ଆଇଟିସି ଗ୍ରୁପ୍‌ ଅଧ୍ୟକ୍ଷ ଓ୍ବାଇ.ସି.ଦେବେଶ୍ୱରଙ୍କ ପରଲୋକ

ନୂଆଦିଲ୍ଲୀ,୧୨-୫: ଆଇଟିସି ଗ୍ରୁପ୍‌ ଅଧ୍ୟକ୍ଷ ଓ୍ବାଇ.ସି. ଦେବେଶ୍ୱରଙ୍କ ଶନିବାର ସକାଳେ ପରଲୋକ ହୋଇଯାଇଛି। ମୃତ୍ୟୁବେଳକୁ ତାଙ୍କୁ ୭୨ ବର୍ଷ ହୋଇଥିଲା। ସେ ଦୀର୍ଘଦିନ ହେବ ରୋଗରେ ପୀଡିତ ଥିଲେ।

ଦେବେଶ୍ୱର ୧୯୬୮ରେ ଆଇଟିସିରେ ଯୋଗ ଦେବା ପରେ ୧୯୮୪ ଏପ୍ରିଲ ୧୧ରେ ଆଇଟିସି ବୋର୍ଡ ଅଫ୍‌ ଡିରେକ୍ଟର୍ସରେ ସାମିଲ ହୋଇଥିଲେ। ସେ ୧୯୯୬ ଜାନୁୟାରୀ ପହିଲାରେ କମ୍ପାନୀର ସିଇଓ ତଥା ଚେୟାରମ୍ୟାନ ଭାବେ ନିଯୁକ୍ତି ପାଇଥିଲେ। ସେ କୌଣସି କମ୍ପାନୀରେ ସର୍ବାଧିକ ସମୟ ପାଇଁ ଏକ୍‌ଜିକ୍ୟୁଟିଭ ଅଧ୍ୟକ୍ଷ ହେବାରେ ଉଦ୍ୟୋଗଜଗତର ପ୍ରଥମ ବ୍ୟକ୍ତି ଥିଲେ। ସର୍ବବୃହତ୍‌ ଶେୟାରଧାରୀ ବ୍ୟାଟ୍‌ ଦ୍ୱାରା କମ୍ପାନୀର ଅଧିଗ୍ରହଣ ପ୍ରୟାସକୁ ତାଙ୍କ ନେତୃତ୍ୱରେ ଆଇଟିସି ରୋକିବାରେ ସଫଳ ହୋଇଥିଲା। ଏକ ସିଗାରେଟ ନିର୍ମାତାରୁ ଆଇଟିସିକୁ ସଫଳ ଏଫ୍‌ଏମ୍‌ସିଜି କମ୍ପାନୀ ଭାବେ ଗଢ଼ିତୋଳିବାରେ ତାଙ୍କର ବଡ଼ ଭୂମିକା ରହିଛି। ୨୦୧୭ରେ ସେ କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଭାବେ ଦାୟିତ୍ୱ ସମ୍ଭାଳିଥିଲେ। ସଞ୍ଜୀବ ପୁରୀ ବର୍ତ୍ତମାନ କମ୍ପାନୀର ସିଇଓ ତଥା ଏମ୍‌ଡି ଦାୟିତ୍ୱ ତୁଲାଉଛନ୍ତି। କଠିନ ପରିଶ୍ରମ ଦ୍ୱାରା ଦେବେଶ୍ୱର ଆଇଟିସିକୁ ଆଜିର ଅବସ୍ଥାରେ ଛାଡ଼ିଯାଇଛନ୍ତି। ଆଜି ତାଙ୍କ କାରଣରୁ ୬୦ ଲକ୍ଷରୁ ଊର୍ଦ୍ଧ୍ୱ କର୍ମଚାରୀ ଆଇଟିସି ସହ ଯୋଡିହୋଇପାରିଛନ୍ତି ବୋଲି ପୁରୀ କହିଛନ୍ତି। ଦୀର୍ଘ ଦୁଇ ଦଶନ୍ଧି ଧରି ତାଙ୍କର କର୍ତ୍ତବ୍ୟନିଷ୍ଠା ତଥା ପରିଶ୍ରମ ପାଇଁ କମ୍ପାନୀ ଗର୍ବ କରୁଛି ବୋଲି ସେ କହିଛନ୍ତି। ଏହାଛଡ଼ା ସେ ହାଓ୍ବାର୍ଡ ବିଜ୍‌ନେସ ଦ୍ୱାରା ବିଶ୍ୱର ୭ମ ଶ୍ରେଷ୍ଠ ପ୍ରଦର୍ଶନକାରୀ ସିଇଓ ଭାବେ ମନୋନୀତ ହୋଇଥିଲେ। ଆଇଆଇଟି ଦିଲ୍ଲୀ ଏବଂ ହାଓ୍ବାର୍ଡ ବିଜ୍‌ନେସ୍‌ ସ୍କୁଲରୁ ପାଠ ପଢ଼ିଥିବା ଦେବେଶ୍ୱର ୧୯୯୧ରୁ ୧୯୯୪ ପର୍ଯ୍ୟନ୍ତ ଏୟାର ଇଣ୍ଡିଆର ସିଏମ୍‌ଡି ଭାବେ ଦାୟିତ୍ୱ ତୁଲାଇଥିଲେ। ଆଇଟିସିରେ ପରବର୍ତ୍ତୀ ପିଢ଼ିର ନେତୃତ୍ୱ ଗଢ଼ିବା ଲକ୍ଷ୍ୟରେ ସେ ୨୦୧୭ରେ ଏକ୍‌ଜିକ୍ୟୁଟିଭ ଚେୟାରମ୍ୟାନ ପଦକୁ ଚେୟାରମ୍ୟାନ ଏବଂ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ(ସିଇଓ) ମଧ୍ୟରେ ଭାଗ ଭାକ କରି ଦେଇଥିଲେ। ସେତେବେଳେ ସେ ନନ୍‌ ଏକ୍‌ଜିକ୍ୟୁଟିଭ ଚେୟାରମ୍ୟାନ ହୋଇଥିଲେ ଏବଂ ସଞ୍ଜୀବ ପୁରୀଙ୍କ ନେତୃତ୍ୱରେ କମ୍ପାନୀର ମ୍ୟାନେଜମେଣ୍ଟ ପରିଚାଳନା ଆରମ୍ଭ ହୋଇଥିଲା। ସେ କେବଳ ମାର୍ଗଦର୍ଶକ ଭୂମିକାରେ ରହିଥିଲେ। ୨୦୧୧ରେ ପଦ୍ମଭୂଷଣରେ ସମ୍ମାନିତ ଦେବେଶ୍ୱର ଭାରତୀୟ ରିଜର୍ଭ ବ୍ୟାଙ୍କର କେନ୍ଦ୍ରୀୟ ବୋର୍ଡ ନିର୍ଦ୍ଦେଶକ, ନ୍ୟାଶନାଲ ଫାଉଣ୍ଡେଶନ ଫର୍‌ କର୍ପୋରେଟ ଗଭର୍ନାନ୍ସର ସଦସ୍ୟ ତଥା ନ୍ୟାଶନାଲ କାଉନ୍‌ସିଲ ଅଫ୍‌ ଆପ୍ଲାଏଡ ଇକୋନୋମିକ ରିସର୍ଚ୍ଚର ପରିଚାଳନା କମିଟିର ମଧ୍ୟ ସେ ସଦସ୍ୟ ଥିଲେ।

ଶୋକବ୍ୟକ୍ତ କଲେ ମୋଦି,ଉଦ୍ୟୋଗଜଗତ

ବିଶିଷ୍ଟ ଉଦ୍ୟୋଗପତି ତଥା ଆଇଟିସି ଅଧ୍ୟକ୍ଷ ଓ୍ବାଇ.ସି. ଦେବେଶ୍ୱରଙ୍କ ପରଲୋକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଭୀର ଶୋକବ୍ୟକ୍ତ କରିଛନ୍ତି। ଟୁଇଟରରେ ନିଜ ଶୋକବାର୍ତ୍ତାରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଭାରତୀୟ ଉଦ୍ୟୋଗ ଜଗତରେ ଦେବେଶ୍ୱରଙ୍କ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ରହିଥିଲା। ତାଙ୍କ ପ୍ରୟାସ ଏବଂ ପେସାଦାର ମନୋବୃତ୍ତି ଯୋଗୁ ଆଇଟିସି ସାରା ବିଶ୍ୱରେ ପରିଚିତ ହୋଇପାରିଥିଲା। କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲୀ ମଧ୍ୟ ଦେବେଶ୍ୱରଙ୍କ ମୃତ୍ୟୁରେ ଶୋକବ୍ୟକ୍ତ କରି ଟୁଇଟ୍‌ କରିଛନ୍ତି। ସେ ଲେଖିଛନ୍ତି ଯେ, ଆଇଟିସି ଅଧ୍ୟକ୍ଷ ଯୋଗୀ ସି. ଦେବେଶ୍ୱରଙ୍କ ପରଲୋକଙ୍କ ଗଭୀର ଭାବେ ସେ ମର୍ମାହତ। ଆଇଟିସି ଅଧ୍ୟକ୍ଷ ଭାବେ ସେ ଏକ ସମୃଦ୍ଧ ପରମ୍ପରା ଛାଡ଼ିଯାଇଛନ୍ତି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତାଙ୍କ ଶୋକବାର୍ତ୍ତାରେ ପରଲୋକଗତ ଅଧ୍ୟକ୍ଷଙ୍କୁ କର୍ପୋରେଟ ଜଗତର ଏକ ବିଶାଳ ବ୍ୟକ୍ତିତ୍ୱ ବୋଲି ଅଭିହିତ କରିଛନ୍ତି। ସିଆଇଆଇ ଅଧ୍ୟକ୍ଷ ବିକ୍ରମ କିର୍ଲୋସ୍କର କହିଥିଲେ ଯେ, ଦେବେଶ୍ୱରଙ୍କ ଉତ୍ସାହ ଏବଂ ବଚନବଦ୍ଧତା ସମସ୍ତଙ୍କ ପାଇଁ ପ୍ରେରଣା ଥିଲା। ଆସୋଚାମ ଅଧ୍ୟକ୍ଷ ବି.କେ.ଗୋଏଙ୍କା ତାଙ୍କ ଶୋକବାର୍ତ୍ତାରେ କହିଛନ୍ତି ଯେ, ଭାରତୀୟ ଉଦ୍ୟୋଗ ଜଗତ ଲାଗି ଯୋଗୀ ଅଗ୍ରଣୀ ଥିଲେ। ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ୍ବାଇ.ସି.ଦେବେଶ୍ୱରଙ୍କ ପରଲୋକରେ ଗଭୀର ଶୋକବ୍ୟକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Repo Rate: FD ନିବେଶକଙ୍କ ପାଇଁ ଖୁସି ଖବର; ବ୍ୟାଙ୍କଗୁଡ଼ିକ ସୁଧ ହାର…

ନୂଆଦିଲ୍ଲୀ,୭।୧୦: ଯଦି ଆପଣ ଏକ ଫିକ୍ସଡ ଡିପୋଜିଟ (FD) ଖୋଲିବାକୁ ବିଚାର କରୁଛନ୍ତି, ତେବେ ଆପଣଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର ରହିଛି। ଭାରତୀୟ ରିଜର୍ଭ ବ୍ୟାଙ୍କ…

କେବେ ଭାବିଛନ୍ତି କି, ଗୋଟିଏ ମାସରେ ପୂରା ଭାରତର ବିଜୁଳି ବିଲ କେତେ ଆସୁଥିବ?

ଆଜିକାଲି ବଢ଼ୁଥିବା ମହଙ୍ଗା ମାଡ଼ରେ ଘରର ବଜେଟ ସମ୍ଭାଳିବା ବହୁତ କଷ୍ଟକର ହୋଇପଡ଼ିଛି। ଯଦି ପରିବାରରେ କେବଳ ଜଣେ ହିଁ ରୋଜଗାରକ୍ଷମ ବ୍ୟକ୍ତି ଥାଆନ୍ତି, ତେବେ ପ୍ରତି…

RBIର ବଡ଼ ଝଟକା: ୪ ବର୍ଷ ପରେ ବୃଦ୍ଧି ପାଇଲା ରେପୋ ରେଟ, ଜାଣନ୍ତୁ କେତେ ବଢ଼ିବ EMI

ନୂଆଦିଲ୍ଲୀ,୭।୧୦: ଅକ୍ଟୋବର ୨୦୨୬ରେ ଅନୁଷ୍ଠିତ ମୁଦ୍ରା ନୀତି କମିଟି (MPC) ବୈଠକରେ, ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ରେପୋ ହାରକୁ ୨୫ ବେସିସ ପଏଣ୍ଟ (୦.୨୫%) ବୃଦ୍ଧି…

LPG ଗ୍ରାହକଙ୍କ ପାଇଁ ବଡ଼ ଖବର, ଗ୍ୟାସ ସିଲିଣ୍ଡର ଫେରାଇଲେ ସିଧା ମିଳିବ ୫୦୦ଟଙ୍କା!

ନୂଆଦିଲ୍ଲୀ,୬।୧୦: ଯଦି ଆପଣ ଚାକିରି କିମ୍ୱା ପାଠପଢ଼ା ପାଇଁ ବାହାରେ କୌଣସି ଅନ୍ୟ ସହରରେ ରହୁଛନ୍ତି ଏବଂ ଆପଣଙ୍କ ପାଖରେ ସେଠାକାର ସ୍ଥାନୀୟ ଠିକଣା ପ୍ରମାଣପତ୍ର (Local…

କେଉଁ ୱେଟିଂ ଟିକେଟ ସବୁଠୁ ଆଗ କନଫର୍ମ ହୁଏ? ଜାଣନ୍ତୁ ରେଳବାଇର ନୂଆ ନିୟମ…

ଭାରତୀୟ ରେଳବାଇରେ ଯାତ୍ରା କରୁଥିବା ସମୟରେ ଯଦି ଆପଣଙ୍କୁ କନଫର୍ମ ସିଟ ନ ମିଳେ, ତେବେ IRCTC ସିଷ୍ଟମ ଆପଣଙ୍କୁ ୱେଟିଂ ଟିକେଟ (Waiting Ticket) ପ୍ରଦାନ…

ପୁଣି ମହଙ୍ଗା ହେବ ମୋବାଇଲ ରିଚାର୍ଜ ପ୍ଲାନ! ଜାଣନ୍ତୁ କେବେଠୁ…

ନୂଆଦିଲ୍‌ଲୀ,୬।୧୦: ସାଧାରଣ ଲୋକଙ୍କୁ ପୁଣି ଥରେ ମହଙ୍ଗା ମାଡ଼ର ଝଟକା ଲାଗିପାରେ। ଏଥର ଏହି ଝଟକା ଟେଲିକମ କମ୍ପାନୀଗୁଡ଼ିକ ଦେଇପାରନ୍ତି। ଏକ ରିପୋର୍ଟ ଅନୁସାରେ, ଆଗାମୀ ୪ରୁ…

ଓଏଚ୍‌ପିସି ଓ ବିଶ୍ୱ ଦକ୍ଷତା କେନ୍ଦ୍ର ମଧ୍ୟରେ ଏମ୍‌ଓୟୁ

ଭୁବନେଶ୍ୱର,୬।୧୦: ”ସବୁଜ ଶକ୍ତି ଉତ୍କର୍ଷ କେନ୍ଦ୍ର’ ସ୍ଥାପନ ପାଇଁ ଓଡ଼ିଶା ଜଳବିଦ୍ୟୁତ ଶକ୍ତି ନିଗମ ଲିମିଟେଡ୍‌ (ଓଏଚ୍‌ପିସି) ଓ ଭୁବନେଶ୍ୱରସ୍ଥିତ ବିଶ୍ୱ ଦକ୍ଷତା କେନ୍ଦ୍ର ମଧ୍ୟରେ ସୋମବାର…

କମିଲା ସୁନା-ରୁପା ମୂଲ୍ୟ; କିଣିନିଅନ୍ତୁ ମନ ପସନ୍ଦର ଗହଣା, ଜାଣନ୍ତୁ ଦୀପାବଳି ସୁଦ୍ଧା ଦର କେତେ ରହିବ

ନୂଆଦିଲ୍ଲୀ,୬।୧୦: ଗତକାଲି, ଅର୍ଥାତ ସୋମବାର ସୁନା ଓ ରୁପା ଦରରେ ଉତ୍ଥାନ-ପତନ ଦେଖିବାକୁ ମିଳିଥିଲା। ଆଜି, ଅକ୍ଟୋବର ୬ରେ MCX ରେ ଉଭୟ ଧାତୁର ମୂଲ୍ୟ ହ୍ରାସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?