ଇଣ୍ଡୋନେସିଆରୁ ଓଡ଼ିଆ ଛାତ୍ର ଉଦ୍ଧାର

ବ୍ରହ୍ମଗିରି, ୧୫ା୬(ଡି.ଏନ୍‌.ଏ.):ଚାକିରି ପ୍ରଲୋଭନ ଦେଖାଇ ଜଣେ ଓଡ଼ିଆ ଛାତ୍ରଙ୍କୁ ଇଣ୍ଡୋନେସିଆ ଡାକିନେଇଥିଲେ ଦଲାଲ। ସେଠାରେ ପହଞ୍ଚତ୍ବା ପରେ ଦଲାଲ କେଉଁଆଡେ ଫେରାର ହୋଇଯାଇଥିବା ବେଳେ ସେଠାକାର ପୋଲିସ ଛାତ୍ରଙ୍କୁ ଗିରଫ କରିଥିଲା। ସେଠାରେ ୧୬ଦିନ ସଂଘର୍ଷ କରିବା ପରେ ଶେଷରେ ବ୍ରହ୍ମଗିରି ବିଧାୟକ ଲଲିତେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କ ହସ୍ତକ୍ଷେପ ଯୋଗୁ ଗୁୁରୁବାର ଛାତ୍ର ଜଣଙ୍କୁ ଉଦ୍ଧାର କରାଯାଇଥିବାବେଳେ ଶୁକ୍ରବାର ସେ ବ୍ରହ୍ମଗିିରି ବ୍ଲକ ଅନ୍ତର୍ଗତ ତାଙ୍କ ଗଁାରେ ପହଞ୍ଚତ୍ଛନ୍ତି।
ପୁରୀ ଜିଲା ବ୍ରହ୍ମଗିରି ବ୍ଲକ ଅନ୍ତର୍ଗତ ବିଜିପୁର ଗ୍ରାମର ଫକୀର ବରାଳଙ୍କ ବଡପୁଅ ସଂଗ୍ରାମ କେଶରୀ ବରାଳ(୨୦)। ଦିଲ୍ଲୀରେ ରହି ମର୍‌ଚ୍ୟାଣ୍ଟ ନାଭି କୋର୍ସ କରୁଥିଲେ। ଏହି ସମୟରେ ଇଣ୍ଡୋନେସିଆର ଏକ କମ୍ପାନୀରେ ଚାକିରି ସମ୍ପର୍କିତ ତଥ୍ୟ ଇଣ୍ଟରନେଟରୁ ଜାଣି ପାରିଥିଲେ। କିନ୍ତୁ ଏହା ଏକ ଦଲାଲ ସଂସ୍ଥା ବୋଲି ସେ ଜାଣି ନ ଥିଲେ। ପରେ ଏହି ସଂସ୍ଥା ସହିତ ସଂଗ୍ରାମ ଯୋଗାଯୋଗ କରି ଚାକିରି ପାଇଁ ଆବେଦନ କରିଥିଲେ। ଉକ୍ତ କମ୍ପାନୀଠାରୁ ଆପଏଣ୍ଟମେଣ୍ଟ ଲେଟର ମଧ୍ୟ ଆସିଥିଲା। ସଂପୃକ୍ତ କମ୍ପାନୀ ଭିଜା ଏବଂ ଅନ୍ୟାନ୍ୟ କାଗଜ ପତ୍ର ପାଇଁ ୨ଲକ୍ଷ ୩୦ ହଜାର ଟଙ୍କା ଦାବି କରିଥିଲା। ଏହାକୁ ପଇଠ କରିବା ପରେ ଗତ ମାସ ୨୮ ତାରିଖରେ ସଂଗ୍ରାମ ଇଣ୍ଡୋନେସିଆ ଯାଇଥିଲେ। ଇଣ୍ଡୋନେସିଆରେ ପହଞ୍ଚତ୍ବା ପରେ ଉକ୍ତ ଦଲାଲଙ୍କୁ ଫୋନ କରିବାରୁ ସେ ଫୋନ ଉଠାଇ ନ ଥିଲେ। ଏୟାର ପୋର୍ଟ ବାହାରେ ବସିଥିବା ସମୟରେ ସେଠାକାର ପୋଲିସ ସଂଗ୍ରାମଙ୍କୁ ତଲାସି କରିଥିଲା। ତାଙ୍କ ପାଖରେ କୌଣସି ଭିଜା କି ପାସପୋର୍ଟ ନ ଥିବାରୁ ତାଙ୍କୁ ଗିରଫ କରିଥିଲା। ୩ଲକ୍ଷ ଟଙ୍କା ଦେଲେ ତାଙ୍କୁ ଛଡାଯିବ ବୋଲି ଏକ ମେସେଜ ସଂଗ୍ରାମଙ୍କ ପରିବାରକୁ ଆସିଲା। ଏହା ଦେଖି ପରିବାର ଲୋକେ ବ୍ୟସ୍ତ ହୋଇପଡି ବିଧାୟକ ଲଲିତେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କୁ ଜଣାଇଥିଲେ। ବିଧାୟକଙ୍କ ଉଦ୍ୟମରେ ବହିର୍ବ୍ୟାପାର ମନ୍ତ୍ରଣାଳୟ ସହ ଯୋଗାଯୋଗ କରାଯାଇଥିଲା। ପରେ ମନ୍ତ୍ରଣାଳୟ ସହଯୋଗରେ ଇଣ୍ଡୋନେସିଆରେ ଥିବା ଭାରତୀୟ ଦୂତାବାସ ସହ ଯୋଗାଯୋଗ କରାଯାଇ ସଂଗ୍ରାମଙ୍କୁ ଠାବ କରାଯାଇଥିଲା। ସଂଗ୍ରାମଙ୍କୁ ପାଖରେ ପାଇ ତାଙ୍କ ପରିବାର ଏବଂ ଗ୍ରାମବାସୀ ଆଶ୍ୱସ୍ତ ଓ ଖୁସି ହୋଇଯାଇଛନ୍ତି। ଇଣ୍ଡୋନେସିଆରେ ବିତାଇଥିବା ୧୬ ଦିନ ସମ୍ପର୍କରେ ସଂଗ୍ରାମ କହିବାବେଳେ ତାଙ୍କ ଆଖିରେ ଲୁହ ଆସିଯାଉଥିଲା। ଇଣ୍ଡୋନେସିଆ ଏକ ମୁସଲିମ୍‌ ବହୁଳ ଦେଶ ହୋଇଥିବାରୁ ସେଠାରେ ସେ କେବଳ ଶୁଖିଲା ଭାତ ଓ ପାଣି ପିଇ ରହିଥିଲେ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏକ ଯୋଡ଼ା ବିଶେଷ ଟ୍ରେନ୍‌ର ଚଳାଚଳ ବାତିଲ

ଭୁବନେଶ୍ୱର,୧୭।୧୦: ରାଜ୍ୟରେ କୋଭିଡ୍‌ ସଂକ୍ରମଣର ସଂଖ୍ୟା ବୃଦ୍ଧି ସହ କେତେକ ଟ୍ରେନ୍‌ରେ ଖରାପ ପୃଷ୍ଠପୋଷକତାକୁ ଦୃଷ୍ଟିରେ ରଖି ପୂର୍ବତଟ ରେଳପଥ ପକ୍ଷରୁ ଏକ ଯୋଡ଼ା ବିଶେଷ...

ଶାସକ ଦଳରେ ଅସନ୍ତୋଷ

ନୟାଗଡ଼ ଅଫିସ,୨୩।୧: ନୟାଗଡ଼ ଜିଲାର ରଣପୁର ନିର୍ବାଚନ ମଣ୍ଡଳୀରେ ଭାଜପା ଓ ବିଜେଡି ଦଖଲରେ ଥିବା ଜିଲାପରିଷଦ ଜୋନ୍‌କୁ ପୁଣି ଅକ୍ତିଆର କରିବା ଉଭୟ ଦଳ...

ଛେଳି ଖାଇବାକୁ ଆସିଥିବା ୧୪ ଫୁଟର ଅହିରାଜ ଉଦ୍ଧାର, ଜଙ୍ଗଲରେ ଛାଡ଼ିଲା ବନବିଭାଗ

ପାଟଣା,୨୨ା୮(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ଡୁମୁରିଆ ପଞ୍ଚାୟତ ତଣ୍ଡ ଗ୍ରାମ ମଝିସାହିର ପ୍ରଭାକର ବେହେରାଙ୍କ ଘରୁ ୧୪ ଫୁଟ ଲମ୍ବର ଏକ ଅହିରାଜକୁ...

ବାଂଲାଦେଶୀ ଯୁବତୀଙ୍କୁ ଓଡ଼ିଶା ଚାଲାଣ ମାମଲା: କିଙ୍ଗ୍‌ପିନ୍‌ ଅଞ୍ଜଳି, ଇବ୍ରାହିମ୍‌ଙ୍କୁ ମିଳିଲା ରିମାଣ୍ଡ

ଭୁବନେଶ୍ୱର,୩୧।୧(ବ୍ୟୁରୋ): ବାଂଲାଦେଶରୁ ଓଡ଼ିିଶାକୁ ଯୁବତୀ ଚାଲାଣ ର଼୍ୟାକେଟର ମୂଳ ଚେରକୁ ଖୋଜୁଛି ଏସ୍‌ଟିଏଫ୍‌। ଏହି ର଼୍ୟାକେଟ ପଛରେ କେଉଁମାନେ ସମ୍ପୃକ୍ତ ଅଛନ୍ତି ତାହା ଜାଣିବା ପାଇଁ...

ସରକାରଙ୍କୁ ଘେରିବାକୁ ବିରୋଧୀ ପ୍ରସ୍ତୁତ

ଭୁବନେଶ୍ୱର,୨୫।୬(ବ୍ୟୁରୋ): ଷୋଡ଼ଶ ବିଧାନସଭାର ପ୍ରଥମ ଅଧିବେଶନ ମଙ୍ଗଳବାର ଠାରୁ ଆରମ୍ଭ ହେଉଛି। ଉଭୟ ବିରୋଧୀ ଓ ଶାସକ ପରସ୍ପରକୁ ଘେରିବାକୁ ରଣନୀତି ପ୍ରସ୍ତୁତ କରିଛନ୍ତି। ଏଥର...

ଆଜି ନୀଳମାଧବ ବସ୍ତି ଭାଙ୍ଗିବ ବିଡିଏ

ଭୁବନେଶ୍ୱର,୧ା୬(ବ୍ୟୁରୋ): କରୋନା କଟକଣା କୋହଳ ହେବା ପରେ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ପକ୍ଷରୁ ବାକି ଥିବା ଉଚ୍ଛେଦ କାର୍ଯ୍ୟ ପୁଣି ଆରମ୍ଭ ହେବାକୁ ଯାଉଛି।...

ନବନିର୍ମାଣ କୃଷକ ସଙ୍ଗଠନର ନ୍ୟାୟ ଯାତ୍ରା

ବୋଲଗଡ,୧୩ା୨(ଡି.ଏନ.ଏ.): ଚାଷୀମାନଙ୍କ ନ୍ୟାଯ୍ୟ ଦାବି ହାସଲ ପାଇଁ ସଂଗ୍ରାମ ଚଳାଇଥିବା ନବନିର୍ମାଣ କୃଷକ ସଙ୍ଗଠନର ନ୍ୟାୟ ଯାତ୍ରା ବୁଧବାର ବୋଲଗଡ଼ ବ୍ଲକ ସାଗରଗଁା ପଞ୍ଚାୟତରେ ପହଞ୍ଚତ୍ଥିଲା।...

ଆଜି ବିଶ୍ୱ ପରିବେଶ ଦିବସ: ବିକାଶ ନାମରେ ନଷ୍ଟ ହେଉଛି ପରିବେଶ

କେନ୍ଦୁଝର, ୫ା୬ (ସ୍ବ.ପ୍ର.)-ଆଜି ବିଶ୍ୱ ପରିବେଶ ଦିବସ। ଏହି ଦିବସକୁ ପାଳନ ପାଇଁ ସରକାରୀ ଓ ବେସରକାରୀ ସ୍ତରରେ ବ୍ୟାପକ ପ୍ରସ୍ତୁତ ଚାଲିିଛି କିନ୍ତୁ କାହାରି...

Advertisement
Archives

Model This Week