୨୦୦ ଏକର ଜମିରେ ହେବ ସ୍ଥାୟୀ କ୍ୟାମ୍ପସ୍‌

ଛତ୍ରପୁର,୧୮ା୬(ଡି.ଏନ.ଏ.)-ବ୍ରହ୍ମପୁର ସରକାରୀ ଆଇଟିଆଇ କୋଠାରେ ଅସ୍ଥାୟୀ ଭାବେ ଆଇଜର (ଇଣ୍ଡିଆନ୍‌ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ସାଇନ୍ସ ଏଜୁକେଶନ ଆଣ୍ଡ୍‌ ରିସର୍ଚ୍ଚ)ର ଟ୍ରାନଜିଟ୍‌ କ୍ୟାମ୍ପସ ଚାଲିଛି ା ଏଠାରେ ୩୫୦ରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର ପଢୁଛନ୍ତି। ୨୦୧୬ରେ ଏଠାରେ ଆଇଜର ଖୋଲିଥିଲା। ସ୍ଥାୟୀ କ୍ୟାମ୍ପସ ପାଇଁ କନିଷି ତହସିଲ ଅଧୀନ ଗୋପାଳପୁର ନିକଟ ଲାଉଡିଗାଁଠାରେ ଚିହ୍ନଟ ୨୦୦ ଏକର ଜମି ଓଡିଶା ସରକାରଙ୍କ ପକ୍ଷରୁ ଆଇଜରକୁ ପ୍ରଦାନ କରାଯାଇଛି ା ବ୍ରହ୍ମପୁର ସରକାରୀ ଆଇଟିଆଇରେ ଚାଲିଥିବା ଆଇଜର ପାଇଁ କେତେକ ସମସ୍ୟା ଥିବା ନେଇ ଗଞ୍ଜାମ ଜିଲାପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯାଇଥିଲା ା ଏହି ପରିପ୍ରେକ୍ଷୀରେ ସୋମବାର ଛତ୍ରପୁରସ୍ଥିତ ଜିଲାପାଳଙ୍କ ସମ୍ମିଳନୀ ଗୃହରେ ଏକ ବୈଠକ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ହୋଇଥିଲା। ଆଇଜର କର୍ତ୍ତୃପକ୍ଷଙ୍କ ପକ୍ଷରୁ କେତେକ ସମସ୍ୟା ଓ ପ୍ରସ୍ତାବ ସମ୍ପର୍କରେ ବୈଠକରେ ବିସ୍ତୃତ ଭାବେ ଆଲୋଚନା ହୋଇଥିଲା ା ବର୍ତ୍ତମାନ ଆଇଜରର ଅସ୍ଥାୟୀ କ୍ୟାମ୍ପସ୍‌ ବ୍ରହ୍ମପୁର ଆଇଟିଆଇର ଏକ କୋଠାର ଦ୍ୱିତୀୟ, ତୃତୀୟ ଓ ଚତୁର୍ଥ ଫ୍ଲୋରରେ ଚାଲିଛି ଏବଂ ସେଠାରେ ପାଠ ପଢାଯାଉଛି ା ପାଠପଢା ପାଇଁ ଏହା ପର୍ଯ୍ୟାପ୍ତ ନ ଥିବାରୁ ଗ୍ରାଉଣ୍ଡ ଓ ପ୍ରଥମ ଫ୍ଲୋର ମଧ୍ୟ ଆବଶ୍ୟକ ପଡୁଛି ା ଗ୍ରାଉଣ୍ଡ ଓ ପ୍ରଥମ ଫ୍ଲୋରରେ ସରକାରୀ ଆଇଟିଆଇ ଚାଲିଛି ା ଏହି ଦୁଇ ଫ୍ଲୋର ଦେବା ପାଇଁ ଆଇଜର ପକ୍ଷରୁ ଆଇଟିଆଇକୁ କୁହାଯାଇଥିଲା। ଆଇଟିଆଇ କ୍ୟାମ୍ପସ୍‌ରେ ଆଉ ଏକ ନୂତନ କୋଠା ନିର୍ମାଣ ହୋଇସାରିଛି। ଉକ୍ତ ନୂତନ କୋଠାକୁ ଏହି ଦୁଇଟି ଫ୍ଲୋରରୁ ଆଇଟିଆଇକୁ ସ୍ଥାନାନ୍ତର କରାଯିବ ା ତେବେ ସେଠାରେ ଥିବା ଆଇଟିଆଇର ବିଭିନ୍ନ ମେଶିନ୍‌, ଭିତ୍ତିଭୂମି ଆଦି ନୂତନ କୋଠାକୁ ସ୍ଥାନାନ୍ତର କରିବା ପାଇଁ ୯୫ ଲକ୍ଷ ଟଙ୍କା ଦେବାକୁ ଆଇଜରକୁ କୁହାଯାଇଥିଲା ା ତେବେ ୬୫ ଲକ୍ଷ ଟଙ୍କା ଆଇଟିଆଇକୁ ଦେବା ପାଇଁ ଆଇଜର ରାଜି ହୋଇଥିବା ଜଣାପଡିଛି ା ଏହା ଉପରେ ଖୁବ୍‌ ଶୀଘ୍ର ଚୂଡାନ୍ତ ନିଷ୍ପତ୍ତି ନିଆଯିବ ା ଅନ୍ୟପକ୍ଷରେ ଅସ୍ଥାୟୀ ଆଇଜର କ୍ୟାମ୍ପସ୍‌ ପାଇଁ ଦୈନିକ ୨୫ ହଜାର ଲିଟର ପାଣି ଆବଶ୍ୟକ ପଡୁଛି। ବିଭିନ୍ନ ଲ୍ୟାବ୍‌ରେ ରିସର୍ଚ୍ଚ ହେଉଥିବାରୁ ମିଳୁଥିବା ପାଣି ପର୍ଯ୍ୟାପ୍ତ ହେଉ ନ ଥିବା ବୈଠକରେ ଜିଲାପାଳଙ୍କ ଦୃଷ୍ଟିଆକର୍ଷଣ କରାଯାଇଥିଲା ା ଏହା ଉପରେ ପଦକ୍ଷେପ ନେବା ପାଇଁ ଜନସ୍ବାସ୍ଥ୍ୟ ନିର୍ବାହୀଯନ୍ତ୍ରୀଙ୍କୁ ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ୨୦୦ ଏକର ଜମିରେ ନିର୍ମାଣ ହେବାକୁ ଥିବା ନୂତନ କ୍ୟାମ୍ପସରେ ଅଧିକ ପାଣି ଦରକାର ପଡିବ ଏବଂ ଋଷିକୁଲ୍ୟା ପ୍ରକଳ୍ପରୁ ଏହି ପାଣି ଆଇଜରକୁ ଯୋଗାଇ ଦିଆଯିବ ବୋଲି ସୂଚନା ମିଳିଛି। ପିଲାଙ୍କ ପାଇଁ ସ୍ବତନ୍ତ୍ର ରାସ୍ତା ନିର୍ମାଣ କରିବାକୁ ଆଇଜର କର୍ତ୍ତୃପକ୍ଷ ପ୍ରସ୍ତାବ ଦେଇଥିଲେ। ନୂତନ କ୍ୟାମ୍ପସଠାରୁ ଏଡି କଲେଜ ଓ ଗୋପାଳପୁର ପର୍ଯ୍ୟନ୍ତ ଆପ୍ରୋଚ୍‌ ରୋଡ୍‌ ଉପରେ ଆଲୋଚନା ହୋଇଥିଲା ା ଜାତୀୟ ରାଜପଥରୁ ୩ଟି ଆପ୍ରୋଚ୍‌ ରୋଡ୍‌ର ପ୍ରସ୍ତାବ ରହିଛି ା ମଞ୍ଜୁରୀ ଆସିଲେ ଏହା ତ୍ୱରାନ୍ବିତ ହେବ। ଆଇଜରକୁ କନିଷି ଗ୍ରୀଡ୍‌ରୁ ବିଦ୍ୟୁତ ସଂଯୋଗ ପାଇଁ ୮ କୋଟି ଟଙ୍କାର ଏକ ଏଷ୍ଟିମେଟ୍‌ ଦିଆଯାଇଛି ା ମାତ୍ର ନରେନ୍ଦ୍ରପୁର ଗ୍ରୀଡ୍‌ରୁ ବିଦ୍ୟୁତ ସଂଯୋଗ ପାଇଁ ଆଇଜର କର୍ତ୍ତୃପକ୍ଷ ଚାହୁଁଛନ୍ତି। ଏଥିପାଇଁ ୧୧ କୋଟି ଟଙ୍କା ଆବଶ୍ୟକ ଥିବା ସୂଚନା ମିଳିଛି ା ବିଦ୍ୟୁତ ଓ ଆପ୍ରୋଚ୍‌ ରାସ୍ତା ପାଇଁ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯିବ ବୋଲି ଜିଲାପାଳ କହିଥିଲେ ା ଅତିରିକ୍ତ ଜିଲାପାଳ (ରାଜସ୍ବ)ଙ୍କୁ ଏହି ସବୁ କାର୍ଯ୍ୟର ମନିଟରିଂ ଦାୟିତ୍ୱ ଦିଆଯାଇଛି। ଜୁଲାଇରେ ପୁଣି ଥରେ ବୈଠକ କରି ଆଲୋଚନା କରାଯିବ ବୋଲି ଜିଲାପାଳ ସୂଚନା ଦେଇଛନ୍ତି। ବୈଠକରେ ଆଇଜରର ନିର୍ଦ୍ଦେଶକ ପ୍ରଫେସର କେ. ଭି ଆର୍‌ ଚାରୀ, ଅତିରିକ୍ତ ଜିଲାପାଳ (ରାଜସ୍ବ) ଲକ୍ଷ୍ମୀକାନ୍ତ ସେଠୀ, ଡେପୁଟି କଲେକ୍ଟର (ରାଜସ୍ବ) ଦିବ୍ୟଲୋଚନ ମହନ୍ତ, ରଙ୍ଗେଇଲୁଣ୍ଡା ଏବିଡିଓ ତ୍ରିପତି ବାଲାଜି, କନିଷି ତହସିଲଦାର ଅନିତା କୁମାରୀ ସାହୁ, ଡ. ରଜତ କୁମାର ପାଣିଗ୍ରାହୀ, ବ୍ରହ୍ମପୁର ଜନସ୍ବାସ୍ଥ୍ୟ ବିଭାଗର ନିର୍ବାହୀ ଯନ୍ତ୍ରୀ ସୀତାରାମ ପଣ୍ଡା, ଆଇଜରର ନିର୍ବାହୀଯନ୍ତ୍ରୀ ସଞ୍ଜୟ ମାଝି,ରାସ୍ତା ଓ କୋଠାବାଡି ବିଭାଗର ନିର୍ବାହୀଯନ୍ତ୍ରୀ ଲକ୍ଷ୍ମଣ ମୁର୍ମୁଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ଘରପଟ୍ଟା ପାଇଁ ତହସିଲଦାରଙ୍କ ଦ୍ୱାରସ୍ଥ ହେଲେ ବଳଦିଆଡ଼ିହ ଗ୍ରାମବାସୀ

ଗଞ୍ଜାମ,୨୧ା୮(ବିଦ୍ୟାଧର ସାହୁ): ଗଞ୍ଚାମ ବ୍ଲକ୍‌ ହୁମା ପଞ୍ଚାୟତ ଅନ୍ତର୍ଗତ ବଳଦିଆଡ଼ିହ ଗ୍ରାମର ଗ୍ରାମବାସୀମାନେ ହୁମା ପଞ୍ଚାୟତର ସମିତି ସଭ୍ୟ ଧ୍ରୁବ ଚରଣ ସାହୁଙ୍କ ନେତୃତ୍ୱରେ ଗଞ୍ଜାମ ତହସିଲଦାର…

ପ୍ରଧାନ ଶିକ୍ଷକଙ୍କ ବାଇକରେ ଥିବା ମଦ ବୋତଲ ଭାଇରାଲ: ପ୍ରଧନଶିକ୍ଷକ ନିଲମ୍ବିତ

ପାତ୍ରପୁର,୨୧ା୮(ଉମା ଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ତୁରୁବୁଡି ପଞ୍ଚାୟତ ନୂଆଗଡ଼ ପ୍ରାଥମିକ ବିଦ୍ୟାଳୟ ଛାତ୍ରୀଛାତ୍ରଙ୍କୁ ଗତ ଦୁଇ ଦିନ ହେଲା ମଧ୍ୟାହ୍ନ ଭୋଜନ ମିଳୁ…

ଗ୍ରାମ୍ୟ ରାସ୍ତା ମରାମତି ପାଇଁ ସରପଞ୍ଚଙ୍କ ଦାବି: ଜିଲାପାଳଙ୍କୁ ସ୍ମାରକପତ୍ର 

ଦିଗପହଣ୍ଡି,୨୧|୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ କଇଠଖଣ୍ଡି ପଞ୍ଚାୟତ ସରପଞ୍ଚ ମନୋରଞ୍ଜନ ଗୌଡ଼ କଇଠଖଣ୍ଡି ଏବଂ ବୋରିପଦର ଗ୍ରାମ ଖାଲଖମା ରାସ୍ତା ଗୁଡ଼ିକୁ ତୁରନ୍ତ…

ତପ୍ତପାଣି ରେ ମା ‘ କନ୍ଧୁଣୀ ଦେବୀ ଙ୍କୁ ଦର୍ଶନ କଲେ ବିଧାନସଭା ଗୃହ କମିଟି

ଦିଗପହଣ୍ଡି,୨୧|୮(ଅଶେଷ ନାଥ ମିଶ୍ର): ରାଜ୍ୟ ବିଧାନସଭା ଗୃହ କମିଟି(ଉପସ୍ଥାପନ) ବ୍ରହ୍ମପୁର ଠାରୁ ଭାୟା ଦିଗପହଣ୍ଡି ଦେଇ ଶୁକ୍ରବାର ପୂର୍ବାହ୍ନ ପ୍ରାୟ ୧୧ ଟାରେ ଗଞ୍ଜାମ – ଗଜପତି…

କେସିଙ୍ଗା ପଞ୍ଚାୟତ ସମିତିରେ ପାନୀୟଜଳବିଦ୍ୟୁତ ଉପରେ ଗୁରୁତ୍ୱ

କେସିଙ୍ଗା, ୨୧।୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ପଞ୍ଚାୟତ ସମିତିର ୧୧ତମ ସାଧାରଣ ବୈଠକ ଅଧ୍ୟକ୍ଷ ଚନ୍ଦନ କୁମାର ସେନାପତିଙ୍କ ସଭାପତିତ୍ୱରେ ବ୍ଲକ କାର୍ଯ୍ୟାଳୟ ସଭାଗୃହରେ…

ନୂତନ ପରିବା ବଜାର କମ୍ପ୍ଲେକ୍ସକୁ ସ୍ଥାନାନ୍ତର ପାଇଁ ତତ୍ପର ପୌରପରିଷଦ

ଛତ୍ରପୁର, ୨୧/୮ (ଦିଲ୍ଲୀପ ସାମଲ/ଦ୍ୱାରକା ପଟ୍ଟନାୟକ): ଜନସାଧାରଣଙ୍କ ସୁବିଧା ପାଇଁ ଗଞ୍ଜାମ ଜିଲା ଛତ୍ରପୁର ପୌରପରିଷଦ ପକ୍ଷରୁ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ନିକଟରେ ନବନିର୍ମିତ ପରିବା…

ଚାଷୀ ପଞ୍ଜୀକରଣ ସରଳୀକରଣ ଓ ସମୟସୀମା ଅବଧି ବୃଦ୍ଧି ନେଇ ଆନ୍ଦୋଳନ

ଗଞ୍ଜାମ,୨୧ା୮(ବିଦ୍ୟାଧର ସାହୁ): ଅଖିଳ ଭାରତ କୃଷକ ସଭା ଅନୁବନ୍ଧିତ ଓଡ଼ିଶା କୃଷକ ସଭା ଗଞ୍ଜାମ ଜିଲା କମିଟି ପକ୍ଷରୁ ଚାଷୀଙ୍କ ବିଭିନ୍ନ ସମସ୍ୟା ନେଇ ବିକ୍ଷୋଭ ପ୍ରଦର୍ଶନ…

ଏନସିସି ନାଭାଲ ୱିଙ୍ଗ କ୍ୟାଡେଟ ଚୟନ ଶିବିର: ଯୋଗ୍ୟ ଛାତ୍ରୀଛାତ୍ର ଚୟନ

ଭଞ୍ଜନଗର,୨୧।୮(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ଶୁକ୍ରବାର ଏନସିସି ନାଭାଲ ୱିଙ୍ଗର କ୍ୟାଡେଟ ଚୟନ ଶିବିର ଅନୁଷ୍ଠିତ ହୋଇଯାଇଛି। ଶିବିରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri