ଛତ୍ରପୁର,୩ା୭(ଡି.ଏନ.ଏ.)-ଗଞ୍ଜାମ ଜିଲାର ୧ ଲକ୍ଷ ଚାଷୀଙ୍କୁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ବୀମା ସହାୟତା ମିଳି ନ ଥିବା ଜଣାପଡିଛି। ଏହି ଯୋଜନାରେ ପ୍ରିମିୟମ ଦେଇ ବୀମା କରିଥିବା ଚାଷୀମାନେ ନିରାଶ ହୋଇଛନ୍ତି। ଜିଲାର ବିଭିନ୍ନ ଚାଷୀ ସଙ୍ଗଠନ ଏଥିପାଇଁ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଫସଲ ବୀମା ବାବଦ ସହାୟତା ପାଇ ନ ଥିବା ଚାଷୀମାନେ ଏବେ ଜିଲାପାଳ, ବିଡିଓ, କୃଷି ଓ ସମବାୟ ଅଧିକାରୀଙ୍କ ନିକଟକୁ ଯାଇ ଅଭିଯୋଗ କରୁଛନ୍ତି। ଏହାକୁ ନେଇ ପ୍ରଶାସନର ମଧ୍ୟ ମୁଣ୍ଡବ୍ୟଥା ବଢିଯାଇଛି। ଗତବର୍ଷ ଜିଲାରେ ବନ୍ୟା, ବାତ୍ୟାରେ ବ୍ୟାପକ ଧାନ ଫସଲ କ୍ଷତି ହୋଇଥିଲା। ଯେଉଁ ଚାଷୀ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ପ୍ରିମିୟମ ଦେଇ ବୀମା ଭୁକ୍ତ ହୋଇଥିଲେ ସେମାନଙ୍କୁ ସହାୟତା ମିଳିବା କଥା ା ମାତ୍ର ବିଭିନ୍ନ ନିୟମ ଆଳ ଦେଖାଇ ବୀମା କମ୍ପାନୀ ଜିଲାର ପାଖାପାଖି ୧ ଲକ୍ଷ ଚାଷୀଙ୍କୁ ସହାୟତା ଦେଇନାହାନ୍ତି। ଏହା ପ୍ରତିବାଦରେ ଚାଷୀ ସଙ୍ଗଠନଗୁଡିକ ଆନ୍ଦୋଳନ ପାଇଁ ସଜବାଜ ହେଲେଣି ା ଗତବର୍ଷ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ଚାଷୀମାନଙ୍କ ଫସଲ ବୀମା କରିବା ପାଇଁ ରୟାଲ ସୁନ୍ଦରମ ବୀମା କମ୍ପାନୀକୁ ଦାୟିତ୍ୱ ଦିଆଯାଇଥିଲା ା ବୀମା ସହାୟତା ପାଇ ନ ଥିବାରୁ ଦୈନିକ ବହୁ ଚାଷୀ ଅଭିଯୋଗ ଜଣାଇବାକୁ ଆସୁଥିବାରୁ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଉକ୍ତ ବୀମା କମ୍ପାନୀକୁ ଚିଠି କରିଛନ୍ତି। ଜିଲାପାଳଙ୍କ ଅଫିସରେ ଏକ ପ୍ରକୋଷ୍ଠ ଦିଆଯିବ ଏବଂ ସେଠାରେ ବୀମା କମ୍ପାନୀର ଅଧିକାରୀ ପୂର୍ବାହ୍ନ ୧୦ ଟାରୁ ଅପରାହ୍ନ ୫ ଟା ପର୍ଯ୍ୟନ୍ତ ବସିବେ। ଚାଷୀମାନଙ୍କୁ କ’ଣ ପାଇଁ ବୀମା ବାବଦ ସହାୟତା ମିଳିନି ସେ ସମ୍ପର୍କରେ କମ୍ପାନୀ କର୍ତ୍ତୃପକ୍ଷ ସେମାନଙ୍କୁ ଜଣାଇବେ ବୋଲି ଜିଲାପାଳ ଉକ୍ତ ଚିଠିରେ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପକ୍ଷରେ ୭ ବର୍ଷର ଫସଲ, ୨ ବର୍ଷର ପ୍ରାକୃତିକ ବିପର୍ଯ୍ୟୟ ଏବଂ ଅମଳକୁ ଆଧାର କରି ବୀମା ବାବଦରେ ଚାଷୀଙ୍କୁ ସହାୟତା ଦିଆଯାଇଥାଏ ବୋଲି ବୀମା କମ୍ପାନୀ ପକ୍ଷରୁ ପ୍ରଶାସନକୁ ଅବଗତ କରାଯାଇଛି ା
ସୂଚନାଯୋଗ୍ୟ, ୨୦୧୮ରେ ଖରିଫ ଫସଲ ପାଇଁ ଜିଲାର ୧ ଲକ୍ଷ ୫୩ ହଜାର ୧୯୪ ଚାଷୀ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ବୀମା କରିଥିଲେ ା ପ୍ରତି ହେକ୍ଟର ଫସଲ ପିଛା ୧୧୮୦ ଟଙ୍କା ପ୍ରିମିୟମ ଦେଇଥିଲେ ା ବଳକା ପ୍ରିମିୟମ ସରକାର ଦେଇଥିଲେ ା ଏଥିମଧ୍ୟରୁ ମାତ୍ର ୫୪ହଜାର ୬୧ ଜଣ ଚାଷୀଙ୍କୁ ବୀମା ବାବଦରେ କ୍ଷତିପୂରଣ ପ୍ରଦାନ ପାଇଁ ବୀମା କମ୍ପାନୀ ଚିହ୍ନଟ କରିଥିଲା ା ସେମାନଙ୍କ ମଧ୍ୟରୁ ଅନେକଙ୍କୁ ଏ ପର୍ଯ୍ୟନ୍ତ ବି ସହାୟତା ମିଳିନି ା ତୁରନ୍ତ ଚାଷୀଙ୍କୁ ବୀମା ବାବଦରେ ସହାୟତା ଦେବାକୁ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ା
ଜୁଆଆଡ୍ଡା ଭାଗବଣ୍ଟାକୁ ନେଇ ମହାଭାରତ: ଗୋଷ୍ଠୀ ସଂଘର୍ଷ, ମନ୍ଦିର ହୁଣ୍ଡି ଓ ସ୍କୁଟି ଛଡ଼ାଇ ନେଲେ ଦୁର୍ବୃତ୍ତ
ଦିଗପହଣ୍ଡି,୬।୧୦(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି.ତୁରୁବୁଡ଼ି ପଞ୍ଚାୟତ କାଣ୍ଡସର ଗ୍ରାମ ନିକଟରେ ଚାଲିଥିବା ବେଆଇନ ଜୁଆଆଡ୍ଡା ପରିଚାଳନାକୁ ନେଇ ଦୁଇ ଗୋଷ୍ଠୀ…
ପରକୀୟା ପ୍ରୀତିରୁ ମହାଭାରତ: ୨ ପରିବାର ମଧ୍ୟରେ ଖଣ୍ଡଯୁଦ୍ଧ, ୬ ଆହତ; ୫ ଗିରଫ ହୋଇ ଜେଲ୍ରେ
ଦିଗପହଣ୍ଡି/ଚିକିଟି,୬|୧୦(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟି ବ୍ଲକ ରାମଚନ୍ଦ୍ରପୁର ଗ୍ରାମରେ ପାରିବାରିକ ହିଂସାକୁ ନେଇ ଦୁଇ ପରିବାର ମଧ୍ୟରେ ଘଟିଛି ରକ୍ତାକ୍ତ…
ତପ୍ତପାଣି ଜଙ୍ଗଲରେ ପ୍ରେମର କରୁଣ ଅନ୍ତ: କୀଟନାଶକ ପିଇ ଆତ୍ମହତ୍ୟା କଲେ ପ୍ରେମୀଯୁଗଳ,କାନ୍ଦବୋବାଳିରେ ଫାଟି ପଡ଼ୁଛି…
ଦିଗପହଣ୍ଡି,୬।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ-ଗଜପତି ସୀମାନ୍ତ ସାନଖେମୁଣ୍ଡି ବ୍ଲକର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ତପ୍ତପାଣି ଜଙ୍ଗଲ ନିକଟସ୍ଥ ପାଳୁଖଳା ଗ୍ରାମ ନିକଟରେ ମଙ୍ଗଳବାର ଏକ ହୃଦୟବିଦାରକ ଘଟଣା…
ରାସ୍ତା କାମ ବିଳମ୍ବକୁ ନେଇ ବଣିକ ସଂଘର ଅସନ୍ତୋଷ
ପାତ୍ରପୁର, ୬/୧୦ (ଉମା ଚରଣ ନେପାକ): ପାତ୍ରପୁର ଏନ୍ଏସି ଅନ୍ତର୍ଗତ ତଳ ବସଷ୍ଟାଣ୍ଡ ଛକରେ ରାସ୍ତା ନିର୍ମାଣ କାର୍ଯ୍ୟରେ ବିଳମ୍ବକୁ ନେଇ ମା’ ଦୁର୍ଗାଦେବୀ ବଣିକ ସଂଘ…
ଧରିତ୍ରୀ ପ୍ରଭାବ: ମୁକୁଳା ଡ୍ରେନରେ ପଡ଼ିଲା କଭର ପ୍ଲେଟ୍
ଗଞ୍ଜାମ, ୬/୧୦ (ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ସମ୍ମୁଖରେ ଥିବା ମୁକୁଳା ଡ୍ରେନରେ ଗତକାଲି ବିଳମ୍ବିତ ରାତିରେ ଗୋଟିଏ ଗାଈ ଗଳି ପଡ଼ିଥିଲା। ଖବର ପାଇ ଛତ୍ରପୁର…
ଛାତ୍ର ସଂସଦ ନିର୍ବାଚନ: ଅଣଛାତ୍ରଙ୍କ ପ୍ରବେଶ ଉପରେ ନଜର
ବ୍ରହ୍ମପୁର,୬ା୧୦(ସୁବାସ ଚନ୍ଦ୍ର ପାଢ଼ୀ): ଛାତ୍ର ସଂସଦ ନିର୍ବାଚନ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସୋମବାର ଘୋଷଣା କରାଯିବା ପରେ ମହାବିଦ୍ୟାଳୟ ଓ ବିଶ୍ୱ ବିଦ୍ୟାଳୟଗୁଡ଼ିକରେ ରାଜନୈତିକ ମାହୋଲ…
ଛାତ୍ର ସଂସଦ ନିର୍ବାଚନ ପାଇଁ ବାଜିଲା ବିଗୁଲ: ଚଳଚଞ୍ଚଳ ଗଞ୍ଜାମ ମହାବିଦ୍ୟାଳୟ, ୮ ବର୍ଷ ପରେ ଫେରିବ କ୍ୟାମ୍ପସ ରାଜନୀତି
ଗଞ୍ଜାମ, ୬।୧୦ (ବିଦ୍ୟାଧର ସାହୁ): ଦୀର୍ଘ ୮ ବର୍ଷର ବ୍ୟବଧାନ ପରେ ରାଜ୍ୟରେ ପୁଣି ଛାତ୍ର ସଂସଦ ନିର୍ବାଚନ ହେବାକୁ ଯାଉଥିବାରୁ ଗଞ୍ଜାମ ମହାବିଦ୍ୟାଳୟ ପରିସର ଚଳଚଞ୍ଚଳ…
ମୁକୁଳା ଡ୍ରେନ୍ରେ ପଡ଼ିଛି ଗାଈ
ଗଞ୍ଜାମ, ୬ ।୧୦ (ବିଦ୍ୟାଧର ସାହୁ): ବିଳମ୍ବିତ ରାତିରେ ଗଞ୍ଜାମ ବ୍ଲକ ସମ୍ମୁଖରେ ଥିବା ଏକ ମୁକୁଳା ଡ୍ରେନରେ ଗୋଟିଏ ଗାଈ ଗଳି ପଡ଼ିଥିଲା। ରାସ୍ତା ଦେଇ…

