ଆଳୁ ଚାଷୀଙ୍କ ଭୋକିଲା ପେଟରେ ପେପ୍ସିକୋର ଆଇନ ଛାଟ: ଚିପ୍ସ୍‌ରେ ବ୍ୟବହୃତ କିସମ ପାଇଁ ମାଗିଲା କ୍ଷତିପୂରଣ

ଅହମ୍ମଦାବାଦ,୨୫।୪: ଦେଶରେ ଚାଷୀ ଆତ୍ମହତ୍ୟା ଏବେ ବି ଥମିନି। ଚାଷୀ ଫସଳ ଅମଳ ପାଇଁ ଋଣ ପରିଶୋଧ କରିବାକୁ ଅକ୍ଷମ ହେଉଛନ୍ତି। ଆବଶ୍ୟକତା ଅନୁସାରେ ଫସଲ ଅମଳ ନ ହେବାରୁ ସେମାନଙ୍କ ଆର୍ଥିକ ସ୍ଥିତି ଲଗାତାର ଶୋଚନୀୟ ହେବାରେ ଲାଗିଛି। ଏପରି ସ୍ଥଳେ ଗୁଜରାଟ ଆଳୁ ଚାଷୀଙ୍କ ଭୋକିଲା ପେଟରେ ଆଇନ ଛାଟ ମାରିଛି ପେପ୍ସିକୋ କମ୍ପାନୀ। ଲେଜ୍‌ ଆଳୁ ଚିପ୍ସ୍‌ ପାଇଁ ବ୍ୟବହୃତ କିସମ ଚାଷୀମାନେ ଚାଷ କରିଥିବାରୁ ପ୍ରତି ଚାଷୀଙ୍କ ଠାରୁ ଦେଢ଼ କୋଟି ଟଙ୍କାର କ୍ଷତି ପୂରଣ ମାଗିଛି ଏହି କମ୍ପାନୀ। ଏପରି କରି ସମ୍ପୃକ୍ତ ଚାଷୀମାନେ କମ୍ପାନୀର ଏକଚାଟିଆ ଅଧିକାରକୁ ଉଲ୍ଲଂଘନ କରିଥିବା ପେପ୍ସିକୋ କହିଛି। ଚାଷୀମାନେ ଏହି ମାମଲାରେ ସରକାରଙ୍କ ହସ୍ତକ୍ଷେପ ଦାବୀ କରିଛନ୍ତି। ଏନେଇ ଏକ ମାମଲାର ଶୁଣାଣି ଅହମ୍ମଦାବାଦ୍‌ କୋର୍ଟରେ ଶୁକ୍ରବାର ହେବ। ୨୦୦୧ ପ୍ଲାଣ୍ଟ୍‌ ପ୍ରୋଟେକସନ୍‌ ଅଧିନିୟମ ଧାରା ୬୪ ଅନୁସାରେ ପେପ୍ସିକୋ ଲେଜ୍‌ ଆଳୁ ଚିପ୍ସ୍‌ ପାଇଁ ବ୍ୟବହୃତ କିସମ ଉପରେ ନିଜର ଏକ ଚାଟିଆ ଅଧିକାର ରଖିଛି। ତେବେ ଏହି ଅଧିନିୟମ ଅନ୍ତର୍ଗତ ଧାରା ୩୯ ଅନୁସାରେ ଚାଷୀମାନେ ଏକଚାଟିଆ ଅଧିକାର ପାଇଁ ପଞ୍ଜିକୃତ କିସମର ଚାଷ, ଫସଲ ବିକ୍ରି ଆଦି କରିପାରିବେ। ନିଦ୍ଧିଷ୍ଟ କିସମର ବିକ୍ରି ନ ହେବା ପର୍ଯ୍ୟନ୍ତ ଚାଷୀମାନେ ଅନ୍ୟ କିସମ ବିକ୍ରି କରି ପାରିବେ ନାହିଁ ବୋଲି ଥିବା ପେପ୍ସିକୋର ଏକ ଚାଟିଆ ଅଧିକାର ଦ୍ୱାରା ଅନ୍ୟ ଫସଲ ପ୍ରଭାବିତ ହେବାର ଆଶଙ୍କା ଥିବା ନେଇ ଚାଷୀ ସଂଘ ପକ୍ଷରୁ ସତର୍କ ସୂଚନା ଦିଆଯାଇଛି। ଏହାଦ୍ୱାରା ଚାଷୀମାନଙ୍କର କ୍ଷତି ହେବାର ଆଶଙ୍କା ଥିବା ସଂଘ ସୂଚନା ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭକୁଆ ହେଲା ପାକିସ୍ତାନ! ବୋକା ବନାଇଲା ଭାରତ

ନୂଆଦିଲ୍ଲୀ,୧୭।୫: ପହଲଗାମ ଆକ୍ରମଣର ପ୍ରତିଶୋଧ ନେଇଛି ଦେଶ। ପାକିସ୍ତାନର ଏହି ହୀନ କାର୍ଯ୍ୟ ପାଇଁ ସାରା ବିଶ୍ୱ ପାକିସ୍ତାନକୁ ନିନ୍ଦା କରୁଥିବା ବେଳେ ଏହାକୁ ନେଇ...

ପ୍ରଥମଥର ପାକିସ୍ତାନର ୧୦୦ କିଲୋମିଟର ଭିତରକୁ ପଶି ମାରିଲେ ସେନା, କାହିଁକି ଏମିତି କହିଲେ ଶାହା

ନୂଆଦିଲ୍ଲୀ,୧୭।୫: କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଶନିବାର (୧୭ ମଇ, ୨୦୨୫) ଗୁଜରାଟରେ ତାଙ୍କ ଲୋକ ସଭା ନିର୍ବାଚନମଣ୍ଡଳୀ ଗାନ୍ଧୀନଗରରେ ଅନେକ ପ୍ରକଳ୍ପର ଶୁଭାରମ୍ଭ ଏବଂ...

ମୁମ୍ବାଇ ବିମାନବନ୍ଦର-ତାଜ ହୋଟେଲକୁ ବୋମାରେ ଉଡାଇ ଦେବାକୁ ଧମକ, ପର୍ଯ୍ୟଟକ ଛାନିଆ!

ମୁମ୍ବାଇ,୧୭।୮: : ମୁମ୍ବାଇ ପୋଲିସ ଏକ ଧମକ ଭରା ଇମେଲ ପାଇଛି, ଯେଉଁଥିରେ ଛତ୍ରପତି ଶିବାଜୀ ମହାରାଜ ଆନ୍ତର୍ଜାତୀୟ ବିମାନବନ୍ଦର ଓ ପ୍ରସିଦ୍ଧ ତାଜ ମହଲ...

ବଡ଼ ଖବର: ମୁମ୍ବାଇ ବିମାନ ବନ୍ଦରରୁ ଆଇଏସର ୨ ଆତଙ୍କବାଦୀ ଗିରଫ, ଥିଲା ୩୩ ଲକ୍ଷର ପୁରସ୍କାର

ମୁମ୍ବାଇ,୧୭।୫: ଶନିବାର ମୁମ୍ବାଇ ବିମାନବନ୍ଦରରେ ଏକ ବଡ଼ ସଫଳତା ହାସଲ କରି, ସୁରକ୍ଷା ଏଜେନ୍ସିଗୁଡ଼ିକ ଦୁଇ ଜଣ ୱାଣ୍ଟେଡ ISIS ଆତଙ୍କବାଦୀଙ୍କୁ ଗିରଫ କରିଛନ୍ତି। ଗିରଫ...

ଏଥର ତୁର୍କୀକୁ ଲାଗିବ ଜବରଦସ୍ତ ଝଟକା! ବଡ଼ ଆକ୍ସନ ନେଲା ଭାରତ

ନୂଆଦିଲ୍ଲୀ,୧୭।୫: ଭାରତ-ପାକିସ୍ତାନ ଉତ୍ତେଜନା ସମୟରେ ପାକିସ୍ତାନକୁ ଖୋଲାଖୋଲି ସମର୍ଥନ କରୁଥିବା ତୁର୍କୀକୁ ବହୁତ ମୂଲ୍ୟ ଦେବାକୁ ପଡୁଛି ବୋଲି ମନେ ହେଉଛି। ଗୋଟିଏ ପଟେ ଦେଶବାସୀଙ୍କ...

ଧମକ ଦେଉଥିବା ପାକିସ୍ତାନଠାରୁ ଛଡ଼ାଇ ନିଆଯିବ ପରମାଣୁ ଅସ୍ତ୍ର? ରାଜନାଥଙ୍କ ବୟାନ ପରେ…

ନୂଆଦିଲ୍ଲୀ,୧୭।୫: ପହଲଗାମ ଆକ୍ରମଣ ପରେ ଭାରତ ପାକିସ୍ତାନ ବିରୋଧରେ ‘ଅପରେଶନ ସିନ୍ଦୂର’ ଆରମ୍ଭ କରିଥିଲା। ଏହା ଉଭୟ ଦେଶ ମଧ୍ୟରେ ଉତ୍ତେଜନା ବୃଦ୍ଧି କରିଥିଲା। ଏପରିକି...

କାଲି ପରେ ପୁଣି ହେବ କି ଯୁଦ୍ଧ? ପାକିସ୍ତାନରୁ ଆସିଲା ବଡ଼ ଖବର…

ନୂଆଦିଲ୍ଲୀ, ୧୭।୫: ଭାରତ ଓ ପାକିସ୍ତାନ ମଧ୍ୟରେ ଚାଲିଥିବା ଯୁଦ୍ଧବିରତିର ଭବିଷ୍ୟତ ପାକିସ୍ତାନ ଉପରେ ନିର୍ମର କରୁଛି ବୋଲି ଭାରତ ସ୍ପଷ୍ଟ କରିଛି। ଏପ୍ରିଲ ୨୨ରେ...

କେଦାରନାଥରେ ଅଘଟଣ: ପାହାଡ଼ରେ ମାଡ଼ ହୋଇଗଲା…

କେଦାରନାଥ,୧୭।୫: କେଦାରନାଥରେ ଶନିବାର ଏକ ଅଘଟଣ ଘଟିଛି। କେଦାରନାଥ ହେଲିପ୍ୟାଡରେ ଅବତରଣ ବେଳେ ଏକ ଏୟାର ଆମ୍ବୁଲାନ୍ସ ବିମାନ ଦୁର୍ଘଟଣା ଗ୍ରସ୍ତ ହୋଇଛି। ବିମାନର ଶେଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri