ଆନ୍ଧ୍ର ଶିକ୍ଷକଙ୍କୁ ନେଇ ପାତ୍ରପୁରବାସୀ ଆତଙ୍କିତ

ପାତ୍ରପୁର,୩ା୫(ଡି.ଏନ୍‌.ଏ.)- ପାତ୍ରପୁର ବ୍ଲକର ବିଭିନ୍ନ ବିଦ୍ୟାଳୟରେ ଆନ୍ଧ୍ର ପ୍ରଦେଶର ଶ୍ରୀକାକୁଲମ୍‌ ଜିଲାର ବ୍ୟକ୍ତି ଶିକ୍ଷକତା କରୁଛନ୍ତି। ଲକ୍‌ଡାଉନ ଯୋଗୁ ଛୁଟି ଘୋଷଣା ପରେ ସେମାନେ ଘରକୁ ପଳାଇଥିଲେ। ଏବେ ଦରମା ବନ୍ଦ ହେବା ଖବର ପାଇ ପାତ୍ରପୁର ଫେରିଛନ୍ତି। କେତେଜଣ ସମ୍ପର୍କୀୟଙ୍କ ଘରେ ଓ ଆଉ କେତେଜଣ ଭଡାଘରେ ରହିଛନ୍ତି। ଶ୍ରୀକାକୁଲମ ଜିଲାରେ ୩ ଜଣ କରୋନା ପଜିଟିଭି ଚିହ୍ନଟ ହୋଇଥିବାରୁ ପାତ୍ରପୁରବାସୀ ଏବେ ଆନ୍ଧ୍ର ଶିକ୍ଷକଙ୍କୁ ନେଇ ଆତଙ୍କିତ ହୋଇ ପଡିଛନ୍ତି। ଚିଡିପୁଡି ବିଦ୍ୟାଳୟର ଜଣେ ଆନ୍ଧ୍ର ବାସିନ୍ଦା ଶିକ୍ଷୟିତ୍ରୀ ପାତ୍ରପୁରସ୍ଥିତ ନିଜ ଭଡ଼ା ଘରକୁ ଆସିଥିବାବେଳେ ସାହିଲୋକେ ପୁରାଇ ଦେଇ ନ ଥିଲେ। ପରେ ବିଡ଼ିଓ ପହଞ୍ଚତ୍ ଭଡ଼ାଘରେ ସଙ୍ଗରୋଧରେ ରହିବାକୁ କହିବାରୁ ପରିସ୍ଥିତି ଶାନ୍ତ ପଡିଥିଲା। ଆଉଜଣେ ଶିକ୍ଷକ ସପଙ୍ଗ ଗ୍ରାମର ଜଣେ ବ୍ୟକ୍ତିଙ୍କ ଘରେ ରହୁଥିବାବେଳେ ବୁରାତାଲ, ତୁମ୍ବା, ପାତ୍ରପୁର ଆଦି ବିଦ୍ୟାଳୟରେ ମଧ୍ୟ କେତେଜଣ ଶିକ୍ଷକ ରହୁଛନ୍ତି। ଏନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି। ବିଇଓ କୁରେଶୁ ସେଠୀଙ୍କୁ ପଚାରିବାରୁ, ଆମ ନଜରରେ ୧୦ ଜଣ ଆସିଛନ୍ତି। ଆମେ ସେମାନଙ୍କ ଦରମା ବନ୍ଦ କରିଛୁ, କେତେଜଣ ଶିକ୍ଷୟିତ୍ରୀ ଶିକ୍ଷକଙ୍କୁ ହୋମ୍‌ କ୍ବାରାଣ୍ଟାଇନ ଓ ସଙ୍ଗରୋଧ ଗୃହରେ ରଖାଯାଇଛି। ନିଜଆଡୁ କ୍ୱାରାଣ୍ଟାଇନରେ ନ ରହିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚିକିତ୍ସା ପାଇଁ ଟ୍ରେନ୍‌ରେ ରାୟପୁର ଯାଇ ଘରକୁ ଫେରିନାହାନ୍ତି ବୃଦ୍ଧ, ୫ ଦିନ ପରେ ବି ମିଳୁନି ପତ୍ତା

ଥୁଆମୂଳ ରାମପୁର,୨୧ା୧୧(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କାଠକୁରା ଗ୍ରାମର ବୃଦ୍ଧ ଲାଚଣ ପରାଭୋଇ ଆଖି ଅପରେଶନ ପାଇଁ ରାୟପୁର ଯାଉଥିବା ବେଳେ ଟ୍ରେନ୍‌ରୁ…

ଭିଜିଲାନ୍ସ ଜାଲରେ ଏମ୍‌ଆଇଏସ୍‌, ଆବାସ ଯୋଜନା ବିଲ୍‌ କରାଇବାକୁ ନେଉଥିଲେ ଏତିକି ଟଙ୍କା ଲାଞ୍ଚ

ଜୁନାଗଡ଼,୨୧ା୧୧(ସୁନୀଲ କୁମାର ସିଂହ): କଳାହାଣ୍ଡି ଜିଲାରେ ପୁଣି ଜଣେ ସରକାରୀ କର୍ମଚାରୀ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଶେଷ ବିଲ କରାଇଦେବା ପାଇଁ ଜଣେ…

ଲକ୍ଷ୍ମୀନାରାୟଣ ବେଶରେ ଭକ୍ତଙ୍କୁ ଦର୍ଶନ ଦେଲେ ପ୍ରଭୁ ସାକ୍ଷୀଗୋପାଳ

ସାକ୍ଷୀଗୋପାଳ,୨୧ା୧୧(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): କାର୍ତ୍ତିକ ମାସ ଶୁକ୍ଲପକ୍ଷ ବଡ଼ ଏକାଦଶୀ ତଥା ଦେବ ଉତ୍ଥାପନ ଏକାଦଶୀ ତିଥିରେ ପୁରୀ ଜିଲା ସାକ୍ଷୀଗୋପାଳ ମନ୍ଦିରରେ ଠାକୁରଙ୍କ ଲକ୍ଷ୍ମୀନାରାୟଣ…

ବଦ୍‌ନାମରୁ ବର୍ତ୍ତିବା ପାଇଁ ଶିଶୁପୁତ୍ରକୁ କୂଅରେ ଫିଙ୍ଗିଦେଇଥିଲେ ମା’, ପ୍ରେମିକଙ୍କୁ ଗିରଫ କରି…

ସମ୍ବଲପୁର,୨୧ା୧୧(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ଯୁଜୁମୁରା ଥାନା ଅଞ୍ଚଳରେ ୧୦ ମାସର ଶିଶୁପୁତ୍ରକୁ କୂଅରେ ପକାଇ ହତ୍ୟା କରାଯିବା ଘଟଣାରେ ପୋଲିସକୁ ବଡ଼ ସଫଳତା ମିଳିଛି। ଏହି…

କ୍ୱାର୍ଟର୍ସରେ ଝୁଲିପଡ଼ିଲେ ମହିଳା SI, ଏମିତି ଚରମ ପଦକ୍ଷେପକୁ ନେଇ…

ପୁରୁଷୋତ୍ତମପୁର,୨୧ା୧୧(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ପରିସରରେ ଚାଞ୍ଚଲ୍ୟ। ଥାନା କ୍ୱାର୍ଟର୍ସରୁ ଜଣେ ମହିଳା ସବ୍‌ଇନ୍ସପେକ୍ଟରଙ୍କ ମୃତଦେହ ମିଳିବା ପରେ ପୋଲିସ ମହଲରେ ଆଲୋଡ଼ନ ସୃଷ୍ଟି…

ଦୁଇ ବଳଦକୁ ମାରି ଖାଇଲା ମହାବଳ ବାଘ, ଭୟରେ ଥରହର ପୂରା ଗାଁ

ଲକ୍ଷ୍ମୀପୁର,୨୧ା୧୧(ଅନନ୍ତ ପ୍ରସାଦ ନାୟକ): କୋରାପୁଟ ଜିଲା ବିଳାପୁଟ ଗ୍ରାମ ନିକଟସ୍ଥ ହାତୀମାଳି ପାହାଡ଼ ତଳେ ଶନିବାର ଦୁଇ ବଳଦକୁ ମାରି ଖାଇଛି ମହାବଳ ବାଘ। ବିଳାପୁଟ ଗ୍ରାମର…

ପାର୍କିଂ କାର୍‌ ଉପରେ ମାଡ଼ିଗଲା ପିକ୍‌ଅପ୍‌ ସହ ଟ୍ରକ୍‌, ଆଉ ତା’ ପରେ…

ଛତ୍ରପୁର,୨୧ା୧୧(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ଡିଆରଡିଏ ଛକ ନିକଟ ଜାତୀୟ ରାଜପଥରେ ଶନିବାର ଏକ ଅଜବ ସଡ଼କ ଦୁର୍ଘଟଣା ଘଟିଛି। ରାସ୍ତାପାର୍ଶ୍ୱରେ ପାର୍କିଂରେ ଥିବା ଏକ…

ଆର୍‌ଆଇଙ୍କୁ ମରଣାନ୍ତକ ଆକ୍ରମଣ, ଜମିମାଫିଆଙ୍କୁ ନେଇ ବଢୁଛି ସନ୍ଦେହ

ରାଉରକେଲା,୨୧ା୧୧(ସଙ୍ଗୀତା ଜେନା): ସରକାରୀ କର୍ମଚାରୀଙ୍କ ସୁରକ୍ଷାକୁ ନେଇ ପୁଣିଥରେ ପ୍ରଶ୍ନ ଉଠିଛି। ଜମି ମାଫିଆଙ୍କ ବେଆଇନ କାର୍ଯ୍ୟକଳାପକୁ ସହଯୋଗ ନ କରିବା ଏବଂ ସରକାରୀ ନିୟମ ଅନୁଯାୟୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?