ହସ୍ତତନ୍ତ କ୍ଷେତ୍ରରେ ନିଯୁକ୍ତି ସମ୍ଭାବନା

କିଶୋର ମେହେର

କୃଷି ପରେ ବୟନ କ୍ଷେତ୍ର ହିଁ ସବୁଠାରୁ ବେଶି କର୍ମନିଯୁକ୍ତି ସୃଷ୍ଟି କରେ। ଭାରତୀୟ ଅର୍ଥ ବ୍ୟବସ୍ଥାରେ ଏହା ଏକ ବହୁ ପୁରୁଣା ବ୍ୟବସ୍ଥା। ଗାନ୍ଧିଜୀଙ୍କ ଚରଖା ଚାଳନା ଓ ଖଦି ଆନ୍ଦୋଲନ ଏଥିପାଇଁ ପ୍ରାସଙ୍ଗିକ ଥିଲା। ସ୍ବାବଲମ୍ବୀ ଅର୍ଥ ବ୍ୟବସ୍ଥାର ଏକ ମଜଭୁତ ସ୍ତମ୍ଭ ଭାବରେ ଗାନ୍ଧିଜୀ ହସ୍ତତନ୍ତକୁ ଗ୍ରହଣ କରିଥିଲେ। ଖେତରୁ ଚାଷୀ କପା ଉତ୍ପାଦନ କରିବ, ତାକୁ ଗାଁ ମହିଳାମାନେ କିଣିବେ, ସୂତା କାଟିବେ, ତାକୁ ପୁଣି ବୟନ ଉପଯୋଗୀ କରି ବୁଣାକାରକୁ ଦେବେ, ବୁଣାକାର ଘରର ସବୁ ସଦସ୍ୟ ଲାଗି ଲୁଗା ବୁଣିବେ, ତାକୁ ବେପାରୀକୁ ଦେବେ, ସେ ପୁଣି ବଜାରରେ ବିକିବ- ଏ ପ୍ରକ୍ରିୟାରେ ବହୁ ଲୋକ ନିଯୁକ୍ତ ହେଉ ଥିଲେ। ଅନ୍ତତଃ ସପ୍ତଦଶ ଶତାବ୍ଦୀ ଯାଏ ଭାରତରେ ଏ ବ୍ୟବସ୍ଥା ଠିକ୍‌ରୂପେ ଚାଲିଥିଲା। ଭାରତ ସାରା ଜଗତରେ ସୂତା ବସ୍ତ୍ର ଉତ୍ପାଦନରେ ପ୍ରସିଦ୍ଧି ଲାଭ କରିଥିଲା। ପରେ ଇଂରେଜଙ୍କ ଆଗମନ, ଶୋଷଣ ଓ ଲଙ୍କା ଶାୟର ଲୁଗା ସହ ଅନୈତିକ ଭାବରେ ଲଢ଼ିବା ପାଇଁ ହାତବୁଣାଳିଙ୍କୁ ଛାଡ଼ିଦେବା ଦ୍ୱାରା ଭାରତୀୟ ବସ୍ତ୍ର ଜଗତର ପ୍ରଭୂତ କ୍ଷତି ହେଲା। ବୟନ ଶିଳ୍ପରୁ ହିଁ ଇଂଲଣ୍ଡରେ ଶିଳ୍ପ ବିପ୍ଳବ ଆରମ୍ଭ ହୋଇଥିବା ଆମେ ଜାଣୁ। ବ୍ୟାପକ ମେଶିନ ବ୍ୟବହାର, ଶସ୍ତା ଅଥଚ ନିକୃଷ୍ଟ ଲୁଗା ଉତ୍ପାଦନ ଆମ ଲୁଗା ଉପତ୍ାଦନକୁ ଘୋର କ୍ଷତି ପହଞ୍ଚାଇଲା। ତେବେ ସେ ତ ଥିଲା ଇତିହାସ।
ସ୍ବାଧୀନ ଭାରତ କିନ୍ତୁ ଏ ମହାର୍ଘ ଉଦ୍ୟୋଗକୁ ବଞ୍ଚାଇବାକୁ ଚେଷ୍ଟା କଲା। ୧୯୫୦ରେ ଫ୍ୟାକ୍ଟ ଫାଇଣ୍ଡିଙ୍ଗ ଟିମ୍‌ ବା କାନୁନ୍‌ଗୋ ରିପୋର୍ଟ ଅନୁଯାୟୀ ଉଭୟ ହସ୍ତତନ୍ତ ଲୁଗା ଓ ପାୱାରଲୁମ୍‌ର ବିକାଶ ଲାଗି ଲୋନୋବିସଙ୍କ ଭଳି ପ୍ରଖ୍ୟାତ ବ୍ୟକ୍ତିତ୍ୱଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଉଦ୍ୟମ ଆରମ୍ଭ ହେଲା। ତଥାପି ସର୍ବୋଚ୍ଚ ନେତୃବୃନ୍ଦଙ୍କ ଭରସା ଜିଣି ପାରି ନ ଥିଲା ହସ୍ତତନ୍ତ। ସେମାନେ ବୃହତ୍‌ ଶିଳ୍ପ ପଛରେ ପଡ଼ିଲେ। ହସ୍ତତନ୍ତ ପଛରେ ପଡ଼ି ରହିଲା। ସରକାରୀ ସବ୍‌ସିଡି ସହ ବୁଣାକାରଙ୍କ କର୍ମକୁଶଳତା ଯୋଗୁ ଏ ଯାଏ ହସ୍ତତନ୍ତ ବଞ୍ଚି ରହିଛି। ତାହା ହିଁ ଆଶ୍ୱାସନାର ବିଷୟ।
ଏବେ କିନ୍ତୁ ଦେଶର ସ୍ଥିତିରେ ପରିବର୍ତ୍ତନ ଆସିଛି। ଦେଶରେ ଏକ ବିରାଟ ମଧ୍ୟବର୍ଗ ସୃଷ୍ଟି ହୋଇଛନ୍ତି। ଏମାନେ ଇକୋଫ୍ରେଣ୍ଡଲି ବା ପ୍ରାକୃତିକ ଉପତ୍ାଦର ବଡ଼ ଗ୍ରାହକ। ବେତନ କମିଶନ ସୌଜନ୍ୟରୁ ସରକାରୀ ଚାକିରିଆମାନଙ୍କର ଆୟ ବୃଦ୍ଧି ଘଟିଛି। ପୁଣି ତିଆରି ହୋଇଛନ୍ତି ମଧ୍ୟବର୍ଗୀୟ ବ୍ୟବସାୟୀ ତଥା ପେସାଦାର ଗୋଷ୍ଠୀ। ସୌଖୀନ ସାମଗ୍ରୀ ପାଇଁ ଏମାନେ ଖର୍ଚ୍ଚ କରିବାକୁ କୁଣ୍ଠିତ ନୁହନ୍ତି। ଅର୍ଗାନିକ କପଡ଼ାର ବଡ ଗ୍ରାହକ ଏମାନେ। ଫାବ୍‌ ଇଣ୍ଡିଆର ଷ୍ଟୋରମାନଙ୍କରେ ଏମାନଙ୍କ ଭିଡ ବେଶି। ଆଲ୍ଲାହାବାଦ ସୂତାଶାଢ଼ି ଓ ପାଟଶାଢ଼ି ପାଇଁ ମଧ୍ୟ ଏମାନେ ବେଶ୍‌ ଆଗ୍ରହୀ। ଦେଶରେ ହସ୍ତତନ୍ତ ବସ୍ତ୍ରର ବଡ ଗ୍ରାହକ ବୋଲି ଏମାନଙ୍କୁ ଧରାଯାଏ। ଧୀରେ ଧୀରେ ଗାଁରୁ ହସ୍ତତନ୍ତ କପଡା ଅନ୍ତର୍ହିିତ ହେବାକୁ ଲାଗିଲାଣି। ଗାଁରେ ହାତବୁଣା ଲୁଗା ତିଆରି ହେଉଛି ସତ, କିନ୍ତୁ ତାହା ସହରକୁ ଆସୁଛି ସହରୀ ଗ୍ରାହକମାନଙ୍କ ପାଇଁ। ହଁ, ଏବେ ବି କିଛି ସଂଖ୍ୟକ ଗାଁ ବାସିନ୍ଦା ହାତବୁଣା ଲୁଗା ପିନ୍ଧି ପାରୁଛନ୍ତି, ଅଥଚ ଅଧିକାଂଶ ମହିଳାଙ୍କ ପାଇଁ ଏହା ଧୀରେ ଧୀରେ ଅପହଞ୍ଚ ହେବାକୁ ବସିଲାଣି। ତା’ର କାରଣ ହେଲା ଅହେତୁକ ଦର। ଅନ୍ତତଃ ୩୦୦୦, ୪୦୦୦ ଟଙ୍କା ନ ଦେଲେ ଭଲ ଶାଢି ଖଣ୍ଡେ ମିଳିବା କଷ୍ଟକର ହେଉଛି।
ତା’ହେଲେ ଏତେ ବଡ ଗ୍ରାମାଞ୍ଚଳ ମାର୍କେଟକୁ ମିଲ୍‌ ମାଲିକମାନଙ୍କ ହାତରେ ଛାଡ଼ି ଦେଇହେବ? କ’ଣ ସଫଳ ଉଦ୍ୟୋଗୀମାନେ ଏତେ ଶୀଘ୍ର ହାର୍‌ ମାନିବେ? ମୋ ମତରେ ହାତ ଲୁଗା ପାଇଁ ଏବେ ବି ଗାଁରେ ସ୍ଥାନ ଅଛି। ଗାଁ ଅର୍ଥ ବ୍ୟବସ୍ଥାକୁ ନିଘା କରି ଯଦି ହାତବୁଣା ଲୁଗା ଉତ୍ପାଦନ କରାଯାଏ ଏବଂ ଶସ୍ତା ଓ ମଜଭୁତ ଲୁଗା ସେମାନଙ୍କ ହାତ ପାହାନ୍ତାରେ ଉପଲବ୍ଧ କରାଯାଏ, ତେବେ ସ୍ଥିତିରେ ଯଥେଷ୍ଟ ପରିବର୍ତ୍ତନ ଘଟିବ ବୋଲି ଆଶା। କିନ୍ତୁ ଏଥି ସକାଶେ ସରକାରଙ୍କୁ ବୁଣାକାରମାନଙ୍କ ସହ ଠିଆ ହେବାକୁ ପଡ଼ିବ।
କଞ୍ଚାମାଲର ଉପଲବ୍ଧତା ପାଇଁ ରାଜ୍ୟରେ କପାଚାଷ (ଏବେ ୮୦% କପା ହେଲା ବି.ଟି. କପା ଓ ବାର୍ଷିକ ଉପତ୍ାଦନ ପ୍ରାୟ ୩ ଲକ୍ଷ କୁଇଣ୍ଟାଲ) ବୃଦ୍ଧି କରାଯାଉ। ବୃହତ୍‌ ସୂତାମିଲ୍‌ ସବୁ ତ ବନ୍ଦ ହୋଇଯାଇଛି, ତା’ ସ୍ଥାନରେ ଗୁଡାଏ କ୍ଷୁଦ୍ର ସୂତା ମିଲ୍‌ ବସାଯାଉ। କେତେଗୁଡ଼ିଏ ବୟନ ସଂସ୍ଥା ପାଇଁ ଗୋଟିଏ ଲେଖା ସ୍ପିନିଙ୍ଗ ମିଲ୍‌ ବସାଇ ଦିଆଯାଉ। ବୁଣାକାରମାନଙ୍କୁ ଉପଯୁକ୍ତ ପ୍ରୋତ୍ସାହନ ଦେଲେ ସେମାନେ ଏ କ୍ଷେତ୍ରକୁ ପୁଣି ଫେରିବେ। ବୟନ କ୍ଷେତ୍ରରେ ଅନେକ ଲୋକଙ୍କର ସହଯୋଗ ଦରକାର ପଡେ, ଏଣୁ ତଦ୍ଦ୍ବାରା ଅନେକ ଲୋକଙ୍କୁ ରୋଜଗାର ମିଳେ।
ଏ ଲେଖକଙ୍କର ଦୃଢ଼ ମତ ଏହା ଯେ, ବୟନ କ୍ଷେତ୍ର ଏପରି ଏକ କ୍ଷେତ୍ର, ଯାହା କି ସର୍ବଦା ନିଯୁକ୍ତି ସୃଷ୍ଟି କରିବାରେ ସକ୍ଷମ। ପୁଣି ଏଥିରେ ପରିବେଶ ପ୍ରଦୂଷଣ, ବିଦ୍ୟୁତ୍‌ ଅପବ୍ୟୟ ଆଦି ସମସ୍ୟା ନ ଥାଏ। ଏହାବାଦ୍‌ ଅନ୍ୟାନ୍ୟ ଶିଳ୍ପ ଅପେକ୍ଷା ଏ କ୍ଷେତ୍ରରେ ନିଯୁକ୍ତି ସମ୍ଭାବନା ଢେର ବେଶି। ନିକଟ ଅତୀତରେ ବିଶିଷ୍ଟ ଅର୍ଥନୈତିକ ଅରବିନ୍ଦ ସୁବ୍ରମଣ୍ୟନ୍‌ ମଧ୍ୟ ଏ କଥାଟି କହିଥିଲେ।
ନିକଟ ଅତୀତରେ ହସ୍ତତନ୍ତ କ୍ଷେତ୍ରର ବିକାଶ ପାଇଁ ଉଦ୍ୟମରତ କେତେଜଣ ଉତ୍ସାହୀ ଯୁବତୀଯୁବକଙ୍କୁ ଭେଟିବାକୁ ସୁଯୋଗ ପାଇଥିଲା ଏ ଲେଖକ। ପ୍ରସିଦ୍ଧ ଚନ୍ଦେରୀ ଶାଢି (ମଧ୍ୟପ୍ରଦେଶ), ପାଟୋଲା ଶାଢି (ଗୁଜରାଟ), ମଲଖା ଶାଢ଼ି (ତେଲଙ୍ଗାନା) ପାଇଁ ସେମାନଙ୍କ ଆଗ୍ରହ ଦେଖି ବିସ୍ମିତ ହୋଇଥିଲି। ଡିଜାଇନ ଉଦ୍ଭାବନ, ଟ୍ରେନିଙ୍ଗ ତଥା ମାର୍କେଟିଙ୍ଗ ପାଇଁ ସେମାନେ ବୁଣାକାରମାନଙ୍କୁ ସାହାଯ୍ୟ କରୁଛନ୍ତି। ତାଙ୍କର ଗୋଟିଏ ୱେବ୍‌ପେଜ ମଧ୍ୟ ଅଛି: Handloom now.
ଖୁସି ଲାଗିଲା ନୂଆପିଢିର ପିଲାଙ୍କ ଆଗ୍ରହ ଦେଖି। କିନ୍ତୁ ସେଭଳି ସୁଯୋଗ ତ ଓଡ଼ିଶାରେ ବେଶି ଉପଲବ୍ଧ। ବରପାଲିନିବାସୀ ମକରଧ୍ୱଜ ମେହେର ଓ ତାଙ୍କ ପତ୍ନୀଙ୍କ ହାତବୁଣା ଲୁଗା ଉଦ୍ୟୋଗ ବେଶ୍‌ ପ୍ରଶଂସନୀୟ, ସେମାନେ ଆଜି ବେଶ୍‌ ପ୍ରତିଷ୍ଠିତ ମଧ୍ୟ। ବେଙ୍ଗାଲୁରୁନିବାସୀ ଶ୍ରୀମାନ୍‌ ସ୍ରବିତ ମେହେର କରି ଚାଲିଛନ୍ତି କେତେ କେତେ ପ୍ରୟୋଗ ହାତବୁଣା ଲୁଗାକୁ ନେଇ। ବାନ୍ଧକଳାକୁ କେନ୍ଦ୍ରକରି ତାଙ୍କ ଜୀବନ। ଏମାନଙ୍କ ଭଳି ଶହଶହ ଉଦ୍ୟୋଗୀ ଅଛନ୍ତି, ଯେଉଁମାନେ କି ସଫଳତା ପାଇ ସାରିଛନ୍ତି।
ପଶ୍ଚିମ ଓଡ଼ିଶାର ବେଶ୍‌ କେତୋଟି ଜିଲାରେ କପା ଚାଷ ହୁଏ। ଅଥଚ ସେଇ କପା କଞ୍ଚାମାଲ ଭାବରେ ବାହାରକୁ ଚାଲିଯାଏ। ଏକଦା ପଶ୍ଚିମାଞ୍ଚଳରେ ଥିବା ସୂତା ମିଲ୍‌ଗୁଡ଼ିକରେ ସେଇ କପା ବ୍ୟବହୃତ ହୋଇ ସୂତା ତିଆରି ହେଉଥିଲା ଓ ସ୍ଥାନୀୟ ବୁଣାକାରମାନଙ୍କ ଆବଶ୍ୟକତା ପୂରଣ ହେଉଥିଲା। ଫଳରେ ସେ ଅଞ୍ଚଳରେ ନିଯୁକ୍ତି ସୁଯୋଗ ବୃଦ୍ଧି ପାଉଥିଲା। ଏବେ ଆଉ ସେ ସ୍ଥିତି ନାହିଁ। ସୂତା ମିଲ୍‌ଗୁଡ଼ିକ ବନ୍ଦ ହୋଇଯାଇଛି। କିନ୍ତୁ କପା ଉତ୍ପାଦନ ଏବେ ବି ଅବ୍ୟାହତ ରହିଛି। ଯଦି ବୟନଶିଳ୍ପରେ ଆଗ୍ରହୀ ଉଦ୍ୟୋଗୀ ଚାହିଁଲେ କ୍ଷୁଦ୍ର କ୍ଷୁଦ୍ର ସ୍ପିନିଙ୍ଗ ମିଲ୍‌ ବସାଇ ସୂତା ତିଆରି କରିପାରିବେ। ସ୍ଥାନୀୟ ବୁଣାକାରମାନଙ୍କ ହାତବୁଣା ଲୁଗାର ବେଶ୍‌ ଆଦୃତି ରହିଛି।
ଗ୍ବାଲିୟର ପାଖ ଲଲିତପୁର ନିକଟ ଚନ୍ଦେରୀ ଏକଦା ଚନ୍ଦେରୀ ଶାଢ଼ି ପାଇଁ ପ୍ରସିଦ୍ଧ ଥିଲା। ମୋଗଲ ସମୟରେ ତା’ର କାଟ୍‌ତି କାହିଁରେ କେତେ ଥିଲା। କିନ୍ତୁ ପରବର୍ତ୍ତୀ କାଳରେ ଏହା ତା’ର ଗୌରବ ହରାଇ ବସିଲା। ଏବେ କିନ୍ତୁ ସ୍ଥିତିରେ ସୁଧାର ଆସିଲାଣି। ସ୍ଥାନୀୟ ସାଂସଦ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ସୌଜନ୍ୟରୁ ଚନ୍ଦେରୀ ମହଲରେ ଯୁବ ପିଢିର ଯୁବତୀଯୁବକମାନେ ଲାଗି ପଡିଛନ୍ତି ଏହାର ପୁନରୁଦ୍ଧାର ପାଇଁ। ଡିଜାଇନ ତଥା ତା’ର ବିକ୍ରି ବଟା ପାଇଁ ସେମାନେ ଅତ୍ୟାଧୁନିକ ପ୍ରଯୁକ୍ତିକୌଶଳ ପ୍ରୟୋଗ କରୁଛନ୍ତି। ଶୁଣାଯାଏ, ଫାବ୍‌ ଇଣ୍ଡିଆ କୁଆଡେ ସବୁ ଉତ୍ପାଦର ବିକ୍ରିବଟା କରୁଛି।
ଆମ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହାତବୁଣା ଲୁଗାର ଜଣେ ବଡ଼ ପ୍ରଶଂସକ। ସିଏ ହିଁ ପ୍ରଥମ ଥର ପାଇଁ ଅଗଷ୍ଟ ୭କୁ ଜାତୀୟ ହସ୍ତତନ୍ତ ଦିବସ ଭାବରେ ପାଳନ କରିବାକୁ ଘୋଷଣା କରିଥିଲେ। ପ୍ରଧାନମନ୍ତ୍ରୀଙ୍କ ମତରେ ଏବେ ବି ଚରଖା ପାଖରେ ଦେଶକୁ ସ୍ବାବଲମ୍ବୀ କରିବା ପାଇଁ ସାମର୍ଥ୍ୟ ଅଛି। ମହିଳା ସଶକ୍ତୀକରଣ ପାଇଁ ହସ୍ତତନ୍ତର ବିକାଶ ଏକାନ୍ତ ଆବଶ୍ୟକ ବୋଲି ସେ ମନେକରନ୍ତି। ମହିଳା ଉଦ୍ୟୋଗୀଙ୍କ ପାଇଁ ବାନ୍ଧକଳା ଲାଗି ପ୍ରଶସ୍ତ କ୍ଷେତ୍ର ଉପଲବ୍ଧ। ଯେଉଁମାନେ NIFT, NID, NIHT ବା JK Art କଲେଜରେ ଅଧ୍ୟୟନରତ, ସେମାନେ ବାନ୍ଧକଳା କ୍ଷେତ୍ରରେ ଉକତ୍ର୍ଷ ହାସଲ କରିପାରିବେ। ସେଇଭଳି ପ୍ରତିଭାବାନ ଯୁବତୀଯୁବକଙ୍କୁ ବୟନ କ୍ଷେତ୍ର ବେଶି ଆବଶ୍ୟକ କରେ।

ମୋ-୯୮୬୧୯୬୪୦୬୨


Enter your email to get our daily news in your inbox.

All Right Reserved By Dharitri.Com

ସାଗର ଓ ନୀଳ ଅର୍ଥନୀତି

ପୃଥିବୀର ମୋଟ ଆୟତନର ପ୍ରାୟ ୭୧ ଭାଗ ହେଉଛି ମହାସାଗର ଏବଂ ଏଥିରେ ପୃଥିବୀର ମୋଟ ଜଳର ୯୮ ପ୍ରତିଶତ ଅଛି। ମହାସାଗରଗୁଡ଼ିକ ପରସ୍ପର ସହିତ ସଂଯୁକ୍ତ…

ସୁନା ପଞ୍ଜୁରିରେ ‘ଶିକ୍ଷିତ ପକ୍ଷୀ’

ଆଧୁନିକ ସହର ଏବେ ଭୂସମାନ୍ତର ସମ୍ପ୍ରସାରଣ ଅପେକ୍ଷା ଭୂଲମ୍ବ ସମ୍ପ୍ରସାରଣ ଉପରେ ଅଧିକ ଗୁରୁତ୍ୱ ଦେଉଛି। ସେଥିପାଇଁ ସହର ଭିତରେ ଗଢା ଚାଲିଛି ବହୁତଳ ଆପାର୍ଟମେଣ୍ଟ। ସାଧାରଣ…

ବିକାଶ ବନାମ ଭବିଷ୍ୟତ

ଜୁନ୍‌ ୫ରେ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି। ପ୍ରକୃତି ଓ ପରିବେଶକୁ ସୁରକ୍ଷିତ ରଖିବା ଲାଗି ଅନେକ ସ୍ଥାନରେ ବହୁବିଧ ପଦକ୍ଷେପ ନେବା ଲାଗି ନିଷ୍ପତ୍ତି…

ବିକଳ୍ପର ବାର୍ତ୍ତାବହ

ଅଭିଜିତ ଦୀପ୍‌କେ ରାଜନୀତି ଏଭଳି ଏକ କ୍ଷେତ୍ର, ଯେଉଁଥିରେ ଯାହାଙ୍କର ଯେତେ ବ୍ୟକ୍ତିଗତ ସମ୍ପର୍କ ଥାଏ ସେ ସେତେ ଲୋକପ୍ରିୟତା ଅର୍ଜନ କରିଥାଏ। ହେଲେ ଭାରତୀୟ ରାଜନୈତିକ…

ମାଧବଙ୍କ ଦୃଷ୍ଟିରେ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହତ୍ତ୍ୱପୂର୍ଣ୍ଣ ସଫଳତାରେ ପହଞ୍ଚତ୍ୱେ ବୋଲି ରାମ ମାଧବ ଏକ ସୁନ୍ଦର ଲେଖା ଲେଖିଛନ୍ତି। ସେ ଲେଖିଛନ୍ତି, ଜୁନ୍‌ ୧୦ରେ ପ୍ରଧାନମନ୍ତ୍ରୀ ଭାବରେ ମୋଦି…

ବାଳାଶ୍ରମରେ ବାପୁ

ଦ୍ବିତୀୟ ପର୍ଯ୍ୟାୟ ହରିଜନ ପଦଯାତ୍ରା ଆରମ୍ଭ (୨୧-୫-୧୯୩୪) ହେବାର ୧୨ ଦିନ ପରେ ଅର୍ଥାତ ଜୁନ୍‌ ୨ ତାରିଖ ଦିନ ବାପୁ ଯାଜପୁର ପାର୍‌ ହୋଇ ଭଦ୍ରକ…

ହିଂସାର ଉତ୍ସବ

ଏକ ସମୟ ଥିଲା ଯେତେବେଳେ ସିନେମା ସମାଜକୁ ଏକ ଦର୍ପଣ ଭାବରେ ନେଇଥିଲା। ସମାଜର ଦାରିଦ୍ର୍ୟ, ଶୋଷଣ, ପ୍ରେମ ଓ ପ୍ରତାରଣା ଏହାର ବିଷୟବସ୍ତୁ ଥିଲା। କିନ୍ତୁ…

ଇଡି ପୁନର୍ଗଠନ

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)କୁ ବିସ୍ତାର କରିବା ପାଇଁ କେନ୍ଦ୍ର ନିଷ୍ପତ୍ତି ନେଇଛି। ଏହା ଦର୍ଶାଏ ଯେ, ଇଡି ଆଉ ଏକ ସ୍ବତନ୍ତ୍ର ଆର୍ଥିକ ତଦନ୍ତ ସଂସ୍ଥା ନୁହେ,ଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri