ଅନୁଗୋଳ ରକ୍ତଭଣ୍ଡାର ଖାଲି

ଅନୁଗୋଳ ଅଫିସ, ୨୯।୫- ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ଥିବା ରକ୍ତଭଣ୍ଡାର ଫାଙ୍କା ପଡ଼ିଛି। କୌଣସି ଗୋଟିଏ ହେଲେ ଗ୍ରୁପ୍‌ର ରକ୍ତ ନାହିଁ। ଫଳରେ ମେଡିକାଲରୁ ଚିଠା ଧରି ରୋଗୀଙ୍କ ସମ୍ପର୍କୀୟ ବାରମ୍ବାର ଧାଉଁଥିଲେ ବି ନିରାଶ ହୋଇ ଫେରିବାକୁ ପଡ଼ୁଛି। ରକ୍ତ ମହଜୁଦ ନ ଥିବାରୁ କର୍ତ୍ତୃପକ୍ଷ, କର୍ମଚାରୀ ବି ନାଚାର ହୋଇପଡ଼ିଛନ୍ତି। ଏପରି ସ୍ଥିତିରେ ସାମାଜିକ କର୍ମୀମାନେ କେତେବେଳେ କେମିତି ସହାୟତା କରିପାରୁଥିବାରୁ କିଛି ଆବଶ୍ୟକତା ମେଣ୍ଟିଯାଉଛି। ହେଲେ ଅନେକ ରୋଗୀ ଏବେ ବି ଗୋଟିଏ ୟୁନିଟ୍‌ ରକ୍ତ ପାଇବାକୁ ଅପେକ୍ଷା କରିଛନ୍ତି। ଗୁରୁତର କିମ୍ବା ଅପରେଶନ କେସ୍‌ରେ ବି ସମ୍ପର୍କୀୟଙ୍କ ଆସିବା ପର୍ଯ୍ୟନ୍ତ ରୋଗୀଙ୍କୁ ଅପେକ୍ଷା କରିବାକୁ ପଡ଼ୁଛି।
ଅନୁଗୋଳ ରକ୍ତଭଣ୍ଡାରରୁ ପ୍ରତ୍ୟେକ ଦିନ ୪୦ ୟୁନିଟ୍‌ ରକ୍ତ ମେଡିକାଲକୁ ଦିଆଯାଇଥାଏ। ସ୍ତ୍ରୀ ଓ ପ୍ରସୂତି ବିଭାଗ ଠାରୁ ଆରମ୍ଭ କରି ସର୍ଜରି ଯାଏ, ସବୁ ବିଭାଗକୁ ଆବଶ୍ୟକ ରକ୍ତ ଯୋଗାଯାଇଥାଏ। କିନ୍ତୁ ଏବେ ରକ୍ତ ଭଣ୍ଡାର ଖାଲି ପଡ଼ିଥିବାରୁ ରୋଗୀଙ୍କୁ ଯୋଗାଇବା ମୁସ୍କିଲ ହୋଇପଡ଼ୁଛି। ଆବଶ୍ୟକ ସ୍ଥଳେ ସାମାଜିକ କର୍ମୀମାନେ ଗୁରୁତର ଥିବା ରୋଗୀଙ୍କ ପାଇଁ ରକ୍ତ ଯୋଗାଡ଼ କରୁଛନ୍ତି। କିନ୍ତୁ ରକ୍ତ ଭଣ୍ଡାରରେ ରକ୍ତ ମହଜୁଦ ନ ଥିବାରୁ ଦୂର ଦୂରାନ୍ତରୁ ରୋଗୀଙ୍କୁ ନେଇ ଆସୁଥିବା ଲୋକମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏପରି କି ରକ୍ତ ପାଇଁ ବିଭିନ୍ନ ସ୍ଥାନରେ କାକୁତି ମିନତି ହେଉଥିଲେ ମଧ୍ୟ ରକ୍ତ ମିଳୁନାହିଁ। କର୍ମଚାରୀ ବି ହାତ ଟେକି ଦେଉଛନ୍ତି। ଷ୍ଟୋରରେ ଷ୍ଟକ୍‌ ନ ଥିବାରୁ କୌଣସି ସହାୟତା କରିପାରିବୁ ନାହିଁ ବୋଲି ରୋକ୍‌ଠୋକ୍‌ ଶୁଣାଇ ଦେଉଛନ୍ତି। କର୍ମଚାରୀମାନଙ୍କ କହିବା ଅନୁଯାୟୀ, ୨/୩ ବର୍ଷ ହେବ ଏପରି ସଙ୍କଟ ଦେଖା ଦେଉଛି। ଖାସ୍‌ କରି ଗ୍ରୀଷ୍ମଦିନରେ ବେଶି ଅଭାବ ସୃଷ୍ଟି ହେଉଛି। ସାଧାରଣତଃ ଖରାଦିନେ ରକ୍ତ ସଂଗ୍ରହ କମ୍‌ ହୋଇଥାଏ। ଅନ୍ୟ ସମୟରେ ଯେଉଁ କ୍ୟାମ୍ପରେ ୧୦୦ରୁ ଊର୍ଦ୍ଧ୍ୱ ୟୁନିଟ ସଂଗ୍ରହ ହୁଏ ସେହି କ୍ୟାମ୍ପ ଗୁଡ଼ିକରେ ଏବେ ମାତ୍ର ୩୦ରୁ ୪୦ ୟୁନିଟ୍‌ ସଂଗ୍ରହ ହେଉଛି। ଅନ୍ୟ କେତେକ ଅନୁଷ୍ଠାନ ପକ୍ଷରୁ କ୍ୟାମ୍ପ କରାଯାଉଥିଲେ ବି ମାତ୍ର ୫୦ରୁ ୬୦ ୟୁନିଟ୍‌ ଭିତରେ ରକ୍ତ ମିଳିପାରୁଛି, ଯାହା ଗୋଟିଏ ଦିନରେ ସରି ଯାଉଛି। ତେଣୁ ଆବଶ୍ୟକ ସ୍ଥଳେ ଅଧିକ ରୋଗୀଙ୍କୁ ରକ୍ତ ଯୋଗାଇବା ସମ୍ଭବପର ହୋଇପାରୁ ନାହିଁ। ଜିଲାରେ ତାଳଚେର ଓ ଆଠମଲ୍ଲିକରେ ଆଉ ଦୁଇଟି ରକ୍ତଭଣ୍ଡାର ରହିଛି। ସେଠାରେ ମଧ୍ୟ ସମାନ ପରିସ୍ଥିତି ଉପୁଜିଛି। ଗତ ବର୍ଷ ଆଠମଲ୍ଲିକରେ ଥିବା ରକ୍ତଭଣ୍ଡାର ସାମାନ୍ୟ ସହଯୋଗର ହାତ ବଢ଼ାଇଥିଲା। ଅନୁଗୋଳରେ ଅଭାବ ସମୟରେ ଆଠମଲ୍ଲିକରୁ ରକ୍ତ ଆସୁଥିଲା। କିନ୍ତୁ ତାଳଚେରରେ ସ୍ଥିତି ସଙ୍ଗିନ ଥିବାରୁ ସେଠାରୁ ରକ୍ତ ଆସିବା ସମ୍ଭବ ହୋଇପାରୁନାହିଁ।
ତେଣୁ ବିଭିନ୍ନ ସ୍ଥାନରେ
ସ୍ବେଚ୍ଛାକୃତ ରକ୍ତଦାନ ଶିବିର କରିବା ପାଇଁ ରକ୍ତ ଭଣ୍ଡାର କର୍ତ୍ତୃପକ୍ଷ ନିବେଦନ କରିଛନ୍ତି। ଅନ୍ୟପକ୍ଷରେ ଚଳିତ ବର୍ଷ ନିର୍ବାଚନ ଥିବାରୁ ବିଭିନ୍ନ ସ୍ଥାନରେ ରକ୍ତଦାନ ଶିବିର ଆୟୋଜନ ହୋଇପାରିନାହିଁ। ଏପରି କି ନିର୍ବାଚନ ଫଳାଫଳ ପରେ ଦୁଇରୁ ତିନୋଟି ସ୍ଥାନରେ ଶିବିର ଅନୁଷ୍ଠିତ ହୋଇଥାନ୍ତା। କିନ୍ତୁ କେତେଜଣ ରାଜନେତା ପରାଜିତ ହେବାରୁ ସେମାନଙ୍କ ପକ୍ଷରୁ ପୂର୍ବରୁ ନିର୍ଦ୍ଧାରିତ ଉକ୍ତ ଶିବିର ଆୟୋଜନ ବନ୍ଦ କରିଦିଆଯାଇଛି। ଏହା ରକ୍ତ ଭଣ୍ଡାର ସମସ୍ୟାକୁ ଆହୁରି ବଢ଼ାଇ ଦେଇଥିବା କର୍ମଚାରୀମାନେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରେମିକଙ୍କ ଆତ୍ମହତ୍ୟାର ୨୪ ଘଣ୍ଟା ପରେ ଓଢ଼ଣିରେ ଝୁଲିପଡ଼ିଲେ ୧୩ ବର୍ଷୀୟା ପ୍ରେମିକା

ଅନୁଗୋଳ,୨୬।୪(ଦିବ୍ୟଶାନ୍ତନୁ ନାଥ): ମାତ୍ର ୧୩ ବର୍ଷ ବୟସରେ ସଂସାର କରିବାକୁ ଘରୁ ଗୋଡ଼ କାଢ଼ିଥିଲେ। ୨୩ ବର୍ଷୀୟ ପ୍ରେମିକଙ୍କ ହାତଧରି ମୁମ୍ୱାଇ ଚାଲିଯାଇଥିଲେ। ହେଲେ ପ୍ରେମିକଙ୍କ ମା’…

ମୋ ପ୍ରେମିକାଙ୍କୁ ଡାକ, ନଚେତ୍‌ ମୁଁ… ପ୍ରେମ ପାଇଁ ଗଛ ଉପରେ ନାବାଳକ

ଅନୁଗୋଳ,୨୩ା୪ (ଜ୍ୟୋତିରଞ୍ଜନ ସାହୁ):ନାବାଳିକା ପ୍ରେମିକାଙ୍କୁ ଦେଖାକରିବାକୁ ନ ଦେଲେ ଆତ୍ମହତ୍ୟା କରିଦେବି। ବେକରେ ଗାମୁଛା ବାନ୍ଧି ଝୁଲିପଡ଼ିବି। ଏକ ଗଛର ୧୦୦ ଫୁଟ୍‌ ଉପରୁ ଜଣେ ନାବାଳକ…

ଗୋଡ଼ ମଧ୍ୟରେ ଲୁଚାଇ ନେଇଗଲେ ୭ ଲକ୍ଷ ଟଙ୍କାର ଶାଢ଼ି, ସିସିଟିଭିରେ କଏଦ ଲୁଟ୍‌ର କୌଶଳ…

ଅନୁଗୋଳ,୧୩।୪(ଜ୍ୟୋତିରଞ୍ଜନ ସାହୁ): ଅନୁଗୋଳ ସହର ଅମଲାପଡ଼ା ଅଞ୍ଚଳରେ ଥିବା ବୟନିକା ଶୋ’ରୁମ୍‌ରୁ ଏକ ବଡ଼ ଧରଣର ଚୋରି ହୋଇଛି। ଗ୍ରାହକ ବେଶରେ ଆସିଥିବା ୭ ଜଣ ମହିଳା…

ଆମ୍ବ ଗୋଟାଉଥିବା ନାବାଳିକାଙ୍କୁ ବଳାତ୍କାର କଲେ ୧୪ ବର୍ଷର ନାବାଳକ, ଘଟଣା ବିଷୟରେ କାହାକୁ କହିଲେ…

ଅନୁଗୋଳ, ୪ା୪(ଜ୍ୟୋତିରଞ୍ଜନ ସାହୁ): ଅନୁଗୋଳ ସହର ଉପକଣ୍ଠରେ ଗତ ବୁଧବାର ଘଟିଛି ଏକ ଲଜ୍ଜାଜନକ ଘଟଣା। ୭ ବର୍ଷର ଜଣେ ନାବାଳିକାଙ୍କୁ ୧୪ ବର୍ଷର ନାବାଳକ ବଳାତ୍କାର…

ମା’ ହିଙ୍ଗୁଳାଙ୍କ ବାର୍ଷିକ ଯାତ୍ରା ଆରମ୍ଭ: ପୂଜାର୍ଚ୍ଚନା କଲେ କେନ୍ଦ୍ରମନ୍ତ୍ରୀ

ତାଳଚେର,୩୧।୩(ମନୋଜ ନନ୍ଦ): ମଙ୍ଗଳବାର ଆରମ୍ଭ ହୋଇଛି ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା’ ହିଙ୍ଗୁଳାଙ୍କ ନବଦିନାତ୍ମକ ବାର୍ଷିକ ଯାତ୍ରା ଏବଂ ଲୋକ ମହୋତ୍ସବ। ଏନେଇ ଅଞ୍ଚଳ ଚଳଚଞ୍ଚଳ ହୋଇପଡିଛି।…

ମା’ ଅଗ୍ନିରୁପାଙ୍କ ଆବର୍ଭାବ: ଭକ୍ତଙ୍କ ପ୍ରବଳ ଭିଡ଼, ଅଧରାତିରେ ଦେହୁରୀ ଯାଇ…

ତାଳଚେର,୨୩/୩(ମନୋଜ ନନ୍ଦ):ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା’ ହିଙ୍ଗୁଳା ମନ୍ଦିରର ପୂର୍ବ ଦିଗ ହିଙ୍ଗୁଳା ମନ୍ଦିର ପଛ ପାଖରେ ପ୍ରାୟ ୨ ସହ ମିଟର ଦୂରରେ ଚଳିତ ବର୍ଷ…

ଡ୍ୟୁଟି ସାରି ଫେରୁଥିଲେ ସୁମନ୍ତ, ଧକ୍କା ଦେଲା ଟ୍ରକ୍‌: ଆଉ ତା’ପରେ…

କଣିହାଁ,୨୩/୩(ନିରୋଜ ପ୍ରଧାନ):ଅନୁଗୋଳ ଜିଲା କଣିହାଁ ବ୍ଲକ ଗୋଡିବନ୍ଧଠାରୁ କଣିହାଁ ଯାଇଥିବା ଜାତୀୟ ରାଜପଥ ୫୩ର ନୂଆଁ ବଲାଙ୍ଗି ନିକଟରେ ରବିବାର ବିଳମ୍ବିତ ରାତିରେ ଏକ ଟ୍ରକ ଚକା…

ଭାରସାମ୍ୟ ହରାଇ ଓଲଟିଲା ପିଚୁ ବୋଝେଇ ଟ୍ୟାଙ୍କର, ନିଆଁ ଲାଗି ଡ୍ରାଇଭର ଜୀବନ୍ତ ଦଗ୍ଧ

ପାଲଲହଡା,୧୩।୩(ଦିବ୍ୟଜ୍ୟୋତି ଦାଶ): ଗୁରୁବାର ବିଳମ୍ବିତ ରାତିରେ ଭୟଙ୍କର ଦୁର୍ଘଟଣା । ଟ୍ୟାଙ୍କର ସହ ଜୀଅନ୍ତା ଜଳିଗଲେ ଡ୍ରାଇଭର । ବିଳମ୍ବିତ ରାତିରେ ଅନୁଗୁଳ ଜିଲା ଖମାର ଥାନା ଅନ୍ତର୍ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri