ ଅବସର ନେଲେ। କଥା ପ୍ରସଙ୍ଗରେ କହିଲେ ଯେ, ସେ ପ୍ରାକ୍‌ସ୍ବାଧୀନତା କାଳରେ ବିଶ୍ୱନାଥ ଦାସଙ୍କ ମନ୍ତ୍ରିମଣ୍ଡଳରେ କୌଣସି ଏକ ମନ୍ତ୍ରୀଙ୍କ ପାଖରେ ଜମାଦାର ଭାବରେ ଚାକିରି ଆରମ୍ଭ କରିଥିଲେ। ଅପୁତ୍ରକ ଥିବା ହେତୁ ପୁତୁରାକୁ ପୁଅ କରିଥିଲେ। ମନ୍ତ୍ରୀଙ୍କ ଦପ୍ତରରେ କାମ କରୁଥିବା ହେତୁ କୁହାପୋଛା କରି ତାଙ୍କ ଜାଗାରେ ତାଙ୍କ ପୁତୁରାକୁ ରଖାଇଲେ ଏବଂ ସେ ରହୁଥିବା କ୍ୱାର୍ଟର୍ସଟିକୁ ମଧ୍ୟ ପୁତୁରା ନାମରେ କରାଇଦେଲେ। ଯେଉଁଦିନ ସେ ଅବସର ନେଲେ, ପୁତୁରା ପଚାରିଲା, ଦାଦି ତୁମେ କେବେ ଗଁାକୁ ଯିବ? ଲୋକଟି ଅତ୍ୟନ୍ତ ସ୍ବାଭିମାନୀ ଥିଲା। ସେ ଟ୍ରେଜେରିରୁ ତାଙ୍କର ପ୍ରଥମ ପେନ୍‌ସନଟି ନେଇ ଗ୍ରାମାଞ୍ଚଳରେ ଥିବା ଟ୍ରେଜେରିକୁ ତାଙ୍କ ପେନ୍‌ସନ ବହି ପଠାଇବାକୁ ଅନୁରୋଧ କରି ଦରଖାସ୍ତଟିଏ ଦେଇ ତାଙ୍କ ଦୁଃଖ କହିଲେ, ଆଜ୍ଞା! ସବୁ ଗଛ ଲଗାଇବେ କିନ୍ତୁ ମଣିଷ ଗଛ ଲଗାଇବେ ନାହିଁ।
ଏସବୁ ଘଟଣା ଦେଖି ଓ ଶୁଣି ଆମକୁ ଫକୀରମୋହନଙ୍କ ଗଳ୍ପ ‘ଡାକମୁନ୍‌ସୀ’ ଓ ‘ସଭ୍ୟ ଜମିଦାର’ କଥା ମନେପଡ଼ିଯାଉଛି। ବାପାମା’ଙ୍କୁ ଅବହେଳା କରୁଥିବା ପୁଅ-ବୋହୂଙ୍କୁ ଆମର ପରାମର୍ଶ- ବାବୁ! ଯୌବନ ସବୁଦିନ ରହେ ନାହିଁ। ଆଜି ତୁମେ ଯୁବକ ବା ଯୁବତୀ ଅଛ, ଆସନ୍ତାକାଲି ଏଇ ବୁଢ଼ାବୁଢ଼ୀଙ୍କ ପରି ଯେ ନ ଘୁଷୁରିବ ସେ କଥା କିଏ କହିବ? ତୁମେ ତୁମ ବାପା ମା’ଙ୍କୁ ଯେପରି ଅବହେଳା କରୁଛ ସେସବୁର ମୂକସାକ୍ଷୀ ହେଉଛନ୍ତି ତୁମ ପିଲାମାନେ। ସମୟ ଚକ୍ର ବୁଲୁଛି। ସୁତରାଂ ଏସବୁ ଘଟଣାର ଯେ ତୁମ ଜୀବନରେ ପୁନରାବୃତ୍ତି ହେବ ନାହିଁ ଏ କଥା କିଏ କହିବ?
ମୋ- ୯୪୩୮୦୭୨୮୫୦


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମାନଗଙ୍ଗା ନଦୀକୁ ପୁନରୁଦ୍ଧାର କରି ନୂଆ ଜୀବନ ଦେଇଛନ୍ତି ମହାରାଷ୍ଟ୍ର ସୋଲାପୁର ଜିଲାର ଭଜିନାଥ ଘୋଙ୍ଗାଡେ । ଏକ ଦଶନ୍ଧି ମଧ୍ୟରେ ଲୋକମାନଙ୍କୁ ଏକାଠି କରି...

ନିର୍ବାଚନ, ନେତା ଓ ଭୋଟର

ବିଚିତ୍ର ବିଶ୍ୱାଳ     ନିର୍ବାଚନର ଉଷ୍ମତା ସମଗ୍ର ଦେଶ ସମେତ ଆମ ରାଜ୍ୟ ରାଜନୀତିରେ ଅନୁଭବ ହେଉଛି। ସାରା ଦେଶ ଗଣତନ୍ତ୍ରର ମହାପର୍ବ ପାଇଁ...

ଫ୍ୟାଟ୍‌ରୁ ଫିଟ୍‌

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ   ପିଲାଙ୍କର ମେଦବହୁଳତା ସାଧାରଣତଃ ଦୁଇ ପ୍ରକାରର। ପ୍ରଥମତଃ ଜନ୍ମଜାତ ବା ଆନୁବଂଶିକ, ଦ୍ୱିତୀୟତଃ ଜୀବନଶୈଳୀ ଆଧାରିତ। ଜନ୍ମଜାତ ମେଦବହୁଳତାର କାରଣ...

ଏଆଇର ଭବିଷ୍ୟତ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଭଲ ଚାକିରି ପ୍ରତି ବିପଦ ସୃଷ୍ଟି କରିଛି, ଯାହା ଏକ ନୂଆ ସମସ୍ୟା ପରି ମନେହୁଏ। ବ୍ରିଟିଶ...

ଦୁବାଇ ବନ୍ୟା ଓ ଜଳବାୟୁ

ଭୟଙ୍କର ମରୁଝଡ଼ ଓ ବନ୍ୟାର ପ୍ଲାବନରେ ସୌନ୍ଦର୍ଯ୍ୟମୟୀ ଦୁବାଇ ସହର ଏପ୍ରିଲ୧୬ରେ ନିମିଷକ ମଧ୍ୟରେ ଅନୁଭବ କଲା ଧ୍ବଂସର ତାଣ୍ଡବ। ନଭଶ୍ଚୁମ୍ବୀ ଅଟ୍ଟାଳିକା ଏବଂ ବିଳାସପୂର୍ଣ୍ଣ...

ଏକ ଦିବ୍ୟ ପ୍ରତିଶ୍ରୁତିର ସ୍ମାରକୀ

ଦିବ୍ୟଜନନୀ ଶ୍ରୀମା ୨୯ ମାର୍ଚ୍ଚ, ୧୯୧୪ରେ ତପୋଭୂମି ପଣ୍ଡିଚେରୀରେ ପ୍ରଥମେ ପଦାର୍ପଣ କରି ସେହିଦିନ ଅପରାହ୍ନ ପ୍ରାୟ ୩.୩୦ ମିନିଟ୍‌ ସମୟରେ ତାଙ୍କର ଆରାଧ୍ୟ ତଥା...

ଖୋଜିଲେ ଖୋଜିବେ

ଭାରତରେ ମାନବ ଅଧିକାର ଓ ନାଗରିକ ସ୍ବାଧୀନତା ଉପରେ ୟୁରୋପୀୟ ଦେଶ, କେତେକ ଅନ୍ତଃରାଷ୍ଟ୍ରୀୟ ସୂଚକାଙ୍କ ତଥା ଆମେରିକା ତୀକ୍ଷ୍‌ଣ ନଜର ରଖିଛନ୍ତି। ନିକଟରେ ୟୁନାଇଟେଡ୍‌...

ଏଇ ଭାରତରେ

ପୋଲିସ ଚାକିରିର ବ୍ୟବସ୍ଥା ଭିତରୁ ସମୟ ବାହାର କରି ଦିଲ୍ଲୀର କନ୍‌ଷ୍ଟେବଲ ଥାନ୍‌ ସିଂ ଗରିବ ପିଲାମାନଙ୍କୁ ମାଗଣାରେ ପଢାଉଛନ୍ତି। ପ୍ରଥମେ ସେ ଏଭଳି ୫...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri