ଏଇ ଭାରତରେ

ଜଣେ ଚିତ୍ରକର ନିଜକୁ ମହାକାଶଚାରୀ ବେଶରେ ସଜେଇ ପଥୁରିଆ ସ୍ଥାନରେ ଚାଲି ଚନ୍ଦ୍ରପୃଷ୍ଠରେ ଚାଲିବାର ଭ୍ରମ ସୃଷ୍ଟି କରିଛନ୍ତି ଅନ୍ୟମାନଙ୍କ ମନରେ। ଏପରି ଏକ ଘଟଣା ଘଟିଛି ବେଙ୍ଗାଲୁରୁଠାରେ। ବେଙ୍ଗାଲୁରୁର ଟୁଙ୍ଗାନଗର ମୁଖ୍ୟରାସ୍ତା ପାର୍ଶ୍ୱରେ ପଡେ ଏଭଳି ଅନେକ ପୋଥୋଲ୍ସ (ପଥରରେ ବଡ଼ ବଡ଼ ଗର୍ତ୍ତ)। ତେଣୁ ଏହି ଅଞ୍ଚଳ ସହିତ ସଂଯୋଗକାରୀ ସଡ଼କ ନିର୍ମାଣ କରାଯିବା ଅସମ୍ଭବ। ତେବେ ମହାକାଶଚାରୀ ବେଶରେ ଏହି ବ୍ୟକ୍ତି ମହାଶୂନ୍ୟରେ ଚାଲିବା ସ୍ଥାନୀୟ ଲୋକଙ୍କୁ ସ୍ତବ୍ଧ କରିଛି। ବାଦଲ ନଞ୍ଜୁଦସ୍ବାମୀ ନାମକ ଏହି ଚିତ୍ରକର ଅନେକ ସମୟରେ ନିଜ ଚିତ୍ରକଳା ମାଧ୍ୟମରେ ବିଭିନ୍ନ କ୍ଷେତ୍ରରେ ଦୋଷତ୍ରୁଟି ଦର୍ଶାଇ ସ୍ବର ଉତ୍ତୋଳନ କରିବା ସହିତ ଗଣମାଧ୍ୟମରେ ଚର୍ଚ୍ଚିତ ହୁଅନ୍ତି। ସେ ମହାକାଶଚାରୀ ବେଶରେ ବେଙ୍ଗାଲୁରୁର ଉପରୋକ୍ତ ଅଞ୍ଚଳରେ ଚାଲିବାର ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହି ଅଞ୍ଚଳର ପଥର ଓ ବାଲୁକାମୟ ଅଞ୍ଚଳ ଚନ୍ଦ୍ରପୃଷ୍ଠର ଭ୍ରମ ସୃଷ୍ଟି କରିଥିଲା। ଉକ୍ତ ବ୍ୟକ୍ତିଙ୍କର ଭିଡିଓକୁ ପାଖାପାଖି ୨୦୦୦ ବ୍ୟକ୍ତି ଲାଇକ୍‌ କରିବା ସହିତ ଅନେକ ମତାମତ ଦେଇଛନ୍ତି। ଜଣେ ଟୁଇଟର୍‌ରେ ଏହା ଉପରେ ମତ ଦେଇ ଲେଖିଛନ୍ତି, ଆଗ୍ନେୟଗିରିଗୁଡିକ ଏତେ ବଡ଼ ଯେ, ଏଗୁଡିକ ଉପରେ ମହାକାଶଚାରୀମାନଙ୍କୁ ସହଜରେ ତାଲିମ ଦିଆଯାଇ ମୁନ୍‌ ମିଶନ୍‌ ସଫଳତା ପାଇଁ ଯୋଜନା ପ୍ରସ୍ତୁତ କରାଯାଇପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମାନଗଙ୍ଗା ନଦୀକୁ ପୁନରୁଦ୍ଧାର କରି ନୂଆ ଜୀବନ ଦେଇଛନ୍ତି ମହାରାଷ୍ଟ୍ର ସୋଲାପୁର ଜିଲାର ଭଜିନାଥ ଘୋଙ୍ଗାଡେ । ଏକ ଦଶନ୍ଧି ମଧ୍ୟରେ ଲୋକମାନଙ୍କୁ ଏକାଠି କରି...

ନିର୍ବାଚନ, ନେତା ଓ ଭୋଟର

ବିଚିତ୍ର ବିଶ୍ୱାଳ     ନିର୍ବାଚନର ଉଷ୍ମତା ସମଗ୍ର ଦେଶ ସମେତ ଆମ ରାଜ୍ୟ ରାଜନୀତିରେ ଅନୁଭବ ହେଉଛି। ସାରା ଦେଶ ଗଣତନ୍ତ୍ରର ମହାପର୍ବ ପାଇଁ...

ଫ୍ୟାଟ୍‌ରୁ ଫିଟ୍‌

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ   ପିଲାଙ୍କର ମେଦବହୁଳତା ସାଧାରଣତଃ ଦୁଇ ପ୍ରକାରର। ପ୍ରଥମତଃ ଜନ୍ମଜାତ ବା ଆନୁବଂଶିକ, ଦ୍ୱିତୀୟତଃ ଜୀବନଶୈଳୀ ଆଧାରିତ। ଜନ୍ମଜାତ ମେଦବହୁଳତାର କାରଣ...

ଏଆଇର ଭବିଷ୍ୟତ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଭଲ ଚାକିରି ପ୍ରତି ବିପଦ ସୃଷ୍ଟି କରିଛି, ଯାହା ଏକ ନୂଆ ସମସ୍ୟା ପରି ମନେହୁଏ। ବ୍ରିଟିଶ...

ଦୁବାଇ ବନ୍ୟା ଓ ଜଳବାୟୁ

ଭୟଙ୍କର ମରୁଝଡ଼ ଓ ବନ୍ୟାର ପ୍ଲାବନରେ ସୌନ୍ଦର୍ଯ୍ୟମୟୀ ଦୁବାଇ ସହର ଏପ୍ରିଲ୧୬ରେ ନିମିଷକ ମଧ୍ୟରେ ଅନୁଭବ କଲା ଧ୍ବଂସର ତାଣ୍ଡବ। ନଭଶ୍ଚୁମ୍ବୀ ଅଟ୍ଟାଳିକା ଏବଂ ବିଳାସପୂର୍ଣ୍ଣ...

ଏକ ଦିବ୍ୟ ପ୍ରତିଶ୍ରୁତିର ସ୍ମାରକୀ

ଦିବ୍ୟଜନନୀ ଶ୍ରୀମା ୨୯ ମାର୍ଚ୍ଚ, ୧୯୧୪ରେ ତପୋଭୂମି ପଣ୍ଡିଚେରୀରେ ପ୍ରଥମେ ପଦାର୍ପଣ କରି ସେହିଦିନ ଅପରାହ୍ନ ପ୍ରାୟ ୩.୩୦ ମିନିଟ୍‌ ସମୟରେ ତାଙ୍କର ଆରାଧ୍ୟ ତଥା...

ଖୋଜିଲେ ଖୋଜିବେ

ଭାରତରେ ମାନବ ଅଧିକାର ଓ ନାଗରିକ ସ୍ବାଧୀନତା ଉପରେ ୟୁରୋପୀୟ ଦେଶ, କେତେକ ଅନ୍ତଃରାଷ୍ଟ୍ରୀୟ ସୂଚକାଙ୍କ ତଥା ଆମେରିକା ତୀକ୍ଷ୍‌ଣ ନଜର ରଖିଛନ୍ତି। ନିକଟରେ ୟୁନାଇଟେଡ୍‌...

ଏଇ ଭାରତରେ

ପୋଲିସ ଚାକିରିର ବ୍ୟବସ୍ଥା ଭିତରୁ ସମୟ ବାହାର କରି ଦିଲ୍ଲୀର କନ୍‌ଷ୍ଟେବଲ ଥାନ୍‌ ସିଂ ଗରିବ ପିଲାମାନଙ୍କୁ ମାଗଣାରେ ପଢାଉଛନ୍ତି। ପ୍ରଥମେ ସେ ଏଭଳି ୫...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri