୧୫ ପ୍ରକାର ଜଡିବୁଟିରେ ପ୍ରସ୍ତୁତ ‘ଇମ୍ୟୁନିଟି ସନ୍ଦେଶ’: ଲଢିବ କରୋନା ସହ !

କୋଲକାତା,୯।୬: କରୋନା ଭାଇରସ ସଂକ୍ରମଣ ଦେଶରେ ଦ୍ରୁତ ଗତିରେ ବଢି ଚାଲିଥିବା ବେଳେ ଏପର୍ଯ୍ୟନ୍ତ ଏହାର କୌଣସି ଭ୍ୟାକ୍ସିନ ମଧ୍ୟ ଆସିପାରି ନାହିଁ। ଆମେରିକା ଭଳି ବିକାଶଶୀଳ ଦେଶ ମଧ୍ୟ କରୋନା ଆଗରେ ଏକ ପ୍ରକାର ହାର ମାନିଛି କହିଲେ ଚଳେ। ତେବେ କରୋନା ସହ ଲଢିବାକୁ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାକୁ ଅନେକେ ପରାମର୍ଶ ଦେଉଛନ୍ତି। ଇତି ମଧ୍ୟରେ କୋଲକାତାର ଏକ ମିଠା ଦୋକାନୀ ୧୫ ପ୍ରକାର ଜଡିବୁଟିର ମିଶ୍ରଣରୁ ଏକ ମିଠା ପ୍ରସ୍ତୁତ କରିଛନ୍ତି। ଆଉ ଏହାକୁ ନେଇ ସେ ଦାବି କରିଛନ୍ତି ଏହାକୁ ଖାଇଲେ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇବ। ଏହାକୁ କିଛିଦିନ ଖାଇବା ପରେ ଏହା କରୋନା ଭଳି ଭାଇରସ ସହ ଲଢିବାକୁ ଶରୀରର ରୋଗ ପ୍ରତିରୋଧକ କ୍ଷମତା ବୃଦ୍ଧି କରିବ। ପଶ୍ଚିମବଙ୍ଗର ବହୁ ପୁରୁଣା ତଥା ପ୍ରସିଦ୍ଧ ମିଠା ବ୍ୟବସାୟୀ ବାଲାରାମ ଓ ରାଧାରମଣ ମୁଲ୍ଲିକ କହିଛନ୍ତି ୧୫ ପ୍ରକାର ଜଟିବୁଟିକୁ ନେଇ ତିଆରି ହୋଇଥିବା ଏହି ମିଠାର ନାମ ସେ (ଇମ୍ୟୁନିଟି ସନ୍ଦେଶ) ରଖିଛନ୍ତି। ଦୋକାନ ମାଲିକ କହିଛନ୍ତି ଉକ୍ତ ମିଠାରେ ତୁଳସୀ, ହଳଦୀ, ଛୋଟ ଗୁଜରାତି, ଜଷ୍ଟିମଧୁ, ଜାଇଫଳ, ଅଦା, ପିପଳି, ଗୋଲ ମରିଚ, ତେଜପତ୍ର ଆଦି ମିଶ୍ରଣ କରାଯାଇଛି। ଏହାପରେ ଏଥିରେ ଛେନା ଓ ଡ୍ରାଏ ଫ୍ରୁଟ୍ସ ମିଶାଇ ମିଠା ପ୍ରସ୍ତୁତ କରାଯାଇଛି ବୋଲି ଉକ୍ତ ବ୍ୟବସାୟୀ କହିଛନ୍ତି। ଏଥିରେ ଗୁଡ ଅବା ଚିନି ସ୍ଥାନରେ ହିମାଳୟ ମହୁ ବ୍ୟବହାର କରାଯାଇଛି କାରଣ ଏଥିରେ ଔଷଧିୟ ଗୁଣ ନଷ୍ଟ ହେବନାହିଁ ବୋଲି କୁହାଯାଇଛି। ମିଠା ବ୍ୟବସାୟୀ କହିଛନ୍ତି କରୋନା ସଂକ୍ରମଣ ସମୟରେ ଏହି ମିଠାଦ୍ୱାରା ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇପାରିବ। ଏହି ଖବର ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

କନ୍ୟା ଆସିଲେନି, ଫେରିଲେ ୪୨ ବର, ପୂରା ଘଟଣା ଜାଣିଲେ…

ଭୋପାଳ,୨୭ା୫: ବିବାହର ସ୍ବପ୍ନ ଦେଖାଇ ୪୨ଜଣ ଯୁବକଙ୍କଠାରୁ ଟଙ୍କା ଆଦାୟ କଲେ। ଏପରି କି ବିବାହ ପାଇଁ ଦିନ ଏବଂ ସ୍ଥାନ ଧାର୍ଯ୍ୟ କରି ଡକାଇଲେ। ସେହି…

OAS ପରୀକ୍ଷାରେ ବରଗଡ଼ ପୁଅଙ୍କ ବାଜିମାତ୍: ଅଧ୍ୟାପକଙ୍କ ପୁଅ ରାଜ୍ୟରେ ୩ୟ, ମନ୍ଦିର ସେବକଙ୍କ ପୁଅ…

ବରଗଡ଼,୨୬।୫(ପ୍ରେମାନନ୍ଦ ଖମାରୀ)- ଓଡ଼ିଶା ଲୋକସେବା ଆୟୋଗ(ଓପିଏସି) ପରିଚାଳିତ ଓଡ଼ିଶା ପ୍ରଶାସନିକ ସେବା(ଓଏଏସ୍‌)ରେ ବରଗଡ଼ ଜିଲାର ୨ ଜଣ ସଫଳତା ଅର୍ଜନ କରିଛନ୍ତି। ବରଗଡ଼ କଲେଜ ରୋଡ୍‌ ବାସିନ୍ଦା…

ସାବଧାନ! ଜୁନ୍ ୩୦ e-KYC ର ଶେଷ ତାରିଖ, ନିୟମ ନମାନିଲେ ଆସିବନି ଗ୍ୟାସ୍‌ ସିଲିଣ୍ଡର…

ନୂଆଦିଲ୍ଲୀ,୨୬।୫: ଯଦି ଆପଣ ଗ୍ୟାସ ସିଲିଣ୍ଡର ବ୍ୟବହାର କରୁଛନ୍ତି, ତେବେ ଏହି ଖବରଟି ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ, ଗ୍ୟାସ ସିଲିଣ୍ଡର ଯୋଗାଣରେ…

ଟ୍ରେନ୍ ଯାତ୍ରୀଙ୍କ ପାଇଁ ବଡ଼ ଖବର: ତତ୍କାଳ ଟିକେଟ୍ ପାଇଁ ଆସିଲା ନୂଆ ‘ଟୋକନ ନିୟମ’

ନୂଆଦିଲ୍ଲୀ,୨୬।୫: ରେଳଯାତ୍ରୀମାନଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର। ତତ୍କାଳ ଟିକେଟ୍ କାଉଣ୍ଟରରେ ହେଉଥିବା ପ୍ରବଳ ଭିଡ଼ ଅନିୟମିତତାକୁ ରୋକିବା ପାଇଁ ଭାରତୀୟ ରେଳବାଇ ଏକ ବଡ଼ ପଦକ୍ଷେପ…

ଇଞ୍ଜିନିୟରରୁ OAS ଅଫିସର: ୯୮ ର଼୍ୟାଙ୍କ ରଖି ଗଞ୍ଜାମର ଗୌରବ ବଢ଼ାଇଲେ ଖଗେଶ୍ୱର, ଛୁଟୁଛି ଶୁଭେଚ୍ଛାର ସୁଅ

ଗଞ୍ଜାମ, ୨୬।୫ (ବିଦ୍ୟାଧର ସାହୁ): ଓଡ଼ିଶା ପ୍ରଶାସନିକ ସେବା (OAS) ପରୀକ୍ଷାରେ ପୁଣି ଚମକିଛନ୍ତି ଗଞ୍ଜାମ ଜିଲାର ପୁଅ। ଓଡ଼ିଶା ଲୋକସେବା ଆୟୋଗ (OPSC) ଦ୍ବାରା ପ୍ରକାଶିତ…

ଡିଏସ୍‌ପିରୁ OAS ଟପ୍ପର, ବୁବୁନ୍‌ଙ୍କ ସଫଳତାକୁ ନେଇ ଆନନ୍ଦପୁରରେ ଖୁସିର ଲହରୀ, ଯୁବପିଢ଼ୀଙ୍କ ପାଇଁ ସାଜିଲେ ପ୍ରେରଣା

ବଞ୍ଚୋ/ଆନନ୍ଦପୁର , ୨୬।୫(ପ୍ରଦୋଷ କୁମାର ବିଶ୍ୱାଳ/ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ପାଇଁ ଆସିଛି ଏକ ବଡ଼ ଗୌରବର ଖବର। ଓଡ଼ିଶା ଲୋକସେବା ଆୟୋଗ…

ଏଲପିଜି ସିଲିଣ୍ଡରକୁ ବାଏ-ବାଏ; ଏବେ ପାଣିରେ ଜଳିବ ରୋଷେଇ ଚୁଲି! ନୀତିନ ଗଡ଼କରୀଙ୍କ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୬।୫: ଦେଶରେ ମହଙ୍ଗା ମାଡ଼ରେ ଅତିଷ୍ଠ ହେଉଥିବା ସାଧାରଣ ଗ୍ରାହକ ଏବଂ ଗୃହିଣୀମାନଙ୍କ ପାଇଁ ଏକ ବଡ଼  ଖବର ସାମ୍ନାକୁ ଆସିଛି। ବଜାରରେ ଉପଲବ୍ଧ କମର୍ଶିଆଲ୍ ତଥା…

ସାହାଯ୍ୟ ମାଗିବା ବାହାନାରେ ଶିକ୍ଷକଙ୍କଠାରୁ ବାଇକ୍‌ ନେଇ ଚମ୍ପଟ ମାରିଲେ ଦୁର୍ବୃତ୍ତ, ଢ଼ାବା ଆଗରେ…

ଗଞ୍ଜାମ, ୨୬।୫ (ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ଛତ୍ରପୁର ଅଞ୍ଚଳରେ ଏକ ଚମକାଇ ଦେଲା ଭଳି ବାଇକ ଚୋରି ଘଟଣା ସାମ୍ନାକୁ ଆସିଛି। ଜଣେ ଦୁର୍ବୃତ୍ତ ସାହାଯ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri