ଆର୍‌ପିଏଫ୍‌ର ଅପରେଶନ ‘ଇଷ୍ଟ୍‌କୋଷ୍ଟ ରେଲ୍‌ଓ୍ବେ ଥଣ୍ଡର’: ବେଆଇନ ଟିକେଟ ବିକ୍ରି, ୬ ଗିରଫ

ଭୁବନେଶ୍ୱର, ୧୧।୮(ବ୍ୟୁରୋ): ଭୁବନେଶ୍ୱର ରେଳ ସୁରକ୍ଷା ବଳ (ଆର୍‌ପିଏଫ୍‌) ପକ୍ଷରୁ ଆରମ୍ଭ ହୋଇଛି ଅପରେଶନ ‘ଇଷ୍ଟ୍‌କୋଷ୍ଟ ରେଲ୍‌ଓ୍ବେ ଥଣ୍ଡର’। ଶନିବାର ଏକ ସ୍ବତନ୍ତ୍ର ଟିମ୍‌ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ବେଆଇନ ଭାବେ ଟିକେଟ ବିକ୍ରି କରୁଥିବା ୬ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ସିଆର୍‌ପି ଛକସ୍ଥିତ ପ୍ରିୟଦର୍ଶିନୀ ମାର୍କେଟସ୍ଥିତ କମ୍ୟୁନିକେଶନ କେୟାର ଦୋକାନ ମାଲିକ ଭୀମସେନ ମଲ୍ଲିକ, ଏସ୍‌.ଜେ. ଇନଫୋଟେକ୍‌ର ଶ୍ରୀବତ୍ସ ବାରିକ, ରୁଚିକା ମାର୍କେଟର ସୁନିତା ଟୁର୍‌ ଆଣ୍ଡ୍‌ ଟ୍ରାଭେଲ୍ସର ରାଜେଶ କୁମାର ପାତ୍ର, ଫରେଷ୍ଟ ପାର୍କସ୍ଥିତ ସାରଥି ଟୁର୍‌ ଆଣ୍ଡ ଟ୍ରାଭେଲ୍ସର ଶିବ ପ୍ରସାଦ ବିଶ୍ୱାଳ, ଜୟଦେବ ବିହାରସ୍ଥିତ ସମର କମ୍ୟୁନିକେଶନର ସମରେନ୍ଦ୍ର ସ୍ବାଇଁ ଓ ଜାଗମରାସ୍ଥିତ ଏକ୍ସେଲ ସିଷ୍ଟମର ଅଶୋକ କୁମାର ରାଉତ। ଏମାନେ ନିଜ ବ୍ୟକ୍ତିଗତ ଆଇଆର୍‌ସିଟିସି ଆଇଡିରେ ଟିକେଟ କରି ଚଢ଼ା ଦରରେ ବିକ୍ରି କରୁଥିଲେ। ଟିକେଟ ବିକ୍ରି ପାଇଁ ଆଇଆର୍‌ସିଟିସିଠାରୁ ସ୍ବୀକୃତି ପାଇବା ପରେ ଏଜେଣ୍ଟମାନେ ଟିକେଟ ବିକ୍ରି କରିବାର ନିୟମ ରହିଛି। କିନ୍ତୁ ଗିରଫ ଅଭିଯୁକ୍ତମାନେ ବିନା ସ୍ବୀକୃତିରେ ବ୍ୟକ୍ତିଗତ ଆଇଡି ତଥା ଜାଲ୍‌ ଆଇଡି ଖୋଲି ଏହି ବେଆଇନ କାରବାର କରୁଥିଲେ। ଲୋକଙ୍କଠାରୁ ଟିକେଟ ପିଛା ଧାର୍ଯ୍ୟ ମୂଲ୍ୟଠାରୁ ୫୦ରୁ ୨୦୦ଟଙ୍କା ପର୍ଯନ୍ତ ଅଧିକ ନେଉଥିଲେ। ଦୀର୍ଘବର୍ଷ ଧରି ଇ-ଟିକେଟିଂ ଜରିଆରେ ଲୋକଙ୍କୁ ଏପରି ଠକି ଆସୁଥିବା ନେଇ ଗୋଇନ୍ଦା ସୂଚନା ମିଳିବା ପରେ ଚଢ଼ାଉ କରାଯାଇଥିଲା ବୋଲି ଆର୍‌ପିଏଫ୍‌ ପକ୍ଷରୁ କୁହାଯାଇଛି। ଅନ୍ୟପକ୍ଷରେ ଚଢ଼ାଉ ହୋଇଥିବା ୬ ବ୍ୟବସାୟ ପ୍ରତିଷ୍ଠାନ ମଧ୍ୟରୁ ୨ଟି ଟ୍ରାଭେଲ୍ସ, ୪ ଡିଟିପି ଏବଂ ଜେରକ୍ସ ଦୋକାନ ରହିଛି। ଅଭିଯୁକ୍ତଙ୍କଠାରୁ ୫ ସିପିୟୁ, ଗୋଟିଏ ଲାପ୍‌ଟପ, ୩ ମୋବାଇଲ ଫୋନ୍‌, ୫ ନୂଆ ଟିକେଟ ଓ ୯ ପୁରୁଣା ଟିକେଟ ଜବତ କରାଯାଇଛି। ଦଫା ୧୪୩ ଅନୁଯାୟୀ ମାମଲା ନଂ. ୨୦୧୫-୨୦୨୦/୨୦୧୯ରେ ଅଭିଯୁକ୍ତମାନଙ୍କୁ ଗିରଫ କରାଯାଇଛି। ରବିବାର କୋର୍ଟ ଚାଲାଣ କରାଯିବ ବୋଲି ଆର୍‌ପିଏଫ୍‌ ପକ୍ଷରୁ ସୂଚନା ମିଳିଛି। ଏହି ଚଢ଼ାଉରେ ଭୁବନେଶ୍ୱର ଆର୍‌ପିଏଫ୍‌ ଥାନାଧିକାରୀ କାଳୁ ସେଠୀ, ଆର୍‌ପିଏଫ କ୍ରାଇମବ୍ରାଞ୍ଚ ଆଇଆଇସି ବାଇଧର ସିଂ, ଡିଭିଜନାଲ କ୍ରାଇମବ୍ରାଞ୍ଚ ଆଇଆଇସି ଶ୍ରୀନିବାସ ପଟ୍ଟନାୟକ ଓ ଏସ୍‌ଟିଏଫ ମୁଖ୍ୟ ରନ୍ମୟ କୁମାର ପାତ୍ର ନେତୃତ୍ୱ ନେଇଥିଲେ। ଭୁବନେଶ୍ୱର ଆର୍‌ପିଏଫ ଥାନାଧିକାରୀ ସେଠୀ ଯାତ୍ରୀମାନଙ୍କୁ ଅଣସ୍ବୀକୃତିପ୍ରାପ୍ତ ଏଜେଣ୍ଟଙ୍କଠାରୁ ଟିକେଟ ନ କିଣିବାକୁ ଅନୁରୋଧ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୧୩ରେ ବାଚସ୍ପତିଙ୍କ ପୁଣେ ଗସ୍ତ

ଭୁବନେଶ୍ୱର,୧୨।୧୨(ବ୍ୟୁରୋ): ଓଡ଼ିଶା ବିଧାନସଭା ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଡିସେମ୍ବର ୧୩ରେ ପୁନେ ଅଭିମୁଖେ ଯାତ୍ରା କରିବେ। ସେଠାରେ ପାତ୍ର ଏମ୍‌ଆଇଟି ସ୍କୁଲ୍‌ ଅଫ୍‌ ଗଭର୍ନମେଣ୍ଟଠାରେ...

ସ୍ବାଭିମାନ ଅଞ୍ଚଳରେ ପ୍ରତିଷ୍ଠା ହେବ ଶିକ୍ଷକ କ୍ଲଷ୍ଟର

ଭୁବନେଶ୍ୱର,୧୬।୧୨(ବ୍ୟୁରୋ): ସ୍ବାଭିମାନ ଅଞ୍ଚଳରେ ଶିକ୍ଷକ କ୍ଲଷ୍ଟର ପ୍ରତିଷ୍ଠା ଲାଗି ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ପ୍ରଥମ ପର୍ଯ୍ୟାୟରେ ମାଲକାନଗିରି ଅଞ୍ଚଳର ୭ଟି ପଞ୍ଚାୟତର ସ୍କୁଲ ଉପକୃତ...

‘ନିର୍ବାଚନ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ’

ଭୁବନେଶ୍ୱର,୩୦।୧୨(ବ୍ୟୁରୋ): ରାଜ୍ୟରେ ତ୍ରିସ୍‌ସ୍ତରୀୟ ପଞ୍ଚାୟତ ନିର୍ବାଚନ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି ବୋଲି ରାଜ୍ୟ ନିର୍ବାଚନ ଆୟୋଗ ସୂଚନା ଦେଇଛନ୍ତି। ପଞ୍ଚାୟତ ନିର୍ବାଚନରେ ଲଢିବାକୁ ଥିବା...

ସ୍ତ୍ରୀଙ୍କୁ ମାଡ଼ମାରି ଗାତରେ ଫିଙ୍ଗିଦେଲେ ସ୍ବାମୀ

କାମାକ୍ଷାନଗର,୧୪ା୩(ଡି.ଏନ୍‌.ଏ): ପିଶାଚ ସ୍ବାମୀଙ୍କ ଉନ୍ମୁତ୍ତ କାଣ୍ଡ। ସ୍ତ୍ରୀକୁ ମାଡ଼ ମାରି ବାଡ଼ିପଟ ଗାତରେ ପକାଇ ଦେଇଛନ୍ତି ସ୍ବାମୀ। ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ଶୀତଳବସା ଗାଁରେ...

ଆଭ୍ୟନ୍ତରୀଣ ଜିଲାରେ ତାତି, ଉପକୂଳରେ ଆଶ୍ୱସ୍ତି

ଭୁବନେଶ୍ୱର,୩।୪(ବ୍ୟୁରୋ): ଗତ କିଛିଦିନ ଧରି ଲାଗି ରହିଥିବା ପ୍ରଚଣ୍ଡ ଗ୍ରୀଷ୍ମ ଦାଉରୁ ଉପକୂଳବର୍ତ୍ତୀ ଜିଲାଗୁଡ଼ିକୁ ତ୍ରାହି ମିଳିଛି। ଘୂର୍ଣ୍ଣିଝଡ଼ ଯୋଗୁ ପାରଦ ତଳକୁ ଖସିଛି। ମାତ୍ର...

ରାଜ୍ୟରେ ୟୁଜି-ପିଜି ଫାଇନାଲ ପରୀକ୍ଷା ହେବ; ଘରେ ରହି ଛାତ୍ରୀଛାତ୍ର ଦେଇପାରିବେ…

ଭୁବନେଶ୍ୱର,୧୮।୬(ବ୍ୟୁରୋ): କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟରେ ବୋର୍ଡ ଏବଂ ଯୁକ୍ତ ୨ ପରୀକ୍ଷାକୁ ବାତିଲ କରିଦିଆଯାଇଥିଲା। ଏବେ ୟୁଜି ଏବଂ ପିଜି ପରୀକ୍ଷା ନେଇ...

୪୮ ଘଣ୍ଟାରେ ଓଡ଼ିଶା ଛୁଇଁପାରେ ମୌସୁମୀ

ଭୁବନେଶ୍ୱର,୧୬।୬(ବ୍ୟୁରୋ): ଦକ୍ଷିଣ ପଶ୍ଚିମ ମୌସୁମୀର ଓଡ଼ିଶା ପ୍ରବେଶ ପାଇଁ ପାଗ ଅନୁକୂଳ ହୋଇଛି। ଆସନ୍ତା ୨୪ ଘଣ୍ଟା ଭିତରେ ମୌସୁମୀ ଓଡ଼ିଶା ଛୁଇଁବା ସମ୍ଭାବନା ରହିଛି...

୨୫ ଲକ୍ଷ ଲୋକଙ୍କ ଘରକୁ ଯିବେ ଏଏପି କର୍ମକର୍ତ୍ତା

ଭୁବନେଶ୍ୱର,୧୦।୪ (ବ୍ୟୁରୋ): ରାଜ୍ୟରେ ୨୦୦ ୟୁନିଟ୍‌ ପର୍ଯ୍ୟନ୍ତ ଦେୟମୁକ୍ତ ବିଜୁଳି ପ୍ରଦାନ ଦାବି ନେଇ ଆମ ଆଦମୀ ପାର୍ଟି(ଏଏପି) ଓଡିଶା ଶାଖା ପକ୍ଷରୁ ଆନ୍ଦୋଳନର ରୂପରେଖ...

Advertisement
Archives

Model This Week