ଆଳୁ ଚାଷୀଙ୍କ ଭୋକିଲା ପେଟରେ ପେପ୍ସିକୋର ଆଇନ ଛାଟ: ଚିପ୍ସ୍‌ରେ ବ୍ୟବହୃତ କିସମ ପାଇଁ ମାଗିଲା କ୍ଷତିପୂରଣ

ଅହମ୍ମଦାବାଦ,୨୫।୪: ଦେଶରେ ଚାଷୀ ଆତ୍ମହତ୍ୟା ଏବେ ବି ଥମିନି। ଚାଷୀ ଫସଳ ଅମଳ ପାଇଁ ଋଣ ପରିଶୋଧ କରିବାକୁ ଅକ୍ଷମ ହେଉଛନ୍ତି। ଆବଶ୍ୟକତା ଅନୁସାରେ ଫସଲ ଅମଳ ନ ହେବାରୁ ସେମାନଙ୍କ ଆର୍ଥିକ ସ୍ଥିତି ଲଗାତାର ଶୋଚନୀୟ ହେବାରେ ଲାଗିଛି। ଏପରି ସ୍ଥଳେ ଗୁଜରାଟ ଆଳୁ ଚାଷୀଙ୍କ ଭୋକିଲା ପେଟରେ ଆଇନ ଛାଟ ମାରିଛି ପେପ୍ସିକୋ କମ୍ପାନୀ। ଲେଜ୍‌ ଆଳୁ ଚିପ୍ସ୍‌ ପାଇଁ ବ୍ୟବହୃତ କିସମ ଚାଷୀମାନେ ଚାଷ କରିଥିବାରୁ ପ୍ରତି ଚାଷୀଙ୍କ ଠାରୁ ଦେଢ଼ କୋଟି ଟଙ୍କାର କ୍ଷତି ପୂରଣ ମାଗିଛି ଏହି କମ୍ପାନୀ। ଏପରି କରି ସମ୍ପୃକ୍ତ ଚାଷୀମାନେ କମ୍ପାନୀର ଏକଚାଟିଆ ଅଧିକାରକୁ ଉଲ୍ଲଂଘନ କରିଥିବା ପେପ୍ସିକୋ କହିଛି। ଚାଷୀମାନେ ଏହି ମାମଲାରେ ସରକାରଙ୍କ ହସ୍ତକ୍ଷେପ ଦାବୀ କରିଛନ୍ତି। ଏନେଇ ଏକ ମାମଲାର ଶୁଣାଣି ଅହମ୍ମଦାବାଦ୍‌ କୋର୍ଟରେ ଶୁକ୍ରବାର ହେବ। ୨୦୦୧ ପ୍ଲାଣ୍ଟ୍‌ ପ୍ରୋଟେକସନ୍‌ ଅଧିନିୟମ ଧାରା ୬୪ ଅନୁସାରେ ପେପ୍ସିକୋ ଲେଜ୍‌ ଆଳୁ ଚିପ୍ସ୍‌ ପାଇଁ ବ୍ୟବହୃତ କିସମ ଉପରେ ନିଜର ଏକ ଚାଟିଆ ଅଧିକାର ରଖିଛି। ତେବେ ଏହି ଅଧିନିୟମ ଅନ୍ତର୍ଗତ ଧାରା ୩୯ ଅନୁସାରେ ଚାଷୀମାନେ ଏକଚାଟିଆ ଅଧିକାର ପାଇଁ ପଞ୍ଜିକୃତ କିସମର ଚାଷ, ଫସଲ ବିକ୍ରି ଆଦି କରିପାରିବେ। ନିଦ୍ଧିଷ୍ଟ କିସମର ବିକ୍ରି ନ ହେବା ପର୍ଯ୍ୟନ୍ତ ଚାଷୀମାନେ ଅନ୍ୟ କିସମ ବିକ୍ରି କରି ପାରିବେ ନାହିଁ ବୋଲି ଥିବା ପେପ୍ସିକୋର ଏକ ଚାଟିଆ ଅଧିକାର ଦ୍ୱାରା ଅନ୍ୟ ଫସଲ ପ୍ରଭାବିତ ହେବାର ଆଶଙ୍କା ଥିବା ନେଇ ଚାଷୀ ସଂଘ ପକ୍ଷରୁ ସତର୍କ ସୂଚନା ଦିଆଯାଇଛି। ଏହାଦ୍ୱାରା ଚାଷୀମାନଙ୍କର କ୍ଷତି ହେବାର ଆଶଙ୍କା ଥିବା ସଂଘ ସୂଚନା ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

‘ମୋ ମୁଣ୍ଡ କାଟିଦେଲେ ବି ଭାଜପାକୁ ଯିବିନି…’, ଟିଏମସି କନ୍ଦଳ ଭିତରେ ଗର୍ଜିଲେ ମହୁଆ, କରିଦେଲେ ବଡ଼ ଖୁଲାସା

କୋଲକାତା,୮।୭: ପଶ୍ଚିମବଙ୍ଗରେ ଗତ ୧୫ ବର୍ଷ ଧରି କ୍ଷମତାରେ ଥିବା ମମତା ବାନାର୍ଜୀଙ୍କ ନେତୃତ୍ୱରେ ତୃଣମୂଳ କଂଗ୍ରେସ (TMC) ବର୍ତ୍ତମାନ ଏକ କଷ୍ଟକର ପରିସ୍ଥିତିର ସମ୍ମୁଖୀନ ହେଉଛି।…

ଭାଙ୍ଗିଲା ସବୁ ରେକର୍ଡ; ଗୋଟିଏ ଦିନରେ ୬,୭୦୦ ଟଙ୍କା ଶସ୍ତା ହେଲା ରୁପା, ସୁନା ବି…

ନୂଆଦିଲ୍ଲୀ, ୮।୭: ଯଦି ଆପଣ ସୁନା କିମ୍ବା ରୁପା କିଣିବାକୁ ଯୋଜନା କରୁଛନ୍ତି, ତେବେ ଆପଣଙ୍କ ପାଇଁ ଏକ ବଡ଼ ଖବର ଅଛି। ଆନ୍ତର୍ଜାତୀୟ ବଜାରଠାରୁ ଆରମ୍ଭ…

ଜିଓର ଦମଦାର୍ ପ୍ଲାନ୍ ‘JioTV Pro Pack’: ମାତ୍ର ୫୫ ଟଙ୍କାରେ ମିଳିବ ୧୦୦୦ରୁ ଅଧିକ ଲାଇଭ୍ ଟିଭି ଚ୍ୟାନେଲ୍‌

ନୂଆଦିଲ୍ଲୀ, ୮।୭: ରିଲାଏନ୍ସ ଜିଓ ନିଜ ଗ୍ରାହକମାନଙ୍କ ପାଇଁ ଏକ ଶସ୍ତା ଏବଂ ଦମଦାର୍ ଏଣ୍ଟରଟେନମେଣ୍ଟ ପ୍ଲାନ୍ ଲଞ୍ଚ କରିଛି। କମ୍ପାନୀ ମାତ୍ର ୫୫ ଟଙ୍କାରେ ନୂଆ…

ରାଗିଗଲେ ଦିଦି! ନିଜ ଦଳୀୟ କର୍ମୀଙ୍କୁ ଚାପୁଡ଼ା ମାରିଲେ ମମତା ବାନାର୍ଜୀ, ଭିଡିଓ ଭାଇରାଲ୍

କୋଲକାତା,୮।୭: କୋଲକାତାରେ ଏକ ଦଳୀୟ ପ୍ରତିବାଦ ସମୟରେ ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବୁଧବାର ଜଣେ ତୃଣମୂଳ କଂଗ୍ରେସ (ଟିଏମସି) କର୍ମୀଙ୍କୁ ଚାପୁଡ଼ା ମାରିଛନ୍ତି। ଏହି…

ଏଣିକି WhatsAppରେ ମିଳିବ ଆୟୁଷ୍ମାନ କାର୍ଡର ସବୁ ସୁବିଧା; ଘରେ ବସି ଚେକ୍ କରନ୍ତୁ ବାଲାନ୍ସ, ସେଭ୍ କରନ୍ତୁ ଏହି ନମ୍ବର

ନୂଆଦିଲ୍ଲୀ, ୮।୭: ଦେଶର କୋଟି କୋଟି ଆୟୁଷ୍ମାନ ଭାରତ ହିତାଧିକାରୀଙ୍କ ପାଇଁ ଏକ ବଡ଼ ଖୁସି ଖବର। ଏବେ ଆୟୁଷ୍ମାନ କାର୍ଡର ବାଲାନ୍ସ ଏବଂ ଅନ୍ୟାନ୍ୟ ସେବା ବିଷୟରେ…

EDର ବଡ଼ କାର୍ଯ୍ୟାନୁଷ୍ଠାନ, ଟିଏମସିର ୩ଟି ବ୍ୟାଙ୍କ ଆକାଉଣ୍ଟ୍ ଫ୍ରିଜ୍ କଲା ED

କୋଲକାତା,୮।୭: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଏକ ବଡ଼ ଝଟକା ଲାଗିଛି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ତୃଣମୂଳ କଂଗ୍ରେସ (TMC) ସହିତ ଜଡିତ ତିନୋଟି ଆକାଉଣ୍ଟକୁ ଫ୍ରିଜ୍…

ଭୁଶୁଡ଼ିଲା ନିର୍ମାଣାଧୀନ କୋଠା, ଅନେକ ଶ୍ରମିକ ଭଗ୍ନାବଶେଷ ତଳେ ଫସି ରହିଥିବା ଆଶଙ୍କା

ପୁଣେ,୮।୭: ମହାରାଷ୍ଟ୍ରର ପିମ୍ପରି-ଚିଞ୍ଚୱାଡରେ ବୁଧବାର ଅପରାହ୍ନରେ ଏକ ବଡ଼ ଦୁର୍ଘଟଣା ଘଟିଛି, ଯେଉଁଠାରେ ‘ଆବର୍ଜନାରୁ ଶକ୍ତି’ ପ୍ରକଳ୍ପ ସ୍ଥାନରେ ନିର୍ମାଣାଧୀନ କୋଠାର ଏକ ଅଂଶ ହଠାତ ଭୁଶୁଡ଼ି…

ଟ୍ରମ୍ପଙ୍କ ବୟାନ ପରେ ଶେୟାର ବଜାରରେ ହାହାକାର! ନିବେଶକଙ୍କ ବୁଡ଼ିଲା ୪ ଲକ୍ଷ କୋଟି

ନୂଆଦିଲ୍ଲୀ,୮।୭: ବୁଧବାର ଭାରତୀୟ ଶେୟାର ବଜାରରେ ଏକ ବଡ଼ ଧରଣର ଉତ୍ଥାନ ଦେଖିବାକୁ ମିଳିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଏକ କଡ଼ା ବୟାନ ଅସ୍ଥିର ବିଶ୍ୱ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri