ଅମ୍ଫନ୍‌ ଉଜାଡ଼ିଲା ପାନ ବରଜ

ଏରସମା,୨୧ା୫(ସ୍ବ.ପ୍ର.): କରୋନା ଯୋଗୁ ଚାଷୀମାନେ ନାନା ଅସୁବିଧା ଭୋଗ କରୁଥିବା ବେଳେ ଏବେ ବାତ୍ୟା ଅମ୍ଫନ୍‌ ସେମାନଙ୍କୁ ଅଧିକ ଅସୁବିଧାରେ ପକାଇଛି। ବିଶେଷକରି ପାନ ଚାଷୀମାନେ ଜୀବିକା ହରାଇଛନ୍ତି। ବାତ୍ୟା ଯୋଗୁ ପାନ ବରଜ ମାଟିରେ ମିଶିଯାଇଛି। ଜଗତ୍‌ସିଂହପୁର ଜିଲା ଅଧୀନ ଏରସମା ବ୍ଲକ ଅଞ୍ଚଳରେ ଥିବା ହଜାର ହଜାର ପାନ ବରଜ ପବନ ମାଡ଼ରେ ଭାଙ୍ଗିପଡିଛି। ଏରସମା ଏକ ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳ ହୋଇଥିବାରୁ ବାଲିଆ ମାଟିରେ ଚାଷୀ ପାନ ବରଜ କରିଥାନ୍ତି। ପାନ ବିକ୍ରି କରି ସେମାନେ ପରିବାର ପ୍ରତିପୋଷଣ କରନ୍ତି। ବ୍ଲକ ଅନ୍ତର୍ଗତ ପଦ୍ମପୁର, ଆମ୍ବିକି, ଗଡ଼ହରିଶପୁର, ଜପା, ଗଡ଼କୁଜଙ୍ଗ, ଢିଙ୍କିଆ, ଗୋବିନ୍ଦପୁର ଓ ନୂଆଗାଁ ପଞ୍ଚାୟତରେ ସର୍ବାଧିକ ଚାଷୀ ପାନ ଚାଷ ଉପରେ ନିର୍ଭର କରିଥାନ୍ତି। ବିଶେଷକରି ନୂଆଗଁା ପଞ୍ଚାୟତରେ ହଜାର ହଜାର ପାନ ବରଜ ଦେଖିବାକୁ ମିଳେ। ପାନ ବରଜ ପାଇଁ ବାଉଁଶ ଓ କାଠ ତିଆରି ଖୁଣ୍ଟ, ବାଉଁଶ ଝାଟି, ବେଣା, ନଡା ସହିତ ବାଲି ମାଟି ଆବଶ୍ୟକ କରିଥାଏ। ଏଥି ସହିତ ଗୋଟିଏ ପାନ ବରଜରେ ଅତି କମ୍‌ରେ ଏକ କୁଇଣ୍ଟାଲ ଜିଆଇ ତାର ଆବଶ୍ୟକ ହୋଇଥାଏ। ସେହି ଜିଆଇ ତାରର ଦାମ୍‌ କିଗ୍ରା ପିଛା ୮୦ଟଙ୍କାରେ ଚାଷୀ କିଣୁଥିବା ବେଳେ କରୋନା ମହାମାରୀ ଯୋଗୁ କିଗ୍ରା ପିଛା ୧୨୦ଟଙ୍କାରେ କିଣିବାକୁ ପଡିଛି। ଗୋଟିଏ ପାନ ବରଜ ପ୍ରସ୍ତୁତ କରିବାକୁ ହେଲେ ୫୦ରୁ ୬୦ଟି ମଜୁରି ଆବଶ୍ୟକ କରିଥାଏ। ମୋଟାମୋଟି ଭାବେ ୨୦ରୁ ୩୦ ହଜାର ଟଙ୍କା ଖର୍ଚ୍ଚ ହୋଇଥାଏ ଗୋଟିଏ ପାନ ବରଜ ପାଇଁ। କିନ୍ତୁ ପରିତାପର ବିଷୟ ପାନ ବରଜକୁ ଅମ୍ଫନ୍‌ ମାଟିରେ ମିଶାଇ ଦେଇଛି। ତାକୁ ପୁନରୁଦ୍ଧାର କରିବା ଚାଷୀଙ୍କ ପକ୍ଷରେ କଷ୍ଟ ସାଧ୍ୟ ହୋଇପଡିଛି। ବିଭାଗୀୟ ଅଧିକାରୀ ଏହାର ଉପଯୁକ୍ତ କ୍ଷତି ଆକଳନ କରି ସହାୟତା ପ୍ରଦାନ କରିବା ପାଇଁ ନୂଆଗଁା ସରପଞ୍ଚ ବିଦ୍ୟାଧର ମଲ୍ଲିକଙ୍କ ସହିତ ବୃନ୍ଦାବନ ସ୍ବାଇଁ, ମହେନ୍ଦ୍ର ରାଉତ, ଜଗନ୍ନାଥ ଦାସ, ଅଭିନ୍ନ ନାୟକ ଓ ସିନ୍ଧୁ ସ୍ବାଇଁ ପ୍ରମୁଖ ଦାବି କରିଛନ୍ତି। ଏ ସମ୍ପର୍କରେ ତହସିଲଦାର ଚିତ୍ତରଞ୍ଜନ ମହାନ୍ତ କହିଛନ୍ତି, ଚାଷୀ ଲିଖିତ ଅଭିଯୋଗ କଲେ କ୍ଷୟକ୍ଷତି ଆକଳନ ପାଇଁ ଜିଲାପାଳଙ୍କୁ ଜଣାଇବୁ। କ୍ଷତି ଆକଳନ ପରେ ସହାୟତା ସମ୍ପର୍କରେ ବିଚାର କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଅଧପନ୍ତରିଆ ଅବସ୍ଥାରେ ବିଦ୍ୟାଳୟ ଶ୍ରେଣୀଗୃହ

କୁଜଙ୍ଗ,୧୮ା୪(ଡି.ଏନ୍‌.ଏ.): କୁଜଙ୍ଗ ବ୍ଲକ ଅନ୍ତର୍ଗତ ପୋତାନଇ ପଞ୍ଚାୟତର ଦାର୍ଦ୍ଦିଆ ପୋତାନଇ ଉଚ୍ଚ ବିଦ୍ୟାଳୟର ପୁରାତନ ପ୍ରାଚୀର ଓ କିଛି ଶ୍ରେଣୀ ଗୃହ ଏବେ ଜରାଜୀର୍ଣ୍ଣ ହୋଇପଡ଼ିଛି।...

ସମୁଦ୍ର ପାଣିରେ ତୈଳଯୁକ୍ତ ପ୍ରଦୂଷଣ ଆସ୍ତରଣ

ପାରାଦୀପ,୧୦ା୯(ଶରତ ରାଉତ)ପାରାଦୀପଠାରୁ କେନ୍ଦ୍ରାପଡ଼ା ଜିଲା ଗହୀରମଥା ପର୍ଯ୍ୟନ୍ତ ବେଳାଭୂମିରେ ଶନିବାର ସମୁଦ୍ର ପାଣିରେ ତୈଳଯୁକ୍ତ ପ୍ରଦୂଷଣ ଆସ୍ତରଣ ଦେଖାଦେଇଥିବା ଅଭିଯୋଗ ହୋଇଛି। ଏହି ଘଟଣା ପ୍ରଘଟ...

କୋଇଲା ଲୋଡିଂ ଜାଲିଆତିରେ ୭ ଗିରଫ

ପାରାଦୀପ, ୨୧।୧୦(ସ୍ବ.ପ୍ର.): ପାରାଦୀପ ବନ୍ଦର ନିଷିଦ୍ଧାଞ୍ଚଳରେ ପୁଣି ଏକ ବଡ ଧରଣର ଜାଲିଆତି ଘଟଣା ଚଳିତ ମାସରେ ଘଟିଛି। ଏହି ଘଟଣା ପ୍ରଥମେ କୋର୍ଟ ଓ...

ବୈଷୟିକ ସହାୟତା ପାଇଁ କଟକ ଗଲେ ଆଇଓ

ଜଗତ୍‌ସିଂହପୁର ଅଫିସ,୨୬।୬:  ଜଗତ୍‌ସିଂହପୁର ହସ୍ତଶିଳ୍ପ ସହକାରୀ ନିର୍ଦ୍ଦେଶକଙ୍କ ଆକାଉଣ୍ଟରୁ ୪୬,୧୨,୯୦୦ ଟଙ୍କା ଗାଏବ ମାମଲା ପୋଲିସ ପାଇଁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ଜାଲ୍‌ ଚେକ୍‌...

କେନାଲରେ ଆସିନି ପାଣି, ଶୁଖିଲାଣି ୭୦ ପ୍ରତିଶତ ତଳି ଘେରା

ରଘୁନାଥପୁର,୨୬ା୭(ଡି.ଏନ୍‌.ଏ.): ଶ୍ରାବଣ ମାସରେ ମଧ୍ୟ ଆଶାନୁରୂପ ବର୍ଷା ନାହିଁ। ଫଳରେ ଚଳିତ ଖରିଫ ଋତୁରେ ଧାନଚାଷ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି। ବିଶେଷ କରି ଜଗତ୍‌ସିଂହପୁର ଜିଲା...

କାଠି, ଓସ୍ତପତ୍ରରେ ସୁନ୍ଦର କଳାକୃତି

ପାରାଦୀପ,୩୦ା୯(ସ୍ବ.ପ୍ର.):ଆଇସ୍‌କ୍ରିମ ଓ ଦିଆସିଲି କାଠି ସହ ଓସ୍ତପତ୍ର ଆଦିରେ ବିଭିନ୍ନ କଳାକୃତି କରୁଛନ୍ତି ପାରାଦୀପର ଶ୍ରୁତି ରଞ୍ଜନ ମୁଦୁଲି, ତାଙ୍କ ପୈତୃକ ଗ୍ରାମ ଜଗତ୍‌ସିଂହପୁର ଜିଲା...

ରାସ୍ତାରୁ ହଟୁନି ବିଦ୍ୟୁତ୍‌ ଖୁଣ୍ଟ, ଚାଲିଛି ନିର୍ମାଣ କାର୍ଯ୍ୟ

ନାଉଗଁା,୨୦ା୧(ସ୍ବ.ପ୍ର.):ନାଉଗଁା ବ୍ଲକ ଅନ୍ତର୍ଗତ ତେଲସରା-କୋକିଡିହ ପୂର୍ତ୍ତ ବିଭାଗ ରାସ୍ତାର ପୁନଃ ନିର୍ମାଣ କାର୍ଯ୍ୟ ଚାଲୁ ରହିଛି। ଉକ୍ତ ୧୧ କିମି ରାସ୍ତାର ନିର୍ମାଣ ଓ ସମ୍ପ୍ରସାରଣ...

ଚକାରେ ପମ୍ପ ଦେବାବେଳେ ଦୁର୍ଘଟଣା: ଲୁହାପାତ ଛିଟିକି ଶ୍ରମିକ ମୃତ

ପାରାଦୀପ, ୩ା୧ (ସ୍ବ.ପ୍ର.): ପାରାଦୀପ ମଡେଲ ଥାନା ଅଧୀନ ବଡ଼ପଡ଼ିଆ ବସ୍‌ଷ୍ଟାଣ୍ଡ ଛକରେ ଗୁରୁବାର ସନ୍ଧ୍ୟାରେ ଏକ ଦୁର୍ଘଟଣା ଘଟିଛି। ଟାୟାର ପମ୍ପ୍‌ଚର ମରାମତି କରୁଥିବା...

Advertisement
Archives

Model This Week