୨୦୦ ଏକର ଜମିରେ ହେବ ସ୍ଥାୟୀ କ୍ୟାମ୍ପସ୍‌

ଛତ୍ରପୁର,୧୮ା୬(ଡି.ଏନ.ଏ.)-ବ୍ରହ୍ମପୁର ସରକାରୀ ଆଇଟିଆଇ କୋଠାରେ ଅସ୍ଥାୟୀ ଭାବେ ଆଇଜର (ଇଣ୍ଡିଆନ୍‌ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ସାଇନ୍ସ ଏଜୁକେଶନ ଆଣ୍ଡ୍‌ ରିସର୍ଚ୍ଚ)ର ଟ୍ରାନଜିଟ୍‌ କ୍ୟାମ୍ପସ ଚାଲିଛି ା ଏଠାରେ ୩୫୦ରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର ପଢୁଛନ୍ତି। ୨୦୧୬ରେ ଏଠାରେ ଆଇଜର ଖୋଲିଥିଲା। ସ୍ଥାୟୀ କ୍ୟାମ୍ପସ ପାଇଁ କନିଷି ତହସିଲ ଅଧୀନ ଗୋପାଳପୁର ନିକଟ ଲାଉଡିଗାଁଠାରେ ଚିହ୍ନଟ ୨୦୦ ଏକର ଜମି ଓଡିଶା ସରକାରଙ୍କ ପକ୍ଷରୁ ଆଇଜରକୁ ପ୍ରଦାନ କରାଯାଇଛି ା ବ୍ରହ୍ମପୁର ସରକାରୀ ଆଇଟିଆଇରେ ଚାଲିଥିବା ଆଇଜର ପାଇଁ କେତେକ ସମସ୍ୟା ଥିବା ନେଇ ଗଞ୍ଜାମ ଜିଲାପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯାଇଥିଲା ା ଏହି ପରିପ୍ରେକ୍ଷୀରେ ସୋମବାର ଛତ୍ରପୁରସ୍ଥିତ ଜିଲାପାଳଙ୍କ ସମ୍ମିଳନୀ ଗୃହରେ ଏକ ବୈଠକ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ହୋଇଥିଲା। ଆଇଜର କର୍ତ୍ତୃପକ୍ଷଙ୍କ ପକ୍ଷରୁ କେତେକ ସମସ୍ୟା ଓ ପ୍ରସ୍ତାବ ସମ୍ପର୍କରେ ବୈଠକରେ ବିସ୍ତୃତ ଭାବେ ଆଲୋଚନା ହୋଇଥିଲା ା ବର୍ତ୍ତମାନ ଆଇଜରର ଅସ୍ଥାୟୀ କ୍ୟାମ୍ପସ୍‌ ବ୍ରହ୍ମପୁର ଆଇଟିଆଇର ଏକ କୋଠାର ଦ୍ୱିତୀୟ, ତୃତୀୟ ଓ ଚତୁର୍ଥ ଫ୍ଲୋରରେ ଚାଲିଛି ଏବଂ ସେଠାରେ ପାଠ ପଢାଯାଉଛି ା ପାଠପଢା ପାଇଁ ଏହା ପର୍ଯ୍ୟାପ୍ତ ନ ଥିବାରୁ ଗ୍ରାଉଣ୍ଡ ଓ ପ୍ରଥମ ଫ୍ଲୋର ମଧ୍ୟ ଆବଶ୍ୟକ ପଡୁଛି ା ଗ୍ରାଉଣ୍ଡ ଓ ପ୍ରଥମ ଫ୍ଲୋରରେ ସରକାରୀ ଆଇଟିଆଇ ଚାଲିଛି ା ଏହି ଦୁଇ ଫ୍ଲୋର ଦେବା ପାଇଁ ଆଇଜର ପକ୍ଷରୁ ଆଇଟିଆଇକୁ କୁହାଯାଇଥିଲା। ଆଇଟିଆଇ କ୍ୟାମ୍ପସ୍‌ରେ ଆଉ ଏକ ନୂତନ କୋଠା ନିର୍ମାଣ ହୋଇସାରିଛି। ଉକ୍ତ ନୂତନ କୋଠାକୁ ଏହି ଦୁଇଟି ଫ୍ଲୋରରୁ ଆଇଟିଆଇକୁ ସ୍ଥାନାନ୍ତର କରାଯିବ ା ତେବେ ସେଠାରେ ଥିବା ଆଇଟିଆଇର ବିଭିନ୍ନ ମେଶିନ୍‌, ଭିତ୍ତିଭୂମି ଆଦି ନୂତନ କୋଠାକୁ ସ୍ଥାନାନ୍ତର କରିବା ପାଇଁ ୯୫ ଲକ୍ଷ ଟଙ୍କା ଦେବାକୁ ଆଇଜରକୁ କୁହାଯାଇଥିଲା ା ତେବେ ୬୫ ଲକ୍ଷ ଟଙ୍କା ଆଇଟିଆଇକୁ ଦେବା ପାଇଁ ଆଇଜର ରାଜି ହୋଇଥିବା ଜଣାପଡିଛି ା ଏହା ଉପରେ ଖୁବ୍‌ ଶୀଘ୍ର ଚୂଡାନ୍ତ ନିଷ୍ପତ୍ତି ନିଆଯିବ ା ଅନ୍ୟପକ୍ଷରେ ଅସ୍ଥାୟୀ ଆଇଜର କ୍ୟାମ୍ପସ୍‌ ପାଇଁ ଦୈନିକ ୨୫ ହଜାର ଲିଟର ପାଣି ଆବଶ୍ୟକ ପଡୁଛି। ବିଭିନ୍ନ ଲ୍ୟାବ୍‌ରେ ରିସର୍ଚ୍ଚ ହେଉଥିବାରୁ ମିଳୁଥିବା ପାଣି ପର୍ଯ୍ୟାପ୍ତ ହେଉ ନ ଥିବା ବୈଠକରେ ଜିଲାପାଳଙ୍କ ଦୃଷ୍ଟିଆକର୍ଷଣ କରାଯାଇଥିଲା ା ଏହା ଉପରେ ପଦକ୍ଷେପ ନେବା ପାଇଁ ଜନସ୍ବାସ୍ଥ୍ୟ ନିର୍ବାହୀଯନ୍ତ୍ରୀଙ୍କୁ ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ୨୦୦ ଏକର ଜମିରେ ନିର୍ମାଣ ହେବାକୁ ଥିବା ନୂତନ କ୍ୟାମ୍ପସରେ ଅଧିକ ପାଣି ଦରକାର ପଡିବ ଏବଂ ଋଷିକୁଲ୍ୟା ପ୍ରକଳ୍ପରୁ ଏହି ପାଣି ଆଇଜରକୁ ଯୋଗାଇ ଦିଆଯିବ ବୋଲି ସୂଚନା ମିଳିଛି। ପିଲାଙ୍କ ପାଇଁ ସ୍ବତନ୍ତ୍ର ରାସ୍ତା ନିର୍ମାଣ କରିବାକୁ ଆଇଜର କର୍ତ୍ତୃପକ୍ଷ ପ୍ରସ୍ତାବ ଦେଇଥିଲେ। ନୂତନ କ୍ୟାମ୍ପସଠାରୁ ଏଡି କଲେଜ ଓ ଗୋପାଳପୁର ପର୍ଯ୍ୟନ୍ତ ଆପ୍ରୋଚ୍‌ ରୋଡ୍‌ ଉପରେ ଆଲୋଚନା ହୋଇଥିଲା ା ଜାତୀୟ ରାଜପଥରୁ ୩ଟି ଆପ୍ରୋଚ୍‌ ରୋଡ୍‌ର ପ୍ରସ୍ତାବ ରହିଛି ା ମଞ୍ଜୁରୀ ଆସିଲେ ଏହା ତ୍ୱରାନ୍ବିତ ହେବ। ଆଇଜରକୁ କନିଷି ଗ୍ରୀଡ୍‌ରୁ ବିଦ୍ୟୁତ ସଂଯୋଗ ପାଇଁ ୮ କୋଟି ଟଙ୍କାର ଏକ ଏଷ୍ଟିମେଟ୍‌ ଦିଆଯାଇଛି ା ମାତ୍ର ନରେନ୍ଦ୍ରପୁର ଗ୍ରୀଡ୍‌ରୁ ବିଦ୍ୟୁତ ସଂଯୋଗ ପାଇଁ ଆଇଜର କର୍ତ୍ତୃପକ୍ଷ ଚାହୁଁଛନ୍ତି। ଏଥିପାଇଁ ୧୧ କୋଟି ଟଙ୍କା ଆବଶ୍ୟକ ଥିବା ସୂଚନା ମିଳିଛି ା ବିଦ୍ୟୁତ ଓ ଆପ୍ରୋଚ୍‌ ରାସ୍ତା ପାଇଁ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯିବ ବୋଲି ଜିଲାପାଳ କହିଥିଲେ ା ଅତିରିକ୍ତ ଜିଲାପାଳ (ରାଜସ୍ବ)ଙ୍କୁ ଏହି ସବୁ କାର୍ଯ୍ୟର ମନିଟରିଂ ଦାୟିତ୍ୱ ଦିଆଯାଇଛି। ଜୁଲାଇରେ ପୁଣି ଥରେ ବୈଠକ କରି ଆଲୋଚନା କରାଯିବ ବୋଲି ଜିଲାପାଳ ସୂଚନା ଦେଇଛନ୍ତି। ବୈଠକରେ ଆଇଜରର ନିର୍ଦ୍ଦେଶକ ପ୍ରଫେସର କେ. ଭି ଆର୍‌ ଚାରୀ, ଅତିରିକ୍ତ ଜିଲାପାଳ (ରାଜସ୍ବ) ଲକ୍ଷ୍ମୀକାନ୍ତ ସେଠୀ, ଡେପୁଟି କଲେକ୍ଟର (ରାଜସ୍ବ) ଦିବ୍ୟଲୋଚନ ମହନ୍ତ, ରଙ୍ଗେଇଲୁଣ୍ଡା ଏବିଡିଓ ତ୍ରିପତି ବାଲାଜି, କନିଷି ତହସିଲଦାର ଅନିତା କୁମାରୀ ସାହୁ, ଡ. ରଜତ କୁମାର ପାଣିଗ୍ରାହୀ, ବ୍ରହ୍ମପୁର ଜନସ୍ବାସ୍ଥ୍ୟ ବିଭାଗର ନିର୍ବାହୀ ଯନ୍ତ୍ରୀ ସୀତାରାମ ପଣ୍ଡା, ଆଇଜରର ନିର୍ବାହୀଯନ୍ତ୍ରୀ ସଞ୍ଜୟ ମାଝି,ରାସ୍ତା ଓ କୋଠାବାଡି ବିଭାଗର ନିର୍ବାହୀଯନ୍ତ୍ରୀ ଲକ୍ଷ୍ମଣ ମୁର୍ମୁଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲର୍‌ଙ୍କ ଘର ବାହାରେ ବ୍ଲାଙ୍କ ଫାୟାରିଂ ଅଭିଯୋଗ

ଖଲ୍ଲିକୋଟ,୨୬।୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲରଙ୍କ ଘରେ ପଶି ମାର୍‌ପିଟ ସହ ବ୍ଲାଙ୍କ ଫାୟାରିଂ କରାଯାଇଥିବା ଅଭିଯୋଗ ହୋଇଛି। ଖବର ପାଇ...

ଜାତୀୟ ରାଜପଥ କଡ଼ରେ କୁଆଁ କୁଆଁ ଶବ୍ଦ: ନବଜାତ ଶିଶୁପୁତ୍ରକୁ ଛାଡ଼ି ମା’ ଫେରାର

ଛତ୍ରପୁର,୨୬।୪(ଦିଲ୍ଲୀପ ସାମଲ): ରାସ୍ତାକଡ଼ରେ ନବଜାତକକୁ ଛାଡ଼ି ମା’ ଫେରାର। ଛତ୍ରପୁରରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି। ଶୁକ୍ରବାର ରାତିରେ ଜାତୀୟ ରାଜପଥ କଡ଼ରେ ଶିଶୁପୁତ୍ରଟିଏ...

ଗଞ୍ଜେଇ ଚାଲାଣ କରୁଥିବା ଦୁଇ ମହିଳାଙ୍କୁ ୧୦ ବର୍ଷ ଜେଲ

ବ୍ରହ୍ମପୁର,୨୬।୪(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଅତିରିକ୍ତ ଜିଲା ଦୌରା ଜଜ(ଏଡିଜେ)- ୧ ଡ଼.ଇନ୍ଦୁ ଶର୍ମା ଶୁକ୍ରବାର ଏକ ଗଞ୍ଜେଇ ଚାଲାଣ ମାମଲାର ଚୂଡ଼ାନ୍ତ ରାୟ ପ୍ରକାଶ...

ସାନଖେମୁଣ୍ଡି ବିଧାନସଭା ପାଇଁ ନାମାଙ୍କନ ପତ୍ର ଦାଖଲ କଲେ ବିଜେଡି ପ୍ରାର୍ଥିନୀ ସୁଶ୍ରୀ

ଛତ୍ରପୁର ୨୬। ୪ (ଦିଲ୍ଲୀପ କୁମାର ସାମଲ) : ଗଞ୍ଜାମ ଜିଲାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ଆଜିଠାରୁ ନାମଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ...

ଭାଜପା ରାଜ୍ୟ ସମ୍ପାଦକ ଦଳ ଛାଡ଼ିଲେ, ଆଜି ବିଜେଡିରେ ମିଶିବେ

ଭଞ୍ଜନଗର/ସୋରଡ଼ା,୨୬।୪(ବାବୁଲା ପ୍ରଧାନ/ଲମ୍ବୋଦର ପାଣିଗ୍ରାହୀ): ଗଞ୍ଜାମ ଜିଲା ସୋରଡ଼ା ନିର୍ବାଚନ ମଣ୍ଡଳୀର ପୂର୍ବତନ ଭାଜପା ବିଧାୟକ ପ୍ରାର୍ଥୀ ତଥା ବର୍ତ୍ତମାନର ଭାଜପା ରାଜ୍ୟ କୃଷକ ମୋର୍ଚ୍ଚା ସମ୍ପାଦକ...

ଦିଗପହଣ୍ଡି ବିଧାନସଭା ପ୍ରାର୍ଥୀ ବଦଳାଇଲା କଂଗ୍ରେସ

ଭୁବନେଶ୍ୱର,୨୪ା୪: ଗଞ୍ଜାମ ଜିଲାର ଦିଗପହଣ୍ଡି ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ଭାବେ ବୁଧବାର ମଧ୍ୟାହ୍ନ ପ୍ରାୟ ୧୨ଟାରେ ନାମାଙ୍କନ ଦାଖଲ କରିଥିବା ଶ୍ରୀଧର ଦେବଙ୍କ ଟିକେଟ...

କାଳବୈଶାଖୀର ତାଣ୍ଡବ, ଭାଙ୍ଗିଲା ବିଜୁ ପଟ୍ଟନାୟକ ଇନ୍‌ଡୋର ଷ୍ଟାଡିୟମ

ପୁରୁଷୋତ୍ତମପୁର,୨୪ା୪(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ବୁଧବାର ଅପରାହ୍ନରେ କାଳବୈଶାଖୀ ତାଣ୍ଡବ ରଚିଛି। ମାତ୍ର ୧୦ ମିନିଟ୍‌ ମଧ୍ୟରେ ସହରକୁ ଛିନ୍‌ଭିନ୍‌ କରିପକାଇଛି। ବିଭିନ୍ନ ସ୍ଥାନରେ...

ନିଜ ନିର୍ବାଚନ ମଣ୍ଡଳୀରୁ ପ୍ରଚାର ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ

ହିଞ୍ଜିଳିକାଟୁ,୨୪ା୪(ଦ୍ୱିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବୁଧବାରଠାରୁ ନିଜ ନିଜାଚନ ମଣ୍ଡଳୀ ହିଞ୍ଜିଳିରୁ ୨୦୨୪ ନିର୍ବାଚନ ପ୍ରଚାରର ଶୁଭାରମ୍ଭ କରିଛନ୍ତି। ହିଞ୍ଜିଳିକାଟୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri