ହାତୀବନ୍ଧାରେ ‘ମୋ ଗାଁରେ ତହସିଲ’ କାଯ୍‌କରମ

ସିନାପାଲି, ୩।୧ (ଡି.ଏନ୍‌.ଏ.)-
ନୂଆପଡ଼ା ଜିଲା ସିନାପାଲି ତହସିଲ ଅଧୀନ ହାତୀବନ୍ଧାନେ ସିନାପାଲି ତହସିଲ ତରଫୁ ‘ମୋ ଗଁାରେ ତହସିଲ’ କାଯ୍‌କାରମ ଅନୁଷ୍‌ଠିତ ହେଇଯାଇଛେ। ସିନାପାଲି ତହସିଲଦାର କପିଳଦେବ ସାହୁକଁର ସଭାପତିତ୍ୱନେ ଅନୁଷ୍‌ଠିତ ଇ କାଯ୍‌କରମରେ ନୂଆପଡ଼ା ଉପଜିଲାପାଳ ତରଣୀସେନ ନାଏକ ମୁଖିଆ କୁନୁଅଁା ଆର ନୂଆପଡ଼ା ଡିଇଜିଏମ୍‌ ବୀରେନ୍ଦ୍ର କୁମାର ଦଣ୍ଡସେନା ମୁଖିଆ ବକ୍‌ତା ହିସାବେ ଯୋଗଦେଇଥିଲେ। ଇ କାଯ୍‌କରମକେ ଅତିରିକ୍ତ ତହସିଲଦାର ଲକ୍ଷ୍ମଣ ମାଝି ପରିଚାଲନା କରିଥିଲାବେଲେ ହାତୀବନ୍ଧା ରାଜସ୍ବ ନିରୀକ୍ଷକ ଉମାକାନ୍ତ ଭଟ୍ଟ, କେନ୍ଦୁମୁଣ୍ଡା ରାଜସ୍ବ ନିରୀକ୍ଷକ ଉମେଶ କୁମାର ମେହେର, ଗଣ୍ଡାବାହାଲି ରାଜସ୍ବ ନିରୀକ୍ଷକ ଗଙ୍ଗାଧର ଜଗତ, ହାତୀବନ୍ଧାର ପୂର୍ବତନ ସରପଁଚ୍‌ ଚିତ୍ରଭାନୁ ସିଂ ମାଝି, ସିଂଝର ରାଜସ୍ବ ନିରୀକ୍ଷକ ରଞ୍ଜନ ସାହୁ, ଟିମନପୁର ରାଜସ୍ବ ନିରୀକ୍ଷକ ଦେବରାଜ ତ୍ରିପାଠୀ, ଉଦ୍ଧବ ଶବର, ଅର୍ଜୁନ ପଣ୍ଡା, ଅନ୍ତ ମାଝି ପରମୁଖ ଉପସ୍ଥିତ ଥିଲେ। ଇ ଅବ୍‌ଛରରେ ଭିନେ ଭିନେ ରାଜସ୍ବ ସେବା, ରାଜସ୍ବ ଅନ୍‌ଲାଇନ୍‌ ବେବସ୍‌ତା, ରାଜସ୍ବ ଅସୁଲ, ଭିନେ ଭିନେ ପରମାନପତର ଦେବାର ବାବ୍‌ଦେ, ପଟ୍ଟା ବଁଟା, ଅଭିଯୋଗ ଛିନା ସଂଗେ ରାଜସ୍ବ ସଚେତନତା କରାଯାଇଥିଲା। ଇ କାଯ୍‌କରମ ଜରିଆରେ ୧୦୨ ଝନ୍‌କୁ ପଟ୍ଟା ବଁଟାଯାଇଥିଲା। ସେନ୍‌ତା ୩୧୫ ଝନ୍‌କୁ ଭିନେ ଭିନେ ପରମାନପତର ଦେବାର ସଂଗେ ୭୩ ଝନ୍‌କର ଅଭିଯୋଗ ଛିନା ଯାଇଥିଲା। କାଯ୍‌କରମ ଜରିଆରେ ଲୋକ୍‌ ନିଜର ଗଁାରେ ରାଜସ୍ବ ବିଭାଗର ସୁବିଧା ସୁଯୋଗ ପାଇପାରବେ ବଲି ମଞ୍ଚାସୀନ ଅତିଥିମାନେ ସଭାରେ ଠୋଲ୍‌ ହେଇଥିବାର ଲୁକ୍‌କୁ ବୁଝେଇଥିଲେ। ଇ କାଯ୍‌କରମରେ ସିନାପାଲି ତହସିଲ ଅଧୀନ ଭିନେ ଭିନେ ଜନସେବା କେନ୍ଦ୍ରର କରମ୍‌କରତା ଉପସ୍ଥିତ ରହି କାଯ୍‌କରମ ପରିଚାଲନାରେ ସହଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜଙ୍ଗଲରେ ଚାଲିଥିଲା ଜୁଆଖେଳ, ଅତର୍କିତ ଚଢ଼ାଉ କରି ୨୨ ଜୁଆଡ଼ିଙ୍କୁ ମାଡ଼ି ବସିଲା ପୋଲିସ

ନୂଆପଡ଼ା,୩ା୬(ମକାରୁ ବେମାଲ): ନୂଆପଡ଼ା ଜିଲା ପୋଲିସଙ୍କୁ ପୁଣି ଏକ ବଡ଼ ସଫଳତା ମିଳିଛି। ମଙ୍ଗଳବାର ଜୁଆ ଆଡ୍ଡା ଉପରେ ଚଢ଼ାଉ କରି ଆନ୍ତଃରାଜ୍ୟ ଜୁଆଡ଼ି ସମେତ ୨୨…

ମଣ୍ଡି ଖୋଲିବାର ୧୨ ଦିନ ପରେ ବି ସ୍ବାଭାବିକ ହେଲାନି: ଚାଷୀ ମହଲରେ..

ନୂଆପଡ଼ା,୩ା୬(ମକାରୁ ବେମାଲ):ନୂଆପଡ଼ା ଜିଲାରେ ରବିଧାନ ସଂଗ୍ରହ ପାଇଁ ଗତ ୨୦ ତାରିଖରେ ମଣ୍ଡି ଉଦ୍‌ଘାଟନ ହୋଇ ୨୫ରୁ ଜିଲାର ସମସ୍ତ ମଣ୍ଡିରେ ଧାନ କ୍ରୟ କରାଯିବ ବୋଲି…

ଜିଲାପାଳଙ୍କୁ ଦାବିପତ୍ର ଦେଲେ ସୁନାବେଡ଼ା ଅଭୟାରଣ୍ୟବାସୀ

ନୂଆପଡ଼ା,୧ା୬ (ମକାରୁ ବେମାଲ): ନୂଆପଡ଼ା ଜିଲା କୋମନା ବ୍ଲକ ସୁନାବେଡ଼ା ଅଭୟାରଣ୍ୟରେ ବସବାସ କରୁଥିବା ଅଧିବାସୀ ସୋମବାର ଯୁଗ୍ମ ଅଭିଯୋଗ ଶୁଣାଣି ଶିବିରରେ ଜିଲାପାଳଙ୍କୁ ଭେଟି ୩…

ଲଟେରି ମାଧ୍ୟମରେ ବଣ୍ଟନ ହେଲା ମଦ ଦୋକାନ

ନୂଆପଡ଼ା,୨୯ା୫(ମକାରୁ ବେମାଲ): ନୂଆପଡ଼ା ଅବକାରୀ ଜିଲାର ୨୦୨୬-୨୭ବର୍ଷ ପାଇଁ ଆଇଏମ୍‌ଏଫ୍‌ଏଲ୍‌ (ବିଦେଶୀ ମଦ) ଦୋକାନ ବଣ୍ଟନ ନିମନ୍ତେ ଶୁକ୍ରବାର ସଦ୍‌ଭାବନା ସଭାଗୃହରେ ଜିଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ…

ଭୂମିହୀନଙ୍କୁ ପୋଖରୀ ମଝିରେ ପଟ୍ଟା ପ୍ରଦାନ

ନୂଆପଡ଼ା,୨୩ା୫ (ମକାରୁ ବେମାଲ): କେନ୍ଦ୍ର ତଥା ରାଜ୍ୟ ସରକାର ଭୂମିହୀନମାନଙ୍କୁ ଚାଷକରି ପରିବାର ପ୍ରତିପୋଷଣ ପାଇଁ ଜମି ଯୋଗାଇଦେଉଛନ୍ତି। ହେଲେ ବିଭାଗୀୟ ଅଧିକାରୀ ଓ କର୍ମଚାରୀଙ୍କ ଭୁଲ୍‌…

ସୋସିଆଲ ମିଡିଆରେ ଏମିତି ମନ୍ତବ୍ୟ ଦେଇ ନିଲମ୍ବିତ ହେଲେ ଶିକ୍ଷକ

ନୂଆପଡ଼ା,୨୩ା୫(ମକାରୁ ବେମାଲ):ସାମାଜିକ ଗଣମାଧ୍ୟମ ଫେସ୍‌ବୁକରେ ବିଭ୍ରାନ୍ତିକର ମନ୍ତବ୍ୟ ଦେଇ ନୂଆପଡ଼ା ଜିଲାର ଜଣେ ସହକାରୀ ଶିକ୍ଷକ ନିଲମ୍ବିତ ହୋଇଛନ୍ତି। ସୂଚନା ମୁତାବକ, ନୂଆପଡ଼ା ଜିଲା କୋମନା ବ୍ଲକ…

ସୋରିପଡ଼ା, ଖଲିଆପଡ଼ାରେ ଜଳ ସଙ୍କଟ: ପାଣି ଟୋପେ ପାଇଁ ହନ୍ତସନ୍ତ

ନୂଆପଡ଼ା,୨୩ା୫ (ମକାରୁ ବେମାଲ):ନୂଆପଡ଼ା ଜିଲା କୋମନା ବ୍ଲକ୍‌ ଜଟଗଡ଼ ପଞ୍ଚାୟତ ସୋରିପଡ଼ା ଓ ଖଲିଆପଡ଼ାରେ ପାନୀୟ ଜଳ ସଙ୍କଟ ଦେଖାଦେଇଛି। ସୂଚନା ଅନୁଯାୟୀ ସୋରିପଡ଼ା ଗଁାରେ ୫୦ରୁ…

ମାସେ ନ ପୂରୁଣୁ ଡ୍ରେନ୍‌ ଛାତ ଭାଙ୍ଗିଲା: ଦୁର୍ନୀତି ଅଭିଯୋଗ

ନୂଆପଡ଼ା,୨୧ା୫ (ମକାରୁ ବେମାଲ):ନୂଆପଡ଼ା ଜିଲା କୋମନା ବ୍ଲକରେ ଉନ୍ନୟନ କାର୍ଯ୍ୟରେ ଦୁର୍ନୀତି ନେଇ ଅଭିଯୋଗ ହୋଇଛି। ସୂଚନା ଅନୁସାରେ କୋମନା ସଦର ବଙ୍ଗଳାପଡାଠାରୁ କୋମନା ବ୍ରିଜ୍‌ ପର୍ଯ୍ୟନ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri