୨୦ କଲେଜ ପାଇଁ ନାହାନ୍ତି ଛାତ୍ରୀଛାତ୍ର

ବ୍ରହ୍ମପୁର ଅଫିସ୍‌,୧୫ା୭-ଚଳିତବର୍ଷର ଯୁକ୍ତ ୨ ନାମଲେଖା ଚାଲୁ ରହିଛି। ପ୍ରଥମ ପର୍ଯ୍ୟାୟ ନାମଲେଖା ସରିଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟ ପାଇଁ ଶନିବାର କଟ୍‌ଅଫ୍‌ ମାର୍କ ପ୍ରକାଶ ପାଇବା ସହ ଯୋଗ୍ୟ ଛାତ୍ରୀଛାତ୍ରଙ୍କ ତାଲିକା ମଧ୍ୟ ପ୍ରକାଶ ପାଇଛି। ସୋମବାରଠାରୁ ବୁଧବାର ପର୍ଯ୍ୟନ୍ତ ଛାତ୍ରୀଛାତ୍ରମାନେ ନାମ ଲେଖାଇବେ। ପ୍ରଥମ ପର୍ଯ୍ୟାୟ ନାମଲେଖା ପରେ ଗଞ୍ଜାମ ଜିଲାରେ ଆହୁରି ୧୫ହଜାର ୭୧୩ ସିଟ୍‌ ଖାଲି ପଡ଼ିଛି। ଏହାକୁ ନେଇ କଲେଜ କର୍ତ୍ତୃପକ୍ଷ ଚିନ୍ତାରେ ପଡ଼ିଛନ୍ତି କଲେଜ ସଂଖ୍ୟା ବଢ଼ୁଥିବା ବେଳେ ଛାତ୍ରୀଛାତ୍ରଙ୍କ ସଂଖ୍ୟା କମୁଛି। ଏପରିକି ଜିଲାରେ ୨୦ କଲେଜରେ ଦ୍ୱିତୀୟ ପର୍ଯ୍ୟାୟରେ ନାମ ଲେଖାଇବା ପାଇଁ କେହି ଜଣେ ହେଲେ ଛାତ୍ରୀଛାତ୍ର ନାହାନ୍ତି, ଯାହା କଲେଜ କର୍ତ୍ତୃପକ୍ଷଙ୍କ ମୁଣ୍ଡବଥା ବଢ଼ାଇ ଦେଇଛି।
ଜିଲାର ୧୩୧ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ(କଲେଜ) ପାଇଁ ଚଳିତ ବର୍ଷ ନାମଲେଖା ଚାଲିଛି।
ଏସବୁ କଲେଜଗୁଡ଼ିକରେ ମୋଟ ୪୨ହଜାର ୬୯୦ ସିଟ୍‌ ରହିଛି। ପ୍ରଥମ ପର୍ଯ୍ୟାୟରେ ୨୬ହଜାର ୯୭୭ ସିଟ୍‌ ପୂରଣ ହୋଇଛି। କଳାରେ ୧୯ହଜାର ୭୭୭ ସିଟ୍‌ ଥିବା ବେଳେ ୧୬ହଜାର ୩୪୧ ପୂରଣ ହୋଇଛି। ୩ହଜାର ୪୩୬ ସିଟ୍‌ ଖାଲି ପଡ଼ିଛି। ବିଜ୍ଞାନରେ ୧୬ହଜାର ୯୨୯ ସିଟ୍‌ ଥିବା ବେଳେ ୮ହଜାର ୨୧୭ ସିଟ୍‌ ପୂରଣ ହୋଇଛି।
୮ହଜାର ୭୧୨ ସିଟ୍‌ ଖାଲି ପଡ଼ିଛି।
ବାଣିଜ୍ୟରେ ୫ହଜାର ୧୮୪ ସିଟ୍‌ରୁ ୨ହଜାର ୯୨ ସିଟ୍‌ ପୂରଣ ଏବଂ ୩ହଜାର ୯୨ ସିଟ୍‌ ଖାଲି ପଡ଼ିଛି। ସଂସ୍କୃତରେ ୩୨୦ ସିଟ୍‌ରୁ ୧୬୭ ପୂରଣ ଏବଂ ୧୫୩ ସିଟ୍‌ ଖାଲିପଡ଼ିଛି।
ଧନ୍ଦାମୂଳକ ଶିକ୍ଷାରେ ୪୮୦ ସିଟ୍‌ରୁ ୧୬୦ ପୂରଣ ଏବଂ ୩୨୦ ସିଟ୍‌ ଖାଲିପଡ଼ିଛି। ତେବେ ଖାଲି ପଡ଼ିଥିବା ସିଟ୍‌ଗୁଡ଼ିକ ପାଇଁ ଶନିବାର ଦ୍ୱିତୀୟ ପର୍ଯ୍ୟାୟ ଯୋଗ୍ୟ ଛାତ୍ରୀଛାତ୍ରଙ୍କ ତାଲିକା ପ୍ରକାଶ ପାଇଛି। ତେବେ ଅନେକ କଲେଜର ମେଧା ତାଲିକା ପ୍ରକାଶ ପାଇ ନ ଥିବା ଦେଖାଯାଇଛି। କାରଣ ଦ୍ୱିତୀୟ ପର୍ଯ୍ୟାୟରେ ସଂପୃକ୍ତ କଲେଜଗୁଡ଼ିକରେ ନାମ ଲେଖାଇବା ପାଇଁ କେହି ଜଣେ ହେଲେ ଛାତ୍ରୀଛାତ୍ର ନାହାନ୍ତି। ଯେତିକି ଛାତ୍ରୀଛାତ୍ର ନାମ ଲେଖାଇବା ପାଇଁ ଅନ୍‌ଲାଇନ୍‌ରେ ଆବେଦନ କରିଥିଲେ, ପ୍ରଥମ ପର୍ଯ୍ୟାୟରେ ସେମାନେ ନାମ ଲେଖାଇବା ପରେ ଦ୍ୱିତୀୟ ପର୍ଯ୍ୟାୟ ପାଇଁ ଆଉ କେହି ନାହାନ୍ତି। ମୋଟ୍‌ ସିଟ୍‌ ଠାରୁ ଆବେଦନକାରୀଙ୍କ ସଂଖ୍ୟା ଢ଼େର୍‌ କମ୍‌ ଥିବା ଯୋଗୁ ଏଭଳି ସ୍ଥିତି ଦେଖାଦେଇଛି। ବହୁତ ସିଟ୍‌ ଖାଲି ପଡ଼ିଛି।
ଉଦାହରଣ ସ୍ବରୂପ ଆସିକା ବିଜ୍ଞାନ କଲେଜ। ଏହି କଲେଜରେ ଯୁକ୍ତ ୨ ବିଜ୍ଞାନ ବିଭାଗରେ ରହିଛି ୨୫୬ ସିଟ୍‌।
ପ୍ରଥମ ପର୍ଯ୍ୟାୟରେ ୯୯ଜଣ ନାମ ଲେଖାଇଛନ୍ତି। ଆହୁରି ୧୫୭ ସିଟ୍‌ ଖାଲି ପଡ଼ିଛି। କିନ୍ତୁ ଦ୍ୱିତୀୟ ପର୍ଯ୍ୟାୟରେ ନାମ ଲେଖାଇବା ପାଇଁ ଆଉ କେହି ଆବେଦନକାରୀ ଛାତ୍ରୀଛାତ୍ର ନାହାନ୍ତି।
ଜିଲାରେ ଏଭଳି ୨୦ କଲେଜ ଅଛି, ଯେଉଁ କଲେଜଗୁଡ଼ିକରେ ନାମ ଲେଖାଇବା ପାଇଁ ଏବେ ଜଣେ ହେଲେ ଆବେଦନକାରୀ ନାହାନ୍ତି। ସେହିପରି ୮୫ କଲେଜରେ କଳା ବିଷୟ ରହିଛି।
ହେଲେ ୧୧ କଲେଜରେ କଳା ବିଷୟରେ ନାମ ଲେଖାଇବା ପାଇଁ କେହି ଛାତ୍ରୀଛାତ୍ର ନାହାନ୍ତି। ୯୨ କଲେଜରେ ବିଜ୍ଞାନ ବିଷୟ ରହିଛି। ଏଥିରୁ ୩୯ କଲେଜରେ ବିଜ୍ଞାନରେ ନାମଲେଖାଇବା ପାଇଁ କେହି ଛାତ୍ରୀଛାତ୍ର ନାହାନ୍ତି। ୩୫ କଲେଜରେ ବାଣିଜ୍ୟ ବିଷୟ ରହିଛି।
ସେଥିରୁ ୨୧ କଲେଜରେ ବାଣିଜ୍ୟରେ ନାମ ଲେଖାଇବା ପାଇଁ କେହି ଛାତ୍ରୀଛାତ୍ର ନାହାନ୍ତି।
ପର୍ଯ୍ୟାୟରେ ଅଳ୍ପ କେତେକ ସିଟ୍‌ ପୂରଣ ହୋଇଥିବା ବେଳେ ଏସବୁ କଲେଜଗୁଡ଼ିକରେ ବହୁତ ସିଟ୍‌ ଖାଲି ପଡ଼ିଛି। ଏଥିରେ ଅଧିକାଂଶ ଘରୋଇ କଲେଜ ରହିଛି।
ବହୁ ଟଙ୍କା ଖର୍ଚ୍ଚ କରି କଲେଜ ଖୋଲିବା ପରେ କେହି ଛାତ୍ରୀଛାତ୍ର ପାଠ ପଢ଼ିବା ପାଇଁ ଆଗ୍ରହ ପ୍ରକାଶ ନ କରିବା, କଲେଜଗୁଡ଼ିକରେ ଶିକ୍ଷାଦାନ ବ୍ୟବସ୍ଥାକୁ ପଦାରେ ପକାଉଛି ବୋଲି ସାଧାରଣରେ ଆଲୋଚନା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଘରପଟ୍ଟା ପାଇଁ ତହସିଲଦାରଙ୍କ ଦ୍ୱାରସ୍ଥ ହେଲେ ବଳଦିଆଡ଼ିହ ଗ୍ରାମବାସୀ

ଗଞ୍ଜାମ,୨୧ା୮(ବିଦ୍ୟାଧର ସାହୁ): ଗଞ୍ଚାମ ବ୍ଲକ୍‌ ହୁମା ପଞ୍ଚାୟତ ଅନ୍ତର୍ଗତ ବଳଦିଆଡ଼ିହ ଗ୍ରାମର ଗ୍ରାମବାସୀମାନେ ହୁମା ପଞ୍ଚାୟତର ସମିତି ସଭ୍ୟ ଧ୍ରୁବ ଚରଣ ସାହୁଙ୍କ ନେତୃତ୍ୱରେ ଗଞ୍ଜାମ ତହସିଲଦାର…

ପ୍ରଧାନ ଶିକ୍ଷକଙ୍କ ବାଇକରେ ଥିବା ମଦ ବୋତଲ ଭାଇରାଲ: ପ୍ରଧନଶିକ୍ଷକ ନିଲମ୍ବିତ

ପାତ୍ରପୁର,୨୧ା୮(ଉମା ଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ତୁରୁବୁଡି ପଞ୍ଚାୟତ ନୂଆଗଡ଼ ପ୍ରାଥମିକ ବିଦ୍ୟାଳୟ ଛାତ୍ରୀଛାତ୍ରଙ୍କୁ ଗତ ଦୁଇ ଦିନ ହେଲା ମଧ୍ୟାହ୍ନ ଭୋଜନ ମିଳୁ…

ଗ୍ରାମ୍ୟ ରାସ୍ତା ମରାମତି ପାଇଁ ସରପଞ୍ଚଙ୍କ ଦାବି: ଜିଲାପାଳଙ୍କୁ ସ୍ମାରକପତ୍ର 

ଦିଗପହଣ୍ଡି,୨୧|୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ କଇଠଖଣ୍ଡି ପଞ୍ଚାୟତ ସରପଞ୍ଚ ମନୋରଞ୍ଜନ ଗୌଡ଼ କଇଠଖଣ୍ଡି ଏବଂ ବୋରିପଦର ଗ୍ରାମ ଖାଲଖମା ରାସ୍ତା ଗୁଡ଼ିକୁ ତୁରନ୍ତ…

ତପ୍ତପାଣି ରେ ମା ‘ କନ୍ଧୁଣୀ ଦେବୀ ଙ୍କୁ ଦର୍ଶନ କଲେ ବିଧାନସଭା ଗୃହ କମିଟି

ଦିଗପହଣ୍ଡି,୨୧|୮(ଅଶେଷ ନାଥ ମିଶ୍ର): ରାଜ୍ୟ ବିଧାନସଭା ଗୃହ କମିଟି(ଉପସ୍ଥାପନ) ବ୍ରହ୍ମପୁର ଠାରୁ ଭାୟା ଦିଗପହଣ୍ଡି ଦେଇ ଶୁକ୍ରବାର ପୂର୍ବାହ୍ନ ପ୍ରାୟ ୧୧ ଟାରେ ଗଞ୍ଜାମ – ଗଜପତି…

କେସିଙ୍ଗା ପଞ୍ଚାୟତ ସମିତିରେ ପାନୀୟଜଳବିଦ୍ୟୁତ ଉପରେ ଗୁରୁତ୍ୱ

କେସିଙ୍ଗା, ୨୧।୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ପଞ୍ଚାୟତ ସମିତିର ୧୧ତମ ସାଧାରଣ ବୈଠକ ଅଧ୍ୟକ୍ଷ ଚନ୍ଦନ କୁମାର ସେନାପତିଙ୍କ ସଭାପତିତ୍ୱରେ ବ୍ଲକ କାର୍ଯ୍ୟାଳୟ ସଭାଗୃହରେ…

ନୂତନ ପରିବା ବଜାର କମ୍ପ୍ଲେକ୍ସକୁ ସ୍ଥାନାନ୍ତର ପାଇଁ ତତ୍ପର ପୌରପରିଷଦ

ଛତ୍ରପୁର, ୨୧/୮ (ଦିଲ୍ଲୀପ ସାମଲ/ଦ୍ୱାରକା ପଟ୍ଟନାୟକ): ଜନସାଧାରଣଙ୍କ ସୁବିଧା ପାଇଁ ଗଞ୍ଜାମ ଜିଲା ଛତ୍ରପୁର ପୌରପରିଷଦ ପକ୍ଷରୁ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ନିକଟରେ ନବନିର୍ମିତ ପରିବା…

ଚାଷୀ ପଞ୍ଜୀକରଣ ସରଳୀକରଣ ଓ ସମୟସୀମା ଅବଧି ବୃଦ୍ଧି ନେଇ ଆନ୍ଦୋଳନ

ଗଞ୍ଜାମ,୨୧ା୮(ବିଦ୍ୟାଧର ସାହୁ): ଅଖିଳ ଭାରତ କୃଷକ ସଭା ଅନୁବନ୍ଧିତ ଓଡ଼ିଶା କୃଷକ ସଭା ଗଞ୍ଜାମ ଜିଲା କମିଟି ପକ୍ଷରୁ ଚାଷୀଙ୍କ ବିଭିନ୍ନ ସମସ୍ୟା ନେଇ ବିକ୍ଷୋଭ ପ୍ରଦର୍ଶନ…

ଏନସିସି ନାଭାଲ ୱିଙ୍ଗ କ୍ୟାଡେଟ ଚୟନ ଶିବିର: ଯୋଗ୍ୟ ଛାତ୍ରୀଛାତ୍ର ଚୟନ

ଭଞ୍ଜନଗର,୨୧।୮(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ଶୁକ୍ରବାର ଏନସିସି ନାଭାଲ ୱିଙ୍ଗର କ୍ୟାଡେଟ ଚୟନ ଶିବିର ଅନୁଷ୍ଠିତ ହୋଇଯାଇଛି। ଶିବିରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri