ସ୍ଥାଣୁ ପାଲଟିଛି ଜିଲା କ୍ରିକେଟ ସଂଘ: ପ୍ରତିଭାଙ୍କୁ ମିଳୁନି ଉପଯୁକ୍ତ ସୁଯୋଗ

ଅନୁଗୋଳ ଅଫିସ, ୮।୯ – ଅନୁଗୋଳ ଜିଲା କ୍ରିକେଟ୍‌ ସଂଘର କାର୍ଯ୍ୟକୁ ନେଇ ବଢ଼ୁଛି ଅସନ୍ତୋଷ। ବିଶେଷକରି ପୂର୍ବତନ ଖେଳାଳିମାନେ ଖୋଲାଖୋଲି ସେମାନଙ୍କ ଅସନ୍ତୋଷ ଜାହିର କରୁଛନ୍ତି। ଜିଲାରେ ଉଦୀୟମାନ ଖେଳାଳି ସୃଷ୍ଟି କରିବା ଓ ସେମାନଙ୍କ ପ୍ରତିଭାର ଠିକଣା ବିକାଶ ଦିଗରେ ସଂଘ କିଛି ବି ପଦକ୍ଷେପ ନେଉ ନ ଥିବା ସେମାନେ ଅଭିଯୋଗ କରିଛନ୍ତି। ସେହିପରି ଖେଳାଳି ଚୟନ ଠାରୁ ପ୍ରଶିକ୍ଷଣ ପର୍ଯ୍ୟନ୍ତ ସବୁଥିରେ କେଁ ରହିଥିବା ବେଳେ ସଂଘର କାର୍ଯ୍ୟକାଳ ସରିଯାଇଥିଲେ ବି ଏଯାଏ ନିର୍ବାଚନ କି କର୍ମକର୍ତ୍ତା ଚୟନ ହେଉ ନ ଥିବାରୁ ସଂଘ ସ୍ଥାଣୁ ପାଲଟିଥିବା ପୂର୍ବତନ ଖେଳାଳିମାନେ ଅଭିଯୋଗ କରିଛନ୍ତି।
କେତେଜଣ ପୂର୍ବତନ ଖେଳାଳିଙ୍କ କହିବା ଅନୁଯାୟୀ, ଜିଲା କ୍ରିକେଟ ଏକଜିକ୍ୟୁଟିଭ ବଡ଼ିରେ ମୋଟ ୨୯ ସଦସ୍ୟ ରହିଛନ୍ତି। ସେମାନଙ୍କ ମଧ୍ୟରୁ କେତେଜଣଙ୍କ ମଧ୍ୟ ସଂଘର କାର୍ଯ୍ୟକୁ ନେଇ ସନ୍ତୁଷ୍ଟ ନୁହନ୍ତି। ସେମାନଙ୍କ କହିବା କଥା ହେଲା, ଜିଲା କ୍ରିକେଟ ଆସୋସିଏଶନ୍‌ ଥାଇ ବି ନ ଥିବା ଭଳି। ଗତ ୫ ବର୍ଷ ମଧ୍ୟରେ ସଂଘର କୌଣସି ସାଧାରଣ ବୈଠକ ଅନୁଷ୍ଠିତ ହୋଇନାହିଁ। ଜିଲାରେ କ୍ରିକେଟର ଉନ୍ନତି ପାଇଁ କିଛି ପଦକ୍ଷେପ ଗ୍ରହଣ କରାଯାଇନାହିଁ। ଏପରି କି ଜିଲାରେ କେବେ କ୍ରିକେଟରଙ୍କୁ ଉତ୍ସାହିତ କରିବା ପାଇଁ ଏକ ବଡ଼ ଧରଣର ଟୁର୍ନାମେଣ୍ଟ ଖେଳାଯାଇନି। ଜିଲା ଆସୋସିଏଶନ୍‌ କାର୍ଯ୍ୟାଳୟରେ ଥିବା କ୍ରିକେଟ ସରଞ୍ଜାମ, ଟିଭି, ଟେବୁଲ, ଚୌକି ସବୁ ଚୋରି ହୋଇଗଲାଣି। ଏସବୁ କାରଣରୁ ଜିଲା କ୍ରିକେଟରମାନେ ରାଜ୍ୟସ୍ତରରେ ଭଲ ପ୍ରଦର୍ଶନ କରିପାରୁନାହାନ୍ତି। ସଂଘ କର୍ମକର୍ତ୍ତାଙ୍କ କାର୍ଯ୍ୟକାଳ ପୂରଣ ହୋଇସାରିଥିଲେ ବି ସେମାନେ ଚୌକି ମାଡ଼ି ବସିଛନ୍ତି। ଓସିଏ ନିର୍ବାଚନ ପାଇଁ ଚିଠି ଆସିଥିବାରୁ ଆସୋସିଏଶନ୍‌ ଯେତିକି ଉତ୍ସାହ ଦେଖାଉଛି, ତାହା ନୂତନ ପ୍ରତିଭା ଅନ୍ବେଷଣ ପାଇଁ କହିଁକି ନାହିଁ ବୋଲି ସେମାନେ ପ୍ରଶ୍ନ କରିଛନ୍ତି। ସେପ୍ଟେମ୍ବର ୧୨ ସୁଦ୍ଧା ଜିଲାର କେଉଁ ବ୍ୟକ୍ତି ନିର୍ବାଚନରେ ଅଂଶଗ୍ରହଣ କରିବେ ତାଙ୍କ ନାମ ପଠାଅ ବୋଲି ଓସିଏ ଚିଠି ଲେଖିଛି। କିନ୍ତୁ ଜିଲାରେ ସଂଘ କର୍ମକର୍ତ୍ତାଙ୍କ କାର୍ଯ୍ୟକାଳ ସରିଥିବାବେଳେ କିଏ ଏଥିରେ ଅଂଶଗ୍ରହଣ କରିବେ ସେ ନେଇ ଆସୋସିଏଶନ୍‌ ପକ୍ଷରୁ ଅଙ୍କକଷା ଆରମ୍ଭ ହୋଇଯାଇଛି। ଜିଲା ସଂଘ ସଭାପତି ଭୋଟ ପାଇଁ ଯିବେ ନା ସମ୍ପାଦକ, ତାହାକୁ ନେଇ କଳ୍ପନା ଜଳ୍ପନା ଚାଲିଛି। ତୁରନ୍ତ ସଂଘର ପୂର୍ଣ୍ଣ ନିର୍ବାଚନ କରାଯାଉ ବୋଲି ସେମାନେ ଦାବି କରିଛନ୍ତି।
ଏ ନେଇ ଜିଲା କ୍ରିକେଟ ଆସୋସିଏଶନ୍‌ ସମ୍ପାଦକ ପ୍ରଶାନ୍ତ କୁମାର ସିହ୍ନା କହିଛନ୍ତି, ଆସୋସିଏଶନ୍‌ କାର୍ଯ୍ୟକାଳ ଶେଷ ହୋଇଛି। କିନ୍ତୁ ଲୋଧା କମିଟି ପରେ କୌଣସି ଗାଇଡ ଲାଇନ୍‌ ପାଇ ନ ଥିଲୁ। ତେଣୁ ସମସ୍ୟା ହୋଇଥିଲା। ଏବେ ଓସିଏ ସ୍ପଷ୍ଟ କରିଛି ଯେ, ଜିଲା ସଂଘରେ ଲୋଧା କମିଟି କାର୍ଯ୍ୟକାରୀ ହେବ ନାହିଁ। ଏ ନେଇ ବିଧିବଦ୍ଧ ଭାବେ କୌଣସି ପତ୍ର ଓସିଏରୁ ଆସିନାହିଁ। ଆସନ୍ତା ୧୨ ତାରିଖ ମଧ୍ୟରେ ଜଣଙ୍କ ନାମ ଦେବାକୁ କୁହାଯାଇଛି। ପୂର୍ବରୁ ୨ ଜଣଙ୍କ ନାମ ପଠାଯାଉଥିଲା। ନୂଆ ନିୟମ ହେବା ପରେ ଜଣଙ୍କ ନାମ ମାଗିଛନ୍ତି। ତେବେ ଜିଲାରେ ସେଭଳି କିଛି ଟୁର୍ନାମେଣ୍ଟ ହୋଇ ନ ଥିବା ସମ୍ପାଦକ ସ୍ବୀକାର କରିଛନ୍ତି। କେବଳ ୧୬ ବର୍ଷରୁ କମ୍‌, ୧୯ ବର୍ଷରୁ କମ୍‌ ଓ କଳାହାଣ୍ଡି କପ୍‌ ପାଇଁ ପିଲା ଚୟନ କରି ଆସୋସିଏଶନ୍‌ ପଠାଉଛି ବୋଲି ସମ୍ପାଦକ ସିହ୍ନା ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ଓଡ଼ିଶାର ନେତା ଓଡ଼ିଆ ଲୋକ ହେବା ଦରକାର’

ଅନୁଗୋଳ,୨୮ା୪(ଅମିତ କୁମାର ସାମଲ)ଓଡ଼ିଆ ଭାଷା, ସଂସ୍କୃତି ଏବଂ ଓଡ଼ିଆ ଲୋକଙ୍କ ଭବିଷ୍ୟତ ଆଜି ଅନ୍ଧାରରେ। ଓଡ଼ିଶାର ନେତା ଓଡ଼ିଆ ଲୋକ ହେବା ଦରକାର। ଓଡ଼ିଶାରେ ଭ୍ରଷ୍ଟ,...

ନିର୍ବାଚନ ଥିବାରୁ ମୁହଁ ଦେଖାଇଲେ ନେତା

ଅନୁଗୋଳ,୨୮।୪ (ଅମିତ କୁମାର ସାମଲ)ଅନୁଗୋଳ ଦେଇ ଯାଇଥିବା ୫୫ ନମ୍ବର ଜାତୀୟ ରାଜପଥ ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ଦୀର୍ଘବର୍ଷ ହେଲା କାର୍ଯ୍ୟ ଚାଲିଥିଲେ ମଧ୍ୟ ଶେଷ...

ଉଚ୍ଛେଦକୁ ୬ ବର୍ଷ ବିତିଲା, ନିର୍ମାଣ ହେଉନି

ବଇଣ୍ଡା,୨୮।୪(ପରିକ୍ଷିତ ସାହୁ)ରାଜପଥ ନିର୍ମାଣ ପାଇଁ କରାଯାଇଥିଲା ଉଚ୍ଛେଦ। ଭଙ୍ଗା ଯାଇଥିଲା ରାସ୍ତା ପାର୍ଶ୍ୱରେ ଥିବା ଅନେକ ଯାତ୍ରୀ ବିଶ୍ରାମାଗାର। ସରକାରୀ କାର୍ଯ୍ୟାଳୟଗୁଡ଼ିକୁ ମଧ୍ୟ ମାଟିରେ ମିଶାଇ...

‘କ୍ରୀତଦାସ ନୁହେଁ, ସ୍ବାଭିମାନରେ ବିଶ୍ୱାସକରେ’

ଅନୁଗୋଳ, ୨୭ା୪(ଅମିତ କୁମାର ସାମଲ): ଦୀର୍ଘ ୨୫ ବର୍ଷର ଅପାରଗ ଓ ସ୍ଥାଣୁ ସରକାରରେ ଅନେକେ କ୍ରୀତଦାସ ହେବାକୁ ପସନ୍ଦ କରୁଛନ୍ତି। କିନ୍ତୁ ସେ କ୍ରୀତଦାସରେ...

୨ ନବାଗତଙ୍କ ସହ ଅଭିଜ୍ଞଙ୍କ ମୁକାବିଲା

ଅନୁଗୋଳ,୨୬।୪(ଅମିତ କୁମାର ସାମଲ):ଆସନ୍ତା ମେ ୨୫ରେ ହେବ ଅନୁଗୋଳ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭୋଟଗ୍ରହଣ। ଏଥର ବିଜେଡି ଅନୁଗୋଳରେ ନୂଆ ରଣନୀତି ଆପଣାଇଛି। ଦଳ ଦୀର୍ଘ...

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

ପାଣି ପାଇଁ ଡହଳବିକଳ

ବଇଣ୍ଡା,୨୫।୪(ପରିକ୍ଷିତ ସାହୁ)ସାରା ରାଜ୍ୟରେ ଲାଗିରହିଛି ଗ୍ରୀଷ୍ମ ପ୍ରବାହ। ଅଧିକାଂଶ ସମୟରେ ତାପମାତ୍ରା ୪୩ ଡିଗ୍ରୀ ଉପରେ ରହୁଥିବାବେଳେ ଏବେ ଅନେକ ଅଞ୍ଚଳରେ ପାଣି ସମସ୍ୟା ଦେଖିବାକୁ...

ବିଜେଡି ଛାଡ଼ିଲେ ବରିଷ୍ଠ ନେତା ଭକ୍ତିପ୍ରସାଦ

ଅନୁଗୋଳ,୨୪।୪ (ଅମିତ କୁମାର ସାମଲ):ଅନୁଗୋଳ ଜିଲାର ବରିଷ୍ଠ ନେତା ଭକ୍ତି ପ୍ରସାଦ ଦାସ ମଙ୍ଗଳବାର ବିଜୁ ଜନତା ଦଳରୁ ଇସ୍ତଫା ଦେଇଛନ୍ତି। ଦଳରେ ତାଙ୍କୁ ଅଣଦେଖା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri