ଅମୃତର ନାଭି

ଡ. ଲାବଣ୍ୟଚନ୍ଦ୍ର ସାହୁ
ଗାଈ ବା ଗାଭୀକୁ ବେଦରେ ଅମୃତର ନାଭି କୁହାଯାଇଛି- ”ମାତା ରୁଦ୍ରାଣାଂ ଦୁହିତା ବସୂନାଂ ସ୍ବସାଦିତ୍ୟାନାମମୃତସ୍ୟ ନାଭିଃ।“ ଅର୍ଥାତ୍‌ ଗାଈ ହେଉଛି ରୁଦ୍ରଗଣଙ୍କ ମାତା, ବସୁମାନଙ୍କର ପୁତ୍ରୀ, ଆଦିତ୍ୟମାନଙ୍କର ଭଗ୍ନୀ ଏବଂ ଦୁଗ୍ଧ, ଦଧି ଓ ଘୃତ ରୂପକ ଅମୃତର ସୃଜନସ୍ଥଳୀ। ଭାରତୀୟ ସଂସ୍କୃତିରେ ଗୋସେବାକୁ ଆର୍ଥିକ ଓ ପରମାର୍ଥିକ ଦୃଷ୍ଟିରୁ ବିଚାର କରାଯାଉଥିଲା। ଦୈନିକ ଅଗ୍ନିହୋତ୍ର ବା ହୋମ ପାଇଁ ଘୃତ ଅନିବାର୍ଯ୍ୟ ଥିଲା। ସମସ୍ତ ମାଙ୍ଗଳିକ କାର୍ଯ୍ୟରେ ପଞ୍ଚାମୃତ ଏବଂ ପ୍ରାୟଶ୍ଚିତ୍ତ କ୍ରିୟାରେ ପଞ୍ଚଗବ୍ୟର ଆବଶ୍ୟକତା ପଡ଼ିଥାଏ। ପୁରାଣ, ସଂହିତାରେ ଗୋମାତାକୁ ସର୍ବଦେବମୟୀ କୁହାଯାଇ ଗାଈର ଗୋବର ଓ ମୂତ୍ରକୁ ମଧ୍ୟ ପବିତ୍ର ମନେ କରାଯାଉଥିଲା। ପ୍ରାଚୀନ ରାଜାମାନଙ୍କ ସମ୍ପଦ କହିଲେ ଗୋସମ୍ପଦକୁ ବୁଝାଉଥିଲା। ଏଣୁ ଦୁର୍ଯ୍ୟୋଧନଙ୍କ ଭଳି ଅଭିମାନୀ କ୍ଷତ୍ରିୟ ବୀର ପାଣ୍ଡବଙ୍କ ଅଜ୍ଞାତବାସ କାଳରେ ଧେନୁ ହରଣ ପାଇଁ ବିରାଟ ରାଜ୍ୟ ଆକ୍ରମଣ କରିଥିଲେ। ଜମଦଗ୍ନି ଆଶ୍ରମରୁ କାମଧେନୁୁ ହରଣ କଥା ପୁରାଣରେ ରହିଛି।
ମହାଭାରତରେ ଭୀଷ୍ମ, ଯୁଧିଷ୍ଠିରଙ୍କୁ ବୁଝାଇଛନ୍ତି ଯେ, ଗାଈ, ଭୂମି, ବିଦ୍ୟା- ଏହି ୩ଟି ଦାନର ଫଳ ଅମାପ। ଭୂମିର ଉର୍ବରତା ଓ ବାତାବରଣ ଶୁଦ୍ଧି ନିମିତ୍ତ ଗାଈ ବଞ୍ଚିଥିବା ବେଳେ ଉପକାରୀ ଓ ମୃତ୍ୟୁ ପରେ ମଧ୍ୟ ତାହାର ସର୍ବାଙ୍ଗ ଉପଯୋଗ ହୋଇଥାଏ। ପ୍ରାଚୀନ ପୁରାଣରେ ଦୂରତାକୁ ‘ଧେନ୍ବନ୍ତର’ରେ ମପାଯାଉଥିଲା, ଯଥା-ଲିଙ୍ଗରାଜ ମନ୍ଦିରଠାରୁ ମେଘେଶ୍ୱର ୧୭୦୦ ଧେନ୍ବନ୍ତରରେ ଅବସ୍ଥିତ। ଗୋଟିକ ପରେ ଗୋଟିଏ ଗାଈକୁ ଠିଆକରି ଦୂରତା ମପାଯାଉଥିଲା। ହଜିଯାଇଥିବା ଗୋରୁକୁ ଖୋଜିବା ଲାଗି ବ୍ୟବହୃତ ହେଉଥିବା ଗବେଷଣା (ଗୋ+ଏଷଣା) ଶବ୍ଦଟି ଆଜି ରିସର୍ଚ୍ଚ ଅର୍ଥରେ ବ୍ୟବହୃତ ହେଉଛି। ଆଜି ବୁଢୀ ଓ ରୋଗଣା ଗୋରୁ ପ୍ରତି ଅବହେଳା ଓ ମାଂସାର୍ଥେ ଚାଲାଣକୁ ନେଇ ବିବାଦ ଦେଖାଦେଉଛି। ହିନ୍ଦୁ ସଂସ୍କୃତିରେ ‘ଗାଈ’ ଆର୍ଥିକ ଓ ପରମାର୍ଥିକ ଦୃଷ୍ଟିରୁ ସ୍ବତନ୍ତ୍ର ବୈଶିଷ୍ଟ୍ୟ ବହନ କରେ।
ଶ୍ରାବସ୍ତୀ, ୩୫, ବସନ୍ତ ବିହାର, ଭୁବନେଶ୍ୱର


Enter your email to get our daily news in your inbox.

All Right Reserved By Dharitri.Com

ହଜିଯାଉଛି ଭୋଟବ୍ୟାଙ୍କ

ଦିଲ୍ଲୀର ଯନ୍ତରମନ୍ତରରେ ହୋଇଥିବା ଛାତ୍ର ପ୍ରତିବାଦଜନିତ ଅସ୍ବାଭାବିକତା ବିଷୟ ଦେଶବାସୀଙ୍କ ମନରେ ତାଜା ଥିବା ବେଳେ ଅନୁରୂପ ଘଟଣା ଝାଡ଼ଖଣ୍ଡରେ ଦେଖାଯାଇଛି। ଯନ୍ତରମନ୍ତର ଆନ୍ଦୋଳନକାରୀମାନେ ‘ଚଲୋ ସଂସଦ’…

ହାକିମ ହେଲାଣି ଡାକମୁନ୍‌ସୀ

ଜଣେ ବୃଦ୍ଧ ବାପାଙ୍କ ଜୁଇ ପାଖରେ ତାଙ୍କ ସନ୍ତାନ ବୋଇଲେ ତାଙ୍କ ବିବାହିତ ତିନି ଝିଅ ଉପସ୍ଥିତ ରହିପାରିଲେ ନାହିଁ। ଯଦିବା ଉପସ୍ଥିତ ହେଲେ ଆଭାସୀ ମାଧ୍ୟମରେ।…

ଉଦାର ଗଣତନ୍ତ୍ର ପାଇଁ ଭାବନାର ଗୁରୁତ୍ୱ

ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ (ଆରଏସ୍‌ଏସ୍‌) ମୁଖ୍ୟ ମୋହନ ଭାଗବତ ସମ୍ପ୍ରତି ଜେନ୍‌-ଜି ପିଢ଼ିକୁ ଅତ୍ୟଧିକ ଭାବପ୍ରବଣ ବୋଲି ବର୍ଣ୍ଣନା କରି କହିଥିଲେ ଯେ, ସେମାନେ ପ୍ରାୟତଃ…

ସମ୍ଭାବନାର ଉପପାଦ୍ୟ

ବହୁତ ଦିନ ତଳର କଥା। ଥରେ ହରିଣଟିଏ ବାଣୁଆଠାରୁ ନିଜକୁ ରକ୍ଷା କରିବାକୁ ପ୍ରାଣ ବିକଳରେ ଖୁବ୍‌ ଜୋର୍‌ରେ ଦୌଡୁଥାଏ। ବାଣୁଆ ମଧ୍ୟ ହରିଣକୁ ଶିକାର କରିବାକୁ…

ଏଇ ଭାରତରେ

ବଳ ବୟସ ଥିବାବେଳେ ଜଣେ ଅର୍ଥ ସଞ୍ଚୟ କରେ ବାର୍ଦ୍ଧକ୍ୟରେ ତାହା କାମରେ ଆସିବ ବୋଲି। ହେଲେ ଅନେକ ବ୍ୟକ୍ତି ପରିଣତ ବୟସରେ ସେମାନଙ୍କ ସଞ୍ଚିତ କିମ୍ବା…

ବିଷାକ୍ତ ହସ

ଟ୍ରାଫିକ ଛକର ଲାଲବତୀ ସେଦିନ ବାଧ୍ୟ କରିଥିଲା ଦଣ୍ଡେ ଅଟକିଯିବାକୁ। ଇତ୍ୟବସରରେ ହଠାତ୍‌ ଦୃଷ୍ଟିବଦ୍ଧ ହେଲା ଏକ ବିଷମ ବାକ୍ୟ ଉପରେ, ‘ସୁନ୍ଦରୀ ଝିଅଙ୍କ ହସ, ତମ୍ପ…

ସଚ୍ଚୋଟତା: ଏକ ସ୍ବତଃସ୍ଫୂର୍ତ୍ତ ଅଭିବ୍ୟକ୍ତି

ଆଜିର ଦୁନିଆରେ ଅସାଧୁ ବ୍ୟକ୍ତିଙ୍କ ସଂଖ୍ୟା ବଢ଼ି ଚାଲିଥିବାବେଳେ ସଚ୍ଚୋଟ ବା ସାଧୁ ବ୍ୟକ୍ତିଙ୍କ ସଂଖ୍ୟା କମ୍‌ ହେଲେ ମଧ୍ୟ ସେମାନେ ଅଛନ୍ତି ବୋଲି ସଂସାର ଚାଲିଛି।…

ନଗଦକୁ ଫେର

ନଗଦ ଅର୍ଥ କାରବାର ପୁରୁଣାକାଳିଆ ଦେଣନେଣ ବ୍ୟବସ୍ଥା ବୋଲି ଅଭିହିତ କରି ଭାରତ ସରକାର ଡିଜିଟାଲ ପେମେଣ୍ଟକୁ ତ୍ୱରାନ୍ବିତ କରିବା ଲାଗି ଦଶନ୍ଧି ଧରି ଜନସାଧାରଣଙ୍କୁ ଉତ୍ସାହିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri