କେଉଁ ଭାରତୀୟ ରାଜନେତା ଅଧିକ ରୋମାଣ୍ଟିକ୍‌

ନୂଆଦିଲ୍ଲୀ,୧୩।୨: ପ୍ରେମ ସପ୍ତାହ ପାଳନ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ଏବେ ଆସିଯାଇଛି ବର୍ଷକର ଅପେକ୍ଷା ପରେ ଆସୁଥିବା ସେହି ପ୍ରେମ ଦିବସ ବା ଭାଲେଣ୍ଟାଇନ୍‌ ଡେ’। ପ୍ରେମକୁ ନେଇ କେତେ କ’ଣ ଆଲୋଚନା ହେଉଥିବା ବେଳେ ମନକୁ ଆସେ ଆମ ରାଜନେତା ମାନେ କ’ଣ କମ୍‌ ରୋମାଣ୍ଟିକ୍‌ ନା କ’ଣ। ଅବଶ୍ୟ ଏମାନେ ଏଥିରେ ପଛରେ ନାହାନ୍ତି। କେତେଜଣ ବରିଷ୍ଠ ଭାରତୀୟ ରାଜନେତା ସେମାନଙ୍କ ପ୍ରେମ କାହାଣୀକୁ ନେଇ ଆସିଛନ୍ତି ଚର୍ଚ୍ଚାକୁ। ଏମାନେ ପ୍ରେମ କରିବା ସମୟରେ କ୍ୟାରିୟରକୁ ଖାତିର କରି ନାହାନ୍ତି ବୋଲି କୁହାଯାଏ।
ଦିଗ୍‌ବିଜୟ-ଅମ୍ରିତା: କଂଗ୍ରେସ ଦଳର ବରିଷ୍ଠ ରାଜନେତା ଦିଗ୍‌ବିଜୟ ସିଂଙ୍କର ରାଜନୀତିରେ ରହିଛି ଅଗାଧ ଜ୍ଞାନ। ଏହା ବ୍ୟତୀତ ତାଙ୍କ ପ୍ରେମ କାହାଣୀ ପାଇଁ ମଧ୍ୟ ସେ ବେଶ୍‌ ଚର୍ଚ୍ଚିତ। ତାଙ୍କଠାରୁ ବୟସରେ ଖୁବ୍‌ ସାନ ସମ୍ବାଦିକା ଅମ୍ରିତା ରାଏଙ୍କ ସହ ଦିଗ୍‌ବିଜୟଙ୍କ ପ୍ରେମ କାହାଣୀ ଯେତେବେଳେ ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଲା ସେତେବେଳେ ସେ କାଳ ବିଳମ୍ବ ନ କରି ୨୦୧୫ରେ ବିବାହ କରିଯାଇଥିଲେ।
ଶଶି-ସୁନନ୍ଦା: କଂଗ୍ରେସର ଆଉ ଜଣେ ଜ୍ଞାନୀ ନେତାଭାବେ ପରିଚିତ ଶଶି ଥରୁର। ୨ଟି ସନ୍ତାନର ମା’ ହୋଇସାରିଥିବା ବ୍ୟବସାୟୀ ସୁନନ୍ଦା ପୁଷ୍କରଙ୍କ ସହ ଶଶିଙ୍କ ପ୍ରେମ କାହାଣୀ ବି ବେଶ୍‌ ଚର୍ଚ୍ଚା ସାଉଁଟିଥିଲା। ଯଦିଓ ଏହା ବେଶିଦିନ ତିଷ୍ଠି ପାରି ନ ଥିଲା ହେଲେ ଏମାନଙ୍କ ପ୍ରେମ କାହାଣୀ ଅନ୍ୟମାନଙ୍କ ପାଇଁ ଚର୍ଚ୍ଚାର ବିଷୟ ପାଲଟି ଯାଇଥିଲା। ୨୦୧୦ରେ ଏମାନେ ବିବାହ କରିଥିଲେ।
ରାଜୀବ-ସୋନିଆ: ଇନ୍ଦିରା ଗାନ୍ଧୀଙ୍କ ସୁପୁତ୍ର ରାଜୀବ ଗାନ୍ଧୀ ବି ଦିନେ ପଡିଥିଲେ ପ୍ରେମରେ। କେମ୍ବ୍ରିଜ୍‌ ୟୁନିଭର୍ସିଟିର ରେଷ୍ଟୁରାଣ୍ଟରେ ପ୍ରଥମ କରି ସୋନିଆଙ୍କୁ ଦେଖିବା ପରେ ରାଜୀବ ପଡିଯାଇଥିଲେ ତାଙ୍କ ପ୍ରେମରେ। ଆଉ ଏହି ପ୍ରେମ ଶେଷରେ ବିବାହର ରୂପ ନେଇଥିଲା। ସୁଦୁର ଇଟାଲୀର ଝିଅ ପାଲଟି ଯାଇଥିଲେ ଭାରତର ବୋହୂ।

ସଚ୍ଚିନ-ସାରା: କଂଗ୍ରେସ ନେତା ସଚ୍ଚିନ ପାଇଲଟ ମଧ୍ୟ ପଡିଯାଇଥିଲେ ପ୍ରେମରେ। ଲଣ୍ଡନରେ ସେ ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲାଙ୍କ ଝିଅ ସାରା ଅବଦୁଲାଙ୍କ ପ୍ରେମରେ ପଡିବା ପରେ ଅପେକ୍ଷା କରିଥିଲେ କିଛି ବର୍ଷ। କିଛି ବର୍ଷର ଡେଟିଂ ପରେ ବି ଏମାନଙ୍କ ବିବାହକୁ ଉଭୟ ପରିବାରର ସ୍ବୀକୃତି ମିଳି ନ ଥିଲା। ହେଲେ ସବୁ ବାଦ ବିବାଦ ପରେ ଶେଷରେ ୨୦୦୪ରେ ଏମାନେ ଦିଲ୍ଲୀରେ ବିବାହ କରିଥିଲେ।
ଅଖିଳେଶ-ଡିମ୍ପଲ: ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ବି ପଡିଛନ୍ତି ପ୍ରେମରେ। ଡିମ୍ପଲ ଲକ୍ଷ୍ନୌ ବିଶ୍ୱବିଦ୍ୟାଳୟରେ ପାଠ ପଢୁଥିବା ସମୟରେ ଅଖିଳେଶଙ୍କ ସହ ଦେଖା ହୋଇଥିଲା। ଉଭୟଙ୍କ ମଧ୍ୟରେ ପ୍ରେମ ହେବା ପରେ ଶେଷରେ ଡିମ୍ପଲ ପାଲଟି ଯାଇଥିଲେ ଅଖିଳେଶଙ୍କ ଧର୍ମପତ୍ନୀ।
ପ୍ରିୟଙ୍କା-ରବର୍ଟ: କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ମଧ୍ୟ ଦିନେ ପ୍ରେମରେ ପଡିଥିଲେ। ବ୍ୟବସାୟୀ ରବର୍ଟ ଭଦ୍ରାଙ୍କୁ ହୃଦୟ ଦେଇଥିବା ପ୍ରିୟଙ୍କା ଶେଷରେ ପ୍ରିୟଙ୍କା ଗାନ୍ଧୀରୁ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ହୋଇଯାଇଥିଲେ। ଦିଲ୍ଲୀରେ ୧୯୯୭ରେ ଏମାନେ ବିବାହ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମସ୍କଙ୍କ ଭାରତ ଗସ୍ତ ସ୍ଥଗିତ

ନୁୟର୍କ/ନୂଆଦିଲ୍ଲୀ,୨୦।୪: ଟେସଲା ସିଇଓ ଏଲନ ମସ୍କଙ୍କ ଭାରତ ଗସ୍ତକୁ ସ୍ଥଗିତ ରଖାଯାଇଛି। ୨୧-୨୨ ଏପ୍ରିଲରେ ଦୁଇ ଦିନ ପାଇଁ ମସ୍କ ଭାରତ ଗସ୍ତ କରିବାର କାର୍ଯ୍ୟକ୍ରମ...

ଅମିତ ଶାହାଙ୍କ ବଡ଼ ବୟାନ: ବିରୋଧୀଙ୍କୁ ବି ମିଳିଛି ଇଲେକ୍ଟୋରାଲ ବଣ୍ଡ…

ନୂଆଦିଲ୍ଲୀ,୨୦।୪: ଇଲେକ୍ଟୋରାଲ ବଣ୍ଡକୁ ନେଇ ଦେଶରେ ଉତ୍ତେଜନା ଦେଖାଦେଇଛି। ବିରୋଧୀ ଏହି ପ୍ରସଙ୍ଗରେ ସରକାରଙ୍କ ଉପରେ କ୍ରମାଗତ ପ୍ରଶ୍ନ ଉଠାଉଛନ୍ତି। ବର୍ତ୍ତମାନ ବିରୋଧୀଙ୍କ ଅଭିଯୋଗକୁ ବିରୋଧ...

‘୪୦୦ ପାର୍‌ ସଙ୍କଳ୍ପ ମୁସ୍କିଲ’, ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ଭାଜପାର ବରିଷ୍ଠ ନେତା

ନୂଆଦିଲ୍ଲୀ,୨୦।୪: ଲୋକ ସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ଶେଷ ହୋଇଛି। ଚତୁର୍ଥ ପର୍ଯ୍ୟାୟରେ କାନପୁର ଲୋକ ସଭା ଆସନରେ ଭୋଟିଂ ଅନୁଷ୍ଠିତ ହେବ, କିନ୍ତୁ...

ସ୍କୁଲରେ ପ୍ରଧାନ ଶିକ୍ଷୟିତ୍ରୀଙ୍କ ବିୟୁଟି ପାର୍ଲର

ଉନ୍ନାଓ: କୌଣସି ମଧ୍ୟ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ପଦ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ। ବିଦ୍ୟାଳୟକୁ ଠିକ୍‌ ଭାବେ ଚଳାଇବା ସହ ଅନୁଶାସନ ବଜାୟ ରଖିବାର ସମ୍ପୂର୍ଣ୍ଣ...

ଇନ୍‌ଷ୍ଟାଗ୍ରାମ ରିଲ୍‌ କରିବା କାଳ ହେଲା

ନୂଆଦିଲ୍ଲୀ,୨୦ା୪: ଉତ୍ତରପ୍ରଦେଶର ଏକ ଗ୍ରାମରେ ଜଣେ ୨୧ ବର୍ଷୀୟ ଯୁବକ ଇନ୍‌ଷ୍ଟାଗ୍ରାମ ରିଲ୍‌କୁ ଭାଇରାଲ କରିବାକୁ ଉଦ୍ୟମ କରି ପ୍ରାଣ ହରାଇଛନ୍ତି। ଶିବମ୍‌ କୁମାର ନାମକ...

ହିନ୍ଦୀ ନ କହିବାରୁ କନ୍ନଡ଼ ଅଭିନେତ୍ରୀଙ୍କୁ ଆକ୍ରମଣ

ବେଙ୍ଗାଲୁରୁ, ୨୦।୪: କନ୍ନଡ଼ ଅଭିନେତ୍ରୀ ହର୍ଷିକା ପୁନାଚାଙ୍କୁ ୨ ଦିନ ତଳେ କେତେଜଣ ଦୁର୍ବୃତ୍ତ ଆକ୍ରମଣ କରିଥିବା ଶୁକ୍ରବାର ସେ ନିଜ ଫେସବୁକରେ ପୋଷ୍ଟ କରି...

୧୦୨ ଆସନରେ ୬୦% ମତଦାନ

ନୂଆଦିଲ୍ଲୀ,୨୦ା୪(ପି.ଟି.): ୨୧ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୧୦୨ଟି ଆସନରେ ପ୍ରଥମ ପର୍ଯ୍ୟାୟ ଲୋକ ସଭା ନିର୍ବାଚନ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଭୋଟିଂ ଶେଷ ସୁଦ୍ଧା...

‘ଦୂରଦର୍ଶନର ଗୈରିକୀକରଣ’

ନୂଆଦିଲ୍ଲୀ,୨୦ା୪: ସରକାରୀ ନ୍ୟୁଜ୍‌ ଚ୍ୟାନେଲ୍‌ ‘ଡିଡି ନ୍ୟୁଜ୍‌’ ଏହାର ନୂଆ ଲୋଗୋ ଉନ୍ମୋଚନ କରିବା ପରେ ଏହାକୁ ନେଇ ସୋସିଆଲ ମିଡିଆରେ ଜୋର୍‌ଦାର ପ୍ରତିକ୍ରିୟା ପ୍ରକାଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri