ଇଣ୍ଡୋନେସିଆରୁ ଓଡ଼ିଆ ଛାତ୍ର ଉଦ୍ଧାର

ବ୍ରହ୍ମଗିରି, ୧୫ା୬(ଡି.ଏନ୍‌.ଏ.):ଚାକିରି ପ୍ରଲୋଭନ ଦେଖାଇ ଜଣେ ଓଡ଼ିଆ ଛାତ୍ରଙ୍କୁ ଇଣ୍ଡୋନେସିଆ ଡାକିନେଇଥିଲେ ଦଲାଲ। ସେଠାରେ ପହଞ୍ଚତ୍ବା ପରେ ଦଲାଲ କେଉଁଆଡେ ଫେରାର ହୋଇଯାଇଥିବା ବେଳେ ସେଠାକାର ପୋଲିସ ଛାତ୍ରଙ୍କୁ ଗିରଫ କରିଥିଲା। ସେଠାରେ ୧୬ଦିନ ସଂଘର୍ଷ କରିବା ପରେ ଶେଷରେ ବ୍ରହ୍ମଗିରି ବିଧାୟକ ଲଲିତେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କ ହସ୍ତକ୍ଷେପ ଯୋଗୁ ଗୁୁରୁବାର ଛାତ୍ର ଜଣଙ୍କୁ ଉଦ୍ଧାର କରାଯାଇଥିବାବେଳେ ଶୁକ୍ରବାର ସେ ବ୍ରହ୍ମଗିିରି ବ୍ଲକ ଅନ୍ତର୍ଗତ ତାଙ୍କ ଗଁାରେ ପହଞ୍ଚତ୍ଛନ୍ତି।
ପୁରୀ ଜିଲା ବ୍ରହ୍ମଗିରି ବ୍ଲକ ଅନ୍ତର୍ଗତ ବିଜିପୁର ଗ୍ରାମର ଫକୀର ବରାଳଙ୍କ ବଡପୁଅ ସଂଗ୍ରାମ କେଶରୀ ବରାଳ(୨୦)। ଦିଲ୍ଲୀରେ ରହି ମର୍‌ଚ୍ୟାଣ୍ଟ ନାଭି କୋର୍ସ କରୁଥିଲେ। ଏହି ସମୟରେ ଇଣ୍ଡୋନେସିଆର ଏକ କମ୍ପାନୀରେ ଚାକିରି ସମ୍ପର୍କିତ ତଥ୍ୟ ଇଣ୍ଟରନେଟରୁ ଜାଣି ପାରିଥିଲେ। କିନ୍ତୁ ଏହା ଏକ ଦଲାଲ ସଂସ୍ଥା ବୋଲି ସେ ଜାଣି ନ ଥିଲେ। ପରେ ଏହି ସଂସ୍ଥା ସହିତ ସଂଗ୍ରାମ ଯୋଗାଯୋଗ କରି ଚାକିରି ପାଇଁ ଆବେଦନ କରିଥିଲେ। ଉକ୍ତ କମ୍ପାନୀଠାରୁ ଆପଏଣ୍ଟମେଣ୍ଟ ଲେଟର ମଧ୍ୟ ଆସିଥିଲା। ସଂପୃକ୍ତ କମ୍ପାନୀ ଭିଜା ଏବଂ ଅନ୍ୟାନ୍ୟ କାଗଜ ପତ୍ର ପାଇଁ ୨ଲକ୍ଷ ୩୦ ହଜାର ଟଙ୍କା ଦାବି କରିଥିଲା। ଏହାକୁ ପଇଠ କରିବା ପରେ ଗତ ମାସ ୨୮ ତାରିଖରେ ସଂଗ୍ରାମ ଇଣ୍ଡୋନେସିଆ ଯାଇଥିଲେ। ଇଣ୍ଡୋନେସିଆରେ ପହଞ୍ଚତ୍ବା ପରେ ଉକ୍ତ ଦଲାଲଙ୍କୁ ଫୋନ କରିବାରୁ ସେ ଫୋନ ଉଠାଇ ନ ଥିଲେ। ଏୟାର ପୋର୍ଟ ବାହାରେ ବସିଥିବା ସମୟରେ ସେଠାକାର ପୋଲିସ ସଂଗ୍ରାମଙ୍କୁ ତଲାସି କରିଥିଲା। ତାଙ୍କ ପାଖରେ କୌଣସି ଭିଜା କି ପାସପୋର୍ଟ ନ ଥିବାରୁ ତାଙ୍କୁ ଗିରଫ କରିଥିଲା। ୩ଲକ୍ଷ ଟଙ୍କା ଦେଲେ ତାଙ୍କୁ ଛଡାଯିବ ବୋଲି ଏକ ମେସେଜ ସଂଗ୍ରାମଙ୍କ ପରିବାରକୁ ଆସିଲା। ଏହା ଦେଖି ପରିବାର ଲୋକେ ବ୍ୟସ୍ତ ହୋଇପଡି ବିଧାୟକ ଲଲିତେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କୁ ଜଣାଇଥିଲେ। ବିଧାୟକଙ୍କ ଉଦ୍ୟମରେ ବହିର୍ବ୍ୟାପାର ମନ୍ତ୍ରଣାଳୟ ସହ ଯୋଗାଯୋଗ କରାଯାଇଥିଲା। ପରେ ମନ୍ତ୍ରଣାଳୟ ସହଯୋଗରେ ଇଣ୍ଡୋନେସିଆରେ ଥିବା ଭାରତୀୟ ଦୂତାବାସ ସହ ଯୋଗାଯୋଗ କରାଯାଇ ସଂଗ୍ରାମଙ୍କୁ ଠାବ କରାଯାଇଥିଲା। ସଂଗ୍ରାମଙ୍କୁ ପାଖରେ ପାଇ ତାଙ୍କ ପରିବାର ଏବଂ ଗ୍ରାମବାସୀ ଆଶ୍ୱସ୍ତ ଓ ଖୁସି ହୋଇଯାଇଛନ୍ତି। ଇଣ୍ଡୋନେସିଆରେ ବିତାଇଥିବା ୧୬ ଦିନ ସମ୍ପର୍କରେ ସଂଗ୍ରାମ କହିବାବେଳେ ତାଙ୍କ ଆଖିରେ ଲୁହ ଆସିଯାଉଥିଲା। ଇଣ୍ଡୋନେସିଆ ଏକ ମୁସଲିମ୍‌ ବହୁଳ ଦେଶ ହୋଇଥିବାରୁ ସେଠାରେ ସେ କେବଳ ଶୁଖିଲା ଭାତ ଓ ପାଣି ପିଇ ରହିଥିଲେ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୋଡ଼ମାପେଟା ବେଳାଭୂମି ଅବକ୍ଷୟ, ଭୟରେ ଅଞ୍ଚଳବାସୀ

ଗଞ୍ଜାମ,୨୨ା୮(ବିଦ୍ୟାଧର ସାହୁ): ଦିନକୁ ଦିନ ଅଶାନ୍ତ ହୋଇ ପଡୁଛି ସମୁଦ୍ର। ଉଚ୍ଚ ଲହଡି ଯୋଗୁ କୂଳ ଖାଉଥିବା ବେଳେ ଭୟରେ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ। ଗଞ୍ଜାମ ଜିଲାର…

ପୁଣି ଭାଇରାଲ ହେଲେ ରାନୁ ମଣ୍ଡଳ, ଏହି ରୋମାଣ୍ଟିକ୍‌ ଗୀତ ଗାଇ…

କୋଲକାତା,୨୨ା୮: ଯେତେବେଳେ ଆମେ ଷ୍ଟ୍ରିଟ୍‌ ଗାୟିକା/ଗାୟକଙ୍କ କଥା ଭାବୁ ପ୍ରଥମେ ରାନୁ ମଣ୍ଡଳଙ୍କ ନାଁ ମନେ ପଡ଼େ। ଜଣେ ଷ୍ଟ୍ରିଟ୍‌ ଗାୟିକା ହେବା ସହିତ ସେ ଜଣେ…

ସାପ ନେଲା ଚାଷୀଙ୍କ ଜୀବନ

ପାତ୍ରପୁର,୨୨ା୮(ଉମା ଚରଣ ନେପାକ): ଜରଡ଼ା ଥାନା ଆମପୁର ପଞ୍ଚାୟତ ମହାଦେଈପୁର ଗ୍ରାମରେ ସାପ କାମୁଡ଼ାରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବାସୁଦେବ ପ୍ରଧାନ(୬୪)। ଶନିବାର…

ଘରେ ବସି ସ୍କୁଲ ପ୍ରୋଜେକ୍ଟ କରୁଥିଲେ ଛାତ୍ର, ମାରିଲା କରେଣ୍ଟ…

ଖଲ୍ଲିକୋଟ,୨୨।୮( ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ଅଧୀନ କୈରାସି ଗ୍ରାମରେ ଶନିବାର ଏକ ଦୁଃଖଦ ଘଟଣା ଘଟିଛି। ବିଦ୍ୟୁତ୍‌ କରେଣ୍ଟ ଲାଗି ଜଣେ…

ଲଘୁଚାପ ଛଡାଇ ନେଇଛି ମତ୍ସ୍ୟଜୀବୀଙ୍କ ଜୀବିକା

ଛତ୍ରପୁର, ୨୨ା୮ (ଦ୍ୱାରକା ପଟ୍ଟନାୟକ/ଦିଲୀପ ସାମଲ): ବଙ୍ଗୋପସାଗରରେ ସୃଷ୍ଟି ହେଉଛି ତୁହାକୁ ତୁହା ଲଘୁଚାପ। ଏଥିପାଇଁ ସମୁଦ୍ର ଅଶାନ୍ତ ରହିଛି। ମତ୍ସ୍ୟଜୀବୀଙ୍କ ସୁରକ୍ଷା ପାଇଁ ଆଞ୍ଚଳିକ ପାଣିପାଗ…

ପୋଲିସର ନିଶାମୁକ୍ତ ଅଭିଯାନକୁ ନେଇ ବଢ଼ିଲା ଚର୍ଚ୍ଚା

କୋକସରା,୨୨ା୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ପକ୍ଷରୁ ଗତ କିଛିଦିନ ହେଲା ନିଶା ମୁକ୍ତ ଅଭିଯାନ ଆରମ୍ଭ ହୋଇଛି। ଅଞ୍ଚଳର ବିଭିନ୍ନ ସ୍କୁଲ, କଲେଜ…

ପାରାଦୀପରୁ ବାହାରିଥିବା ଜାହାଜ ଗଭୀର ସମୁଦ୍ରରୁ ନିଖୋଜ, ଏଥିରେ ଥିଲେ ୨୪ ନାବିକ, ଚାଲିଛି ଖୋଜା

ପାରାଦୀପ,୨୨ା୮(ଶରତ ରାଉତ): ପାରାଦୀପ ବନ୍ଦରରୁ ଲୁହାପଥର ବୋଝେଇ କରି ଚାଇନା ଯାଉଥିବା ଏକ ପଣ୍ୟବାହୀ ଜାହାଜ ଏମ୍‌ଭି ‘ଓସେନ ଓ୍ବିନର’ ଗତ ଶୁକ୍ରବାର ରାତିରୁ ନିଖୋଜ ଥିବା…

ବନ୍ଧୁକ ଦେଖାଇ ଗହଣା ବ୍ୟବସାୟୀଙ୍କଠାରୁ ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର, ବାଇକ୍‌ ଛାଡ଼ି…

ମୋରଡ଼ା,୨୨ା୮(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ଥାନା ଅଞ୍ଚଳରେ ବନ୍ଧୁକ ମୁନରେ ଜଣେ ଗହଣା ବ୍ୟବସାୟୀଙ୍କୁ ଲୁଟ୍‌ ହୋଇଛି। ସୂଚନା ଅନୁଯାୟୀ, ଶୁଳିଆପଦା ଥାନା ଅଧୀନ କୋଷ୍ଠା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri