ଅଧୁରା ପ୍ରେମ କାହାଣୀ

ମୁମ୍ବାଇ: ବଲିଉଡ୍‌ରେ ରହିଛି ଅନେକ ପ୍ରେମ କାହାଣୀ। ଅର୍ଥାତ୍‌ ଏଠାରେ ପରଦାରେ ନାୟକ ନାୟିକାର ଭୂମିକାରେ ଆସିଥିବା କେତେଜଣ କଳାକାର ରିୟଲ ଲାଇଫରେ ପତ୍ନୀପତିଭାବେ ଗଢିଛନ୍ତି ନିଜ ନିଜର ସୁନ୍ଦର ସଂସାର। ହେମାମାଳିନୀ-ଧର୍ମେନ୍ଦ୍ର କୁହନ୍ତୁ ଅବା ଜୟା-ଅମିତାଭ। ହେଲେ ଏଠି ଏମିତିବି କେତେଜଣ କଳାକାର ଅଛନ୍ତି ଯେଉଁମାନଙ୍କ ପ୍ରେମ କାହାଣୀ ଅଧୁରା ହୋଇ ରହିଯାଇଛି। ଆଉ ଆଜିବି ଏହା ଆଲୋଚନା ହେଉଛି।

ସୁରୈୟା-ଦେବ ଆନନ୍ଦ
ବଲିଉଡ୍‌ରେ କ୍ୟାରିୟର ଆରମ୍ଭ କରିବା ଦିନରୁ ହିଁ ସୁରୈୟାଙ୍କୁ ଦେବ ଆନନ୍ଦଙ୍କ ଦିଲ୍‌ ଦେଇ ଦେଇଥିଲେ। ହେଲେ ଏହାକୁ ଗ୍ରହଣ କରି ନ ଥିଲେ ସୁରୈୟାଙ୍କ ଜେଜେମା। ଶେଷରେ ଘର ଲୋକଙ୍କ କଥାମାନି ନିଜ ପ୍ରେମକୁ ବଳି ପକାଇଥିଲେ ସୁରୈୟା। ଅବଶ୍ୟ ଏହାକୁ ଖୋଲାଖୋଲି ଭାବେ ଦେବ ସାହେବ ଏକ ସାକ୍ଷାତ୍‌କାରରେ କହିବା ସହ ବାୟୋଗ୍ରାଫିରେ ମଧ୍ୟ ଉଲ୍ଲେଖ କରିଛନ୍ତି।
ମଧୁବାଳା-ଦିଲ୍ଲୀପ କୁମାର
ପରଦାରେ ଅଭିନୟ କରୁ କରୁ ଏମାନେ ପଡିଥିଲେ ପ୍ରେମରେ। ହେଲେ ସଂସାର ଗଢିବାର ସ୍ବପ୍ନ ଏମାନଙ୍କର ପୂରଣ ହୋଇ ନ ଥିଲା। କାରଣ ମଧୁବାଳା-ଦିଲ୍ଲୀପ କୁମାରଙ୍କ ସମ୍ପର୍କକୁ ଗ୍ରହଣ କରି ନ ଥିଲେ ମଧୁବାଳାଙ୍କ ବାପା। ଅବଶ୍ୟ ଏକଥା ଦିଲ୍ଲୀପ କୁମାର ତାଙ୍କ ବାୟୋଗ୍ରାଫିରେ ଭଲ ଭାବେ ବର୍ଣ୍ଣନା କରିଛନ୍ତି।
ହେମାମାଳିନୀ-ସଞ୍ଜିବ କୁମାର
ଡ୍ରିମ୍‌ ଗର୍ଲଙ୍କ ପ୍ରେମରେ ପଡିଥିଲେ ୭୦ ଦଶକର ହ୍ୟାଣ୍ଡସମ୍‌ ନାୟକ ସଞ୍ଜିବ କୁମାର। ହେଲେ ସେତେବେଳକୁ ହେମା ପଡିଥିଲେ ହିମ୍ୟାନ୍‌ ଅର୍ଥାତ୍‌ ଧର୍ମେନ୍ଦ୍ରଙ୍କ ପ୍ରେମରେ। ତେଣୁ ସେ ଧର୍ମେନ୍ଦ୍ରଙ୍କୁ ହିଁ ବିବାହ କରିଥିଲେ। ଏପଟେ କିନ୍ତୁ ସାରା ଜୀବନ ଅବିବାହିତ ରହି ଯାଇଥିଲେ ସଞ୍ଜିବ କୁମାର।
ରେଖା-ଅମିତାଭ
ଏମାନଙ୍କ ପ୍ରେମ କାହାଣୀ ବଲିଉଡ୍‌ରେ ବେଶ୍‌ ଚର୍ଚ୍ଚିତ। ଏମିତିକି ଏମାନଙ୍କ ପ୍ରେମ କାହାଣୀକୁ ନେଇ ୟଶରାଜ ବ୍ୟାନରେ ମଧ୍ୟ ନିର୍ମାଣ ହୋଇଛି ଏକ ଫିଲ୍ମ। ଯାହାର ଗୀତ ଗୁଡିକ ଆଜିବି ସୁପର ହିଟ୍‌। ତେବେ ଅମିତାଭ ବି ଘର ଲୋକଙ୍କ କଥାକୁ ନ ଭାଙ୍ଗିପାରି କୁଆଡେ ରେଖାଙ୍କ ପ୍ରେମକୁ ଭୁଲି ଯାଇଥିଲେ ବୋଲି କୁହାଯାଏ। ଆଉ ତାଙ୍କ ଜୀବନରେ ଆସିଥିଲେ ଜୟା। ଯାହାଙ୍କୁ ନେଇ ସେ ଏବେ ଗଢିଛନ୍ତି ତାଙ୍କ ସୁନ୍ଦର ସଂସାର।
ଐଶ୍ୱର୍ଯ୍ୟା-ସଲମାନ
ନୀଳ ନୟନା ଐଶ୍ୱର୍ଯ୍ୟାଙ୍କ ପ୍ରେମରେ ପଡିଥିଲେ ବଲିଉଡ୍‌ ଭାଇଜାନ୍‌ ସଲମାନ। ଦୀର୍ଘ ୩ ବର୍ଷ ଧରି ଏମାନେ ପରସ୍ପରକୁ ଭଲପାଇ ବସିଥିଲେ। ହେଲେ ଶେଷରେ ସଲମାନଙ୍କ ବ୍ୟବହାରରେ ଅତିଷ୍ଠ ହୋଇ ଐଶ୍ୱର୍ଯ୍ୟା ତାଙ୍କଠାରୁ ଦୂରେଇ ଯାଇଥିଲେ। ଏମାନଙ୍କ ପ୍ରେମ କାହାଣୀ ମଧ୍ୟ ରହି ଯାଇଥିଲା ଅଧୁରା। ପରେ ଐଶ୍ୱର୍ଯ୍ୟା ସିନା ଗଢିଲେ ତାଙ୍କର ସଂସାର ହେଲେ ଭାଇଜାନ୍‌ ଆଜି ପର୍ଯ୍ୟନ୍ତ ଏକା ଏକା ହୋଇ ରହିଯାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ବିଗ୍‌ବସ୍‌’ ପରେ ଶେହନାଜ୍‌ଙ୍କ ହେବ ସ୍ବୟଂବର: ପ୍ରଶଂସକ କହିଲେ ‘ସଲ୍‌ମାନ ତାଙ୍କୁ ବଞ୍ଚାଅ’

ବମ୍ବେ: ଶେଷ ହେବାକୁ ଯାଉଛି ଛୋଟ ପରଦାର ବଡ଼ ରିଆଲିଟି ଶୋ’ ‘ବିଗ୍‌ବସ୍‌’। ୧୫ ଫେବୃୟାରୀ ଅର୍ଥାତ୍‌ ଶନିବାର ଏହାର ଫିନାଲେ ଏପିସୋଡ୍‌ ପ୍ରସାରିତ ହେବ।...

ଓଟିଟି ପ୍ଲାର୍ଟଫର୍ମରେ ରିଲିଜ୍‌ ହେବ ଫିଲ୍ମ‘ତଡପ’

ମୁମ୍ବାଇ: ବଲିଉଡ୍‌ ଅଭିନେତା ଆହାନ ଶେଟ୍ଟୀ-ତାରା ସୂତରିଆଙ୍କ ଅଭିନୀତ ଫିଲ୍ମ‘ତଡପ’ ଡିସେମ୍ବର ୩ରେ ପ୍ରେକ୍ଷାଳୟରେ ରିଲିଜ୍‌ ହୋଇଥିଲା। କିନ୍ତୁ ଫିଲ୍ମଟି ବକ୍ସ ଅଫିସରେ ପ୍ରଭାବ ପକାଇବାରେ...

ବିଶ୍ୱର ସବୁଠୁ ବିପଦପୂର୍ଣ୍ଣ ରେଳ ଟ୍ରାକ୍‌, ଯେଉଁଠି ଅଟକିଯାଏ ନିଃଶ୍ୱାସ

ଆପଣ ଅନେକ ରୋମାଞ୍ଚକର ରାସ୍ତାରେ ଯିବାଆସିବା କରିଥିବେ। କିନ୍ତୁ କେବେ ବିପଦପୂର୍ଣ୍ଣ ରେଳ ଟ୍ରାକ୍‌ରେ ଯାତ୍ରା କରିଛନ୍ତି କି? ଯଦି ନା ତେବେ ଜାଣନ୍ତୁ ଏପରି...

ଏମିତି କଲେ ଦୀପିକା ପାଦୁକୋନ: ଉତ୍ସାହିତ ହୋଇପଡ଼ିଲେ ପ୍ରଶଂସକ

ବଲିଉଡ୍‌ ଅଭିନେତ୍ରୀ ଦୀପିକା ପାଦୁକୋନ ଅନେକ ଦିନ ହେବ ସୋସିଆଲ ମିଡିଆରୁ ଦୂରେଇ ଯାଇଥିଲେ। ନିକଟରେ ସେ ଜଣେ ଅଭିନେତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ଏହାପରେ...

ଏହି ଅଭିନେତ୍ରୀଙ୍କୁ ସରକାରୀ ଅଫିସର କରିବାକୁ ଚାହୁଁଥିଲେ ବାପା

‘ସିଟି ଲାଇଟ୍‌ସ୍‌’, ‘ଲଭ୍‌ ଗେମ୍‌ସ’ ପରି ଫିଲ୍ମରେ ଅଭିନୟ କରିସାରିଥିବା ଅଭିନେତ୍ରୀ ପତ୍ରଲେଖା ଫେବୃୟାରୀ ୨୦ରେ ନିଜର ୩୧ତମ ଜନ୍ମଦିନ ପାଳନ କରୁଛନ୍ତି। ମେଘାଳୟର ଶିଲଂରେ...

ଗଛଲତାକୁ ବି ହୋଇଥାଏ କଷ୍ଟ: ରିସର୍ଚ୍ଚ ରିପୋର୍ଟ

ତେଲ୍‌ ଅଭିବ୍‌: ମଣିଷକୁ ଆଘାତ ଲାଗିଲେ କଷ୍ଟ ହୋଇଥାଏ। ଅନୁରୂପ ଭାବେ ଛୋଟ ବଡ଼ ସମସ୍ତ ପ୍ରାଣୀଙ୍କୁ ମଧ୍ୟ ଏଭଳି ଅନୁଭୁତି ହୋଇଥାଏ। ତେବେ ଗଛଲତାକୁ...

ସୋସିଆଲ ମିଡିଆରେ ଭାଇରାଲ ହେଉଛି ମାଧୁରୀଙ୍କ ଡ୍ୟାନ୍ସ ଭିଡିଓ

ମୁମ୍ବାଇ: ମାୟାନଗରୀର ଧକ୍‌ଧକ୍‌ ଗର୍ଲ ମାଧୁରୀ ଦିକ୍ଷିତ ଡ୍ୟାନ୍ସ ଓ ଏକ୍ସପ୍ରେଶନକୁ ନେଇ ନିଜ ପାଇଁ ବଲିଉଡ୍‌ରେ ତିଆରି କରିଛନ୍ତି ଏକ ସ୍ବତନ୍ତ୍ର ପରିଚୟ। ‘ତେଜାବ’...

ହସ୍ପିଟାଲରୁ ଡିସ୍‌ଚାର୍ଜ ହେବେ ଅନୁଷ୍କା

ମୁମ୍ବାଇ: ଜାନୁୟାରୀ ୧୧ରେ ମା’ ହୋଇଥିବା ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମା ଏହି ସପ୍ତାହରେ ହସ୍ପିଟାଲରୁ ଡିସ୍‌ଚାର୍ଜ ହେବେ। କୁହାଯାଉଛି, ଅନୁଷ୍କା ବ୍ରିଚ୍‌ କ୍ୟାଣ୍ଡିି ହସ୍ପିଟାଲର...

Advertisement
Archives

Model This Week